Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

Have you seen our new site? ⇨ Smaranika.in

ତୁମ ପରି ଛୋଟ ପିଲାଟିଏ - Tuma Pari Chhota Pilatie Lyrics

== ଓଡ଼ିଆ ==

ଗୀତ : ତୁମ ପରି ଛୋଟ ପିଲାଟିଏ
ଗୀତିକାର : ଜଗନ୍ନାଥ ମହାନ୍ତି (୧୯୩୭–୨୦୧୧)



ତୁମ ପରି ଛୋଟ ପିଲାଟିଏ,
        ଗାଆଁ ଚହାଳୀର ଚାଟ ସିଏ
ଚେହେରାଟି ତାର ଡଉଲ ଡାଉଲ,
        ବୁଦ୍ଧିରେ ତାହାର ସରି କିଏ ॥

ଛାଡ଼ି ଯାଇଥିଲା ଦିନେ ଝଡ଼ି,
        ବାହାରିଲା ସିଏ ପାଠ ପଢ଼ି
ବାଟେ ଯାଉଯାଉ ଖସିଗଲା ଗୋଡ଼,
        ମୁଁହ ମାଡି ତଳେ ଗଲା ପଡ଼ି ॥

ଗୁରୁଜୀ ଦେଖିଲେ ଦେହ ତାର,
        ପାଣି କାଦୁଅରେ ସର ସର
ତିଳେହେଁ ସେଥିକୁ ଖାତିରି ନକରି,
        ଆସିଛି ହୋଇ ତର ବର ॥

ପଚାରିଲେ ଗୁରୁ ଏକି ହେଲା,
        ଏତେ ସରି ତୋତେ କିଏ କଲା
ପିଲାଟି କହିଲା ବେଗେ ଆସୁଆସୁ,
        କାଦୁଆରେ ଗୋଡ଼ ଖସିଗଲା ॥

ହେଲା ଦଶହରା ଛୁଟି ବେଳ,
        ପିଲାଟି ସଭିଙ୍କି କଲା ମେଳ
ମାଟି ଗୋଡ଼ି ବାଲି ପକାଇ ସଭିଏଁ,
         ଗାଆଁ ମାଟି କଲେ ସମତୁଲ ॥

ଏହା ଦେଖି ଲୋକେ ହେଲେ କାବା,
        ଡକାଇଲେ ଗୁରୁ ଚାଟସଭା
କହିଲେ ଏଭଳି ଭଲକାମ କଲେ,
        ନିଶ୍ଚେ ଆମେ ଦିନେ ବଡ଼ହେବା ॥

ବଡ଼ ହେଲା ଦିନେ ସେହି ପିଲା,
        ମଧୁ ବାରିଷ୍ଟର ବୋଲାଇଲା
ଦେଶ ପାଇଁ କେତେ କାମ କରି ସିଏ,
        କାଳେ କାଳେ ଯଶ ରଖିଗଲା ॥

କହିଲା ଜାତିର କାନେ କାନେ,
        ଉଠିବୁ ଆଉ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ମହିମା,
        ପଡୁନାହିଁ କିରେ ତତେ ମନେ ? ॥


YouTube ରେ ହତୁମ ପରି ଛୋଟ ପିଲାଟିଏ



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ..

Comments

  1. Replies
    1. ଅନେକ ଧନ୍ୟବାଦ । ଆପଣ ଓଡ଼ିଆ ପଢ଼ି ପାରନ୍ତି କି ?

      Delete
  2. Am really feeling happy today. After 12 to 15 yr I read this Kavita. Thanks a lot......

    ReplyDelete
    Replies
    1. ଆମ ସୁଧୀ ପାଠକ ମାନଙ୍କ ଖୁସିରେ ଆମେ ଖୁସି । ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।
      - ଦି ସ୍ମରଣିକା ଟିମ୍

      Delete
  3. Replies
    1. ତୃତୀୟ ଶ୍ରେଣୀ
      ମତାମତ ପାଇଁ ଅଶେଷ ଧନ୍ୟବାଦ ।

      Delete
  4. Where this class 4 book odia sahitya kabita

    ReplyDelete
    Replies
    1. We could not follow what you are asking. This poem is there in 3rd standard textbook.

      - "The Smaranika" Team

      Delete
  5. I am so happy after reading this poem. I am feeling proud of being a human of odisha

    ReplyDelete
    Replies
    1. ଆପଣଙ୍କ ମତାମତ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ