Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ - Kaliare Kalia Sundara To Tahia


== ଓଡ଼ିଆ ==

ଗୀତ : କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ
ଭାଷା : ଓଡ଼ିଆ
ଗୀତିକାର : ପ୍ରଣବ ଦାସମହାପାତ୍ର



କାଳିଆରେ କାଳିଆ
ସୁନ୍ଦର ତୋ ଟାହିଆ
ଢଳି ଢଳି ଚାଲୁ ହଲି ହଲି ଚାଲୁ
ସତରେ ତୁ ପରା ରଙ୍ଗରସିଆ          
କାଳିଆରେ କାଳିଆ
ସୁନ୍ଦର ତୋ ଟାହିଆ ॥୧॥

କାଳିଆରେ କାଳିଆ
ସୁନ୍ଦର ବି ବଳିଆ
ସୁନା ଚାନ୍ଦ ମୁହିଁ ଭଉଣୀ ସୁଭଦ୍ରା
ସାଥେ ଘର ତୋର ନୀଳଚାଳିଆ 
କାଳିଆରେ କାଳିଆ
ସୁନ୍ଦର ତୋ ଟାହିଆ ॥୨॥
 
କାଳିଆରେ କାଳିଆ
ସୁନ୍ଦର ଏ ଦୁନିଆ
ମିଛ ସଂସାରରେ ତୁହି ଏକା ସତ
ଆଉ କେହି ନାହିଁ ତୋ ଭଳିଆ  
କାଳିଆରେ କାଳିଆ
ସୁନ୍ଦର ତୋ ଟାହିଆ ॥୩॥

କାଳିଆରେ କାଳିଆ
ସୁନ୍ଦର ତୋ ଟାହିଆ
ଟାହିଆ ଝୁଲେଇ ମୁଣ୍ଡକୁ ହଲାଇ
ଆଗକୁ ଯାଉ ତୁ ରାଜା ଭଳିଆ
ଭକ୍ତ ଦେଖି ତୋତେ ହୁଏ ବାଇଆ 
କାଳିଆରେ କାଳିଆ 
ସୁନ୍ଦର ତୋ ଟାହିଆ ॥୪॥    

କାଳିଆରେ କାଳିଆ
ସୁନ୍ଦର ତୋ ଟାହିଆ      
ତୁଳସୀ ଦୟଣା ଲାଗେ ତୋ ମଥାରେ
ଦେଖି ମୋତେ ଲାଗେ ଭାରି ବଢ଼ିଆ
ଗୁହାରୀ କରେ ତୋ ପାଦ ତଳିଆ 
କାଳିଆରେ କାଳିଆ 
ସୁନ୍ଦର ତୋ ଟାହିଆ ॥୫॥


ଫଟୋ : ଗୀତିକାର "ପ୍ରଣବ ଦାସମହାପାତ୍ର"
ଫଟୋ କ୍ରେଡିଟ : ପ୍ରଣବ ଦାସମହାପାତ୍ର


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ..


Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ