Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ପୁଣ୍ୟର ନଦୀ ତୀରେ ପାପର ତରୁ ଡାଳେ - Punyara Nadi Tire Papara Taru Dale Lyrics

== ଓଡ଼ିଆ==

ଗୀତ : ପୁଣ୍ୟର ନଦୀ ତୀରେ
ଭାଷା : ଓଡ଼ିଆ
ଆଲବମ : ଯାଯାବର 
କଣ୍ଠ : ଅକ୍ଷୟ ମହାନ୍ତି
ଗୀତିକାର : ଶିବବ୍ରତ ଦାସ
ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି
ମସିହା : ୧୯୮୩



ଆ ଆ.. ଆ ଆ.. ଆ ଆ ଆ ଆ ଆ
ଆ ଆ ଆ ଆ.. ଆ ଆ ଆ
ପୁଣ୍ୟର ନଦୀତୀରେ ପାପର ତରୁ ଡାଳେ
ବସା ବାନ୍ଧିରହେ ପକ୍ଷୀଟିଏ ତୁମେ
ଜାଣିଛ କି ତାର ନାମ
କିଏ କହେ ତାକୁ ଛଳନା ପୁଣି
କିଏ କହେ ତାକୁ ପ୍ରେମ
ପୁଣ୍ୟର ନଦୀ ତୀରେ ॥


ନଦୀରେ ନିତି ସେ ଦେହ ଧୁଏ ହେଲେ
ନଦୀଜଳ ଛୁଏଁ ନାହିଁ
ତରୁ ଡାଳେ ବସି ଗୀତ ଗାଏ ହେଲେ
ତରୁ ଫଳ ଖାଏନାହିଁ
ସ୍ଵପ୍ନର ଗ୍ରାମ ଶେଷେ ସତ୍ୟର ମଶାଣିରେ
ଅନାମିକା ଏକ ଇତିହାସ ତାର
ଆରମ୍ଭ ହିଁ ଅନ୍ତିମ
କିଏ କହେ ତାକୁ ଛଳନା ପୁଣି 
କିଏ କହେ ତାକୁ ପ୍ରେମ
ପୁଣ୍ୟର ନଦୀ ତୀରେ ॥୧॥ 


ଅଖୋଜା ଅଲୋଡ଼ା ଚିରଦିନ ହେଲେ  
ଅତିଥି ସେ ସବୁ ଘରେ
ନିଆଁରେ ଖେଳେ ସେ ନିଆଁରେ ପହଁରେ
ଦିହ ତା ଜଳେନା ତିଳେ
ସ୍ଵର୍ଗର ସରସୀରେ ନର୍କର ଶତଦଳେ
ଅବୁଝା ଅଳିର ସନ୍ଧ୍ୟାବେଳାରେ
ବସିବାର ପରିଣାମ
କିଏ କହେ ତାକୁ ଛଳନା ପୁଣି 
କିଏ କହେ ତାକୁ ପ୍ରେମ
ପୁଣ୍ୟର ନଦୀ ତୀରେ ॥୨॥ 


YouTube ରେ ପୁଣ୍ୟର ନଦୀ ତୀରେ ପାପର ତରୁ ଡାଳେ



== English ==

Song : Punyara Nadi Tire 
Language : Odia
Album : Jajabara
Singer : Akshay Mohanty
Lyrics : Shibabrata Das
Music Director : Akshay Mohanty
Year : 1983



Aa aa.. Aa aa.. aa aa aa aa aa
Aa aa aa aa.. Aa aa aa
Punyara naditire papara taru dale
Basa bandhirahe pakhitie tume
Janichha ki tara nama
Kie kahe taku chhalana puni
Kie kahe taku prema
Punyara nadi tire ॥


 Nadire niti se deha dhue hele
Nadijala chhuen nahin
Taru dale basi gita gae hele
Taru phala khaenahin
Swapnara grama shese satyara mashanire
Anamika eka itihasa tara
Aarambha hin antima
Kie kahe taku chhalana puni
Kie kahe taku prema
Punyara nadi tire ॥1॥ 


Akhoja aloda chiradina hele
Atithi se sabu ghare
Nianre khele se nianre pahanre
Diha ta jalena tile
Swargara sarasire narkara shatadale
Abujha alira sandhyabelare
Basibara parinama
Kie kahe taku chhalana puni
Kie kahe taku prema
Punyara nadi tire ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ