Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦେଖ ଆଉ ଶିଖ, ଶିଶୁ କବିତା - Dekha Aau Shikha, Shishu Kabita Lyrics

ଫଟୋ କ୍ରେଡିଟ୍ : ଜୀବଜନ୍ତୁ ମାନଙ୍କ ଫଟୋ ପିକ୍ସାବେ ରୁ ସଂଗୃହିତ

ଗୀତ : ଦେଖ ଆଉ ଶିଖ
ଭାଷା : ଓଡ଼ିଆ
ଗୀତିକାର : କବିସୌରଭ କୈଳାଶଚନ୍ଦ୍ର ବେହେରା
ମସିହା : ୨୦୧୯



ଗାଈକୁ କହୁ ଗୋମାତା ସିନା
                ପେଜ ତୋରାଣି ଦେଉ
ସବୁରି ଲାଗି ସୁଷମ ଖାଦ୍ୟ
                ଗୋରସ ଆମେ ପାଉ ॥୧॥

କୁକୁର ଭଳି ବିଶ୍ଵାସୀ ଜୀବ 
                ଜଗତେ ଆଉ ନାହିଁ
ଅଇଁଠାଭାତ ଖାଇ ଘରକୁ
                ଜଗିରହିଣ ଥାଇ ॥୨॥

ସକାଳୁ ଉଠି ଡାମରା କୁଆ
                କହଇ କା କା
କହଇ ଶେଯୁ ସକାଳୁ ଉଠି
                କାମରେ ଲାଗି ଯା ।
ଦାଣ୍ଡ ବାଡ଼ିରେ ଛେପ ଖଙ୍କାର
                ଯାହା ମଇଳା ଥାଏ
ଥଣ୍ଟରେ ଖୁଣ୍ଟି ଖାଇ ସେ ସବୁ
                ସଫା କରିଣ ଦିଏ ॥୩॥

କଳା କୋଇଲି ଆମ୍ବ ଗଛରେ
                କରଇ କୁହୁ କୁହୁ
ରୂପଟା ସିନା ସୁନ୍ଦର ନୁହେଁ
                ଭାରି ଆନନ୍ଦ ପାଉ ॥୪॥

ଆମ୍ବ ଗଛକୁ ଢେଲା ଫୋପାଡ଼ି
                ଖାଆନ୍ତି ପିଲା ଦଳ
ଆଘାତ ସହି ଆର ବରଷ
                ଦିଅଇ ପୁଣି ଫଳ ॥୫॥

ବୁଢ଼ା କଇଁଛ ନିରୋଳା ଦେଖି
                କାଢ଼ଇ ମୁଣ୍ଡ ଗୋଡ଼
ବୁଝି ବିଚାରି ଆଗକୁ ବଢ଼
                ତରବରିଆ ଛାଡ଼ ॥୬॥

ମଲ୍ଲି ଫୁଲଟି ଛୋଟିଆ ସିନା
                ବାସନା ଅଛି ତା'ର
ଠାକୁର ପାଖେ ପାଏ ସେ ପୂଜା
                ସବୁରି ସେ ଆଦର ॥୭॥

ନାଲି ପିମ୍ପୁଡ଼ି ସଜାଇ ଧାଡ଼ି
                ଆହାର ପାଇଁ ଯାଏ
ଶୃଙ୍ଖଳା ରଖି କାମ କରିବା
                ପାଇଁ ଶିଖାଇ ଦିଏ ॥୮॥

ମଧୁମକ୍ଷିକା ଫୁଲରୁ ଫୁଲ
                ଉଡ଼ି ଆଣଇ ମହୁ
ଫେଣାରେ ତାର ସାଇତି ରଖେ
                ଯତନକରି ବହୁ ।
ନିଆଁ ଦେଖାଇ ମାଛି ଘଉଡ଼ି
                ମଣିଷ ଆଣେ ତାହା
ଔଷଧ ରୂପେ ସେବନ କରେ
                ପ୍ରୟୋଗ କରି ଯାହା ॥୯॥

ବାୟା ଚଢ଼େଇ ସୁନ୍ଦର ଭାବେ
                ବସାକୁ ବୁଣି ରହେ
ବତାସ ବାଆ ହେଲେ ବି ଥାଏ
                ବସା ଦୋହଲୁଥାଏ ॥୧୦॥

ଜିଆ ରହଇ ମାଟି ଭିତରେ
                ମାଟି ଉର୍ବର କରେ
ଭଲ ଫସଲ ପାଏ କୃଷକ
                ଦେଖେ ବନ୍ଧୁ ଭାବରେ ॥୧୨॥

ଏପରି ସବୁ ଜୀବଜନ୍ତୁଙ୍କ
                କାର୍ଯ୍ୟକଳାପ ଦେଖି
ଅଳସ ଛାଡ଼ି ମଣିଷ ଭାଇ
                ପାରିବ ଯଦି ଶିଖି ।
ଆଜିର କାମ ଆଜି କରିବ 
                ରଖିବ ନାହିଁ କାଲି
ସୁଖ ଓ ଶାନ୍ତି ପାଇବ ସଦା
                ଯାତନା ଯିବ ଚାଲି ॥୧୩॥


ଫଟୋ : କବିସୌରଭ କୈଳାଶଚନ୍ଦ୍ର ବେହେରା, ସମ୍ପାଦକ, ଉତ୍କଳ ସମ୍ମିଳନୀ, କନ୍ଧମାଳ ଜିଲ୍ଲା ଶାଖା, ଓଡ଼ିଶା । ବାମପାର୍ଶ୍ଵ ଫଟୋଟି କନ୍ଧମାଳ ଜିଲ୍ଲାର ସର୍ବୋତ୍ତମ ଶିକ୍ଷକ ଭାବରେ କବିସୌରଭ କୈଳାଶଚନ୍ଦ୍ର ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ୨୦୧୨ ମସିହା ସେପ୍ଟେମ୍ବର ମାସ ୫ ତାରିଖ ଗୁରୁଦିବସ ଦିନ ଭୁବନେଶ୍ଵରର ଓ.ୟୁ.ଏ.ଟି. ଠାରେ ପୁରସ୍କାର ଗ୍ରହଣ କରିବା ସମୟରେ ଉଠାଯାଇଛି । ଦକ୍ଷିଣପାର୍ଶ୍ଵ ଫଟୋଟି ୩ ଡିସେମ୍ବର ୨୦୧୯ ରେ ଦାରିଙ୍ଗବାଡ଼ିର ସ୍ବେଚ୍ଛାସେବୀ ଅନୁଷ୍ଠାନ "ଜାଗୃତି" ଠାରେ ତାଙ୍କର ଏକ ଗପ ବହି "ଅଭିନବ ସୃଷ୍ଟି: ଏକ ଗପ ଗଣ୍ଠିଲିର" ଉନ୍ମୋଚନ ହେବା ସମୟରେ ଉଠାଯାଇଛି ।
ଫଟୋ କ୍ରେଡିଟ୍ : କବିସୌରଭ କୈଳାଶଚନ୍ଦ୍ର ବେହେରା



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ

      Delete
  2. Pilank pain bahut hni Bhala achi

    ReplyDelete
    Replies
    1. ମତାମତ ପାଇଁ ଆନ୍ତରିକ ଧନ୍ୟବାଦ

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ