Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରୁପା ଶଗଡ଼ିରେ ସୁନା କନିଆଁ - Rupa Sagadire Suna Kania Lyrics

== ଓଡ଼ିଆ ==

ଫିଲ୍ମଗୀତ : ରୁପା ଶଗଡ଼ିରେ ସୁନା କନିଆଁ
ଭାଷା : ଓଡ଼ିଆ
ଚଳଚିତ୍ର : ଜଗା ହାତରେ ପଘା
କଣ୍ଠ : ମହମ୍ମଦ ଆଜିଜ୍
ଗୀତିକାର : ଦେବଦାସ ଛୋଟରାୟ
ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି
ମସିହା : ୧୯୮୫



ଓହୋ...ଉଁ..ହୁଁ..
   
ରୁପା ଶଗଡ଼ିରେ ସୁନା କନିଆଁ
ରୁପା ଶଗଡ଼ିରେ ସୁନା କନିଆଁ
ନୂଆ ଜହ୍ନ ପରି ଛନ ଛନିଆଁ
ନୂଆ ଜହ୍ନ ପରି ଛନ ଛନିଆଁ
ତାକୁ ପାଇବ ଯିଏ ଗୋପେ ବଢ଼ୁଚି ସିଏ
ତାକୁ ପାଇବ ଯିଏ ଗୋପେ ବଢ଼ୁଚି ସିଏ
ଆଖି ମିଟିକା ମାରୁଚି ଏକା କାଳିଆ
ରୁପା ଶଗଡ଼ିରେ ସୁନା କନିଆଁ
ରୁପା ଶଗଡ଼ିରେ ସୁନା କନିଆଁ ॥


ସୁନା କନିଆ ମୋ ଗଜମୁକୁତା
ଚନ୍ଦନ ଟୋପାକୁ ନାଲି ଅଳତା
ସୁନା କନିଆ ମୋ ଗଜମୁକୁତା
ଚନ୍ଦନ ଟୋପାକୁ ନାଲି ଅଳତା

ସପନ ଦୀପରେ ଆଶା ସଳିତା
ମୋ ସାଙ୍ଗେ ଖେଳୁଛି ଜଳିଜଳିକା
ସପନ ଦୀପରେ ଆଶା ସଳିତା
ମୋ ସାଙ୍ଗେ ଖେଳୁଛି ଜଳିଜଳିକା

କାଳେ ପବନ ହବ, କାଳେ ଲିଭି ସେ ଯିବ
କାଳେ ପବନ ହବ, କାଳେ ଲିଭି ସେ ଯିବ
ଭାବି ଭାବି ମନ ଆଜି ଉଚ୍ଛନ୍ନ କିଆଁ
ରୁପା ଶଗଡ଼ିରେ ସୁନା କନିଆଁ
ରୁପା ଶଗଡ଼ିରେ ସୁନା କନିଆଁ ॥୧॥


ସୁନା କନିଆଁର କାଉଁରୀ ମୁହଁ
ସୁନେଲି ହସକୁ ରୁପେଲି ଲୁହ
ସୁନା କନିଆଁର କାଉଁରୀ ମୁହଁ
ସୁନେଲି ହସକୁ ରୁପେଲି ଲୁହ

ସମୟ କହୁଚି ତୁଟାଇ ମୋହ
ବେଳ ଥାଉ ଥାଉ ଲେଉଟି ଯାଅ
ସମୟ କହୁଚି ତୁଟାଇ ମୋହ
ବେଳ ଥାଉ ଥାଉ ଲେଉଟି ଯାଅ

କାଳେ କୁହୁଡ଼ି ହବ, ବାଟ ଦେଖାନଯିବ
କାଳେ କୁହୁଡ଼ି ହବ, ବାଟ ଦେଖାନଯିବ
କାଳେ ମେଘ ଢାଙ୍କିଦବ ଚନ୍ଦ୍ରଉଦିଆ
ରୁପା ଶଗଡ଼ିରେ ସୁନା କନିଆଁ
ରୁପା ଶଗଡ଼ିରେ ସୁନା କନିଆଁ ॥୨॥


YouTube ରେ ରୂପା ଶଗଡ଼ିରେ ସୁନା କନିଆଁ



== English ==

Movie Song : Rupa Sagadire Suna Kania
Language : Odia
Movie : Jaga Hatare Pagha
Singer : Mohammed Aziz
Lyricist : Devdas Chhotray
Music Director : Akshaya Mohanty
Year : 1985



OOho...un..hun..

Rupa shagadire suna kanian
Rupa shagadire suna kanian
Nua janha pari chhana chhanian
Nua janha pari chhana chhanian
Taku paiba jie gope badhuchi sie
Taku paiba jie gope badhuchi sie
Aakhi mitika maruchi eka Kalia
Rupa shagadire suna kanian
Rupa shagadire suna kanian ॥


Suna kanian mo gajamukuta
Chandana topaku nali alatha
Suna kanian mo gajamukuta
Chandana topaku nali alatha

Sapana dipare asha salita
Mo sange kheluchhi jalijalika
Sapana dipare asha salita
Mo sange kheluchhi jalijalika

Kale pabana haba, kale libhi se jiba
Kale pabana haba, kale libhi se jiba
Bhabi bhabi mana aaji uchhana kian
Rupa sagadire suna kanian
Rupa sagadire suna kanian ॥1॥


Suna kanianra kaunri muhan
Suneli hasaku rupeli luha
Suna kanianra kaunri muhan
Suneli hasaku rupeli luha

Samaya kahuchi tutai maho
Bela thau thau leuti jao
Samaya kahuchi tutai maho
Bela thau thau leuti jao

Kale kuhudi haba, bata dekhanajiba
Kale kuhudi haba, bata dekhanajiba
Kale megha dhankidaba chandraudia 
Rupa shagadire suna kania
Rupa shagadire suna kania ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ଏହା ଏକ ସ୍ମୃତି🤗🤗 ଓ ମାଇଲ ଖୁଣ୍ଟ ଓଡ଼ିଆ ଇଣ୍ଡଷ୍ଟ୍ରି ଲାଗି ଓଡ଼ିଆ ଜାତି ଗର୍ବ କରେ ଏଇ ଚଳଚ୍ଚିତ୍ର ଓ ଏଇ ସଙ୍ଗୀତ ଲାଗି😇😇 ଆଉ ଏହି ପରି ଫିଲ୍ମ ହେଉନାହିଁ କି ସଙ୍ଗୀତ ବି ଆସୁନାହିଁ ସେଥି ଲାଗି ଆମ ଓଡ଼ିଆ ଶ୍ରୋତା ମାନଙ୍କୁ ଦେଖିବା ଲାଗି ଶୁଣିବା ଲାଗି ଭଲ ଲାଗୁନି ଆଜି କାଲିର ଚଳଚ୍ଚିତ୍ର ଆଉ ସେହି ପରି କଳାକାର ନାହାନ୍ତି ଆମ ଇଣ୍ଡଷ୍ଟ୍ରି ରେ ଏହା ଏକ ଇତିହାସ ହେଇ ରହି ଯିବ ଯେ ଓଡ଼ିଆ ଚଳଚ୍ଚିତ୍ର ପୂର୍ବରୁ ହେଉଥିଲା 😭😭😭

    ReplyDelete
    Replies
    1. ଏହି ଆବେଗ ଭରା ମିଠା ମନ୍ତବ୍ୟ ହୃଦୟକୁ ଛୁଇଁ ଗଲା ! ଆପଣଙ୍କୁ ଅଶେଷ ଧନ୍ୟବାଦ !

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ