Posts

Showing posts from April, 2019

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବାପାଙ୍କୁ ଚିଠି - Bapanku Chithi Odia Kabita

Image
କବିତା: ବାପାଙ୍କୁ ଚିଠି  ଭାଷା: ଓଡ଼ିଆ  ଗୀତିକାର: ସ୍ନିଗ୍ଧା ଦାସ (କ୍ରିଷ୍ଣା) ବାପା, କେଉଁ ଉପାଦାନରେ ଗଢ଼ା ତୁମେ କେତେ ଉଦାର ଶାନ୍ତ ସଂଭ୍ରମ ଅସୀମ ଧୈର୍ଯ୍ୟ, ନିରୀହ ମନ ସତରେ, କେଉଁ ଉପାଦାନରେ ଗଢ଼ା ତୁମେ ॥ ତୁମର କ୍ଳାନ୍ତ ମୁହଁ ଦେଖିଛି ଛାର ଅନ୍ଧାରରେ ସ୍କୁଲରୁ ଫେରିଲା ପରେ ଦେଖିଛି କପାଳରୁ ଗଡ଼ୁଥିବା ସେଇ ଟୋପା ଟୋପା ଝାଳ ବୁନ୍ଦା ରାତିର ଅନ୍ଧାର ଭିତରେ ନିଦୁଆ ଆଖିରେ ଦେଖିଛି କେମିତି ଡ଼ାକୁଥିଲ ଠାକୁରଙ୍କ ପାଖରେ ତୁମ ବାଲିଘର ଅକାଳରେ ଭାଙ୍ଗି ନଯିବା ଆଶାରେ ॥ ବାପା, ତୋଳିଥିବା ଘରଟି, ସ୍ଵପ୍ନର ଘର ପରି ହେଲାକି ନାହିଁ କେବେ ପଚାରି ବୁଝି ନାହିଁ ହେଲେ, ତୁମେ ଏମିତି ଜଳି ଜଳି ସବୁ ସୁଖ ଫିଙ୍ଗିଦେଇ  ରକ୍ତକୁ ପାଣି କରି କ'ଣ ପାଇଲ ଜୀବନରେ ବେଳେ ବେଳେ ମନକୁ ପଚାରେ ॥ ସତରେ, କ'ଣ ସବୁ ବାପା ଏମିତି ଏକା ଏକା ଆଖିକୁ ଲୁହରେ ଭିଜାନ୍ତି  ଆଉ ସଭିଙ୍କୁ ହସି ହସି କୁହନ୍ତି ମୋ ପିଲା ସବୁ ସୁନା ମୁଣ୍ଡା ମୋ ରକ୍ତରୁ ଗଢ଼ା ସେଥି ପାଇଁ ତ ଅମଣିଷ ନୁହଁନ୍ତି ॥ ସବୁ ବାପମାନେ ଯୁଗ ଯୁଗରେ ଏମିତି ଚାଲନ୍ତି ଅମଡ଼ା ରାସ୍ତାରେ ହାର ମାନନ୍ତି ନିଜ ସୃଷ୍ଟି ଠୁଁ ଆଉ ଲହୁ ଲୁହାଣ ହୁଅନ୍ତି ଜୀବନର ଅପରାହ୍ନରେ ॥ Photo:  ଗୀତିକାର " କ୍ରିଷ୍ଣା "  ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ..

ମହାବାହୁ ଅଖିଳ ଜଗତ ନାଥ - Mahabahu akhila jagata natha Lyrics

Image
ଗୀତ: ମହାବାହୁ ଅଖିଳ ଜଗତ ନାଥ ଚଳଚିତ୍ର: ବନ୍ଧୁ ମହାନ୍ତି  ଭାଷା: ଓଡ଼ିଆ  କଣ୍ଠ: ପ୍ରଫୁଲ୍ଲ କର ଗୀତିକାର: ଗୌର ଚରଣ ସଙ୍ଗୀତ ନିର୍ଦ୍ଦେଶକ: ପ୍ରଫୁଲ୍ଲ କର ମସିହା:୧୯୭୭  == ଓଡ଼ିଆ == ମହାବାହୁ... ଅଖିଳ ଜଗତ ନାଥ ଅଖିଳ ଜଗତ ନାଥ ତୁମ୍ଭେ ଥାଉ ଥାଉ କାହା ପାଦତଳେ ଲୋଟାଇବି ମୋର ମାଥ ମହାବାହୁ ଲୋଟାଇବି ମୋର ମାଥ ମହାବାହୁ... ॥୧ ॥ ଲାଜମାଡ଼େ ଏଥିପାଇଁ ମହାବାହୁ ଲାଜମାଡ଼େ ଏଥିପାଇଁ ଲାଜମାଡ଼େ ଏଥିପାଇଁ ମହାବାହୁ ଲାଜମାଡ଼େ ଏଥିପାଇଁ ଇତରମାନଙ୍କୁ ହାତ ମଳିବି କି  ଇତରମାନଙ୍କୁ ହାତ ମଳିବି କି ତୁମ୍ଭଙ୍କୁ ଛାଡ଼ି ଗୋସାଇଁ ମହାବାହୁ  ତୁମ୍ଭଙ୍କୁ ଛାଡ଼ି ଗୋସାଇଁ ମହାବାହୁ... ॥୨॥ ଭଲେ ଅବଧାନ କର ମହାବାହୁ ଭଲେ ଅବଧାନ କର ଭଲେ ଅବଧାନ କର ମହାବାହୁ ଭଲେ ଅବଧାନ କର ତୁମ୍ଭ ବାହାରେ କେ ବଡ଼ ଜଣେ ଅଛି ତୁମ୍ଭ ବାହାରେ କେ ବଡ଼ ଜଣେ ଅଛି ତା ଆଗେ ଯୋଡ଼ିବି କର ମହାବାହୁ  ତା ଆଗେ ଯୋଡ଼ିବି କର ମହାବାହୁ… ॥ ୩॥ ତୁମ୍ଭେ ତ ବିଚିତ୍ର କର୍ମା ମହାବାହୁ ତୁମ୍ଭେ ତ ବିଚିତ୍ର କର୍ମା ତୁମ୍ଭେ ତ ବିଚିତ୍ର କର୍ମା ମହାବାହୁ ତୁମ୍ଭେ ତ ବିଚିତ୍ର କର୍ମା ଆଉ ମୁଁ ସଂସାରେ କାହାକୁ କିମ୍ପାଇଁ ଆଉ ମୁଁ ସଂସାରେ କାହାକୁ କିମ୍ପାଇଁ ବୋଲିବି ବାବୁ ମଣିମା ମହାବାହୁ ବୋଲିବି ବାବୁ ମଣିମା ମହାବାହୁ… ॥୪॥ ମୋତେ ମାଗି ଆସେ ନାହିଁ ମହାବାହୁ ମୋତେ ମାଗି ଆସେ ...

ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ - Mun je janena kaha bata rahichi chahin Lyrics

Image
ଫିଲ୍ମଗୀତ: ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ ଭାଷା: ଓଡ଼ିଆ  କଣ୍ଠ: ସୁମନ କଲ୍ୟାଣପୁର  ଗୀତିକାର: ଗୁରୁକୃଷ୍ଣ ଗୋସ୍ୱାମୀ  ସଙ୍ଗୀତ ନିର୍ଦ୍ଦେଶକ: ଭୁବନେଶ୍ୱର ମିଶ୍ର ଓ ହରିପ୍ରସାଦ ଚୌରାସିଆ ଚଳଚିତ୍ର: ଗପ ହେଲେ ବି ସତ  ମସିହା: ୧୯୭୬ == ଓଡ଼ିଆ == ଆ.. ଆ..ଆ.. ଆ.. ଆ..ଆ.. ଆ.. ଆ..ଆ..ଆ..ଆ..ଆ.. ଆ..ଆ.. ଆ..ଆ.. ଆ..ଆ.. ସାଥିରେ... ସାଥିରେ... ଯା କାହିଁ ସାଥିରେ ମୁଁ ଯେ ଜାଣେନା କାହା ବାଟ ରହିଚି ଚାହିଁ (୨) ମୋର ଏମିତି କେହି ନାହିଁ ଆସିବା ପାଇଁ, ହଁ ଆସିବା ପାଇଁ ମୁଁ ଯେ ଜାଣେନା କାହା ବାଟ ରହିଚି ଚାହିଁ ମୋର ଏମିତି କେହି ନାହିଁ ଆସିବା ପାଇଁ, ହଁ ଆସିବା ପାଇଁ ସାଥିରେ... ସାଥିରେ... ॥ ଆକାଶରେ ନାହିଁ ଜହ୍ନ ନାହିଁ ତ ସୂରୁଜ, ତେବେ ବି ପକାଏ କିଏ ଆଲୁଅର ମୁରୁଜ ଆକାଶରେ ନାହିଁ ଜହ୍ନ ନାହିଁ ତ ସୂରୁଜ, ତେବେ ବି ପକାଏ କିଏ ଆଲୁଅର ମୁରୁଜ ଏମିତି ଏ ମନ ତଳେ ମହୁଆ ଚମକ ଖେଳେ ନ ଲାଗି କାର ଛୁଆଁ ଟିକକ ପାଇଁ ହଁ ଟିକକ ପାଇଁ  ମୁଁ ଯେ ଜାଣେନା କାହା ବାଟ ରହିଚି ଚାହିଁ ମୋର ଏମିତି କେହି ନାହିଁ ଆସିବା ପାଇଁ, ହଁ ଆସିବା ପାଇଁ ସାଥିରେ... ସାଥିରେ... ॥୧॥ ଯେମିତିକା ଯାଏ ନଈ ଦରିଆ ଖୋଜି ଖୋଜି, ସବୁ କିଛି ଢାଳି ଦେଇ ଯିବାକୁ ଥରେ ହଜି ଯେମିତିକା ଯାଏ ନଈ ଦରିଆ ଖୋଜି ଖୋଜି, ସବୁ କିଛି ଢାଳି ଦେଇ ଯିବାକୁ ଥରେ ହଜି ...

ଭଜୁକିନା ରାମନାମରେ କୁମର (ଟୀକା ଗୋବିନ୍ଦ ଚନ୍ଦ୍ର) - Bhajukina Ramanamare Kumara (Tika Gobinda Chandra) Lyrics

Image
== ଓଡ଼ିଆ == ଗୀତ: ଭଜୁକିନା ରାମନାମ ରେ କୁମର ଗୀତିକାର: ଯଶୋବନ୍ତ ଦାସ ଭାଷା: ଓଡ଼ିଆ  ପୋଥି / ପୁସ୍ତକ: ଟୀକା ଗୋବିନ୍ଦ ଚନ୍ଦ୍ର YouTube ରେ ଭଜୁକିନା ରାମନାମରେ କୁମର ଗୋବିନ୍ଦଚନ୍ଦ୍ର ଙ୍କ ମାତା ମୁକ୍ତା ଦେବୀ ଭଜୁକିନା ରାମନାମ ରେ କୁମର,  ଜପୁକିନା ରାମନାମ ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ,  ବାନ୍ଧିନେବ କାଳଯମ ରେ କୁମର ବାନ୍ଧିନେବ କାଳଯମ ॥୧॥ ସେହି କାଳଯମ ବଡ଼ ଦାରୁଣରେ,  ନ ଜାଣଇ ଦୁଃଖ ସୁଖ ବାଛି ନେବ କଞ୍ଚା ରଖିବ ପାଚିଲା,  ଦେବଟି ଦାରୁଣ ଦୁଃଖ ରେ କୁମର ଦେବଟି ଦାରୁଣ ଦୁଃଖ ॥୨॥ ଭଗ୍ନୀ ରାଣୀ ତୋର କରିବେ ରୋଦନ,  ଆବୋରିବେ ଷଢ଼ ମାସ ଘରର ଘରଣୀ କାନ୍ଦିବ ଯେ ବସି,  ଲୋଡ଼ିବ ଯେ ଅନ୍ୟ ବାସ ରେ କୁମର ଲୋଡ଼ିବ ଯେ ଅନ୍ୟ ବାସ ॥୩॥ ମାତା ଗର୍ଭଧାରୀ ନିରତେ କାନ୍ଦିବ,  ମରିବାର ଯୁଗାନ୍ତର କେ କାନ୍ଦିବ ଦିନ ଦଶ ରେ କୁମର,  କେ କାନ୍ଦିବ ଦିନ ବାର ରେ କୁମର କେ କାନ୍ଦିବ ଦିନ ବାର ॥୪॥ ମୁହିଁ ମାତା ତୋର ନିରତେ କାନ୍ଦିବି,  ମରିବାର ଯୁଗାନ୍ତର ମୁଁ ତେଣୁ ବୋଲଇ ଗୋବିନ୍ଦଚନ୍ଦ୍ରରେ,  କାଲି ଯାଅ ଯୋଗୀଘର ରେ କୁମର କାଲି ଯାଅ ଯୋଗୀଘର ॥୫॥ ତୁହି ଯୋଗୀଘର ଗଲେରେ କୁମର,  ମୋତେଟି ପରମ ସୁଖ ଚାରିଯୁଗେ ବଳା ହେବୁରେ ଅମର,  ...

କହନା ଏ ଫୁଲ କହନା - Kahana E Phula Kahana Lyrics

Image
== ଓଡ଼ିଆ == ଗୀତ : କହନା ଏ ଫୁଲ କହନା ଭାଷା : ଓଡ଼ିଆ ଚଳଚିତ୍ର : ଫୁଲ ଚନ୍ଦନ କଣ୍ଠ : ଅଲକା ୟାଗ୍ନିକ, ଅନୁରାଧା ପୌଡ଼ୱାଲ ଗୀତିକାର : ସଙ୍ଗ୍ରାମ କେଶରୀ ମହାନ୍ତି  ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ପଟ୍ଟନାୟକ ମସିହା : ୧୯୮୨ (ଝି-୧) କହନା ଏ ଫୁଲ କହନା କହିଦେ ନ କରି ବାହାନା କହନା ଏ ଫୁଲ କହନା କହିଦେ ନ କରି ବାହାନା ତୋ ମନ ନୀଳକଇଁ ଯାହାର ବାଟ ଚାହିଁ ରାତିକୁ ଦିଏ ପାହି ଆଖିକୁ ନିଦ ନାହିଁ ଆସିିବ କେବେ କହନା (ଝି-୨) ନା.. ନା.. ନା.. ନା.. (ଝି-୧) କହନା ଏ ଫୁଲ କହନା କହିଦେ ନ କରି ବାହାନା ॥୧॥  (ଝି-୨) ଲୋ ମିତ ସତ କହୁଚି କରୁନାହିଁ ବାହାନା ମୋ ମନ ଖୁସି କାହିଁକି ମୁଁ ତ ନିଜେ ଜାଣେନା ମୋ ସାଥେ ମିଛଟାରେ ଆଉ ଲାଗନା ମନ ଛନଛନ ମୁହେଁ ଲାଜ କାହାକୁ କହିପାରେନା ନା.. ନା.. ନା.. ନା.. (ଝି-୧) କହନା ଏ ଫୁଲ କହନା କହିଦେ ନ କରି ବାହାନା ॥୨॥ (ଝି-୨) ତା' ଛବି ମୋ ଆଖିରେ ନାଚି ନାଚି ଯାଉଛି ମୁଁ ଖାଲି ତା' ଆସିବା ବାଟ ଚାହିଁ ବସିଛି ଲୋ ମିତ ତାରା ଗଣି ରାତି ପାହୁଛି ପର ଲଗାଇ ମନ ମୋର ଆଜି ତ ବୋଲ ମାନେନା ନା.. ନା.. ନା.. ନା.. (ଝି-୧) କହନା ଏ ଫୁଲ କହନା କହିଦେ ନ କରି ବାହାନା ॥୩॥ ତୋ ମନ ନୀଳକଇଁ ଯାହାର ବାଟ ଚାହିଁ ରାତିକୁ ଦିଏ ପାହି ଆଖିକୁ ନିଦ ନାହିଁ ଆସିିବ କେବେ କହନା (ଝି-୨) ନା.. ନା.. ନା.. ନା.. (ଝି-୧) କହନା ଏ ଫୁଲ କହନା କହ...

ଥକାମନ ଚାଲ ଯିବା ଚକାନୟନ ଦେଖିବା - Thakamana chala jiba Chakanayana dekhiba Lyrics

Image
ଗୀତ: ଥକାମନ ଚାଲ ଯିବା ଚକାନୟନ ଦେଖିବା  ଭାଷା: ଓଡ଼ିଆ କଣ୍ଠ: ଭିକାରି ବଳ ଗୀତିକାର: ସାରିଆ ଭିକ  ସଂଗୀତ ନିର୍ଦ୍ଦେଶକ: ବାଳକୃଷ୍ଣ ଦାସ ଆଲବମ: ଆହେ ନିଳଶଇଳ ମସିହା: ୧୯୭୬ == ଓଡ଼ିଆ == ଥକାମନ ଚାଲ ଯିବା ଚକାନୟନ ଦେଖିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ॥ ବାଟରେ ବାଟ ମଙ୍ଗଳା ଦେଖିବା ଅଠରନଳା ପାଞ୍ଚ ମନ ଏକ ମେଳା ନରେନ୍ଦ୍ର ସ୍ନାନ କରିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ॥୧॥  ପହଞ୍ଚିବା ବଡ଼ଦାଣ୍ଡେ ସେ ରେଣୁ ପାଇବା ତୁଣ୍ଡେ ଛତା ତଳେ ରହି ଦଣ୍ଡେ ସାଧୁଙ୍କ ସେବା କରିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ॥୨॥ ସିଂହଦ୍ଵାରେ ଭିଡ଼ାଭିଡ଼ି ବାଜୁଅଛି ବେତ ବାଡ଼ି ଠେଲି ଦେଇ ଯିବା ମାଡ଼ି ଧକା ବାଜିଲେ ସହିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ॥୩॥ ବାଇଶି ପାବଛେ ବିକା ହେଉଛି କୈବଲ୍ୟ ଚଖା ହାଣ୍ଡିକ ପଡ଼େ ସିଉକା ମନ ରଙ୍କା ଛଡ଼ାଇବା ଥକାମନ ଚାଲ ଯିବା ଚକାନୟନ ଦେଖିବା ॥୪॥  ଗରୁଡ଼ ପଛରେ ଦେଖ ଦିଶୁଛି କଳା ଶ୍ରୀମୁଖ ଗରୁଡ଼ ପଛରେ ଦେଖ ଦିଶୁଛି କଳା ଶ୍ରୀମୁଖ କହଇ ସାରିଆ ଭିକ ବଳରାମକୁ କହିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ॥୫॥    ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା  ଥକାମନ ଚାଲ ଯିବା ଚକାନୟନ ଦେଖିବା (୨) ॥  YouTube ରେ ଥକାମନ ଚାଲ...

ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ - Jagannatha ho kichhi magu nahin tote Lyrics

Image
== ଓଡ଼ିଆ == ଗୀତ: ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ ଭାଷା: ଓଡ଼ିଆ କଣ୍ଠ: ଭିକାରି ବଳ ଗୀତିକାର: ବନମାଳୀ ଦାସ ସଂଗୀତ ନିର୍ଦ୍ଦେଶକ: ବାଳକୃଷ୍ଣ ଦାସ ମସିହା: ୧୯୭୬ ଜଗନ୍ନାଥ ହୋ.. କିଛି ମାଗୁନାହିଁ ତୋତେ ଜଗନ୍ନାଥ ହୋ.. କିଛି ମାଗୁନାହିଁ ତୋତେ ଧନ ମାଗୁନାହିଁ ଜନ ମାଗୁନାହିଁ (୨) ମାଗୁଛି ଶରଧା ବାଲିରୁ ହାତେ ଜଗନ୍ନାଥ ହୋ.. କିଛି ମାଗୁନାହିଁ ତୋତେ ॥୧॥ ଆନ ଦରଶନ ନ ଲୋଡ଼େ ନୟନ (୨) ଏକା ତୋହ ଦେଖା ବିନା ଶୁଣିବାକୁ କାନ ନ ଇଚ୍ଛଇ ଆନ (୨) ତୋହ ଚରିତେ କାମନା ଜଗନ୍ନାଥ ହୋ.. କିଛି ମାଗୁନାହିଁ ତୋତେ ॥୨॥  ରସନା ତ ବାଞ୍ଛେ ଗ୍ରାମ୍ୟ ଗୀତ ଗାଇ (୨) ବାକୁ ରଜନୀ ଦିବସ ତୋହ ନାମାବଳି କେବଳ ସଙ୍ଖାଳି (୨) ହୋଇଥାଉ ପୀତବାସ ଜଗନ୍ନାଥ ହୋ.. କିଛି ମାଗୁନାହିଁ ତୋତେ ॥୩॥ ନାସା ମୋର ତୃପ୍ତି ନ ଲଭଇ ଆନ (୨) ସୁବାସ ଦ୍ରବ୍ୟ ଆଘ୍ରାଣେ ତୋହ ଛଡ଼ାମାଳ ତୁଳସୀ କୁସୁମ (୨) ଚନ୍ଦନ କର୍ପୁର ଧ୍ୟାନେ ଜଗନ୍ନାଥ ହୋ.. କିଛି ମାଗୁନାହିଁ ତୋତେ ॥୪॥ ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ (୨) ହରେକୃଷ୍ଣ ଜପୁଥାଉ ବୋଲେ ବନମାଳୀ ମୋ ବେନି ଚରଣ (୨) ତୋ ତୀର୍ଥ ଭ୍ରମଣେ ଯାଉ ଜଗନ୍ନାଥ ହୋ.. କିଛି ମାଗୁନାହିଁ ତୋତେ ଜଗନ୍ନାଥ ହୋ.. କିଛି ମାଗୁନାହିଁ ତୋତେ ॥୫॥ YouTube ରେ ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ ==English == Song : Jagannatha Ho Kichhi ...

ରୁପା ଶଗଡ଼ିରେ ସୁନା କନିଆଁ - Rupa Sagadire Suna Kania Lyrics

Image
== ଓଡ଼ିଆ == ଫିଲ୍ମଗୀତ : ରୁପା ଶଗଡ଼ିରେ ସୁନା କନିଆଁ ଭାଷା : ଓଡ଼ିଆ ଚଳଚିତ୍ର : ଜଗା ହାତରେ ପଘା କଣ୍ଠ : ମହମ୍ମଦ ଆଜିଜ୍ ଗୀତିକାର : ଦେବଦାସ ଛୋଟରାୟ ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୫ ଓହୋ...ଉଁ..ହୁଁ..     ରୁପା ଶଗଡ଼ିରେ ସୁନା କନିଆଁ ରୁପା ଶଗଡ଼ିରେ ସୁନା କନିଆଁ ନୂଆ ଜହ୍ନ ପରି ଛନ ଛନିଆଁ ନୂଆ ଜହ୍ନ ପରି ଛନ ଛନିଆଁ ତାକୁ ପାଇବ ଯିଏ ଗୋପେ ବଢ଼ୁଚି ସିଏ ତାକୁ ପାଇବ ଯିଏ ଗୋପେ ବଢ଼ୁଚି ସିଏ ଆଖି ମିଟିକା ମାରୁଚି ଏକା କାଳିଆ ରୁପା ଶଗଡ଼ିରେ ସୁନା କନିଆଁ ରୁପା ଶଗଡ଼ିରେ ସୁନା କନିଆଁ ॥ ସୁନା କନିଆ ମୋ ଗଜମୁକୁତା ଚନ୍ଦନ ଟୋପାକୁ ନାଲି ଅଳତା ସୁନା କନିଆ ମୋ ଗଜମୁକୁତା ଚନ୍ଦନ ଟୋପାକୁ ନାଲି ଅଳତା ସପନ ଦୀପରେ ଆଶା ସଳିତା ମୋ ସାଙ୍ଗେ ଖେଳୁଛି ଜଳିଜଳିକା ସପନ ଦୀପରେ ଆଶା ସଳିତା ମୋ ସାଙ୍ଗେ ଖେଳୁଛି ଜଳିଜଳିକା କାଳେ ପବନ ହବ, କାଳେ ଲିଭି ସେ ଯିବ କାଳେ ପବନ ହବ, କାଳେ ଲିଭି ସେ ଯିବ ଭାବି ଭାବି ମନ ଆଜି ଉଚ୍ଛନ୍ନ କିଆଁ ରୁପା ଶଗଡ଼ିରେ ସୁନା କନିଆଁ ରୁପା ଶଗଡ଼ିରେ ସୁନା କନିଆଁ ॥୧॥ ସୁନା କନିଆଁର କାଉଁରୀ ମୁହଁ ସୁନେଲି ହସକୁ ରୁପେଲି ଲୁହ ସୁନା କନିଆଁର କାଉଁରୀ ମୁହଁ ସୁନେଲି ହସକୁ ରୁପେଲି ଲୁହ ସମୟ କହୁଚି ତୁଟାଇ ମୋହ ବେଳ ଥାଉ ଥାଉ ଲେଉଟି ଯାଅ ସମୟ କହୁଚି ତୁଟାଇ ମୋହ ବେଳ ଥାଉ ଥାଉ ଲେଉଟି ଯାଅ କାଳେ କୁହୁଡ଼ି ହବ, ବାଟ...

ଭକତ ବିଦୁର ଶାଗ ଭଜା ଦେଇ - Bhakata bidura shaga bhaja dei Lyrics

Image
ଗୀତ: ଭକତ ବିଦୁର ଶାଗ ଭଜା ଦେଇ  ଭାଷା: ଓଡ଼ିଆ କଣ୍ଠ: ଭିକାରି ବଳ ଗୀତିକାର: ଗୋଲକନାଥ ଦାସ ସଂଗୀତ ନିର୍ଦ୍ଦେଶକ: ଭିକାରି ବଳ ମସିହା: ୧୯୭୯ == ଓଡ଼ିଆ == ଭକତ ବିଦୁର ଶାଗ ଭଜା ଦେଇ ତୋଷାଇ ପାରିଲା ମନ ଭକତ ବିଦୁର ଶାଗ ଭଜା ଦେଇ ତୋଷାଇ ପାରିଲା ମନ ମୁଁ ଯେତେ ଦରବ ଯାଚିଲେ କାହିଁକି (୨)  ନ'ଛୁଅଁ ହେ ଭଗବାନ  ଭକତ ବିଦୁର ଶାଗ ଭଜା ଦେଇ ତୋଷାଇ ପାରିଲା ମନ ॥ ଦାସିଆ ବାଉରୀ କି ତପ କରିଲା ତା ଶ୍ରୀଫଳ ହସ୍ତେ ନେଲ ବନ୍ଧୁ ବୋଲି କହି ବନ୍ଧୁମହାନ୍ତି କୁ ଭୋଗ ଥାଳି ଯାଚି ଦେଲ ତୁମେ ପରା ସେହି ଭାବ ବିନୋଦିଆ (୨)    ମୋ ପାଇଁ କିଆଁ ମଉନ    ଭକତ ବିଦୁର ଶାଗ ଭଜା ଦେଇ ତୋଷାଇ ପାରିଲା ମନ ॥୧॥ ଦେଉଥିବି ମୁହିଁ ନେଉଥିବ ତୁମେ ଏଡ଼େ ଭାଗ୍ୟ ମୋର କାହିଁ ଅସରା ଲୁହରେ ଭରା ମୋ ପସରା କି ଦେଇ ତୋଷିବି ମୁହିଁ ତୁମ ଛଡ଼ା ଫୁଲ ତୁଳସୀ ପାଇ ହେ (୨) ଯାଉ ମୋର ଏ ଜୀବନ (୨)    ଭକତ ବିଦୁର ଶାଗ ଭଜା ଦେଇ ତୋଷାଇ ପାରିଲା ମନ ମୁଁ ଯେତେ ଦରବ ଯାଚିଲେ କାହିଁକି ନ'ଛୁଅଁ ହେ ଭଗବାନ  ଭକତ ବିଦୁର ଶାଗ ଭଜା ଦେଇ ତୋଷାଇ ପାରିଲା ମନ    ନ'ଛୁଅଁ ହେ ଭଗବାନ ତୋଷାଇ ପାରିଲା ମନ ॥୨॥ YouTube ରେ ଭକତ ବିଦୁର ଶାଗ ଭଜା ଦେଇ == English == Bhakata bidura shaga bhaja dei Tosai parila mana Bhakat...

ବାଟବଣା ଆଜି ଯୋଉଠି ତୁମର ଠିକଣା ସେଇଠି - Batabana aji jouthi tumara thikana seithi Lyrics

Image
ଫିଲ୍ମଗୀତ: ବାଟବଣା ଆଜି ଯୋଉଠି ଭାଷା: ଓଡ଼ିଆ  ଚଳଚିତ୍ର: ବିଜୁ ବାବୁ  କଣ୍ଠ: ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ୍ ନନ୍ଦ ଗୀତିକାର: ସୁବ୍ରତ ସ୍ଵାଇଁ   ସଙ୍ଗୀତ ନିର୍ଦ୍ଦେଶକ: ପ୍ରେମାନନ୍ଦ ମସିହା: ୨୦୧୯ == ଓଡ଼ିଆ == (ପୁ) ବାଟବଣା ଆଜି ଯୋଉଠି ତୁମର ଠିକଣା ସେଇଠି ଲାଗୁଚି ଏ ବାଟ ଶେଷ ହବ ଏଇଠି ତୁ ଯୋଉଠି ହଁ.. ତୁ ଯୋଉଠି  ତୁ ଯୋଉଠି ହୋ.. ତୁ ଯୋଉଠି (ଝି) ହୁଁ.. ଆନ ମନା ଆଖି ଯୋଉଠି ତୋ ଆଖି ଆଇନା ସେଇଠି ଲାଗୁଚି ଏ ଆଖି ଲାଖିଯିବ ସେଇଠି ତୁ ଯୋଉଠି ହଁ.. ତୁ ଯୋଉଠି  ତୁ ଯୋଉଠି ହୋ.. ତୁ ଯୋଉଠି ॥୧॥  (ଝି) ତୋ ପାଦ ଦୁଇଟି ମୋ ମନ ଦରଜା ଛୁଇଁଲା ପରେ ଘରସାରା ପ୍ରଜାପତି ପ୍ରଜାପତି ପ୍ରଜାପତି ପ୍ରଜାପତି (ପୁ) ତୋ ଆଖିର ନିଦ ମୋ ଆଖି ଦୁଆର ଡେଇଁଲା ପରେ ସବୁରାତି ଜହ୍ନରାତି ଜହ୍ନରାତି ଚିହ୍ନା ଚିହ୍ନା ଲାଗେ ଯଉଠି    ମନ ଚୋରି ହୁଏ ସେଇଠି ଲାଗୁଚି ଏ ମନ ହଜିଯିବ ଏଇଠି ତୁ ଯୋଉଠି ହଁ.. ତୁ ଯୋଉଠି  (ଝି) ତୁ ଯୋଉଠି ହୋ.. ତୁ ଯୋଉଠି ॥୨॥ (ପୁ) ନା..ନାନାନା..ନାନା.. ଓଁ..ଓହୋହୋ..ହୋହୋ..        ତୋ ଫୁଲ ଚେହେରା ମୋ ଛାତିରେ ଛବି ଆଙ୍କିଲା ପରେ ମହୂ ଝରେ ସବୁରାତି ସବୁରାତି ସବୁରାତି ସବୁରାତି (ଝି) ତୋ ଫୁଲ ପାଖୁଡ଼ା ମୋ ପାଦରେ ରଙ୍ଗ ମାଖିଲା ପରେ ବାଟ ସାରା ହୀରା ମୋତି ହୀ...

ପଇଡ଼ ଭିତରେ ପାଣି ଲୋ ଘରମଣି - Paida Bhitare Pani Lo Gharamani Lyrics

Image
 == ଓଡ଼ିଆ == ଗୀତ: ପଇଡ଼ ଭିତରେ ପାଣି ଲୋ ଘରମଣି ଭାଷା: ଓଡ଼ିଆ ଆଲବମ: ମେଘନାଦ ପାଚେରି କଣ୍ଠ: ସୋନୁ ନିଗମ     ସଂଗୀତ ନିର୍ଦ୍ଦେଶକ: ସଞ୍ଜୟ ମସିହା: ୨୦୦୮ ପଇଡ଼ ଭିତରେ ପାଣି, ଲୋ ଘରମଣି ପଇଡ଼ ଭିତରେ ପାଣି, ଲୋ ଘରମଣି ଧୀରେ ଧୀରେ ଯିବୁ ଶିରିମନ୍ଦିରକୁ ଧୀରେ ଧୀରେ ଯିବୁ ଶିରିମନ୍ଦିରକୁ ବାଇଶି ପାହାଚ ଗଣି ଗଣି ଗଣି ଲୋ ଘରମଣି.. ପଇଡ଼ ଭିତରେ ପାଣି, ଲୋ ଘରମଣି ॥୧॥ ତୋ’ଠି ଲାଗିଚି କାଳିଆର ଡୋରି ତୋତେ ସେ ଡାକିଚି ଯିବା ପାଇଁ ପୁରୀ ତୋ’ଠି ଲାଗିଚି କାଳିଆର ଡୋରି ତୋତେ ସେ ଡାକିଚି ଯିବା ପାଇଁ ପୁରୀ ମୁଁ ଏଠି ପଡ଼ିଚି ମୋ ଭାଗ୍ୟ ଆଦରି ସଂସାର ଜାଲରେ ହୁଏ ସିନା ଘାରି ବାଟ ଭୁଲି ଯିବୁ ନାହିଁ ଆଉ କେଉଁ ରାଇଜେ ଜଗା ସାଥେ ଦିନ ରାତି ବିତାଇବୁ ମଉଜେ କଉଡ଼ି ରଖିଥା ଗଣି ଲୋ ଘରମଣି  କଉଡ଼ି ରଖିଥା ଗଣି ଲୋ ଘରମଣି ହାତ ଯୋଡ଼ିଥିବୁ ଗଉଡ଼ ପଛରେ    ହାତ ଯୋଡ଼ିଥିବୁ ଗଉଡ଼ ପଛରେ ବେଢ଼ାରୁ ପଇତା ଶହେଆଠ କିଣି ଲୋ ଘରମଣି.. ପଇଡ଼ ଭିତରେ ପାଣି, ଲୋ ଘରମଣି ॥୨॥ ରସିକନାଗର କାଳିଆକୁ ଚାହିଁ ଭଳିଯିବୁ ନାହିଁ ଆଲୋ ଚାନ୍ଦମୁହିଁ ଓ.. ରସିକନାଗର କାଳିଆକୁ ଚାହିଁ ଭଳିଯିବୁ ନାହିଁ ଆଲୋ ଚାନ୍ଦମୁହିଁ ଘର ଭଙ୍ଗା ନିତି ଜାଣେ ସେ ଠାକୁର ପଲକରେ ମୋହି ନେବ ତୋ ଅନ୍ତର ଧୂପ ଦେବୁ ଦୀପ ଦେବୁ ଭୋଗ ଦେବୁ ଲଗେଇ ମନ ଦେବୁ ନାହିଁ କେବେ ଜଗା ନେବ ଭୁଲେଇ ଆଣିବୁ ନିର୍ମାଲ୍...

ହାଏରେ ହାଏ ମୁଁ ଗଲିଣି ମରି (ତୁ ମୋତେ କିଛି କହିନୁ) - Haere hae mun galini mari (Tu mote kichhi kahinu) Lyrics

Image
ଫିଲ୍ମଗୀତ: ହାଏରେ ହାଏ ମୁଁ ଗଲିଣି ମରି  ଭାଷା: ଓଡ଼ିଆ  ଚଳଚିତ୍ର: ବିଜୁ ବାବୁ  କଣ୍ଠ: ହ୍ୟୁମାନ ସାଗର, ଦିପ୍ତୀରେଖା  ଗୀତିକାର: ସୁବ୍ରତ ସ୍ଵାଇଁ   ସଙ୍ଗୀତ ନିର୍ଦ୍ଦେଶକ: ପ୍ରେମାନନ୍ଦ ମସିହା: ୨୦୧୯ == ଓଡ଼ିଆ == (ପୁ) ତୁ ମୋତେ କିଛି କହିନୁ ମୁଁ ତୋତେ କିଛି କହିନି (ଝି) ତୁ ମୋତେ ଭଲ ଲାଗିଲୁ ମୁଁ ତୋତେ ଭଲ ଲାଗିଲି (ପୁ) ଏଇ ଭଲ ଲାଗିବାଟା ବୋଧେ ମୋତେ ମାରି ସାରି ଲାଣି ଅଧେ ଛୁଇଁ ଦେ ତୁ ନିଶ୍ଵାସ ମୋ ଆସିବ ଫେରି ହାଏରେ ହାଏ ମୁଁ ଗଲିଣି ମରି ହାଏରେ ହାଏ ମୁଁ ଗଲିଣି ମରି (ଝି) ହାଏରେ ହାଏ ମୁଁ ଗଲିଣି ମରି ହାଏରେ ହାଏ ମୁଁ ଗଲିଣି ମରି ॥୧॥  (ପୁ) କେମିତି ଏ ଆକର୍ଷଣ ପାଣିରୁ ପବନ ଯାଏଁ ସବୁବେଳେ ଖୋଜୁଥାଏ ଖାସ କିଛି ନାହିଁ କାରଣ (ଝି) କେମିତି ଏ ଆକର୍ଷଣ ମାଟିରୁ ମହକ ଯାଏଁ ମନଖାଲି ତୋତେ ଚାହେଁ ମାନୁ ନାହିଁ କିଛି ବାରଣ (ପୁ) ତୁ ମୋତେ ଟିକେ ଛୁଇଁଚୁ ମୁଁ ତୋତେ ଟିକେ ଛୁଇଁଚି (ଝି) ତୁ ମୋତେ ଟିକେ ଚାହିଁଲୁ ମୁଁ ତୋତେ ଟିକେ ଚାହିଁଲି (ପୁ) ଏଇ ଟିକେ ଚାହିଁବାଟା ବୋଧେ ମୋତେ ମାରି ସାରିଲାଣି ଅଧେ ଛୁଇଁ ଦେ ତୁ ନିଶ୍ଵାସ ମୋ ଆସିବ ଫେରି (ଝି) ହାଏରେ ହାଏ ମୁଁ ଗଲିଣି ମରି ହାଏରେ ହାଏ ମୁଁ ଗଲିଣି ମରି (ପୁ) ହାଏରେ ହାଏ ମୁଁ ଗଲିଣି ମରି ହାଏରେ ହାଏ ମୁଁ ଗଲିଣି ମରି ଓ..ଓ... ଓ..ଓ... ଓ..ଓ... ଓ..ଓ......

ଢାଳିଦିଅ ସାରା ଧରଣୀରେ ଆଜି - Dhalidia Sara Dharanire Aaji Lyrics

Image
== ଓଡ଼ିଆ == ଭଜନ: ଢାଳିଦିଅ ସାରା ଧରଣୀରେ ଆଜି    ଭାଷା: ଓଡ଼ିଆ  କଣ୍ଠ: ଚିତ୍ତ ଜେନା  ଗୀତିକାର: ହରିହର ମିଶ୍ର    ସଙ୍ଗୀତ ନିର୍ଦ୍ଦେଶକ: ପ୍ରଫୁଲ୍ଲ କର ଚଳଚିତ୍ର: ତପସ୍ୟା   ମସିହା: ୧୯୮୦ ଢାଳିଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା ଅନ୍ଧାର ମନେ କଣ୍ଟକ ବନେ ଦିଅ ଆଲୋକର ଇସାରା ଢାଳିଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା ଅନ୍ଧାର ମନେ କଣ୍ଟକ ବନେ ଦିଅ ଆଲୋକର ଇସାରା ତୁମେ ତ ଅସୀମ ଆକାଶର ସମ ସଂସାରେ ତୁମ ରୂପ ଅନୁପମ ଦେଖିନି ଯା ଆଖି ମନେ ଅଛି ରଖି ମନ ପରଦାରେ କାୟା ତା'ର ଲେଖି ଆକାଶର ସେଇ ଶୂନ୍ୟତା ସାଥେ ମିଶାଏ ମୋ ମନ ପରା ଢାଳିଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା ॥୧॥ ଅନ୍ଧ ମୁଁ ଯଦି ବାଟ ଯାଏ ଭୁଲି, ଚଳାଅ ନିଅ ହେ ହାତ ମୋର ଧରି ଆଜି ଏ ଧରାରେ ଅବସାଦ ଘେରେ, ତୁମରି ମୂର୍ଚ୍ଛନା ଖେଳୁ ମୋ ଅନ୍ତରେ ଅହରହ ତୁମେ ପାଶେ ପାଶେ ରହ, ତୁମେ ମୋ ଦିଗର ତାରା ଢାଳିଦିଅ ସାରା ଧରଣୀରେ ଆଜି, ତୁମରି ଆଶିଷ ଧାରା ତୁମରି ଆଶିଷ ଧାରା ତୁମରି ଆଶିଷ ଧାରା ॥୨॥ YouTube ରେ ଢାଳିଦିଅ ସାରା ଧରଣୀରେ ଆଜି == English == Song : Dhalidia Sara Dharanire Aaji Language : Odia Movie : Tapasya Singer : Chitta Jena Lyricist : Harihar Mishra Music Director : Prafulla Kar Yea...

ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ - E dunia bukure banchibaku hele Lyrics

Image
== ଓଡ଼ିଆ == ଫିଲ୍ମଗୀତ: ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ ଭାଷା: ଓଡ଼ିଆ  କଣ୍ଠ: ସୁରେଶ ୱାଡ଼କର୍ ସଙ୍ଗୀତ ନିର୍ଦ୍ଦେଶକ: ବାସୁଦେବ ରଥ  ଚଳଚିତ୍ର: କାବେରୀ ମସିହା: ୧୯୮୪   ଉଡ଼ି ଗଲା ପକ୍ଷୀ ଭାଙ୍ଗିଦେଇ ତାର  ଛଳନାର ବାଲିଘର ସାଥି ଆଜି ଏକା ମନରେ ତା କୋହ ଆଖିରେ ଲୁହର ଧାର ଆଖିରେ ଲୁହର ଧାର ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ କେତେ ଝଡ଼ ସହିଯା ରେ ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ କେତେ ଝଡ଼ ସହିଯା ରେ ଏ ଦୁନିଆ ବୁକୁରେ.. ॥୧॥ ସାଥିହୀନ ତୋ ଜୀବନ ପାଇଲୁନି ମମତା ନାହିଁ ତୋର କପାଳରେ ସିନ୍ଦୁର ଅଳତା ଶୁଖିଗଲା ଭରା ନଦୀ ମିଶିଲାନି ସାଗରରେ ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ କେତେ ଝଡ଼ ସହିଯା ରେ ଏ ଦୁନିଆ ବୁକୁରେ.. ॥୨॥ ଭାଙ୍ଗିଗଲା ସବୁ ତୋର ସପନର ସହର ରହିଗଲା ତୋ ଲାଗି ଜୀବନଟା ଲୁହର ପଥରକୁ କରି ଛାତି ପଛକଥା ଭୁଲିଯା ରେ ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ କେତେ ଝଡ଼ ସହିଯା ରେ ଏ ଦୁନିଆ ବୁକୁରେ.. ॥୩॥        YouTube ରେ ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ   == English == Film Song: E duia bukure banchibaku hele Language: Odia Singer: Suresh Wadkar Music Director: Basudev Rath Movie: Kaveri Year...

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Image
== ଓଡ଼ିଆ ==   ଗୀତ: ମୋ କଳା ଚାନ୍ଦରେ ଭାଷା: ଓଡ଼ିଆ କଣ୍ଠ: ପ୍ରଣତୀ ମହାନ୍ତି  ଗୀତିକାର: ପଞ୍ଚାନନ ନାୟକ ସଂଗୀତ ନିର୍ଦ୍ଦେଶକ: ମଳୟ ମିଶ୍ର, ବିପିନ୍ ବାରିକ  ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ତୁ ମନେ ପଡ଼ିଗଲେ ଘର ମହକୁଚି ଚନ୍ଦନ କର୍ପୂର ଗନ୍ଧରେ.. ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ॥୧॥ ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି ତୋ ବିନା ବାଟ ଅନ୍ଧାର ତୋ ହାତ ଧରି ବାଟ ଚାଲୁଥିଲେ ମୋର ବା କାହାକୁ ଡର ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି ତୋ ବିନା ବାଟ ଅନ୍ଧାର ତୋ ହାତ ଧରି ବାଟ ଚାଲୁଥିଲେ ମୋର ବା କାହାକୁ ଡର ତୁ’ ଥା ଦୂରେ ଯେତେ ଲଡ଼ୁଥିବି ତତେ ଭଲରେ ହଉକି ମନ୍ଦରେ.. ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ॥୨॥ ପାଦ ଖସିଗଲେ ପ୍ରାଣ ଚାଲିଯାଏ ମଣିଷ ଜୀବନ ଏଇ ବାଙ୍କ ଚାହାଣୀରେ ଚାହିଁଥାରେ ଧନ ମରିବି ତୋ ମୁହଁ ଚାହିଁ ପାଦ ଖସିଗଲେ ପ୍ରାଣ ଚାଲିଯାଏ ମଣିଷ ଜୀବନ ଏଇ ବାଙ୍କ ଚାହାଣିରେ ଚାହିଁଥାରେ ଧନ ମରିବି ତୋ ମୁହଁ ଚାହିଁ ତୁ ଆର ଜନମରେ ହବୁକି ମୋ ପୁଅ ମଶାଣି ଯିବ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ