ମଙ୍ଗଳେ ଅଇଲା ଉଷା ବିକଚ-ରାଜୀବ ଦୃଶା - Mangale Ailaa Usha Bikacha-Rajiba Drusha Lyrics
ଗୀତ : ମଙ୍ଗଳେ ଅଇଲା ଉଷା
ଭାଷା : ଓଡ଼ିଆ
ଆଲବମ : ଚାନ୍ଦ ମାଧୁରୀ
କଣ୍ଠ : ଘନଶ୍ୟାମ ପଣ୍ଡା
ଗୀତିକାର : ସ୍ଵଭାବକବି ଗଙ୍ଗାଧର ମେହେର (୧୮୬୨-୧୯୨୪)
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ରାଗ : ଚୋଖି
ମସିହା : ୧୯୯୬
ମଙ୍ଗଳେ ଅଇଲା ଉଷା ବିକଚ-ରାଜୀବ ଦୃଶା
ଜାନକୀ-ଦର୍ଶନ-ତୃଷା ହୃଦୟେ ବହି,
କରପଲ୍ଲବେ ନୀହାର- ମୁକ୍ତାଧରି ଉପହାର
ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି,
କଳକଣ୍ଠ କଣ୍ଠେ କହିଲା
"ଦରଶନ ଦିଅ ସତୀ, ରାତି ପାହିଲା" ॥୧॥
ଅରୁଣ କଷାୟ ବାସ, କୁସୁମକାନ୍ତି ବିକାଶ,
ପ୍ରଶାନ୍ତ ରୂପ, ବିଶ୍ଵାସ ଦିଅନ୍ତି ମନେ,
କେଉଁ ଯୋଗେଶ୍ଵରୀ ଆସି ମଧୁର ଭାଷେ ଆଶ୍ଵାସି
ଡାକୁଛନ୍ତି ଦୁଃଖରାଶି-ଉପଶମନେ,
ଦେବାପାଇଁ ନବ ଜୀବନ
ସ୍ଵର୍ଗୁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ ! ॥୨॥
ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ,
ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦ୍ଦେଶେ,
କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ ପାଠ
କଳିଙ୍ଗ ଅଇଲା ପାଟ ମାଗଧ ବେଶେ,
ଲଲିତ ମଧୁରେ କହିଲା,
"ଉଠ ସତୀ ରାଜ୍ୟ-ରାଣୀ, ରାତି ପାହିଲା" ॥୩॥
ମୁନି-ମୁଖ-ବେଦ-ସ୍ଵନ ପୂର୍ଣ୍ଣ କଲା ଶ୍ୟାମବନ
ଉଠିଲା ଭେଦି ଗଗନ ଉଚ୍ଚ ଓଁକାର
ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶ୍ରୁତିକି ଗତି,
ବିହିଲା କି ସରସ୍ଵତୀ ବୀଣା ଝଙ୍କାର;
ବେଳୁଁ ବେଳ ବାନ ଉଜ୍ଜ୍ଵଳ,
ମନ୍ତ୍ର ବଳେ ଯେହ୍ନେ ବଢ଼ି ଆସିଲା ବଳ ॥୪॥
ଏ କାଳେ ବ୍ରହ୍ମଚାରିଣୀ ଅନୁକମ୍ପା ତପସ୍ୱିନୀ
ଆସି ଜନକନନ୍ଦିନୀ ପାଶେ ଗମ୍ଭୀରେ
ବୋଇଲେ, "ଉଠ ବୈଦେହି, ଉଷା ସୁକୁମାର ଦେହୀ
ଆସିଛି, ଦର୍ଶନ ଦେଇ ତୋଷ ବିଧିରେ
ତମସା ରହିଛି ଅନାଇ
କୋଳ କରି ଥରେ ସୁଖ ଲଭିବା ପାଇଁ” ॥୫॥
ପଦ୍ମିନୀ-ହୃଦ-ଶିଶିର- ବିନ୍ଦୁରେ ଖର-ରଶ୍ମିର
ପ୍ରତିବିମ୍ବ ପରି, ବୀର ରାମ-ମୂରତି
ଶୋକ ଜର୍ଜ୍ଜରିତ ଚିତ୍ତ- ଫଳକେ କରି ଚିତ୍ରିତ
ହେଲେ ଆସନୁ ଉତ୍ଥିତ ଜାନକୀ ସତୀ,
ନମି ଅନୁକମ୍ପା ପୟରେ
ବନ୍ଦିଲେ ଉଷାର ପଦ ସବିନୟରେ ॥୬॥
ବୋଇଲେ ତାକୁ ପ୍ରଶଂସି, "ତୁମେ ତିମିର-ବିଧ୍ଵଂସି
ରବି-ଆଗମନ-ଶଂସୀ ହୁଅ ସଂସାରେ,
ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣ
ତହିଁ ଯାଉଛି ଶରଣ ଦୃଢ଼ ଆଶାରେ,
ଶୁଭ୍ର ସଉରଭ ରସିକେ
ଶୁଭ-ସମ୍ପାଦିନୀ ହୁଅ ରଘୁବଂଶିକେ" ॥୭॥
ଉତ୍ସୁକ ହୃଦୟେ ରାତ୍ରୀ- ଶେଷରେ ଆଶ୍ରମଧାତ୍ରୀ
ତମସା ନିର୍ମଳ-ଗାତ୍ରୀ ପବିତ୍ର-ଧରା
ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ନୀର ସିଞ୍ଚି
ମଙ୍ଗଳ ପ୍ରଦୀପ ରଚି ପ୍ରଭାତୀ ତାରା,
ମୁହୁର୍ମୁହୁଃ ମୀନ-ନୟନେ
ଚାହୁଁଥିଲା ସୀତା-ସତୀ ଶୁଭାଗମାନେ ॥୮॥
ଉଟଜୁ ତାପସକନ୍ୟା- ଗଣଙ୍କ ଆଦର-ବନ୍ୟା
ପ୍ଳାବନେ ଜଗତ-ଧନ୍ୟା-ସତୀ ରତନ
ବାହାରି ଅବଗାହନେ ଅନୁକମ୍ପାଙ୍କ ଗହଣେ
ତମସା ଧାର ବହନେ କଲେ ଗମନ;
ସତୀଙ୍କି ତମସା ଅଙ୍କରେ
ଘେନି ସ୍ନେହେ ଆଲିଙ୍ଗିଲା ତରଙ୍ଗ-କରେ ॥୯॥
ଅମୃତ ମଧୁର ସ୍ଵରେ ଭାଷିଲା ପରିତୋଷରେ
"ମାଆଗୋ, ମୋ ମାନସରେ ନ ଥିଲା ଆଶା,
କରିବ ଅଙ୍କେ ବିହାର ରାଜଲକ୍ଷ୍ମୀ ହୃଦହାର
ସୀତା କରି ପରିହାର ଭୋଗ-ପିପାସା,
ଭାଗ୍ୟବତୀ ମୋତେ ସଂସାରେ
ବୋଲିବେ ତୋ' ଯୋଗୁଁ ଏକା ପରଶଂସାରେ" ॥୧୦॥
YouTube ରେ ମଙ୍ଗଳେ ଅଇଲା ଉଷା
ଏହି ଗୀତରେ ପଲ୍ଲବୀ ଦାସ ଓ ମମତା ଉପାଧ୍ୟାୟ ଙ୍କ ଦ୍ଵାରା ପରିବେଶିତ ଓଡ଼ିଶୀ ନୃତ୍ୟ ଦେଖନ୍ତୁ YouTube ରେ
== English ==
Song : Mangale Ailaa Usha
Language : Odia
Album : Chhanda Madhuri
Singer : Ghanashyam Panda
Lyricist : Swabhabakabi Gangadhara Meher (1862-1924)
Music Director : Traditional
Raga : Chokhi
Year : 1996
Mangale aila usa bikacha-rajiba drusha
Janaki-darshna-trusha hrudaye bahi,
Karapallabe nihara- muktadhari upahara
Satinka basa-bahara-prangane rahi,
Kalakantha kanthe kahila
“Darashana dia sati, rati pahila” ॥1॥
Aruna kasaya basa, kusumakanti bikasha,
Prashanta rupa, bishwasa dianti mane,
Keun jogeswari asi madhura bhase ashwasi
Dakuchhanti duhkharashi upashamane,
Debapain naba jibana
Swarga ki ohllaichhanti marttya bhubana ! ॥2॥
Samira sangita gae, bhramara bina bajae,
Surabhi narttane thae usa nirddeshe,
Kumbhatua hoi bhata arambhila staba patha
Kalinga aila pata magadha beshe,
Lalita madhure kahila,
“Utha sati rajya-rani, rati pahila” ॥3॥
Muni-mukha-beda-swana purnna kala shyamabana
Uthila bhedi gagana uccha Omkara
Baikunthe dei trupati ananta shrutiki gati,
Bihila ki Saraswati bina jhankara;
Belun bela bana ujjwala,
Mantra bale jehne badhi asila bala ॥4॥
E kale brahmacharini anukampa tapaswini
Asi Janakanandini pashe gambhire
Boile, “utha baidehi, usa sukumara dehi
Asichhi, darshana dei tosa bidhire
Tamasa rahichhi anai
Kola kari thare sukha labhiba pain” ॥5॥
Padmini-hruda-shishira- bindure khara-rashmira
Pratibimba pari, bira Rama-murati
Shoka jarjjita chitta- phalake kari chitrita
Hele asanu utarthita Janaki sati,
Nami anukampa payare
Bandile ushara pada sabinayare ॥6॥
Boile taku prashansi, “tume timira-bidhwansi
Rabi-agamana-shansi hua sansare,
Tumbha komala charana kare jyoti aharana
Tahin jauchhi sharana drudha ashare,
Shubhra saurabha rasike
Shubha-sampadini hua Raghubanshike” ॥7॥
Utsuka hrudaye ratri- shesare ashramadhatri
Tamasa nirmala-gatri pabitra-dhara
Prangane kusuma binchi subasita nira sinchi
Mangala pradipa rachi prabhati tara,
Muhurmuhu mina-nayane
Chahunthila Sita-sati shubhagamane ॥8॥
Utaju tapasakanya- gananka adara-banya
Plabane jagata-dhanya-sati ratana
Bahari abagahane anukampanka gahane
Tamasa dhara bahane kale gamana;
Satinki tamasa ankare
Gheni snehe alingila taranga-kare ॥9॥
Amruta madhura sware bhasila paritosare
“Maago,mo manasare na thila asha,
Kariba anke bihara rajalakhmi hrudahara
Sita kari parihara bhoga-pipasa,
Bhagyabati mote sansare
Bolibe to’ jogun eka parashansare” ॥10॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Which in class odia sahitya kabita
ReplyDeleteଦଶମ ଶ୍ରେଣୀ
Deleteମତାମତ ପାଇଁ ଅଶେଷ ଧନ୍ୟବାଦ
Bikacha akyarika artha kana heba?
ReplyDeleteବିକଚ — ପ୍ରସ୍ଫୁଟିତ
Deleteରାଜୀବ — ପଦ୍ମ
ଦୃଶା — ଆଖି
ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ସମୟ ସ୍ୱଳ୍ପତା ପାଇଁ ଶବ୍ଦାର୍ଥ ସବୁ ଦେଇପାରୁନଥିବାରୁ ଆମେ କ୍ଷମା ପ୍ରାର୍ଥୀ ।
- "ଦି ସ୍ମରଣିକା" ଟିମ୍