କ ଚମ୍ପୂ (କି ହେଲା ରେ କହିତ ନୁହଁଇ ଭାରତୀରେ) - Ka Champu (Ki Hela Re Kahita Nuhani Bharatire) Lyrics
== ଓଡ଼ିଆ ==
ଗୀତ : କି ହେଲା ରେ କହିତ ନୁହଁଇ ଭାରତୀରେ
ଭାଷା : ଓଡ଼ିଆ
ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
କଣ୍ଠ : ଶ୍ୟାମାମଣି ପଟ୍ଟନାୟକ
ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ
କି ହେଲା ରେ, କହିତ ନୁହଇ ଭାରତୀରେ
କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି
କଳା ଇନ୍ଦୀବର ଆରତିରେ ॥
କେଳି କଦମ୍ବ ଲତାର, କୋଳେ କି ଶ୍ୟାମଳତାର
ତେଜ ସେ ରବିସୁତାର ତୀରେ
କମ୍ପି ମୋର କଳେବର, ହୋଇଗଲା ଆରପାର
ଯାହାକୁ ଡରଇ ତାର ତୀରେ ॥୧॥
କୁସୁମ କୋଦଣ୍ଡ କାଣ୍ଡ, କେତେ କରିଥିଲା ରୁଣ୍ଡ
କର୍କଶ ନୋହିବା ଭାରତୀରେ
କହୁଛି ବରଜି ଲଜ୍ଜା, କେବଳ ହେଲା ମୋ ମଜ୍ଜା
ମଜ୍ଜିଯିବି କି ଉଭା ରତିରେ ॥୨॥
କି ମୋହନ ଲୀଲା ଧରି, କୋଟି କଳାକର ଶିରୀ
ପୁରିଛି ସେ ଶ୍ୟାମ ମୂରତିରେ
କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ
ଚିରାୟୁ ରଖିଲା ଜରତୀରେ ॥୩॥
କି ନୀତି କି ଜାତିଶୀଳ, କି କୁଳବରତ ଫଳ
ଠଉର ପାରିଲା ମୋ ମତିରେ
କୋମଳତର ମୋହନ, କୁଞ୍ଜକୁକ୍ଷିରୁ ନିଃସ୍ୱନ
ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ॥୪॥
କଲବଲ ଛଟପଟ, ହୋଇ ଯାଉଛି ନିପଟ
ସଂବେଶ ଅଶନ ବିରତିରେ
କହଇ ଶ୍ରୀବାଲ୍ଲକେଶ, ଶରଣ ଧରଣୀ ଈଶ
ଏ କି ଦଣ୍ଡ ବିନା ପୀରତିରେ ॥୫॥
କି ହେଲା ରେ କହିତ ନୁହଁଇ ଭାରତୀରେ:
ଶ୍ୟାମାମଣି ପଟ୍ଟନାୟକ ଙ୍କ କଣ୍ଠରେ, କବିସୂର୍ଯ୍ୟ ବଳଦେବ ରଥ ଙ୍କ ରଚିତ "କିଶୋରଚନ୍ଦ୍ରାନନ୍ଦ ଚମ୍ପୂ" ରୁ ଉଦ୍ଧୃତ ଓଡ଼ିଶୀ ଗୀତ “କି ହେଲା ରେ କହିତ ନୁହଁଇ ଭାରତୀରେ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
YouTube ରେ କି ହେଲା ରେ କହିତ ନୁହଁଇ ଭାରତୀରେ
ଏହି ଗୀତଟିକୁ ପ୍ରତୀକ ପଟ୍ଟନାୟକଙ୍କ କଣ୍ଠରେ ଶୁଣନ୍ତୁ YouTube ରେ
== English ==
Song : Ki Hela Re Kahita Nuhani Bharatire
Language : Odia
Scripture / Book : Kishorechandrananda Champu
Singer : Shyamamani Pattanaik
Lyricist : Kabisurya Baladev Rath
Music Direction : Traditional
Label : JE Cassette Company
Ki hela re, kahita nuhai Bharatire
Kali ja duraru dekhi, kalana kala mo akhi
Kala Indibara aratire ॥
Keli Kadamba latara, kole ki Shyamalatara
Teja se Rabisutara tire
Kampi mora kalebara, hoigala arapara
Jahaku darai tara tire ॥1॥
Kusuma kodanda kanda, kete karithila runda
Karkasha nohiba Bharatire
Kahuchhi baraji lajja, kebala hela mo majja
Majjijibi ki ubha ratire ॥2॥
Ki mohana lila dhari, koti kalakara shiri
Purichhi se Shyama muratire
Kutsa kare mun dhataku, kahinki saraji taku
Chirayu rakhila jaratire ॥3॥
Ki niti ki jatishila, ki kulabarata phala
Thaura parila mo matire
Komalatara mohana, kunjakukhiru nihswana
Aasi chumbidela mo shrutire ॥4॥
Kalabala chhatapata, hoi jauchhi nipata
Sanbesha ashana biratire
Kahai Shriballakesha, sharana dharani isha
E ki danda bina piratire ॥5॥
Ki Hela Re Kahita Nuhani Bharatire:
Lyrics of Odissi song “Ki Hela Re Kahita Nuhani Bharatire”, from scripture/book “Kishorechandrananda Champu” by Kabisurya Baladev Rath, sung by Shyamamani Pattanaik, on “The Smaranika” in Odia and English.
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
ଖ ଚମ୍ପୁ...... Plz
ReplyDeleteଖର୍ବ ହୋଇ ଖମଣ୍ଡଳୁ ହାତ ବଢ଼ାଇଲୁ ରେ
ହଁ ନିଶ୍ଚୟ ଲେଖିବୁ । ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ ।
Delete- "ଦି ସ୍ମରଣିକା" ଟିମ୍