ଥକାମନ ଚାଲ ଯିବା ଚକାନୟନ ଦେଖିବା - Thakamana chala jiba Chakanayana dekhiba Lyrics
ଭାଷା: ଓଡ଼ିଆ
କଣ୍ଠ: ଭିକାରି ବଳ
ଗୀତିକାର: ସାରିଆ ଭିକ
ସଂଗୀତ ନିର୍ଦ୍ଦେଶକ: ବାଳକୃଷ୍ଣ ଦାସ
ଆଲବମ: ଆହେ ନିଳଶଇଳ
ମସିହା: ୧୯୭୬
== ଓଡ଼ିଆ ==
ଥକାମନ ଚାଲ ଯିବା ଚକାନୟନ ଦେଖିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା
ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା ॥
ବାଟରେ ବାଟ ମଙ୍ଗଳା ଦେଖିବା ଅଠରନଳା
ପାଞ୍ଚ ମନ ଏକ ମେଳା ନରେନ୍ଦ୍ର ସ୍ନାନ କରିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା ॥୧॥
ପହଞ୍ଚିବା ବଡ଼ଦାଣ୍ଡେ ସେ ରେଣୁ ପାଇବା ତୁଣ୍ଡେ
ଛତା ତଳେ ରହି ଦଣ୍ଡେ ସାଧୁଙ୍କ ସେବା କରିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା ॥୨॥
ସିଂହଦ୍ଵାରେ ଭିଡ଼ାଭିଡ଼ି ବାଜୁଅଛି ବେତ ବାଡ଼ି
ଠେଲି ଦେଇ ଯିବା ମାଡ଼ି ଧକା ବାଜିଲେ ସହିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା ॥୩॥
ବାଇଶି ପାବଛେ ବିକା ହେଉଛି କୈବଲ୍ୟ ଚଖା
ହାଣ୍ଡିକ ପଡ଼େ ସିଉକା ମନ ରଙ୍କା ଛଡ଼ାଇବା
ଥକାମନ ଚାଲ ଯିବା ଚକାନୟନ ଦେଖିବା ॥୪॥
ଗରୁଡ଼ ପଛରେ ଦେଖ ଦିଶୁଛି କଳା ଶ୍ରୀମୁଖ
ଗରୁଡ଼ ପଛରେ ଦେଖ ଦିଶୁଛି କଳା ଶ୍ରୀମୁଖ
କହଇ ସାରିଆ ଭିକ ବଳରାମକୁ କହିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା ॥୫॥
ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା
ଥକାମନ ଚାଲ ଯିବା ଚକାନୟନ ଦେଖିବା (୨) ॥
YouTube ରେ ଥକାମନ ଚାଲ ଯିବା ଚକାନୟନ ଦେଖିବା
== English ==
Thakamana chala jiba chakanayana dekhiba
Thakamana chala jiba chakanayana dekhiba
Shankhanabhi mandalare beni netra pakhaliba
Thakamana chala jiba chakanayana dekhiba ॥
Batare bata mangala dekhiba atharanala
Pancha mana eka mela narendra snana kariba
Thakamana chala jiba chaka nayana dekhiba ॥1॥
Pahanchiba badadande se renu paiba tunde
Chhata tale rahi dande sadhunka seba kariba
Thakamana chala jiba chakanayana dekhiba ॥2॥
Singhadware bhidabhidi bajuachhi beta badi
Theli dei jiba madi dhaka bajile sahiba
Thakamana chala jiba chakanayana dekhiba ॥3॥
Baishi pabachhe bika heuchhi kaibalya chakha
Handika pade siuka mana ranka chhadaiba
Thakamana chala jiba chakanayana dekhiba ॥4॥
Garuda pachhare dekha dishuchhi kala shrimukha
Garuda pachhare dekha dishuchhi kala shrimukha
Kahai saria bhika balaramaku kahiba
Thakamana chala jiba chakanayana dekhiba ॥5॥
Shankhanabhi mandalare beni netra pakhaliba
Thakamana chala jiba chakanayana dekhiba (2) ॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...