Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବୃଦ୍ଧାଶ୍ରମ୍ ସମ୍ବଲପୁରୀ କବିତା - Bruddhashram Sambalpuri Kabita Lyrics


ଗୀତ : ବୃଦ୍ଧାଶ୍ରମ୍
ଭାଷା : ସମ୍ବଲପୁରୀ
ଗୀତିକାର : କରୁଣାକର ଛତର
ମସିହା : ୨୦୧୯


ବାପା:
କେଡ଼େ ଲାଡ଼େଗେଲେ ପୁଷଲୁଁ ବାବୁରେ
ଛୁଆ ଟେ ନୁ କଲୁଁ ବଡ଼୍
ଆଏଜ୍ ଆମେ ହେଲୁଁ ଫିକଲା ସାଜୋ
ଘାଏକେ କଲୁ ରେ ପର୍ ॥୧॥

ମାଆ:
ଦଶ୍ ମାସ୍ ତତେ ଗର୍ଭେ ଧରି ରେ
ଜନମ୍ କଲି ଧନ ମୋର୍
ଇ ଦିନ୍ ତୋର୍ ବୁଆ କେ ଆଉ ମତେ
ଦେଖାବାର୍ ଥିଲା ତୋର୍ ॥୨॥

ବାପା:
ଇ ଖନେ ତତେ ବସେଇ ବାବୁରେ
ଯାତରା ଦେଖାଲି କେତେ
ଜୀବନର୍ ଶେଷ୍ ଯାତରା ବେଲକେ
ଘରୁ ଖେଦିନେଲୁ ମତେ ॥୩॥

ମାଆ:
କାନିପନତ୍ ମୋର୍ ସାକ୍ଷୀ ରେ ପୁଓ
ଇଥି ପୁଛୁଥିଲୁ ମୁହୁଁ
ଇ କାନିପନତ୍ ଖୁଜବା ତତେ ରେ
ହେଲେ ସେ ପାଏବା କାହୁଁ ॥୪॥

ବାପା:
କେତେ ଖେଲୁଥିଲୁ ଖେଲନା ଗା ବାବୁ
ଖେଲ୍ ଦେଖାଲୁ ଗା ଆଏଜ୍
କାହାକେ କହେସି ମୋର୍ ପୁଓ ବଲି
ମତେ ତ ଲାଗୁଛେ ଲାଏଜ୍ ॥୫॥

ମାଆ:
ପାଇ କରି କରି ଜନ୍ କେ ଦେଖେଇ
ଦାଏଲ୍ ଭାତ୍ ସାନି ସାନି
ଖୁଏଇଥିଲି ରେ ସୁନା ଧନ ମୋର୍
ଶୁଇଥିଲୁ ଗୀତ୍ ଶୁନି ॥୬॥

ବାପା:
ଜର୍ ଆନୁଥିଲେ ମୁଡ୍ ଆଡେ ବସି
ତୋର୍ ମାଆ ଆଉ ମୁଇଁ
ରାଏତ୍ ସାରା ଚେତି ମୁଡ୍ ତୋର୍ ଟାମଡ଼ି
ଶୁଇଯାଉଥିଲୁଁ ଭୁଇଁ ॥୭॥

ମାଆ:
ନାଇ ମାଗି ତତେ ତୋର୍ ଘରେ ପୁଓ
ସୁନାରୁପା ମୋତି ହୀରା
ମଲା କାଲ୍ କେ ଥିପେ ତୁରେନ୍ ସାଙ୍ଗେ
ଦେଇଥିତୁ ଭାତ୍ ଦିରା ॥୮॥

ବାପା:
ଦେଖ୍‌ ବେଟା ତୁଇ ତର୍କି ଥାଆରେ
ନାଇ ଆସୁ ଏନ୍ତା ଦିନ୍
ନାଇ କରୁ କେଭେ ଉପର ବାଲା
ଆମର୍ ବାଗିର୍ ତତେ ହୀନ୍ ॥୯॥

ମାଆ:
ଚକ୍ ଖଡି ଧରି ପହେଲା କରି
ଶିଖାଲି ରେ ଅ ଆ
କେତେ ପଢିନେଲୁ ଜ୍ଞାନ୍ ପାଇ ଗଲୁ
ମତେ ତୁଇ କହେଲୁ ଯା ॥୧୦॥

ବାପା:
ଶେଷେଁ ତତେ ଖାଲି ଏତ୍କି ଗୁହାରୀ
ନାଇ ଆଏବୁ କେଭେ ଦେଖି
ଆମର୍ ଭାଗ୍ୟ ତ ବୃଦ୍ଧାଶ୍ରମ୍ ଥି
ଦେଲୁରେ ପୁଓ ଲେଖି
ତୁଇ
ଦେଲୁରେ ପୁଓ ଲେଖି ॥୧୧॥


ଶବ୍ଦାର୍ଥ
ଲାଡ଼େଗେଲେ= ସ୍ନେହରେ, ପୁଷଲୁଁ= ପୋଷିଲୁ, ଆଏଜ୍= ଆଜି, ଫିକଲା= ଫିକା, ସାଜୋ= ଜିନିଷ, ଦ୍ରବ୍ୟ, ଘାଏକେ= ତତ୍‌କ୍ଷଣାତ୍, ଠିକ୍ ସେଇ ମୁହୂର୍ତ୍ତରେ, ବୁଆ= ବାପା, ଖନେ= କାଖରେ, କାନିପନତ୍= କାନି ପଣତ, ଇଥି= ଏଥିରେ, ଖୁଜବା= ଖୋଜିବ, ଖେଲନା ଗା= ଖେଳଣା ସବୁ, କହେସି= କହିଲେ, ଦାଏଲ୍= ଡାଲି, ସାନି ସାନି= ମିଶେଇ, ଆନୁଥିଲେ= ଆସୁଥିଲେ, ରାଏତ୍= ରାତି, ଚେତି= ଚାହିଁ ରହି, ଟାମଡ଼ି= ଜାବୁଡ଼ି ଧରି, ଥିପେ= ଟିକିଏ, ତୁରେନ୍= ତୋରାଣି, ତର୍କି= ସତର୍କ ହୋଇ, ବାଗିର୍= ଭଳି, ପହେଲା= ପ୍ରଥମ କରି, ଶିଖାଲି= ଶିଖାଇଲି, କହେଲୁ= କହିଲୁ, ଶେଷେଁ= ଶେଷରେ, ଆଏବୁ= ଆସିବୁ, କେଭେ= କେତେବେଳେ, ବୃଦ୍ଧାଶ୍ରମ୍ ଥି= ବୃଦ୍ଧାଶ୍ରମ ରେ


ଫଟୋ : ଶ୍ରୀ କରୁଣାକର ଛତର ପତ୍ନୀ ଙ୍କ ସହିତ ଦୂର୍ଗା ମନ୍ଦିରରେ, ଅତ୍ତାବିରା, ବରଗଡ଼, ଓଡ଼ିଶା, ୨୦୧୯
ଫଟୋ କ୍ରେଡି
ଟ୍ : ଶ୍ରୀ କରୁଣାକର ଛତର


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
 

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ