Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସେହି ମୋ ପ୍ରିୟ ଜନମଭୂଇଁ - Sehi Mo Priya Janamabhuin Lyrics

== ଓଡ଼ିଆ ==

ଗୀତ : ସେହି ମୋ ପ୍ରିୟ ଜନମଭୂଇଁ
ଭାଷା : ଓଡ଼ିଆ



ଯେଉଁ ଦେଶରେ ଜନମ ମୋର
ଯାହାର କୋଳେ ବଢ଼ୁଚି ମୁହିଁ
ଜନନୀ ପରି ପାଳୁଛି ଯିଏ
ସେହି ତ ମୋର ଜନମଭୂଇଁ ॥୧॥

ଗହନ ବନ ଶ୍ୟାମଳ ତରୁ
ଗହଳ ଲତା ଦେହେ ତା ଶୋହେ
ଡାଲରୁ ଡାଲେ ବିହଙ୍ଗ ଉଡ଼ି
ମଧୁର ଗାନେ ପରାଣ ମୋହେ ॥୨॥

ତାରକା ମେଳେ ଆକାଶେ ତାର
ଜୋଛନା ଢାଳେ ବିମଳ ଶଶୀ
ଗୋଟିକି ଗୋଟି କୁସୁମ ଫୁଟି
କୋଳେ ତା ଲୋଟି ଉଠଇ ହସି ॥୩॥

ସାଗରେ ନୀଳ ଲହରୀ ମାଳ
ନାଚି ନାଚି ତା ଚରଣ ଧୁଏ
ଖେଳି ଖେଳିକା ଝରଣା କେତେ
ସରାଗେ ତାର ଦେହଟି ଛୁଏଁ ॥୪॥

ସେଇ ଦେଶର ପଲ୍ଲୀ ପୁରେ
ଆପଣା ପର ବିଚାର ନାହିଁ
ସବୁରି ସାଥେ ଖେଳେ ମୁଁ ହସି
ସଭିଏଁ ମୋର ଭଉଣୀ ଭାଇ ॥୫॥

ତାହାରି ସୁଖ କାମନା ଆମ
ତାହାରି ସେବା ଆମରି କାମ
ତାହାରି ପାଇଁ ଜୀବନ ଢାଳି
ରଖିବା ଆମେ ତାହାରି ନାମ ॥୬॥

ସେହି ତ ଗଢ଼େ ଜୀବନ ମୋର
ସେନେହେ ତାର ବଢ଼ୁଛି ମୁହିଁ
ତାହାଠୁ ବଡ଼ ନାହିଁ କେ ଆଉ
ସେହି ମୋ ପ୍ରିୟ ଜନମଭୂଇଁ ॥୭॥


YouTube ରେ ସେହି ମୋ ପ୍ରିୟ ଜନମଭୂଇଁ



ସେହି ମୋ ପ୍ରିୟ ଜନମଭୂଇଁ:
ପାଠ୍ୟପୁସ୍ତକରୁ ସଙ୍ଗୃହିତ କବିତା “ସେହି ମୋ ପ୍ରିୟ ଜନମଭୂଇଁ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ ।



Keywords: Pathyapustaka Kabita, Odia Kabita, Odia Sahitya Bahi Gita, କବିତା ଓଡ଼ିଆ, ପାଠ୍ୟପୁସ୍ତକ କବିତା, ଓଡ଼ିଆ ସାହିତ୍ୟ ବହି ଗୀତ,


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Thanks a lot of
    ମାତୃଭାଷା ଓଡ଼ିଆ ଆମ ସମ୍ମାନର ପରିଚୟ ଓ ସ୍ବାଭିମାନ ଅକ୍ଷୁଣ୍ଣ ରହୁ ।ଜୟ ଜଗନ୍ନାଥ

    ReplyDelete
    Replies
    1. ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ । ଜୟ ଜଗନ୍ନାଥ !

      - "ଦି ସ୍ମରଣିକା" ଟିମ୍

      Delete
  2. Vi class odia sahitya kabita " sapatha " poem

    ReplyDelete
    Replies
    1. ହଁ ନିଶ୍ଚୟ ଲେଖିବୁ ! ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ !

      - "ଦି ସ୍ମରଣିକା" ଟିମ୍

      Delete
  3. Please share the same words in English like "sehi mo priya Janama Bhuni..." till end. I can't copy the words written in Odia here in this article.

    ReplyDelete
    Replies
    1. You can create a PDF of this page or any page, in fact, for offline usage. Please check FAQ page on top for instructions.

      Copying content has been disabled for security reasons.

      - "The Smaranika" Team

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ