Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଯେଉଁ ହାତ କରୁଥାଏ ପାପ - Jeun Hata Karuthae Papa Lyrics

== ଓଡ଼ିଆ ==

ଗୀତ : ଯେଉଁ ହାତ କରୁଥାଏ ପାପ
ଭାଷା : ଓଡ଼ିଆ
କଣ୍ଠ : ସୁବାସ ଦାସ 
ଗୀତିକାର : ଅରୁଣ ମନ୍ତ୍ରୀ
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର



ଯେଉଁ ହାତ କରୁଥାଏ ପାପ
ସେଇ ହାତ ଜାଳୁଥାଏ ଦୀପ
ଯେଉଁ ତୁଣ୍ଡ କହେନାହିଁ ସତ
ସେଇ ତୁଣ୍ଡ ଗାଏ ଭାଗବତ
ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ
ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ
ମିଛ ଏ ଜଗତ ହେ ଜଗନ୍ନାଥ
ଯେଉଁ ହାତ କରୁଥାଏ ପାପ
ସେଇ ହାତ ଜାଳୁଥାଏ ଦୀପ
ସେଇ ହାତ ଜାଳୁଥାଏ ଦୀପ ॥

   
ରାତି ପରେ ତୁମେ ରଖିଛ ଦିନ ହେ
ପାପ ପରେ ତୁମେ ରଖିଛ ପୁଣ୍ୟ
ଧନ୍ୟ ପ୍ରଭୁ ତୁମ ମହିମା ଧନ୍ୟ ହେ
କେଉଁଠି ଶହେ କୁ କେଉଁଠି ଶୁନ୍ୟ 
କେଉଁଠି ଶହେ କୁ କେଉଁଠି ଶୁନ୍ୟ
ଯେଉଁ ଆଖି ଦେଖଇ ଖରାପ
ସେଇ ଆଖି ଦେଖେ କଳାରୂପ
ଯେଉଁ ଆଖି ଦେଖଇ ଖରାପ
ସେଇ ଆଖି ଦେଖେ କଳାରୂପ
ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ
ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ
ମିଛ ଏ ଜଗତ ହେ ଜଗନ୍ନାଥ
ଯେଉଁ ହାତ କରୁଥାଏ ପାପ
ସେଇ ହାତ ଜାଳୁଥାଏ ଦୀପ
ସେଇ ହାତ ଜାଳୁଥାଏ ଦୀପ ॥୧॥
     

ପ୍ରାଣଡଙ୍ଗା କରି ଉପର ତଳ ହେ
ଅଥଳ ସାଗରେ ଦେଖାଅ କୂଳ
କରମକୁ ଘେନି ଦଉଛ ଫଳ ହେ  
କିଏବା ବୁଝିବ ତୁମରି ଖେଳ
କିଏବା ବୁଝିବ ତୁମରି ଖେଳ
ଯେଉଁ ପାଦ ଭୁଲିଯାଏ ପଥ
ସେଇ ପାଦ ଯାଏ ଶିରିକ୍ଷେତ୍ର
ଯେଉଁ ପାଦ ଭୁଲିଯାଏ ପଥ
ସେଇ ପାଦ ଯାଏ ଶିରିକ୍ଷେତ୍ର
ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ
ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ
ମିଛ ଏ ଜଗତ ହେ ଜଗନ୍ନାଥ
ଯେଉଁ ହାତ କରୁଥାଏ ପାପ
ସେଇ ହାତ ଜାଳୁଥାଏ ଦୀପ

ଯେଉଁ ତୁଣ୍ଡ କହେ ନାହିଁ ସତ
ସେଇ ତୁଣ୍ଡ ଗାଏ ଭାଗବତ
ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ
ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ
ମିଛ ଏ ଜଗତ ହେ ଜଗନ୍ନାଥ
ଯେଉଁ ହାତ କରୁଥାଏ ପାପ
ସେଇ ହାତ ଜାଳୁଥାଏ ଦୀପ
ଯେଉଁ ହାତ କରୁଥାଏ ପାପ
ସେଇ ହାତ ଜାଳୁଥାଏ ଦୀପ ॥୨॥


YouTube ରେ ଯେଉଁ ହାତ କରୁଥାଏ ପାପ



== English ==

Song : Jeun Hata Karuthae Papa
Language : Odia
Singer : Subash Das
Lyricist : Arun Mantri
Music Director : Malaya Mishra



Jeun hata karuthae papa
Sei hata jaluthae dipa
Jeun tunda kahenahin sata
Sei tunda gae bhagabata
Tuma chhada nahin kahaku bishwasa
Tuma chhada nahin kahaku bishwasa
Michha e jagata he Jagannatha
Jeun hata karuthae papa
Sei hata jaluthae dipa
Sei hata jaluthae dipa ॥


Rati pare tume rakhichha dina he
Papa pare tume rakhichha punya
Dhanya prabhu tuma mahima dhanya he
Keunthi shahe ku keunthi shunya
Keunthi shahe ku keunthi shunya
Jeun akhi dekhai kharapa
Sei akhi dekhe kalarupa
Jeun akhi dekhai kharapa
Sei akhi dekhe kalarupa
Tuma chhada nahin kahaku bishwasa
Tuma chhada nahin kahaku bishwasa
Michha e jagata he Jagannatha
Jeun hata karuthae papa
Sei hata jaluthae dipa
Sei hata jaluthae dipa ॥1॥


Pranadanga kari upara tala he
Athala sagare dekhaa kula
Karamaku gheni dauchha phala he
Kieba bujhiba tumari khela
Kieba bujhiba tumari khela
Jeun pada bhulijae patha
Sei pada jae shirikhetra
Jeun pada bhulijae patha
Sei pada jae shirikhetra
Tuma chhada nahin kahaku bishwasa
Tuma chhada nahin kahaku bishwasa
Michha e jagata he Jagannatha
Jeun hata karuthae papa
Sei hata jaluthae dipa

Jeun tunda kahe nahin sata
Sei tunda gae bhagabata
Tuma chhada nahin kahaku bishwasa
Tuma chhada nahin kahaku bishwasa
Michha e jagata he Jagannatha
Jeun hata karuthae papa
Sei hata jaluthae dipa
Jeun hata karuthae papa
Sei hata jaluthae dipa ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ମଧରୁ ସଙ୍ଗୀତ

    ReplyDelete
    Replies
    1. ପାଠକଙ୍କ ଏହିଭଳି ମଧୁର ମନ୍ତବ୍ୟ ଆମ ପାଇଁ ପ୍ରେରଣାର ଉତ୍ସ । ଆପଣଙ୍କୁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  2. Such a marvelous song. Each word heart touching

    ReplyDelete
    Replies
    1. ମତାମତ ପାଇଁ ଆନ୍ତରିକ ସାଧୁବାଦ ଜଣାଉଛୁ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ