Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ପଇଡ଼ ଭିତରେ ପାଣି ଲୋ ଘରମଣି - Paida Bhitare Pani Lo Gharamani Lyrics

 == ଓଡ଼ିଆ ==

ଗୀତ: ପଇଡ଼ ଭିତରେ ପାଣି ଲୋ ଘରମଣି
ଭାଷା: ଓଡ଼ିଆ
ଆଲବମ: ମେଘନାଦ ପାଚେରି
କଣ୍ଠ: ସୋନୁ ନିଗମ    
ସଂଗୀତ ନିର୍ଦ୍ଦେଶକ: ସଞ୍ଜୟ
ମସିହା: ୨୦୦୮



ପଇଡ଼ ଭିତରେ ପାଣି, ଲୋ ଘରମଣି
ପଇଡ଼ ଭିତରେ ପାଣି, ଲୋ ଘରମଣି
ଧୀରେ ଧୀରେ ଯିବୁ ଶିରିମନ୍ଦିରକୁ
ଧୀରେ ଧୀରେ ଯିବୁ ଶିରିମନ୍ଦିରକୁ
ବାଇଶି ପାହାଚ ଗଣି ଗଣି ଗଣି
ଲୋ ଘରମଣି..
ପଇଡ଼ ଭିତରେ ପାଣି, ଲୋ ଘରମଣି ॥୧॥


ତୋ’ଠି ଲାଗିଚି କାଳିଆର ଡୋରି
ତୋତେ ସେ ଡାକିଚି ଯିବା ପାଇଁ ପୁରୀ
ତୋ’ଠି ଲାଗିଚି କାଳିଆର ଡୋରି
ତୋତେ ସେ ଡାକିଚି ଯିବା ପାଇଁ ପୁରୀ

ମୁଁ ଏଠି ପଡ଼ିଚି ମୋ ଭାଗ୍ୟ ଆଦରି
ସଂସାର ଜାଲରେ ହୁଏ ସିନା ଘାରି
ବାଟ ଭୁଲି ଯିବୁ ନାହିଁ ଆଉ କେଉଁ ରାଇଜେ
ଜଗା ସାଥେ ଦିନ ରାତି ବିତାଇବୁ ମଉଜେ
କଉଡ଼ି ରଖିଥା ଗଣି ଲୋ ଘରମଣି 
କଉଡ଼ି ରଖିଥା ଗଣି ଲୋ ଘରମଣି

ହାତ ଯୋଡ଼ିଥିବୁ ଗଉଡ଼ ପଛରେ   
ହାତ ଯୋଡ଼ିଥିବୁ ଗଉଡ଼ ପଛରେ
ବେଢ଼ାରୁ ପଇତା ଶହେଆଠ କିଣି
ଲୋ ଘରମଣି..
ପଇଡ଼ ଭିତରେ ପାଣି, ଲୋ ଘରମଣି ॥୨॥


ରସିକନାଗର କାଳିଆକୁ ଚାହିଁ
ଭଳିଯିବୁ ନାହିଁ ଆଲୋ ଚାନ୍ଦମୁହିଁ
ଓ.. ରସିକନାଗର କାଳିଆକୁ ଚାହିଁ
ଭଳିଯିବୁ ନାହିଁ ଆଲୋ ଚାନ୍ଦମୁହିଁ
ଘର ଭଙ୍ଗା ନିତି ଜାଣେ ସେ ଠାକୁର
ପଲକରେ ମୋହି ନେବ ତୋ ଅନ୍ତର

ଧୂପ ଦେବୁ ଦୀପ ଦେବୁ ଭୋଗ ଦେବୁ ଲଗେଇ
ମନ ଦେବୁ ନାହିଁ କେବେ ଜଗା ନେବ ଭୁଲେଇ
ଆଣିବୁ ନିର୍ମାଲ୍ୟ କିଣି ଲୋ ଘରମଣି
ହେ.. ଆଣିବୁ ନିର୍ମାଲ୍ୟ କିଣି ଲୋ ଘରମଣି

ମେଲାଣି ମାଗିବୁ ବାହୁଡ଼ା ବେଳକୁ
ମେଲାଣି ମାଗିବୁ ବାହୁଡ଼ା ବେଳକୁ
କଳାସାଆନ୍ତ ମୋ ବଡ଼ ଅଭିମାନୀ
ଲୋ ଘରମଣି..
ପଇଡ଼ ଭିତରେ ପାଣି, ଲୋ ଘରମଣି
ପଇଡ଼ ଭିତରେ ପାଣି, ଲୋ ଘରମଣି

ଧୀରେ ଧୀରେ ଯିବୁ ଶିରିମନ୍ଦିରକୁ
ଧୀରେ ଧୀରେ ଯିବୁ ଶିରିମନ୍ଦିରକୁ
ବାଇଶି ପାହାଚ ଗଣି ଗଣି ଗଣି
ଲୋ ଘରମଣି..
ପଇଡ଼ ଭିତରେ ପାଣି, ଲୋ ଘରମଣି
ଲୋ ଘରମଣି.. ଲୋ ଘରମଣି.. ॥୩॥   


YouTube ରେ ପଇଡ଼ ଭିତରେ ପାଣି ଲୋ ଘରମଣି 
     


== English ==

Song : Paida Bhitare Pani
Language : Odia
Album : Meghanada Pacheri
Singer : Sonu Nigam
Music Director : Sanjay
Year : 2008



Paida bhitare pani, lo gharamani
Paida bhitare pani, lo gharamani
Dhire dhire jibu shirimandiraku
Dhire dhire jibu shirimandiraku
Baishi pahacha gani gani gani
Lo gharamani..
Paida bhitare pani, lo gharamani ॥1॥ 


To'thi lagichi kaliara dori
Tote se dakichi jiba pain puri
To'thi lagichi kaliara dori
Tote se dakichi jiba pain puri

Mun ethi padichi mo bhagya adarai
Sansare jalare hue sina ghari
Bata bhuli jibu nahin aau keun raije
Jaga sathe dina rati bitaibu mauje
Kaudi rakhitha gani lo gharamani
Kaudi rakhitha gani lo gharamani

Hata jodi thibu gauda pachhare
Hata jodi thibu gauda pachhare
Bedharu paita saheatha kini
Lo gharamani..
Paida bhitare pani, lo gharamani ॥2॥


Rasikanagar kaliaku chahin
Bhuli jibu nahin alo chandamuhin
O.. rasikanagar kaliaku chahin
Bhalijibu nahin alo chandamuhin
Ghara bhanga niti jane se thakura
Palakare mohi neba to antara

Dhupa debu dipa debu bhoaga debu lagei
Mana debu nahin kebe jaga neba bhulei
Anibu nirmalya kini lo gharamani
He.. anibu nirmalya kini lo gharamani

Melani magibu bahuda belaku
Melani magibu bahuda belaku
Kalasaanta mo bada abhimani
Lo gharamani..
Paida bhitare pani, lo gharamani
Paida bhitare pani, lo gharamani

Dhire dhire jibu shirimandiraku
Dhire dhire jibu shirimandiraku
Baishi pahacha gani gani gani
Lo gharamani..
Paida bhitare pani, lo gharamani
lo gharamani.. lo gharamani.. ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ