Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

== ଓଡ଼ିଆ ==

ଗୀତ : କଳାମାଣିକରେ, ଧୀରେ ଘେନ କାନନରେ
ଗୀତିକାର : ଅଭିମନ୍ୟୁ ସାମନ୍ତସିଂହାର (୧୭୬୦-୧୮୦୬)

କଣ୍ଠ : ଶ୍ୟାମାମଣି ପଟ୍ଟନାୟକ


ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ,
ବାତ୍ସଲ୍ୟ-ମମତା ଘେନି ଭାଳୁଛନ୍ତି ମାତ
କଳାମାଣିକରେ ॥୧॥

ନିଧନ ସଙ୍ଖାଳି ମୋର ଦରିଦ୍ର ପସରା,
ଅନ୍ଧର ଲଉଡ଼ି ବାବୁରେ ହୃଦ ରତ୍ନହାରା
କଳାମାଣିକରେ ॥୨॥

ମୋ ଜୀବ ଜୀବନ ତୁହି ନୟନ ପ୍ରତିମା,
ତୋତେ କି ପାସୋରି ହେବ, ମୋର ସୁଖ ସୀମା
କଳାମାଣିକରେ ॥୩॥   

ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ,
ଜନକ ଜନନୀ ସୁଖ କାହିଁପାଇଁ ସାରୁ
କଳାମାଣିକରେ ॥୪॥  

ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ,
ହୃଦତାପ ବିନାଶନେ ତୁ ହରିଚନ୍ଦନ 
କଳାମାଣିକରେ ॥୫॥     

ଗୋଟିକ, ଅଧାମ, ସର ନ ରୁଚଇ ତୋତେ,
ନାଚି ଲାଞ୍ଚ ମାଗୁଥାଉ ଲବଣି କେମନ୍ତେ
କଳାମାଣିକରେ ॥୬॥    

ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି,
ତୋ ଦୁର୍ବଳ ଦେଖି କାହିଁ ପଶିବଇଁ ମୁହିଁ
କଳାମାଣିକରେ ॥୭॥   

ଡାକିନୀ ଲୋଭାନ୍ତି ବୋଲି ଡରୁଥାଇ ମନେ,
ବାର ବାର ବାରୁଥାଇ ଯିବା ପାଇଁ ବନେ  
କଳାମାଣିକରେ ॥୮॥ 

ନିଶାଚର ମାତିବାର ଶୁଭୁଚି ଶ୍ରୁତିକି,
ମୁଁ ଡଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି
କଳାମାଣିକରେ ॥୯॥    

ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା,
ଶ୍ରମ ପାଇ ତରୁତଳେ ବସିଥିବୁ ପରା   
କଳାମାଣିକରେ ॥୧୦॥   

ନେଲୁ ନାହଁ କାହିଁ ପାଇଁ ତୋ' କଠଉ ଛତା,
ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା
କଳାମାଣିକରେ ॥୧୧॥        

କାନ ଡେରିଥାଇ ଏକା ତୋ' ବେଣୁ ଗୀତକୁ,
ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ  
କଳାମାଣିକରେ ॥୧୨॥   


YouTube ରେ କଳା ମାଣିକରେ (ଧୀରେ ଘେନ କାନନରେ)



== English ==

Song : Kalamanikare, Dhire ghena kananare 
Lyricist : Abhimanyu Samantasinhara (1760-1806)

Singer : Shyamamani Pattnaik


Dhire ghena kananare Krushna bilambita,
Batsalya-mamata gheni bhaluchhanti mata
Kalamanikare ॥1॥

Nidhana sankhali mora daridra pasara,
Andhara laudi babure hruda ratnahara
Kalamanikare ॥2॥

Mo jiba jibana tuhi nayana pratima,
Tote ki pasori heba, mora sukha sima
Kalamanikare ॥3॥

Daruthau andharaku rakhijau goru,
Janaka janani sukha kahinpain saru
Kalamanikare ॥4॥

Brudhakale tu mohara ekai nandana,
Hrudatapa binashane tu harichandana
Kalamanikare ॥5॥

Gotika, adhama, sara na ruchai tote,
Nachi lancha maguthau labani kemante
Kalamanikare ॥6॥

Toli mun dhaile goli hoijau tuhi,
To durbalata dekhi kahin pashibain muhin
Kalamanikare ॥7॥

Dakini lobhanti boli daruthai mane,
Bara bara baruthai jiba pain bane
Kalamanikare ॥8॥

Nishachara matibara shubhuchi shrutiki,
Mun dankuni chhadideli banaku kahinki
Kalamanikare ॥9॥

Jhala bahuthiba angu lagi jhanji khara,
Shrama pai tarutale basithibu para
Kalamanikare ॥10॥

Nelu nahin kahin pain to’ kathau chhata,
Bane kanta lagi hoe mrudu pada chinta
Kalamanikare ॥11॥

Kana derithai eka to’ benu gitaku,
Aaja kimpa shubhu nahin bhabuchhi manaku
Kalamanikare ॥12॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

  1. ଆଜ୍ଞା, "କଳା ମାଣିକ" ଗୋଟେ ଶବ୍ଦ ନୁହେଁ । ଠିକ୍ କରିଦିଅନ୍ତୁ ।

    ReplyDelete
    Replies
    1. ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ "ଦି ସ୍ମରଣିକା" ଆନ୍ତରିକ ଧନ୍ୟବାଦ ଜଣାଉଛି ।
      ବନାନ ଠିକ୍ କରିଦେଇଛୁ ।

      Delete
    2. କିଏ "କଳା ମାଣିକ" ଲେଖୁଛି ତ କିଏ "କଳାମାଣିକ" ଲେଖୁଛି । ଏକ ପୁରୁଣା ଦସ୍ତାବିଜରେ "କଳାମାଣିକ" ପାଇଲୁ, ତେଣୁ ଆମେ "କଳାମାଣିକ" ହିଁ ରଖୁଛୁ । "କଳାମାଣିକ", "ଚକାଡୋଳା", "ଚକାଆଖି" ଏ ସବୁ ଗୋଟିଏ ଶବ୍ଦ ।

      Delete
  2. ନିଧନ ର ଅର୍ଥ କ'ଣ?

    ReplyDelete
    Replies
    1. ନିର୍ଦ୍ଧନ, ଧନଶୂନ୍ୟ, ଯାହା ପାଖରେ ଧନ ନାହିଁ ।

      ପ୍ରଶ୍ନ କରିଥିବାରୁ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
    2. ନନ୍ଦନ ର ଅର୍ଥ କଣ

      Delete
    3. ଅଧାମ ର ଅର୍ଥ କଣ ?

      Delete
    4. ନନ୍ଦନ - ପୁଅ
      ଅଧାମ - ରାବିଡ଼ି

      ପ୍ରଶ୍ନ କରିଥିବାରୁ ଧନ୍ୟବାଦ । ଆଉ ଯେଉଁ ଯେଉଁ ଶବ୍ଦ ବୁଝିବାରେ ଅସୁବିଧା ହେଉଛି ସେସବୁ ଏକ ସମୟରେ ପଚାରିବାକୁ ଅନୁରୋଧ । ସବୁର ଶବ୍ଦାର୍ଥ ଏକ ସମୟରେ ଦେଲେ ଅନ୍ୟ ପାଠକଙ୍କୁ ମଧ୍ୟ ସୁବିଧା ହେବ ।

      - "ଦି ସ୍ମରଣିକା" ଟିମ୍

      Delete
  3. Replies
    1. ଗୋଟିକା - ଲଡ଼ୁ, ସାଧାରଣତଃ ନଡ଼ିଆ କୋରା ଲଡ଼ୁକୁ ବୁଝାଏ

      - "ଦି ସ୍ମରଣିକା" ଟିମ୍

      Delete
  4. ଲଉଡ଼ି mane

    ReplyDelete
    Replies
    1. ଲ‌ଉଡ଼ି - ଲାଠି, ଆଶାବାଡ଼ି

      - ̎ଦି ସ୍ମରଣିକା̎ ଟିମ୍

      Delete
  5. Replies
    1. ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  6. To benu swana ku heba Gita nuhne

    ReplyDelete
    Replies
    1. ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ । ବହି ଦେଖି ଲେଖିଛୁ । ଆଉଥରେ ବହି ଦେଖିବୁ ଏବଂ ନିଶ୍ଚିତ କରିବୁ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ