Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୁ ପରା ବୋଲାଉ ଉତ୍କଳ ସନ୍ତାନ - Tu Para Bolau Utkala Santana Lyrics

== ଓଡ଼ିଆ ==

ଗୀତ : ତୁ ପରା ବୋଲାଉ ଉତ୍କଳ ସନ୍ତାନ
ଭାଷା : ଓଡ଼ିଆ
ଗୀତିକାର : ଉତ୍କଳ ଗୌରବ ମଧୁସୂଦନ ଦାସ (୧୮୪୮-୧୯୩୪)
କଣ୍ଠ : ବସନ୍ତ ପାତ୍ର


ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ତୁହି ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ ? ॥୧॥

ତୋ ପୂର୍ବପୁରୁଷ ଜୟ କରିଥିଲେ
ଗଙ୍ଗା ଠାରୁ ଗୋଦାବରୀ
ତାଙ୍କର ଔରସୁ ଜନ୍ମହୋଇ ତୁହି
କେଉଁ ଗୁଣେ ତାଙ୍କୁ ସରି ? ॥୨॥

ତୁ ମନେ ଭାବିଛୁ ତୋଷାମଦ କରି
ବଢ଼ାଇବୁ ଜାତିମାନ
ତୋଷାମଦିଆର କୁକୁର ପ୍ରକୃତି
ଅଇଁଠା ପତରେ ଧ୍ୟାନ ॥୩॥

ତୋଷାମଦକାରୀ କ୍ଷିପ୍ର ଶ୍ୱାନ ପରି
ସହଜେ ଚିହ୍ନା ନ ଯାଏ
ଭୃତ୍ୟଭାବ ଧରି ଗୋଡ଼ ଚାଟୁ ଚାଟୁ
ବିଷ ଲେପି ଦେଇଥାଏ ॥୪॥

ତୋଷାମଦ ଅଟେ ଅନ୍ଧାର ଗୋହିରି
ସ୍ୱାର୍ଥ ତହିଁ ଲୁଚି ବସେ
ସରଳ ପଥିକ ବାଟରେ ଭେଟିଲେ
ଅଜ୍ଞାତରେ ତାକୁ ନାଶେ ॥୫॥

ଜାତିର ଉନ୍ନତି ହେବ କିରେ ଭାଇ
ସ୍ୱାର୍ଥକୁ ଜଗତ ମଣି ?
ଗୋଦର ଗୋଡରେ ମାଉଁସ ଲାଗିଲେ
ଦେହର କି ଶୁଭ ଗଣି ?॥୬॥

ଜାତିର ଉନ୍ନତି ସେ କାହୁଁ କରିବ
ସ୍ୱାର୍ଥେ ଯାର ବ୍ୟସ୍ତ ମନ
ଶାଗୁଣା ବିଲୁଆ ଚିକିତ୍ସକ ହେଲେ
ଶବ କି ପାଇବ ପ୍ରାଣ ? ॥୭॥

ଜାତି ନନ୍ଦିଘୋଷ ଚଳିବ କି ଭାଇ
ସ୍ୱାର୍ଥକୁ ସାରଥି କଲେ
ଟାଣେ କିରେ ଗାଡ଼ି ଦାନାର ତୋବଡ଼ା
ଘୋଡ଼ା ମୁହେଁ ବନ୍ଧା ଥିଲେ ? ॥୮॥

ସ୍ୱାର୍ଥର ବନିତା ଅଟେ ତୋଷାମଦ
ଭୟ ମିଥ୍ୟା ତାଙ୍କ ପୁତ୍ର
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର ॥୯॥

ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ମହିମା
ପଡ଼ିବ କି କେବେ ମନେ ? ॥୧୦॥

ତୋହରି ଜନନୀ ବୀର ପ୍ରସବିନୀ
ଧୂଳିରେ ପଡ଼ିଛି ଦେଖ
ଜନ-ସମାଜରେ ଏ ମହୀ ମଧ୍ୟରେ
କିପରି ଦେଖାଉ ମୁଖ ? ॥୧୧॥

ତୋ ପୂର୍ବ ପୁରୁଷ ସ୍ୱର୍ଗଧାମେ ଥାଇ
ଭୋଗୁଛନ୍ତି ମନସ୍ତାପ
ତାଙ୍କରି ଜୀବନ କରି ବିସ୍ମରଣ
କରୁଛୁ ତୁ ମହାପାପ ॥୧୨॥


YouTube ରେ ତୁ ପରା ବୋଲାଉ ଉତ୍କଳ ସନ୍ତାନ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. This odia kabita which in class

    ReplyDelete
    Replies
    1. ଏଇ କବିତା ଟି ସ୍କୁଲ ସମୟର ନୁହଁ । କଲେଜ ପିଲା ଙ୍କ ପାଇଁ । +୨ ରେ

      Delete
    2. ଆମର ନବମ ଶ୍ରେଣୀରେ ପଢ଼ା ହଉଥିଲା.

      Delete
    3. ସ୍ନେହାଶିଷ, ମତାମତ ପାଇଁ ଅଶେଷ ଧନ୍ୟବାଦ !

      - "ଦି ସ୍ମରଣିକା" ଟିମ୍

      Delete
  2. This odia kabita was in which class soon

    ReplyDelete
    Replies
    1. କଲେଜ ପିଲା ଙ୍କ ପାଇଁ +୨ ବା 12th std.

      Delete
    2. 2005, ନବମ ଶ୍ରେଣୀ ରେ ଥିଲା

      Delete
  3. It should be repeatedly circulated among the odias. Now the odias have lost their past glory.

    ReplyDelete
    Replies
    1. ପଞ୍ଚାନନ ବାବୁ,

      ଠିକ୍ କହିଛନ୍ତି । ଆମେ ଓଡ଼ିଆ ବୋଲି ଆମର ସ୍ଵାଭିମାନ ରହିବା ଉଚିତ । ଅଧିକରୁ ଅଧିକ ଓଡ଼ିଆଙ୍କ ପାଖରେ ଏ ଲେଖା ପହଞ୍ଚୁ । ଏହା ଆମର ଆଶା । ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।

      - "ଦି ସ୍ମରଣିକା" ଟିମ୍

      Delete
    2. ଏବେ ଓଡ଼ିଆ ଅସ୍ମିତା ର ଚର୍ଚ୍ଚା ଚାଲିଅଛି, ନେତା ଜନତା ଏବଂ ପତ୍ରକାର ସମସ୍ତେ ଏହାକୁ ନେଇ ଆଲୋଚନା କରୁଛନ୍ତି। ସତରେ ଓଡ଼ିଆ ଅସ୍ମିତା ଆଜି ବିପଦ ରେ କିନ୍ତୁ ପିଲାଦିନେ ପଢିଥିବା ମଧୁବାବୁ ଙ୍କ ଏହି କବିତାଟି ପଢି ମୋ ମନ ରେ ଆମ ମାତୃଭାଷା ପାଇଁ ପୁଣିଥରେ ଶ୍ରଦ୍ଧା ଜାଗ୍ରତ ହୋଇଛି। ମଧୁବାବୁ ଙ୍କ ଲେଖା ଆଜି ବି ଆମକୁ ପ୍ରେରଣା ପ୍ରଦାନ କରୁଛି। ବନ୍ଦେ ଉତ୍କଳ ଜନନୀ 🙏

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ