Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଭାସିଯାଆ ମୋର କାଗଜ ଡଙ୍ଗା ଭାସିଯାଆ - Bhasija Mora Kagaja Danga Bhasija Lyrics

 bhasija-mora-kagaja-danga-bhasija-lyrics-odia-the-smaranika-ଭାସିଯାଆ-ମୋର-କାଗଜ-ଡଙ୍ଗା-ଭାସିଯାଆ-ଲିରିକ୍ସ-ଦି-ସ୍ମରଣିକା

ଫଟୋ କ୍ରେଡିଟ୍ : କାଗଜ ଡଙ୍ଗା ଫଟୋଟି ଅନ୍‌ସ୍ପ୍ଲାସ୍‌ ରୁ ସଂଗୃହିତ


== ଓଡ଼ିଆ ==

ଗୀତ : ଭାସିଯାଆ ମୋର କାଗଜ ଡଙ୍ଗା ଭାସିଯାଆ
ଭାଷା : ଓଡ଼ିଆ
ଗୀତିକାର : ସ୍ଵର୍ଣ୍ଣପ୍ରଭା ଦେବୀ

 

ଭାସିଯାଆ ମୋର
    କାଗଜ ଡଙ୍ଗା ଭାସିଯାଆ
ଘୋଟି ଆସିଲାଣି
    ଆକାଶରେ ଘୋର ମେଘ ବାଆ ॥୧॥  

ପବନ ବହୁଛି
    ଝିପିଝିପି ମେଘ ବରଷଇ
ବିଜୁଳି ଚମକେ
    ଘଡ଼ଘଡ଼ି ଡାକେ ରହି ରହି  ॥୨॥

କେତେ ମଜାଲାଗେ
    ଓଳିରୁ ବରଷା ପଡ଼େ ଝରି
ଫୁଟି ଭାସିଯାଏ
    ପାଣିରେ ଫୋଟକା ଅସୁମାରି ॥୩॥

ଭାସିଯାଆ ମୋର
    କାଗଜ ଡଙ୍ଗା ଭାସିଯାଆ
ଡରିଯିବୁ ନାହିଁ
    ଆକାଶରେ ଦେଖି ମେଘ ବାଆ ॥୪॥

ଝୁଲି ଝୁଲି ତୁହି
    ଦୂରକୁ ଦୂରକୁ ଯାଆ ଭାସି
ଡଙ୍ଗାରେ ! ତୋତେ
    ମେଲାଣି ଦେଲି ମୁଁ ହସି ହସି  ॥୫॥

ଡର ନାହିଁ ଯାଆ
    ଆଗେଇ ଯାଆ ତୁ ସୁଅଧାରେ
ଥମିଲେ ବରଷା
    ଯାଇପାରିବୁ ତୁ ଆଉ କି'ରେ ? ॥୬॥

ଶୁଣିଥିଲି ଥରେ
    କହୁଥିଲେ ଆଈ ମୋର ପାଶେ
ଚାଲିଥିଲା ଆମ
    ବଣିଜବେପାର ଦୂର ଦେଶେ ॥୭॥

କାର୍ତ୍ତିକ ମାସେ
    ବୋଇତା ମେଲାଇ ଦରିଆରେ
ସାଧବେ ଆମର
    ଯାଉଥିଲେ ଦୂର ଦେଶ ପାରେ ॥୮॥

ଝଡ଼ ତୋଫାନକୁ
    ନ ଥିଲା ତାଙ୍କର ତିଳେ ଡର
ଫେରି ଆସୁଥିଲେ
    ଆଷାଢ଼ରେ ସାରି କାରବାର ॥୯॥

ଆଣୁଥିଲେ ଧନ
    ଦରବ ସାଧବେ କେତେ ବୋହି
ଜାଭା ବୋରନିଓ
    ସିଂହଳ ବାଲି ଦ୍ଵୀପେ ଯାଇ ॥୧୦॥

ବୋଇତରେ ଭରି
    ଧନ ଦଉଲତ ହୋଇ ଖୁସି
ଫେରୁଥିଲେ ଘରେ
    ଦରିଆପାରିରୁ ମିଳିମିଶି ॥୧୧॥

ବୋଇତ ମଙ୍ଗେ
    ଶୁଭ ନାରିକେଳ ଜଳ ଢ଼ାଳି
ଝିଅ ବୋହୂ ମିଶି
    ବନ୍ଦାଉଥିଲେ ଦୀପ ଜାଳି ॥୧୨॥

ଯାଇଛି ସେକାଳ
    ଆସିଛିରେ ଏବେ ନୂଆ ବେଳା
ନୀଳ ପାରାବାରେ
    ଚାଲଇ ଜାହାଜ ଭେଳା ଭେଳା ॥୧୩॥

ବନ୍ଦର କେଡ଼େ
    ତିଆରି ହେଲାଣି ପାରାଦଦ୍ଵୀପେ
ବଣିଜ ବେପାର
    ବଢ଼ିବ ଏଣିକି ନାନାରୂପେ ॥୧୪॥

ଅଟକିଗଲୁ କି
    କଥା ମୋର ଶୁଣି ଯାଆ ଭାସି
ବିଦାୟ ଦେଉଛି
    ତୋତେ ମୁହିଁ ଏବେ ହସି ହସି ॥୧୫॥

ଏଇ ହାତେ ତୋତେ
    ଗଢ଼ିଛି ମୁଁ କେତେ ଭରସାରେ
ଖେଳିଛି ତୋ ସାଥେ
    ଏହିପରି କେତେ ବରଷାରେ ॥୧୬॥

ଭାସିଯାଆ ମୋର
    କାଗଜ ଡଙ୍ଗା ଭାସିଯାଆ
ବାଟଯାକ କେତେ
    ନୂଆ ନୂଆ ସାଥୀ ଭେଟୁଥାଆ ॥୧୭॥          


YouTube ରେ ଭାସିଯାଆ ମୋର କାଗଜ ଡଙ୍ଗା




ଭାସିଯାଆ ମୋର କାଗଜ ଡଙ୍ଗା ଭାସିଯାଆ:
ପାଠ୍ୟପୁସ୍ତକରୁ ସଙ୍ଗୃହିତ, ସ୍ଵର୍ଣ୍ଣପ୍ରଭା ଦେବୀ ଙ୍କ ରଚିତ କବିତା “ଭାସିଯାଆ ମୋର କାଗଜ ଡଙ୍ଗା ଭାସିଯାଆ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ ।


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ