Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦେଖି ନବ କାଳିକା ବକାଳିକା ମାଳିକା - Dekhi Naba Kalika Bakalika Malika Lyrics

== ଓଡ଼ିଆ ==

ଗୀତ : ଦେଖି ନବ କାଳିକା ବକାଳିକା ମାଳିକା
ଭାଷା : ଓଡ଼ିଆ
ପୋଥି / ପୁସ୍ତକ : ଲାବଣ୍ୟବତୀ
କଣ୍ଠ : ଶ୍ୟାମାମଣି ପଟ୍ଟନାୟକ
ଗୀତିକାର : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ



ଦେଖି ନବ କାଳିକା ବକାଳିକା ମାଳିକା
ଆଳି କାଳିକା କାନ୍ତ ସ୍ମରି
ରକ୍ଷା କେମନ୍ତେ କରି କରିବା ମତ୍ତକରୀ
ଗତିକି ଏମନ୍ତ ବିଚାରି ସେ ସହଚରି
ଭାବେ ବଞ୍ଚିଲେ ଏ କାଳକୁ
କଥା ଥିବ କାଳ କାଳକୁ
ଏକେତ କ୍ଷୀଣ ଦିନ ହେଲା ଦୁର୍ଦ୍ଦିନ ଦିନ
ନ ଲଭୁ ବଲ୍ଲଭମେଳକୁ ରେ ସହଚରି ॥୧॥

ହିତ ଆନ ମାନଙ୍କୁ ଶତ କାମିଜନଙ୍କୁ
ଅହି ପରା ଅହିତ ଏହି
ହତ କୃଶାନୁ ସାନୁ ମାନରୁ ଭାନୁ ଭାନୁ
ତାପରୁ ନିସ୍ତାରିଲା ମହୀ ରେ ସହଚରି
ବିରହାନଳ ହୃଦସ୍ଥଳେ
ଜଳେ ସେ ହତ ନୋହେ ଜଳେ
କରୁଛି ଜାତ ଜାତ ବେଦକୁ ସତ ସତ
ହୃଦା-ଛଳରେ ଘନ କୋଳେ ରେ ସହଚରି ॥୨॥

ଯେଉଁ ସୁନ୍ଦରୀ ଦରୀ ଭୂତରୁ ଗଣ୍ଡ ଧରି
ଧରିତ୍ରୀ ଶୟନ କରିଛି
କଣ୍ଠେ ଜୀବନ ବନ ପୂର୍ଣ୍ଣ ନୟନ ଘନ
ଘନ ନିଶ୍ଵାସକୁ ଛାଡ଼ୁଛି ରେ ସହଚରି
ପକାଇ ଆପଣା ଅଙ୍କର
ଲୋଡ଼ିଲେ ନ ଲଗାଇ କର
ଯେହୁ ଏଡ଼େ ଦୁର୍ବଳ ଝଞ୍ଜାନିଳ ପ୍ରବଳ
ଉଡ଼ିଯାଇଟି ଯତ୍ନ କର ରେ ସହଚରି ॥୩॥

କରି ପିକକୁ ମୁକ ମକମକ ଶାମୁକ
କାମୁକ ଚମକକୁ ନିତ୍ୟେ
ରାମା ହେବାକୁ ଶିବା ଶିବା ତଳକୁ ଶିବା
ଶିବାଙ୍କୁ ମନାଇବା ପ୍ରତେ ରେ ସହଚରି
ତୋସି ଖଣ୍ଡ ପରଶୁ ଘର
ନୀତି ଲେପାଅ ସୁଧାପୁର
ଧନକୁ ଉପଚାର ମନକୁ କିବିଚାର
ପେଶକୁ ଚାର ନପଚାର ରେ ସହଚରି ॥୪॥


YouTube ରେ ଦେଖି ନବ କାଳିକା ବକାଳିକା ମାଳିକା



== English ==

Song : Dekhi Naba Kalika Bakalika Malika
Language : Odia
Scripture / Book : Labanyabati
Singer : Shyamamani Pattnaik
Lyricist : Kabi Samrat Upendra Bhanja
Music Direction : Traditional
Label : JE Cassette Company



Dekhi naba kalika bakalika malika
Aali kalika kanta smari
Rakhya kemante kari kariba mattakari
Gatiki emanta bichari se sahachari
Bhabe banchile e kalaku
Katha thiba kala kalaku
Eketa khina dina hela durddina dina
Na labhu ballabhamelaku re sahachari ॥1॥

Hita ana mananku shata kamijananku
Ahi para ahita ehi
Hata krushanu sanu manaru bhanu bhanu
Taparu nistarila mahire sahachari
Birahanala hrudasthale
Jala se hata nohe jale
Karuchhi jata jata bedaku sata sata
Hruda-chhalare ghana kole re sahachari  ॥2॥

Jeun sundari dari bhutaru ganda dhari
Dharitri shayana karichhi
Kanthe jibana bana purnna nayana ghana
Ghana nishwasaku chhaduchhi re sahachari
Pakai apana ankara
Lodile na lagai kara
Jehu ede durbala jhanjanila prabala
Udijaiti jatna kara re sahachari ॥3॥

Kari pikaku muka makamaka shamuka
Kamuka chamakaku nitye
Rama hebaku shiba shiba talaku shiba
Shibanku manaiba prate re sahachari
Tosi khanda parashu ghara
Niti lepaa sudhapura
Dhanaku upachara manaku kibichara
Peshaku chara napachara re sahachari ॥4॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ