Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବାପାଙ୍କୁ ଚିଠି - Bapanku Chithi Odia Kabita



କବିତା: ବାପାଙ୍କୁ ଚିଠି 
ଭାଷା: ଓଡ଼ିଆ 
ଗୀତିକାର: ସ୍ନିଗ୍ଧା ଦାସ (କ୍ରିଷ୍ଣା)


ବାପା,
କେଉଁ ଉପାଦାନରେ ଗଢ଼ା ତୁମେ
କେତେ ଉଦାର ଶାନ୍ତ ସଂଭ୍ରମ
ଅସୀମ ଧୈର୍ଯ୍ୟ, ନିରୀହ ମନ
ସତରେ, କେଉଁ ଉପାଦାନରେ ଗଢ଼ା ତୁମେ ॥

ତୁମର କ୍ଳାନ୍ତ ମୁହଁ
ଦେଖିଛି ଛାର ଅନ୍ଧାରରେ
ସ୍କୁଲରୁ ଫେରିଲା ପରେ
ଦେଖିଛି କପାଳରୁ ଗଡ଼ୁଥିବା
ସେଇ ଟୋପା ଟୋପା ଝାଳ ବୁନ୍ଦା

ରାତିର ଅନ୍ଧାର ଭିତରେ
ନିଦୁଆ ଆଖିରେ
ଦେଖିଛି କେମିତି ଡ଼ାକୁଥିଲ
ଠାକୁରଙ୍କ ପାଖରେ
ତୁମ ବାଲିଘର ଅକାଳରେ
ଭାଙ୍ଗି ନଯିବା ଆଶାରେ ॥

ବାପା, ତୋଳିଥିବା ଘରଟି,
ସ୍ଵପ୍ନର ଘର ପରି ହେଲାକି ନାହିଁ
କେବେ ପଚାରି ବୁଝି ନାହିଁ
ହେଲେ, ତୁମେ ଏମିତି ଜଳି ଜଳି
ସବୁ ସୁଖ ଫିଙ୍ଗିଦେଇ 
ରକ୍ତକୁ ପାଣି କରି
କ'ଣ ପାଇଲ ଜୀବନରେ
ବେଳେ ବେଳେ ମନକୁ ପଚାରେ ॥

ସତରେ, କ'ଣ ସବୁ ବାପା ଏମିତି
ଏକା ଏକା ଆଖିକୁ ଲୁହରେ ଭିଜାନ୍ତି 
ଆଉ ସଭିଙ୍କୁ ହସି ହସି କୁହନ୍ତି
ମୋ ପିଲା ସବୁ ସୁନା ମୁଣ୍ଡା
ମୋ ରକ୍ତରୁ ଗଢ଼ା
ସେଥି ପାଇଁ ତ ଅମଣିଷ ନୁହଁନ୍ତି ॥

ସବୁ ବାପମାନେ ଯୁଗ ଯୁଗରେ
ଏମିତି ଚାଲନ୍ତି ଅମଡ଼ା ରାସ୍ତାରେ
ହାର ମାନନ୍ତି ନିଜ ସୃଷ୍ଟି ଠୁଁ
ଆଉ ଲହୁ ଲୁହାଣ ହୁଅନ୍ତି
ଜୀବନର ଅପରାହ୍ନରେ ॥


Photo: ଗୀତିକାର "କ୍ରିଷ୍ଣା " 


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ..

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ