ରୂପ ହୋଇଥିବ ଲାବଣ୍ୟବତୀ - Rupa Hoithiba Labanyabati Lyrics
ଫିଲ୍ମଗୀତ : ରୂପ ହୋଇଥିବ ଲାବଣ୍ୟବତୀ
ଭାଷା : ଓଡ଼ିଆ
ଚଳଚିତ୍ର : ପୂଜାଫୁଲ
କଣ୍ଠ : ଚିତ୍ତ ଜେନା
ଗୀତିକାର : ପ୍ରଫୁଲ୍ଲ କର
ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ମସିହା : ୧୯୮୫
ରୂପ ହୋଇଥିବ ଲାବଣ୍ୟବତୀ
ଗୁଣରେ ଲାଜୁକୀ ମଉନାବତୀ
ଏମିତି ଯଦି ମିଳିବ ସାଥୀ
ମଧୁ ବରସିବ ରାତି ରାତି
ରୂପ ହୋଇଥିବ ଲାବଣ୍ୟବତୀ
ଗୁଣରେ ଲାଜୁକୀ ମଉନାବତୀ
ଏମିତି ଯଦି ମିଳିବ ସାଥୀ
ମଧୁ ବରସିବ ରାତି ରାତି
ରୂପ ହୋଇଥିବ ଲାବଣ୍ୟବତୀ ॥
ରଚିବି ଏକ ଛୋଟଘର
ସପନ ଛୁଆଁ ଦେଇ
ଆକାଶ ହେବ ଅଗଣା ମୋର
ତାରାଫୁଲରେ ଛାଇ
ଜୋଛନା ତହିଁ ଝରୁଥିବ
ପ୍ରିତି ପୀୟୂଷ ହୋଇ
ମଳୟ ନିତି ବହୁଥିବ
ପ୍ରିୟା ପଣତ ଛୁଇଁ
କେତେ ଯେ ଜହ୍ନରାତି
କେତେ ଯେ ଜହ୍ନରାତି
ବାହୁରେ ମୋ ଝୁଲୁଥିବ
ଫୁଲଝୁଲଣାରେ ଫୁଲମୋତି
ରୂପ ହୋଇଥିବ ଲାବଣ୍ୟବତୀ ॥୧॥
ଫଗୁଣ ସାଜିଦେବ ମୋର
ପ୍ରିୟାକୁ ରଙ୍ଗେ ଭରି
କୋଇଲି ତାକୁ ଆଣିବ ଡାକି
ପାଶେ ମୋ ଥିରି ଥିରି
ପିନ୍ଧାଇଦେବି ହାତେ ତାର
ସୁହାଗ ଶଙ୍ଖା ଚୁଡ଼ି
ସେ ଚୁଡ଼ି ସାଥେ ବାନ୍ଧିଦେବି
ମୋ ଜୀବନ ଡୋରି
ଲାଜେ ସେ ମଥା ପୋତି
ଲାଜେ ସେ ମଥା ପୋତି
ଚୁପି ଚୁପି ହସୁଥିବ
ଝରିପଡ଼ୁଥିବ ହୀରା ମୋତି
ରୂପ ହୋଇଥିବ ଲାବଣ୍ୟବତୀ
ଗୁଣରେ ଲାଜୁକି ମଉନାବତୀ
ଏମିତି ଯଦି ମିଳିବ ସାଥୀ
ମଧୁ ବରସିବ ରାତି ରାତି
ରୂପ ହୋଇଥିବ ଲାବଣ୍ୟବତୀ ॥୨॥
== English ==
Movie Song : Rupa Hoithiba Labanyabati
Language : Odia
Movie : Pujaphula
Singer : Chitta Jena
Lyrics : Praphulla Kara
Music Director : Praphulla Kara
Year : 1985
Rupa hoithiba labanyabati
Gunare lajuki maunabati
Emiti jadi miliba sathi
Madhu barasiba rati rati
Rupa hoithiba labanyabati
Gunare lajuki maunabati
Emiti jadi miliba sathi
Madhu barasiba rati rati
Rupa hoithiba labanyabati ॥
Rachibi eka chhotaghara
Sapana chhuan dei
Aakasha heba agana mora
Taraphulare chhai
Jochhana tahin jharuthiba
Priti piyusa hoi
Malaya niti bahuthiba
Priya panata chhuin
Kete je janharati
Kete je janharati
Bahure mo jhuluthiba
Phulajhulanare phulamoti
Rupa hoithiba labanyabati ॥1॥
Phaguna sajideba mora
Priyaku range bhari
Koili taku aniba daki
Pashe mo thiri thiri
Pindhaidebi hate tara
Suhaga shankha chudi
Se chudi sathe bandhidebi
Mo jibana dori
Laje se matha poti
Laje se matha poti
Chupi chupi hasuthiba
Jharipaduthiba hira moti
Rupa hoithiba labanyabati
Gunare lajuki maunabati
Emiti jadi miliba sathi
Madhu barasiba rati rati
Rupa hoithiba labanyabati ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...