Posts

Showing posts with the label ଓଡ଼ିଆ ସାହିତ୍ୟ ବହି ଗୀତ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଜାତୀୟ ପକ୍ଷୀ (ଆକାଶେ ବସିଲା ଜଳଦ ମେଳା) - Jatiya Pakhi (Akashe Basila Jalad Mela) Kabita Lyrics

Image
ସୂଚନା: ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ପାଠକବୃନ୍ଦ ୨୯ ଅପ୍ରେଲ ୨୦୨୧, ୧୮ ଅଗଷ୍ଟ ୨୦୨୩ ଓ ୩୧ ଅଗଷ୍ଟ ୨୦୨୫ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ ଦେଖନ୍ତୁ । == ଓଡ଼ିଆ == କବିତା : ଜାତୀୟ ପକ୍ଷୀ   ଭାଷା : ଓଡ଼ିଆ   ପୁସ୍ତକ : ଓଡ଼ିଆ ସାହିତ୍ୟ ବହି  ଗୀତିକାର : ଅନନ୍ତ ପଟ୍ଟନାୟକ    ଆକାଶେ ବସିଲା ଜଳଦ ମେଳା  ବିଜୁଳି ତହିଁରେ ରଚିଲା ଖେଳା ରହି ରହି ଶୁଭେ ଅଶନି–ସ୍ଵନ  କଦମ୍ବ କୁସୁମେ ଶୋହୁଛି ବନ ଶିହରଇ ମହୀ, ଶୀତଳ ସମୀର ଯାଉଛି ବହି ॥୧॥ ସୁନୀଳ ଗ୍ରୀବାଟି ଢଳାଇ ଧୀରେ  ସୁମଞ୍ଜୁଳ ଚୂଳ ଦୋଳାଇ ଶିରେ ସୁଢ଼ଳ ନୟନେ ଜୀମୂତେ ଦେଖି ଛନ ଛନ ମନେ କଳାପ ଟେକି ଶିଖୀଟିଏ ମାତି, ଫୁଲାଇ ଦେଇଛି ଛବିଳ ଛାତି ॥୨॥ ଖେଳାଇ ଦେହେ ତା ବର୍ଣ୍ଣ–ତରଙ୍ଗ  ଖେଳେ ଲୁଚକାଳି କେତେ ଯେ ରଙ୍ଗ ! ସତେ ହୀରା, ନୀଳା, ମୋତି ଝଟକି ପୁଚ୍ଛରୁ ତାହାର ଆସେ ଚମକି ! ତାର ରୂପ ଝଳି, ଶତ ସୁଷମାକୁ ଯାଉଛି ବଳି ॥୩॥ ଯେଉଁ ଅଶନିର ଶବଦ ଶୁଣି ପିକ, ଶୁକ, ଶାରୀ ହେଲେଣି ତୁନି ଶ୍ରବଣରେ ତାହା ବାଜନ୍ତେ ଥରେ  ରଚିଲାରେ ଗୀତି ଷଡ଼ଜସ୍ଵରେ ଆବେଗେ ଅନାଇ, "ସ୍ୱାଗତ ହେ ଘନ !" ଉଠିଲା ଗାଇ ॥୪॥ "ଦୂରେ ଥାଅ ପଛେ, ଶୁଣ ମୋ ପ୍ରିୟ, ନ ହୋଇ କୃପଣ ସଲିଳ ଦିଅ, ହସିଉଠୁ ଫୁଲେ ଲତିକା ତରୁ, ସବୁଜ ଶସ୍ୟରେ କେଦାର ଭରୁ, ଯାଉ, ...

ତୁମ ପରି ଛୋଟ ପିଲାଟିଏ - Tuma Pari Chhota Pilatie Lyrics

Image
== ଓଡ଼ିଆ == ଗୀତ : ତୁମ ପରି ଛୋଟ ପିଲାଟିଏ ଗୀତିକାର : ଜଗନ୍ନାଥ ମହାନ୍ତି (୧୯୩୭–୨୦୧୧) ତୁମ ପରି ଛୋଟ ପିଲାଟିଏ,         ଗାଆଁ ଚହାଳୀର ଚାଟ ସିଏ ଚେହେରାଟି ତାର ଡଉଲ ଡାଉଲ,         ବୁଦ୍ଧିରେ ତାହାର ସରି କିଏ ॥ ଛାଡ଼ି ଯାଇଥିଲା ଦିନେ ଝଡ଼ି,         ବାହାରିଲା ସିଏ ପାଠ ପଢ଼ି ବାଟେ ଯାଉଯାଉ ଖସିଗଲା ଗୋଡ଼,         ମୁଁହ ମାଡି ତଳେ ଗଲା ପଡ଼ି ॥ ଗୁରୁଜୀ ଦେଖିଲେ ଦେହ ତାର,         ପାଣି କାଦୁଅରେ ସର ସର ତିଳେହେଁ ସେଥିକୁ ଖାତିରି ନକରି,         ଆସିଛି ହୋଇ ତର ବର ॥ ପଚାରିଲେ ଗୁରୁ ଏକି ହେଲା,         ଏତେ ସରି ତୋତେ କିଏ କଲା ପିଲାଟି କହିଲା ବେଗେ ଆସୁଆସୁ,         କାଦୁଆରେ ଗୋଡ଼ ଖସିଗଲା ॥ ହେଲା ଦଶହରା ଛୁଟି ବେଳ,         ପିଲାଟି ସଭିଙ୍କି କଲା ମେଳ ମାଟି ଗୋଡ଼ି ବାଲି ପକାଇ ସଭିଏଁ,          ଗାଆଁ ମାଟି କଲେ ସମତୁଲ ॥ ଏହ...

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

Image
ଫଟୋ କ୍ରେଡିଟ୍ : ଗାଈ ଫଟୋ ୱିକିପିଡିଆ ଓ ଘୁଷୁରି ଫଟୋ ୱିକିମିଡିଆ କମନ୍ସ ରୁ ସଂଗୃହିତ ଗୀତ : ଜଗତେ କେବଳ ଜନେ ହସିବେ ଭାଷା : ଓଡ଼ିଆ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ (୧୭୮୯-୧୮୪୫) ଲେବେଲ : ସାର୍ଥକ ମ୍ୟୁଜିକ ମସିହା : ୨୦୦୩ ଜଗତେ କେବଳ         ଜନେ ହସିବେ ଏହି ତହୁଁ ଫଳ ଜଟିଳ କରି ସ୍କନ୍ଧରୋମରାଜି         ଶିଖରୀ ଦରୀରେ ମରୁ ଗରଜି କୁଟିଳ କରି ଭ୍ରୁକୁଟିକୁ ଚାହୁଁ        ସରମା କଣ୍ଠୀରବ ହେବ କାହୁଁ ॥୧॥   ଅଲକତ ଦ୍ରବ ନୟନେ ବୋଳି        ରସାଳ ଗହଳ ଶାଖାରେ ଖେଳି କବଳ କରୁ ତା କଳିକଳାପ        କାକ କି କରିବ ପଞ୍ଜମାଳାପ ॥୨॥   ବରଜୀବ ରସେ ଦେଇ ମାନସ        ବରଜି ବରଷେ ଅମେଧ୍ୟ ଗ୍ରାସ ଦେହେ ମନ୍ଦାକିନୀ ରଜ ଲଗାଇ        ଗ୍ରାମ ଶୂକରୀ କି ହୋଇବ ଗାଈ ॥୩॥   ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ        ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ        ...

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

Image
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ