ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି - Manima Pade Mo Ghungura Dia Bandhi Lyrics
ଭଜନ : ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି
ଭାଷା : ଓଡ଼ିଆ
ଆଲବମ : ପ୍ରଭୁକୃପା
କଣ୍ଠ : ଅନୁରାଧା ପୌଡ଼ୱାଲ
ଗୀତିକାର : ପ୍ରଫୁଲ୍ଲ କର
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ଲେବେଲ : ଟି ସିରିଜ୍
ମସିହା : ୧୯୮୮
ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି
ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି
ତୁମ ବିନା କେହି ମୋର
ଦେଖିନି ମୋ ନାଚିବାର
ତୁମ ବିନା କେହି ମୋର
ଦେଖିନି ମୋ ନାଚିବାର
କେମିତି ଘୁଙ୍ଗୁର ଗଲା ଛିଣ୍ଡି
ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି
ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି ॥
ହେ କାଳିଆ କଳାନିଧି କଳାର ଠାକୁର
ମୁହିଁ ତୁମ ଦେବଦାସୀ ଦାସୀ ଚରଣର
ତୁମ ବଡ଼ ସିଙ୍ଗାରରେ ମୋର ଏ ସିଙ୍ଗାର
ନାଚି ନାଚି ଗାଇବାକୁ ଛାମୁରେ ତୁମର
ଶ୍ରୀ ଗୀତ ଗୋବିନ୍ଦ ସୁର ସରିନି କଣ୍ଠରୁ ମୋର
ଶ୍ରୀ ଗୀତ ଗୋବିନ୍ଦ ସୁର ସରିନି କଣ୍ଠରୁ ମୋର
କେମିତି ଘୁଙ୍ଗୁର ଗଲା ଛିଣ୍ଡି
ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି
ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି ॥୧॥
ତୁମ ଚକା ଆଖି ଦେଖି ମୋ ଆଖି ଚଞ୍ଚଳ
ତ୍ରିଭଙ୍ଗୀ ଠାଣିକୁ ଦେଖି ପାଦ ମୋ ଅଧିର
ମୋହିନୀ ବଂଶୀର ସୁର ଶୁଭେ ବାର ବାର
ମୋହନ ରୁପଟି ତୁମ ଜାଳେ ତନୁ ମୋର
ଥମିନି ମୃଦଙ୍ଗ ତାଳ ହଜି ନାହିଁ ଲୟ ମୋର
ଥମିନି ମୃଦଙ୍ଗ ତାଳ ହଜି ନାହିଁ ଲୟ ମୋର
କେମିତି ଘୁଙ୍ଗୁର ଗଲା ଛିଣ୍ଡି
ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି
ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି
ତୁମ ବିନା କେହି ମୋର
ଦେଖିନି ମୋ ନାଚିବାର
ତୁମ ବିନା କେହି ମୋର
ଦେଖିନି ମୋ ନାଚିବାର
କେମିତି ଘୁଙ୍ଗୁର ଗଲା ଛିଣ୍ଡି
ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି
ମଣିମା..ମଣିମା..ମଣିମା
ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି ॥୨॥
YouTube ରେ ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି
== English ==
Bhajan : Manima Pade Mo Ghungura Dia Bandhi
Language : Odia
Album : Prabhukrupa
Singer : Anuradha Paudwal
Lyricist : Prafulla Kara
Music Director : Prafulla Kara
Label : T- Series
Year : 1988
Manima pade mo ghungura dia bandhi
Manima pade mo ghungura dia bandhi
Tuma bina kehi mora
Dekhini mo nachibara
Tuma bina kehi mora
Dekhini mo nachibara
Kemiti ghungura gala chhindi
Manima pade mo ghungura dia bandhi
Manima pade mo ghungura dia bandhi ॥
He Kalia kalanidhi kalara thakura
Muhin tuma Debadasi dasi charanara
Tuma bada singarare mora e singara
Nachi nachi gaibaku chhamure tumara
Shri Gita Govinda sura sarini kantharu mora
Shri Gita Govinda sura sarini kantharu mora
Kemiti ghungura gala chhindi
Manima pade mo ghungura dia bandhi
Manima pade mo ghungura dia bandhi ॥1॥
Tuma chaka akhi dekhi mo akhi chanchala
Tribhangi thaniku dekhi pada mo adhira
Mohini banshira sura shubhe bara bara
Mohana rupati tuma jale tanu mora
Thamini mrudanga tala haji nahin laya mora
Thamini mrudanga tala haji nahin laya mora
Kemiti ghungura gala chhindi
Manima pade mo ghungura dia bandhi
Manima pade mo ghungura dia bandhi
Tuma bina kehi mora
Dekhini mo nachibara
Tuma bina kehi mora
Dekhini mo nachibara
Kemiti ghungura gala chhindi
Manima pade mo ghungura dia bandhi
Manima..manima..manima
Pade mo ghungura dia bandhi ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...