Posts
Showing posts from March, 2019
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
== ଓଡ଼ିଆ == ଗୀତ: ସୁଖ ବି ଥିଲା ଦୁଃଖ ବି ଥିଲା ଭାଷା : ଓଡ଼ିଆ କଣ୍ଠ: ଅକ୍ଷୟ ମହାନ୍ତି, ହୈମନ୍ତି ଶୁକ୍ଳା ଗୀତିକାର: ଶୀର୍ଷାନନ୍ଦ କାନୁନଗୋ ସଙ୍ଗୀତ ନିର୍ଦ୍ଦେଶକ: ଅକ୍ଷୟ ମହାନ୍ତି ଚଳଚିତ୍ର: ଜାଇ ଫୁଲ ମସିହା: ୧୯୮୪ (ପୁ) ସୁଖ ବି ଥିଲା ଦୁଃଖ ବି ଥିଲା ସବୁତ ଥିଲା ଜୀବନେ ଖାଲି ଏକା ତ ନଥିଲ ତୁମେ ତୁମେ ତୁମେ (ଝି) ହସ ବି ଥିଲା ଲୁହ ବି ଥିଲା ସବୁତ ଥିଲା ଜୀବନେ ଖାଲି ଏକା ତ ନଥିଲ ତୁମେ ତୁମେ ତୁମେ (ପୁ) ସୁଖ ବି ଥିଲା ଦୁଃଖ ବି ଥିଲା ସବୁତ ଥିଲା ଜୀବନେ ଖାଲି ଏକା ତ ନଥିଲ ତୁମେ ତୁମେ ତୁମେ (ଝି) ହସ ବି ଥିଲା ଲୁହ ବି ଥିଲା ସବୁତ ଥିଲା ଜୀବନେ ଖାଲି ଏକା ତ ନଥିଲ ତୁମେ ତୁମେ ତୁମେ (ପୁ) ଆଖି ଥିଲା ନିଦ ଥିଲା ପତା ମୁଦି ହେଉଥିଲା ନଥିଲା ସପନ ଖାଲି ନଥିଲା ସପନ ଖାଲି (ଝି) ତମକୁ ପାଇଲାପରେ ପ୍ରଥମେ ଜାଣିଲି ମୁହିଁ କେମିତି ସପନ ବୋଲି କେମିତି ସପନ ବୋଲି (ପୁ) ଆଖି ଥିଲା ନିଦ ଥିଲା ପତା ମୁଦି ହେଉଥିଲା ନଥିଲା ସପନ ଖାଲି ନଥିଲା ସପନ ଖାଲି (ଝି) ତମକୁ ପାଇଲାପରେ ପ୍ରଥମେ ଜାଣିଲି ମୁହିଁ କେମିତି ସପନ ବୋଲି କେମିତି ସପନ ବୋଲି (ପୁ) ତମେବି ଥିଲ ମୁଁ ବି ଥିଲି ଦୁହେଁତ ଦୁଇଟି ନାମେ (ପୁ+ଝି) ଖାଲି ପ୍ରେମିକ ନଥିଲୁ ଆମେ ଆମେ ଆମେ ଆମେ (ପୁ+ଝି) ...
ଛଅ ଖଣ୍ଡ କାଠରେ ହେବ ସବାରୀ - Chha khanda kathare heba sabari Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଛଅ ଖଣ୍ଡ କାଠରେ ହେବ ସବାରୀ ଭାଷା : ଓଡ଼ିଆ କଣ୍ଠ : ଅନୁରାଧା ପୌଡ଼ୱାଲ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଛଅ ଖଣ୍ଡ କାଠରେ ହେବ ସବାରୀ ସେଇ ସବାରୀରେ ମୁଁ ଯିବି ସେପାରି ଛଅ ଖଣ୍ଡ କାଠରେ ହେବ ସବାରୀ ସେଇ ସବାରୀରେ ମୁଁ ଯିବି ସେପାରି ଅଗଣା ଘର ଦାଣ୍ଡ ଦୁଆର ଟପି ଗଲାପରେ ସବୁ ଖେଳ ଯିବ ମୋର ସରି.. ଛଅ ଖଣ୍ଡ କାଠରେ ହେବ ସବାରୀ ସେଇ ସବାରୀରେ ମୁଁ ଯିବି ସେପାରି ॥ ଯଉତୁକ ନେବିନାହିଁ ଖାଲି ହାତେ ଯିବି ମୁହିଁ ସାଙ୍ଗ ସାଥୀ ବାପା ଭାଇ ଛାଡ଼ିଯିବି ଏକାହୋଇ ଛାଡ଼ି ଯିବି ଏକାହୋଇ ଅଫେରା ସବାରୀ ମୋ ଚାଲିବ ଥିରି ସେଇ ସବାରୀରେ ମୁଁ ଯିବି ସେପାରି ଅଫେରା ସବାରୀ ମୋ ଚାଲିବ ଥିରି ସେଇ ସବାରୀରେ ମୁଁ ଯିବି ସେପାରି ଅଗଣା ଘର ଦାଣ୍ଡ ଦୁଆର ଟପି ଗଲାପରେ ସବୁ ଖେଳ ଯିବ ମୋର ସରି.. ଛଅ ଖଣ୍ଡ କାଠରେ ହେବ ସବାରୀ ସେଇ ସବାରୀରେ ମୁଁ ଯିବି ସେପାରି ॥୧॥ ଯେତିକି ମୋ ଥିବ ପୂନ୍ୟ ସେପାରିରେ ସେଇ ଧନ ଭେଟି ଦେବି ସେ ଧନକୁ ମୋ ପରମ ପୁରୁଷକୁ ମୋ ପରମ ପୁରୁଷକୁ ମିଛ ଦୁନିଆରେ ସେ ସତ ସବାରୀ ସେଇ ସବାରୀରେ ମୁଁ ଯିବି ସେପାରି ମିଛ ଦୁନିଆରେ ସେ ସତ ସବାରୀ ସେଇ ସବାରୀରେ ମୁଁ ଯିବି ସେପାରି ଅଗଣା ତୋର ଦାଣ୍ଡ ଦୁଆର ଟପି ଗଲାପରେ ସବୁ ଖେଳ ଯିବ ମୋର ସରି.. ଛଅ ଖଣ୍ଡ କାଠରେ ହେବ ସବାରୀ ସେଇ ସବାରୀରେ ମୁଁ ଯିବି ସେପାରି ଛଅ ଖଣ୍ଡ କାଠରେ ହେବ ସବାରୀ ସେଇ ସବାରୀରେ ମୁଁ...
ଝୁମି ଝୁମି ଆସେ ଆଖି - Jhumi jhumi ase akhi Lyrics
- Get link
- X
- Other Apps
ଫିଲ୍ମଗୀତ: ଝୁମି ଝୁମି ଆସେ ଆଖି ଚଳଚିତ୍ର: ସ୍ତ୍ରୀ ଭାଷା: ଓଡ଼ିଆ କଣ୍ଠ: ସୁଜାତା ମୁଖାର୍ଜୀ, ଅକ୍ଷୟ ମହାନ୍ତି ଗୀତିକାର: ଅକ୍ଷୟ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ: ଶ୍ରୀକୁମାର ମସିହା : ୧୯୬୯ == ଓଡ଼ିଆ == (ପୁ) ଝୁମି ଝୁମି ଆସେ ଆଖି ଝୁମି ଝୁମି ଆସେ ଆଖି ସପନ ଭରା ଜୀବନେ ମୋର ସପନ ଭରା ଜୀବନେ ମୋର ରାତି ଆଉ କେତେ ବାକି (ଝି) ଝୁମି ଝୁମି ଆସେ ଆଖି ଝୁମି ଝୁମି ଆସେ ଆଖି ସପନ ଭରା ଜୀବନେ ମୋର ସପନ ଭରା ଜୀବନେ ମୋର ରାତି ଆଉ କେତେ ବାକି ଝୁମି ଝୁମି ଆସେ ଆଖି (ପୁ) ରାଲାଲା..ଲାଲା..ଲାଲାଲା.. ରା..ରା..ରୁ… (ଝି) ଅନେକ ତାରା ଆକାଶ ସାରା କିଏ ବା କାହାର ସାଥୀ ସାଥୀ ସାଥୀ ଦିନର ବୁକେ ସବୁ ତ ହଜେ ସରିଲେ ରାତିର ଗୀତି ପାଏନା ଖୋଜି ସକାଳେ କାରେ ପାଏନା ଖୋଜି.. ସକାଳେ କାରେ.. ହାରେ ମୁଁ ଡାକି ଡାକି.. ହାଏ.. ଆଖି ଯାଏ ମୋର ଥକି ଝୁମି ଝୁମି ଆସେ ଆଖି ଝୁମି ଝୁମି ଆସେ ଆଖି ॥୧॥ ଅନେକ ଜଳି ଅନେକ ଖେଳି ପାଇଛି ଆଜି ଖୋଜି ଖୋଜି ଖୋଜି ଜୀବନ ମୋର କରଜ ସିନା ହେବନି କେବେ ସୁଝି ସେଇଥିପାଇଁ ସପନ ହାତେ ସେଇଥିପାଇଁ.. ସପନ ହାତେ.. ଦେଇଛି ମତେ ବିକି.. ହାଏ.. ଜହ୍ନ ଏକା ମୋର ସାକ୍ଷୀ ଝୁମି ଝୁମି ଆସେ ଆଖି ଝୁମି ଝୁମି ଆସେ ଆଖି ॥୨॥ YouTube ରେ ଝୁମ...
ସେଇ ବର୍ଷା ସେଇ ରାତି ମନେ ପଡ଼େ - Sei barsha sei rati mane pade Lyrics
- Get link
- X
- Other Apps
ଗୀତ: ସେଇ ବର୍ଷା ସେଇ ରାତି ମନେ ପଡ଼େ ଭାଷା : ଓଡ଼ିଆ କଣ୍ଠ: ଶାନ୍ ଗୀତିକାର: ଅଲେଖ ବିଶ୍ଵାଳ ସଙ୍ଗୀତ ନିର୍ଦ୍ଦେଶକ: ପୂର୍ଣ୍ଣ ଖୁଣ୍ଟିଆ == ଓଡ଼ିଆ == ହୋ.. ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ ହୋ.. ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ ଅଜଣା ସେ ଅନାମିକା ଭିଜୁଥିଲା ଏକା ଏକା ବିଜୁଳିରେ ମୁହଁ ଦେଖି ହେଇଥିଲୁ ପାଖାପାଖି ନଜର ନଥିଲା କେଉଁ ଆଡ଼େ ହୋ.. ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ ॥୧॥ କିଛି ଲାଜ କିଛି ଡର ମୁଁ ଦେଖିଥିଲି ଗୋରା ଗୋରା ମୁହେଁ ତାର କିଛି ଲାଜ କିଛି ଡର ମୁଁ ଦେଖିଥିଲି ଗୋରା ଗୋରା ମୁହେଁ ତାର ମାରୁଥିଲା ଘଡ଼ଘଡ଼ି ଧରୁଥିଲା ହାତ ଭିଡ଼ି ମାରୁଥିଲା ଘଡ଼ଘଡ଼ି ଧରୁଥିଲା ହାତ ଭିଡ଼ି ଏତେ ବଡ଼ ବର୍ଷା ରାତି ତା ଦେହରେ ଏତେ ତାତି ସିଏ କି ସହଜେ ହାତ ଛାଡ଼େ ହୋ.. ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ ॥୨॥ ସେଇ ଦୂର ଛୋଟ ଘର ମୋ ମନେପଡ଼େ ଲାଗୁଥିଲା ସ୍ଵର୍ଗପୁର ସେଇ ଦୂର ଛୋଟ ଘର ମୋ ମନେପଡ଼େ ଲାଗୁଥିଲା ସ୍ଵର୍ଗପୁର ମାରୁଥିଲା ବର୍ଷା ଛିଟା ଲାଗୁଥିଲା ଭାରି ମିଠା ମାରୁଥିଲା ବର୍ଷା ଛିଟା ଲାଗୁଥିଲା ଭାରି ମିଠା ସେଇ ମିଠା ବର୍ଷା ରାତି ଅଭୁଲା ସେ ମିଠା ପ୍ରୀତି ଆଜି ପ୍ରିୟା ଓଠରେ ମୁଁ ପଢ଼େ ହୋ.. ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ ହୋ.. ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ ...
ଏକା ତୋ ଭକତ ଜୀବନ - Eka to bhakata jibana Lyrics
- Get link
- X
- Other Apps
== ଓଡ଼ିଆ == ଗୀତ: ଏକା ତୋ ଭକତ ଜୀବନ ଭାଷା: ଓଡ଼ିଆ କଣ୍ଠ: ନମିତା ଅଗ୍ରୱାଲ ଗୀତିକାର: ଭକ୍ତ ସାଲବେଗ ସଂଗୀତ ନିର୍ଦ୍ଦେଶକ: ଶ୍ରୀ ଭୁବନ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ ଶଙ୍ଖ ଚକ୍ର ଚିହ୍ନ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ॥୧॥ ଭକତ ତୋ ମାତା ପିତା ଭକତ ତୋ ବନ୍ଧୁ ଭକତ ତୋ ମାତା ପିତା ଭକତ ତୋ ବନ୍ଧୁ ଭକତ ନିମନ୍ତେ ତୋର ନାମ କୃପାସିନ୍ଧୁ ନାମ କୃପାସିନ୍ଧୁ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ॥୨॥ ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ ଭକତ ପଛରେ ତୁହି ଥାଉ ସେହି ଭାବେ ଥାଉ ସେହି ଭାବେ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ॥୩॥ ବାପା ମୋ ମୋଗଲପୁଅ ମାଆ ମୋ ବ୍ରାହ୍ମଣୀ ବାପା ମୋ ମୋଗଲପୁଅ ମାଆ ମୋ ବ୍ରାହ୍ମଣୀ ଏ କୁଳେ ଜନ୍ମିଲି ହିନ୍ଦୁ ନ ଖାଏ ମୋ ପାଣି ନ ଖାଏ ମୋ ପାଣି ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ॥୪ ॥ କହେ ସାଲବେଗ ହୀନ ଜାତିରେ ଯବନ କହେ ସାଲବେଗ ହୀନ ଜାତିରେ ଯବନ ଶ୍ରୀରଙ୍ଗା ଚରଣ ବିନୁ ନଜାଣଇ ଆନ ନଜାଣଇ ଆନ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ ଶଙ୍ଖ ଚକ୍ର ଚିହ୍ନ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ॥୫॥ YouTube ରେ...
ନିଦ ଭରା ରାତି ମଧୁ ଝରା ଜହ୍ନ - Nida bhara rati madhu jhara janha Lyrics
- Get link
- X
- Other Apps
ଫିଲ୍ମଗୀତ: ନିଦ ଭରା ରାତି ମଧୁ ଝରା ଜହ୍ନ ଭାଷା: ଓଡ଼ିଆ କଣ୍ଠ: ନିର୍ମଳା ମିଶ୍ର ଗୀତିକାର: ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ: ଜେ. ଆଦେନୀ ଚଳଚିତ୍ର: ଅନୁତାପ ମସିହା: ୧୯୭୭ == ଓଡ଼ିଆ == ଆ..ଆ.. ଆ..ଆ...ଆ.. ଆ..ଆ..ଆ..ଆ..ଆ.. ନିଦ ଭରା ରାତି ମଧୁ ଝରା ଜହ୍ନ ଫିକା ଫିକା ଏଇ ଜୋଛନା ତୁମେ ନାହଁ ସାଥି ଆଜି ଏଇ ରାତି ଏକା ଏକା ଭଲ ଲାଗେନା ଭଲ ଲାଗେନା ॥ ଦୂରେ ବହୁ ଦୂରେ ନଈ ଆରପାରେ ବିରହୀ କେ ଝୁରେ ବଇଁଶୀର ସୁରେ ସେଇ ସୁରେ ହଜି ଜୋଛନାରେ ଭିଜି ଖୋଜେ ମୁଁ ତୁମକୁ ଏକା ଏକା ଆଜି ଦୂର ଚାନ୍ଦ ତୁମେ ବୁଝିଲ ତ ନାହିଁ କୁମୁଦିନୀ ମନ ବେଦନା (୨) ନିଦ ଭରା ରାତି ମଧୁ ଝରା ଜହ୍ନ ଫିକା ଫିକା ଏଇ ଜୋଛନା ତୁମେ ନାହଁ ସାଥି ଆଜି ଏଇ ରାତି ଏକା ଏକା ଭଲ ଲାଗେନା ଭଲ ଲାଗେନା ॥୧॥ ତୁମେ ନୀଳ ଢ଼େଉ ମୁଁ ଯେ ବେଳାଭୂଇଁ ତୁମେ ଯାଅ ଦୂରେ ଖାଲି ମୋତେ ଛୁଇଁ ପାଶେ ଥିଲେ କିଛି ପାରେ ନାହିଁ କହି ଗଲେ ଦୂରେ ତୁମେ ଝୁରେ ତୁମ ପାଇଁ ଧରା ଦେଲେ ବାରେ କହି ଦେବି ହେଲେ ଭାବେ ସିନା କହି ପାରେନା (୨) ନିଦ ଭରା ରାତି ମଧୁ ଝରା ଜହ୍ନ ଫିକା ଫିକା ଏଇ ଜୋଛନା ତୁମେ ନାହଁ ସାଥି ଆଜି ଏଇ ରାତି ଏକା ଏକା ଭଲ ଲାଗେନା ଭଲ ଲାଗେନା ॥୨॥ YouTube ରେ ନିଦ ଭରା ରାତି ମଧୁଝରା ଜହ୍ନ == English == ...
ଧେତ୍ ତୋ ପାଇଁ ଗଲିରେ ଗଲି ମରି (ଆଖିରେ ଆଖି ମିସେଇଦେଇ) - Dhet Topain Galire Gali Mari (Akhire Akhi Miseidei) Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଧେତ୍ ତୋ ପାଇଁ ଗଲିରେ ଗଲିରେ ଗଲି ମରି ଭାଷା : ଓଡ଼ିଆ କଣ୍ଠ : ଉଦିତ ନାରାୟଣ, ଅନନ୍ୟା ନନ୍ଦ ଗୀତିକାର : ସୁବ୍ରତ ସ୍ଵାଇଁ ସଙ୍ଗୀତ ନିର୍ଦ୍ଦେଶକ : ଜାପାନୀ ମସିହା : ୨୦୧୯ (ପୁ) ହୋ..ଓ.. ହୋ..ଓ.. ହେ..ଆହାହା.. (ଝି) ଲାଲାଲା..ଓ.. ଲାଲାଲା.. (ପୁ) ଆଖିରେ ଆଖି ମିଶେଇଦେଇ ଆଖିରେ ଆଖି ମିଶେଇଦେଇ ସପନ କଲୁ ଚୋରି ଧେତ୍, ତୋପାଇଁ ଗଲିରେ ଗଲି ମରି ମରି ମରି.. ମରି ମରି ମରି.. ମରି ମରି ମରି ମରି.. ତୋପାଇଁ ଗଲିରେ ଗଲି ମରି ମରି ମରି.. ମରି ମରି ମରି.. ମରି ମରି ମରି ମରି.. (ଝି) ପହିଲି ଛୁଆଁ କଲା କିମିଆଁ ହୋ.. ପହିଲି ଛୁଆଁ କଲା କିମିଆଁ କଲିଜା ଦେଲା ଚିରି ଧେତ୍, ତୋପାଇଁ ଗଲିରେ ଗଲି ମରି ମରି ମରି.. ମରି ମରି ମରି.. ମରି ମରି ମରି ମରି.. ତୋପାଇଁ ଗଲିରେ ଗଲି ମରି ମରି ମରି.. ମରି ମରି ମରି.. ମରି ମରି ମରି ମରି.. ॥୧॥ (ପୁ) ସିଲିସିଲି ଝିଲିମିଲି ସୁନେଲି ରୂପେଲି ତୋପାଇଁ ମୋ ଦୁନିଆ ରଙ୍ଗୋଲି ରଙ୍ଗୋଲି (ଝି) ଓ.. ମତୁଆଲି ମଖମଲି ଚଗଲି ଚଗଲି ତୋପାଇଁ ଛାତି ତଳେ ଦିୱାଲୀ ଦିୱାଲୀ (ପୁ) ପାଦରେ ପାଦ ମିଶେଇ ଦେଲୁ ଆହା.. ପଦାରେ ପାଦ ମିଶେଇ ଦେଲୁ ବାଟ ମୋ ଗଲା ସରି ଧେତ୍, ତୋପାଇଁ ଗଲିରେ ଗଲି ମରି ମରି ମରି.. ମରି ମରି ମରି.. ମରି ମରି ମରି ମରି.. ॥୨॥ (ଝି) ଛୁମା ଛ...
ହାତରେ ମୋ ମୁଠା ମୁଠା ଶରଧା ବାଲି - Hatare mo mutha mutha sharadha bali Lyrics
- Get link
- X
- Other Apps
ଗୀତ: ହାତରେ ମୋ ମୁଠା ମୁଠା ଶରଧା ବାଲି ଭାଷା: ଓଡ଼ିଆ କଣ୍ଠ: ଭିକା ରି ବଳ ଗୀତିକାର: ପ୍ରସନ୍ନ କୁମାର ସାମଲ ସଂଗୀତ ନିର୍ଦ୍ଦେଶକ: ଭାରତୀକୃଷ୍ଣ == ଓଡ଼ିଆ == ହାତରେ ମୋ ମୁଠା ମୁଠା ଶରଧା ବାଲି ଠାକୁରେ ଶରଧା ବାଲି ନରେନ୍ଦ୍ରର ଜଳ ପଡ଼େ ମଥାରୁ ଝରି ହାତରେ ମୋ ମୁଠା ମୁଠା ଶରଧା ବାଲି ଠାକୁରେ ଶରଧା ବାଲି ନରେନ୍ଦ୍ରର ଜଳ ପଡ଼େ ମଥାରୁ ଝରି ଦେହରେ ମୋ ବୋଳା ବଡ଼ଦାଣ୍ଡର ଧୂଳି ଦେହରେ ମୋ ବୋଳା ବଡ଼ଦାଣ୍ଡର ଧୂଳି ଚକାଡ଼ୋଳା ଚକାଡ଼ୋଳା.. କହ ଚକାଡ଼ୋଳା ପର ହେଲି କିପରି ପର ହେଲି କିପରି ହାତରେ ମୋ ମୁଠା ମୁଠା ଶରଧାବାଲି ଠାକୁରେ ଶରଧା ବାଲି ନରେନ୍ଦ୍ରର ଜଳ ପଡ଼େ ମଥାରୁ ଝରି ॥୧॥ ଆଖିରେ ମୁଁ ଦେଖୁଥାଇ ତୋର ମୂରତୀ କାନ ମୋର ଦିବାନିଶି ଶୁଣେ ତୋ ଗୀତି ଆଖିରେ ମୁଁ ଦେଖୁଥାଇ ତୋର ମୂରତୀ.. କାନ ମୋର ଦିବାନିଶି ଶୁଣେ ତୋ ଗୀତି.. ତୁଣ୍ଡେ ତୁଳସୀ ଜଳ, ତୁଣ୍ଡେ ତୁଳସୀ ଜଳ ପାଏ ମୁଁ ନିତି ମୁଣ୍ଡ ମୋର ଛୁଏଁ.. ମୁଣ୍ଡ ମୋର ଛୁଏଁ ବଡ଼ ଦାଣ୍ଡର ମାଟି ବଡ଼ ଦାଣ୍ଡର ମାଟି ରସ ନାମ ଗାଏ ସଦା.. ରସ ନାମ ଗାଏ ସଦା ରସ ନାମ ଗାଏ ସଦା ନାମ ତୋହରି ପର ହେଲି କିପରି ହାତରେ ମୋ ମୁଠା ମୁଠା ଶରଧାବାଲି ଠାକୁରେ ଶରଧାବାଲି ନରେନ୍ଦ୍ରର ଜଳ ପଡ଼େ ମଥାରୁ ଝରି ॥୨॥ ଘର ଜାଣେ ନୀଳାଚଳ ବଡ଼ଦେଉଳ ପ୍ରଭୂପଣେ ତୁହି ଏକା ବଡ଼ଠାକୁର ତୋ ପାଇଁ ଭୁଲିଛି ସବୁ, ତ...
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ - Shrabanare Shrabana Megha Anibu Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ଭାଷା : ଓଡ଼ିଆ ଆଲବମ : ସେଇ ଝିଅଟି କଣ୍ଠ : ଉଦିତ ନାରାୟଣ ଗୀତିକାର : ନିଜାମ୍ ସଂଗୀତ ନିର୍ଦ୍ଦେଶକ : ପୂର୍ଣ୍ଣ ଖୁଣ୍ଟିଆ ମସିହା : ୨୦୦୯ ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ ଭିଜିବାକୁ ହାଏରେ ସେ ଭଲ ପାଏ ଖୁସି ହେଲେ ପ୍ରେମରେ ମତେ ଭିଜାଏ ସେ ଭିଜିଲେ ମୁଁ ଭିଜିବି ତୁ ଦେଖିବୁ ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ ॥୧॥ ତା ଆଖିରେ ଟିକେ ଖୁସି ଦେଖିବାକୁ କେତେ କଥା ମନେ ପଡ଼େ ଭାବିବାକୁ ଭାରି ସେ ଅବୁଝା ବୁଝେ ନାହିଁ କିଛି ଆଜି ଯାଏଁ ତାକୁ ପାରିଲିନି ବୁଝି ଫଗୁଣରେ ଫଗୁଣ ରଙ୍ଗ ଆଣିବୁ ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇ ଦବୁ ଫଗୁଣରେ ଫଗୁଣ ରଙ୍ଗ ଆଣିବୁ ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇ ଦବୁ ରଙ୍ଗ ଖେଳିବାକୁ ସେ ଭଲପାଏ ତା ରଙ୍ଗରେ ମତେ ସେ ରଙ୍ଗେଇ ଦିଏ ତା ଆଖିରେ ତା ଓଠରେ ହସ ଦେଖିବୁ ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ ॥୨॥ ଅସରନ୍ତି ଆଶା ହଜାରେ ସପନ ଆଖିତାର ନଈ ଆକାଶ ତା ମନ ହେ.. ମନ ମାନି ଥିଲେ ସେ ଅତି ନିଜର ମନେ ରାଗ ଥିଲେ ନୁହେଁ ସେ କାହାର ରଜନୀ ଲୋ ରଜନୀ ଜହ୍ନ ଆଣିବୁ ସେ ଜହ୍ନକୁ ମୋ ପ୍ରିୟା ହାତରେ ଦବୁ ରଜନୀ ଲୋ ରଜନୀ ଜହ୍ନ ଆଣିବୁ ସେ ଜହ୍ନକ...
ଯମୁନା ଯାଅନା ଯାଅନା ଯମୁନା - Jamuna jaona jaona jamuna Lyrics
- Get link
- X
- Other Apps
ଏ ଗୀତଟିରେ ବହୁ ଆଳାପ ରହିଛି । ସୁଧୀ ପାଠକବୃନ୍ଦଙ୍କୁ ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଫିଲ୍ମଗୀତ: ଯମୁନା ଯାଅନା ଯାଅନା ଯମୁନା ଭାଷା: ଓଡ଼ିଆ ଚଳଚିତ୍ର: ସାକ୍ଷୀ ଗୋପୀନାଥ କଣ୍ଠ: ମାନ୍ନା ଦେ ଗୀତିକାର: ଗଣେଶ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶକ: ବାସୁଦେବ ରଥ ମସିହା: ୧୯୭୮ ଆ...ଆ...ଆ...ଆ...ଆ...ଆ... ଯମୁନା ଯାଅନା ଯାଅନା ଯମୁନା କଦମ୍ବ ମୂଳରେ ଲୁଚିଛି ସେ କାହ୍ନା ମାନିନୀ ଯାଅନା କରନା ବାହାନା, ମାନ, ମୋ ମନା ଯମୁନା ଯାଅନା ଯାଅନା ଯମୁନା କଦମ୍ବ ମୂଳରେ ଲୁଚିଛି ସେ କାହ୍ନା ମାନିନୀ ଯାଅନା କରନା ବାହାନା, ମାନ, ମୋ ମନା ଯମୁନା ଯାଅନା ॥ ଗୋପପୁରରେ ବାଜୁଛି ଅପବାଦ ନାଗରା, ଶ୍ୟାମ ପ୍ରେମ ଫାଶରେ ଦେଲେ ରାଧା ଗୋ’ ଧରା ଗୋପପୁରରେ ବାଜୁଛି ଅପବାଦ ନାଗରା, ଶ୍ୟାମ ପ୍ରେମ ଫାଶରେ ଦେଲେ ରାଧା ଗୋ’ ଧରା ବାହୁନି ବାହୁନି କାନ୍ଦଇ ମନର ବୀଣା.. ସାଗାଧା..ସାଗାଧା..ସାଗାଧା..ସାଗାଧା.. ସାମାଗା..ସାମାଗା..ସାମାଗା..ସାମାଗା.. ମାଗାସା..ଗାସାନି..ସାନିଧା..ନିଧାମା..ଗାମାଗା..ମାଗାସା..ଗାସାନି..ଧା.. ମାନିନୀ ଯାଅନା କରନା ବାହାନା ମାନ, ମୋ ମନା ଯମୁନା...
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା - Muskil he jina tere bina muskil he jina Lyrics
- Get link
- X
- Other Apps
ଫିଲ୍ମଗୀତ: ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ଭାଷା: ଓଡ଼ିଆ ଚଳଚିତ୍ର: ଅଜବ ସଞ୍ଜୁର ଗଜବ ଲଭ୍ କଣ୍ଠ: ବାବୁସାନ୍, ଦିପ୍ତୀରେଖା ଗୀତିକାର: ସୁବ୍ରତ ସ୍ଵାଇଁ ସଙ୍ଗୀତ ନିର୍ଦ୍ଦେଶକ: ପ୍ରେମାନନ୍ଦ == ଓଡ଼ିଆ == (ପୁ) ଓଠ ତୋର ମଧୁଶାଳା ମିଠା ମିଠା ମହୁ ଝରା ମହୁ ବିନା ପ୍ରଜାପତି ରହି ପାରେନା ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା (ଝି) ଆଖି ତୋର ସ୍ଵପ୍ନ ଝରା ତୋଫା ତୋଫା ଜହ୍ନ ତାରା ଜହ୍ନ ବିନା ରାତି ଜମା ସୋଇ ପାରେନା ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା (ପୁ) ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ॥୧॥ (ପୁ) ପ୍ରଥମ ଦେଖାରୁ ତୁ ଯୁଆଡ଼େ ଯାଉଚି ମୁଁ ରେଶମି ସୂତାରେ ମୋତେ ଧୀରେ ଧୀରେ ପାଖକୁ ଟାଣୁଛୁ ତୁ (ଝି) ପ୍ରଥମ ଚିହ୍ନାରୁ ତୁ ଆନମନା ଭାରି ମୁଁ ଅଜଣାରେ କେବେ ଆସିଯାଉ ଯେବେ ଚମକି ପଡ଼ୁଛି ମୁଁ (ପୁ) ଚାହାଁଣୀରେ ହୀରା ମୋତି ଚାହିଁ ଚାହିଁ ସରେ ରାତି ମୋତି ବିନା ଶାମୁକାତ ରହିପାରେନା.. ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା (ଝି...
ବନ୍ଦେ ଉତ୍କଳ ଜନନି - Vande utkala janani Lyrics
- Get link
- X
- Other Apps
ଗୀତ : ବନ୍ଦେ ଉତ୍କଳ ଜନନି ଭାଷା :ଓଡ଼ିଆ ରଚୟିତା : କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର == ଓଡ଼ିଆ == ବନ୍ଦେ ଉତ୍କଳ ଜନନି ଚାରୁ ହାସମୟି ଚାରୁ ଭାଷମୟି ଜନନି, ଜନନି, ଜନନି ॥ ପୂତ-ପୟୋଧି-ବିଧୌତ-ଶରୀରା, ତାଳ-ତମାଳ-ସୁଶୋଭିତ-ତୀରା, ଶୁଭ୍ର ତଟିନୀକୂଳ-ଶୀକର-ସମୀରା ଜନନି, ଜନନି, ଜନନି ॥୧॥ ଘନ ବନ ଭୂମି ରାଜିତ ଅଙ୍ଗେ, ନୀଳ ଭୂଧରମାଳା ସାଜେ ତରଙ୍ଗେ, କଳ କଳ ମୁଖରିତ ଚାରୁ ବିହଙ୍ଗେ ଜନନି, ଜନନି, ଜନନି ॥୨॥ ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା, ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା, ଯୋଗି-ଋଷିଗଣ-ଉଟଜ-ପବିତ୍ରା ଜନନି, ଜନନି, ଜନନି ॥୩॥ ସୁନ୍ଦର-ମନ୍ଦିର-ମଣ୍ଡିତ-ଦେଶା, ଚାରୁକଳା ବଳି-ଶୋଭିତ-ବେଶା, ପୁଣ୍ୟ-ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା ଜନନି, ଜନନି, ଜନନି ॥୪॥ ଉତ୍କଳ-ସୁରବର-ଦର୍ପିତ-ଗେହା, ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା, ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା ଜନନି, ଜନନି, ଜନନି ॥୫॥ କବିକୁଳ-ମୌଳି-ସୁନନ୍ଦନ-ବନ୍ଦ୍ୟା, ଭୁବନ-ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା, ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ ଜନନି, ଜନନି, ଜନନି ॥୬॥ Note: ସମ୍ବୋଧନ ଅର୍ଥରେ ଜନନୀ 'ନି' ହୋଇଅଛି YouTube ରେ ବନ୍ଦେ ଉତ୍କଳ ଜନନି == English == Vande utkala janani Charu hasamayi charu bhasamayi Janani, janani, janani ॥ Puta-payodhi- bidhouta- shar...
ମୋ ଦିଲ୍ ମୋ ଦିଲ୍ ତୁ ହି ତୁ ମେହେଫିଲ - Mo Dil Mo Dil Tu Hi Tu Mehefil Lyrics
- Get link
- X
- Other Apps
ଗୀତ: ମୋ ଦିଲ୍ ତୁ ହି ତୁ ମେହେଫିଲ ଭାଷା: ଓଡ଼ିଆ କଣ୍ଠ: ସ୍ଵୟଂ ପାଢୀ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ: ଚିନ୍ମୟ କୁମାର == ଓଡ଼ିଆ == ଖୋଜୁଛି ତତେ ଦିଲ୍ ଚାହୁଁଛି ମିଠା ପିଲ୍ ଖୋଜୁଛି ତତେ ଦିଲ୍ ଚାହୁଁଛି ମିଠା ପିଲ୍ ସତରେ ଅବା ସପନରେ ଥରେ ଅଧେ ତୁ ମିଲ୍.. ମୋ ଦିଲ୍.. ମୋ ଦିଲ୍.. ତୁ ହି ତୁ ମେହେଫିଲ ॥ ଆହି..ଆହି..ଆହା..ଇ..ଆହା..ଓ..ଓ.. ଆହି..ଆହି..ଆହା..ଇ..ଆହା..ଓ..ଓ.. ସକାଳର.. କାକରରେ.. ଘାସରେ ମୋତି ଝଲସେ ସେ ମୋତିର ଝଲକରେ ସୁନା ମୁହଁ ତୋର ଦିଶେ ସକାଳର କାକରରେ ଘାସରେ ମୋତି ଝଲସେ ସେ ମୋତିର ଝଲକରେ ସୁନା ମୁହଁ ତୋର ଦିଶେ ଚାହାଣି ତୋ କାତିଲ ହୃଦୟରେ ଆଣେ ଥ୍ରୀଲ୍ ଚାହାଣି ତୋ କାତିଲ ହୃଦୟରେ ଆଣେ ଥ୍ରୀଲ୍ ଧୀରେ ଧୀରେ ମୋ ଚାହାତ୍ ରୁ ତୁ ହେଲୁ ମୋ ମଞ୍ଜିଲ୍.. ମୋ ଦିଲ୍.. ମୋ ଦିଲ୍.. ତୁ ହି ତୁ ମେହେଫିଲ ॥୧॥ ଆହି..ଆହି..ଆହା..ଇ..ଆହା..ଓ..ଓ.. ଆହି..ଆହି..ଆହା..ଇ..ଆହା..ଓ..ଓ.. ହୃଦୟର.. ସବୁ କୋଣେ.. ପାଏ ମୁଁ ସନ୍ଧାନ ତୋର ଅ.. ତୋ ପରଶ ପାଇବାକୁ ମନ ଅଥୟ ଅସ୍ଥିର ହଁ.. ହୃଦୟର ସବୁ କୋଣେ ପାଏ ମୁଁ ସନ୍ଧାନ ତୋର ତୋ ପରଶ ପାଇବାକୁ ମନ ଅଥୟ ଅସ୍ଥିର ପ୍ରେମ ତୋର ଦୂର ହିଲ୍ କରିବାକୁ ହାସିଲ ପ୍ରେମ ତୋର ଦୂର ହିଲ୍ କରିବାକୁ ହାସିଲ ସବୁ ବାଧାକୁ ଡେଇଁ ଯିବି ହେଲେ ବି ମୁସ୍କିଲ୍ ॥୨॥ ...
ମୁଁ ତ ବଡ଼ ଦେଉଳର ପାରାରେ - Mun ta bada deulara parare Lyrics
- Get link
- X
- Other Apps
ଗୀତ: ମୁଁ ତ ବଡ଼ ଦେଉଳର ପାରାରେ ଭାଷା: ଓଡ଼ିଆ କଣ୍ଠ: ଭିକା ରି ବଳ ଗୀତିକାର: ଶୀର୍ଷାନନ୍ଦ କାନୁନଗୋ ସଂଗୀତ ନିର୍ଦ୍ଦେଶକ: ଅମରେନ୍ଦ୍ର ମହାନ୍ତି, ସରୋଜ ନନ୍ଦ == ଓଡ଼ିଆ == ମୁଁ ତ ବଡ଼ ଦେଉଳର ପାରାରେ, ନୀଳଚକ୍ର ମୋର ଆଶରା ମୁଁ ତ ବଡ଼ ଦେଉଳର ପାରାରେ, ନୀଳଚକ୍ର ମୋର ଆଶରା ଖରା ବରଷାକୁ ନାହିଁ ମୋର ଡର, ଦେଉଳ ଉପରେ ମୋହରି ଘର ଖରା ବରଷାକୁ ନାହିଁ ମୋର ଡର, ଦେଉଳ ଉପରେ ମୋହରି ଘର ମୁଁ ତ ବଡ଼ ଦେଉଳର ପାରାରେ ସାହା ମୋର କାଳିଆ ପରା ମୁଁ ତ ବଡ଼ ଦେଉଳର ପାରାରେ ନୀଳଚକ୍ର ମୋର ଆଶରା ॥୧॥ ଭୋକ ଲାଗି ଦକ ନାହିଁ ତ ମୋହର ନିର୍ମାଲ୍ୟ ଖାଏ ମୁଁ ଖୁଣ୍ଟି ଅବଢ଼ା ତୋରାଣି ପିଉଥାଏ ପୁଣି ଶୁଖିଗଲେ ମୋର ତଣ୍ଟି ଭୋକ ଲାଗି ଦକ ନାହିଁ ତ ମୋହର ନିର୍ମାଲ୍ୟ ଖାଏ ମୁଁ ଖୁଣ୍ଟି ଅବଢ଼ା ତୋରାଣି ପିଉଥାଏ ପୁଣି ଶୁଖିଗଲେ ମୋର ତଣ୍ଟି ଯେଉଁ ଅବଢ଼ାର.. ଯେଉଁ ଅବଢ଼ାର କଣିକାଏ ପାଇଁ ବାଇଆ ଜଗତ ସାରାରେ.. ମୁଁ ତ ବଡ଼ ଦେଉଳର ପାରାରେ, ନୀଳଚକ୍ର ମୋର ଆଶରା ମୁଁ ତ ବଡ଼ ଦେଉଳର ପାରାରେ, ନୀଳଚକ୍ର ମୋର ଆଶରା ॥୨॥ କେତେ ସାଧୁ ସନ୍ଥ ବୈଷ୍ଣବ ଭକତ ଦର୍ଶନ କରଇ ମୁହିଁ ଦେଉଳେ ଦେଉଳେ ଘୁମୁରି ବୁଲଇ ଜଗନ୍ନାଥ ନାମ ଗାଇ କେତେ ସାଧୁ ସନ୍ଥ ବୈଷ୍ଣବ ଭକତ ଦର୍ଶନ କରଇ ମୁହିଁ ଦେଉଳେ ଦେଉଳେ ଘୁମୁରି ବୁଲଇ ଜଗନ୍ନାଥ ନାମ ଗ...
ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ - Aji mun shrabani luhara harini Lyrics
- Get link
- X
- Other Apps
ଫିଲ୍ମଗୀତ: ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ ଭାଷା: ଓଡ଼ିଆ କଣ୍ଠ: ଲତା ମଙ୍ଗେସକର ଗୀତିକାର: ଜୀବନାନନ୍ଦ ପାଣି ସଙ୍ଗୀତ ନିର୍ଦ୍ଦେଶକ: ଶାନ୍ତନୁ ମହାପାତ୍ର ଚଳଚିତ୍ର: ଅରୁନ୍ଧତି ମସିହା: ୧୯୬୮ == ଓଡ଼ିଆ == ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ ଯେଉଁ ରଜନୀ କେବେ ପାହିନି ଆଜି ମୁଁ ସେଇ ରଜନୀ (୨) ଆଜି ମୁଁ ଶ୍ରାବଣୀ ॥ ଏତେ ମେଘ ମୋ ଆକାଶେ ଚନ୍ଦ୍ର କିମ୍ପାଇଁ ମିଛେ ଆସେ ଉଇଁ ଏତେ ମେଘ ମୋ ଆକାଶେ ଚନ୍ଦ୍ର କିମ୍ପାଇଁ ମୋ ତିମିରେ ଖୋଜେ ତାର ହଜିଥିବା କଇଁ ମୁଁ ଯେ ନିଶି ପଦ୍ମିନୀ.. ଲୁହ ବାରୁଣୀ ଯେଉଁ ରଜନୀ କେବେ ପାହିନି ଆଜି ମୁଁ ସେଇ ରଜନୀ ଆଜି ମୁଁ ଶ୍ରାବଣୀ ॥୧॥ ଝୁରେ ଆଜି ସୂର୍ଯ୍ୟକୁ ମୋ ଆକାଶ ଖାଲି ଲୁହ ଢାଳି ଢାଳି ଝୁରେ ଆଜି ସୂର୍ଯ୍ୟକୁ ମୋ ଆକାଶ ଖାଲି ଛଳ ଛଳ ଅନ୍ଧାରେ ବାହୁନେ ମୋ ଝିଲ୍ଲୀ ମରୁପଥେ ହଜିଛି ମୁଁ.. ଲୁହ ତଟିନୀ ଯେଉଁ ରଜନୀ କେବେ ପାହିନି ଆଜି ମୁଁ ସେଇ ରଜନୀ ଆଜି ମୁଁ ଶ୍ରାବଣୀ (୨) ॥୨॥ YouTube ରେ ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ == English == Aji mun shrabani luhara harini Jeun rajani kebe pahini Aji mun sei rajani (2) Aji mun shrabani ॥ Ete megha mo akashe Chandra kimpain Michhe ase uin Ete megha mo akashe Chandra kimpain Mo timire khoje tara Hajit...
କେଡ଼େ ସୁନ୍ଦର ସତେ କାଳିଆର ନବକଳେବର - Kede Sundara Sate Kaliara Nabakalebara Lyrics
- Get link
- X
- Other Apps
== ଓଡ଼ିଆ == ଗୀତ: କେଡ଼େ ସୁନ୍ଦର ସତେ କଳିଆର ନବକଳେବର ଭାଷା: ଓଡ଼ିଆ କଣ୍ଠ: ସୋନୁ ନିଗମ ଗୀତିକାର: ବସନ୍ତରାଜ ସାମଲ ସଂଗୀତ ନିର୍ଦ୍ଦେଶକ: ମନ୍ମଥ ମିଶ୍ର କେଡ଼େ ସୁନ୍ଦର ସତେ କାଳିଆର ନବକଳେବର.. କେଡ଼େ ସୁନ୍ଦର ସତେ କାଳିଆର ନବକଳେବର.. ମୁଣ୍ଡେ ଚନ୍ଦନ ଚିତା ଆଖି କହୁଚି କଥା ଓଠ ବିକେ ଅମୃତ ହାତ ହୋଇଚି ଦାତା ତାର ନବ ଯୌବନ କେଡ଼େ ମଞ୍ଜୁଳ କେଡ଼େ ସୁନ୍ଦର ସତେ କାଳିଆର ନବକଳେବର.. କେଡ଼େ ସୁନ୍ଦର ସତେ କାଳିଆର ନବକଳେବର.. ॥୧॥ ଯୁଗକୁ ଯୁଗ ଭିନ୍ନ ଅବତାର କଳିରେ ଏକ ରୂପ ବାର ବାର ନରେନ୍ଦ୍ର ଜଳ ପରି ମନ ତାର ଚହଲିଯାଏ ଡାକ ଶୁଣି ତୋର ପହଡ଼ ପଡ଼େନା ଆଖି ଦୂଆରେ ତାର ଦେଖିବାକୁ ଦୁଃଖୀ ଦୁଃଖ ଜଞ୍ଜାଳ କେଡ଼େ ସୁନ୍ଦର ସତେ କାଳିଆର ନବକଳେବର.. କେଡ଼େ ସୁନ୍ଦର ସତେ କାଳିଆର ନବକଳେବର.. ॥୨॥ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନିମ ବଡ଼ ଦେଉଳରେ ହେଲା ଦାରୁବ୍ରହ୍ମ ଶଙ୍ଖରେ ଶୁଭ ଶାନ୍ତି ନିରାମୟ ଚକ୍ରରେ କରେ ପୁଣି ପାପ କ୍ଷୟ ପଦ୍ମରେ ପବିତ୍ର ହୁଏ ସାରା ସଂସାର ଗଦାରେ କରେ ଗର୍ବ ସଂହାର କେଡ଼େ ସୁନ୍ଦର ସତେ କାଳିଆର ନବକଳେବର.. ମୁଣ୍ଡେ ଚନ୍ଦନ ଚିତା ଆଖି କହୁଚି କଥା ଓଠ ବିକେ ଅମୃତ ହାତ ହୋଇଚି ଦାତା ତାର ନବ ଯୌବନ କେଡ଼େ ମଞ୍ଜୁଳ କେଡ଼େ ସୁନ୍ଦର ସତେ କାଳିଆର ନବକଳେବର.. କେଡ଼େ ସୁନ୍ଦର ସତେ କାଳିଆର ନବକଳେବର.. ॥୩॥ YouTube ର...
ସୁନେଲି ସୁନେଲି ଖରା ତୋ ମୁହଁ ସାରା - Suneli suneli khara to munha sara Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ: ସୁନେଲି ସୁନେଲି ଖରା ତୋ ମୁହଁ ସାରା ଚଳଚିତ୍ର: ତୋ ଆଖି ମୋ ଆଇନା ଭାଷା: ଓଡ଼ିଆ କଣ୍ଠ: ସୋନୁ ନିଗମ, ପାମେଲା ଜୈନ୍ ଗୀତିକାର: ଦେବଦାସ ଛୋଟରାୟ ସଙ୍ଗୀତ ନିର୍ଦ୍ଦେଶକ: ଦୀପକ କୁମାର ମସିହା: ୧୯୯୯ (ପୁ) ରାଧା..ରାଧା..ରାଧା.. ଏହେ..ରାଧା..ରାଧା..ରାଧା (ଝି) ଆ..ଆ..ଆ..ଲା..ଲା..ଲା (ପୁ) ସୁନେଲି ସୁନେଲି ଖରା ତୋ ମୁହଁ ସାରା କେବେ ଦିଶୁ ଗୋଲାପି ତୁ କେବେ ଦିଶୁ ଗୋରା ତୋ ଓଠରୁ ଝରି ପଡ଼େ ହସ ଚୁନା ଚୁନା ତୋ ଆଖି ମୋ ଆଇନା (୩) (ଝି) ମୋତେ ତ ଉଡ଼େଇ ନିଏ ପବନ ଝୁଲଣା ଫୁଲ ତ ପିନ୍ଧେଇ ଦିଏ ମୋ ଦେହେ ଗହଣା ତୁମେ ମୋର ପାଖେ ଥିଲେ କିଛି ମୁଁ ଚାହେଁନା ତୋ ଆଖି ମୋ ଆଇନା (୩) ॥୧॥ (ପୁ) ଯେତେ ମୁଁ ଜାଣିଚି ତୋତେ ସେତିକି ଟାଣୁଛୁ ମୋତେ ହାତରେ ଧରିଛୁ ସତେ ରେଶମୀ ଡୋରୀ.. (ଝି) ଦୋଷ ନୁହେଁ ଏକା ମୋର ତୁମେ ବି ତ ଯାଦୁଗର ତୁମେ ତ କରିଛ ମୋତେ ମୋ ପାଖୁ ଚୋରି.. (ପୁ) ସବୁ କିଛି ଉଠେ ଜିଇଁ ତୁମେ ଦେଲେ ଛୁଇଁ ପତର ସବୁଜ ହୁଏ ଭରି ଯାଏ ନଈ (ଝି) ବନେ ବନେ ନାଚି ଯାଏ ମୋ ମନ ମଇନା ତୋ ଆଖି ମୋ ଆଇନା (ପୁ) ତୋ ଆଖି ମୋ ଆଇନା (ପୁ+ଝି) ତୋ ଆଖି ମୋ...
ହେ ବନ୍ଧୁ ହେ ବନ୍ଧୁ ବିଦାୟ - He bandhu he bandhu bidaya Lyrics
- Get link
- X
- Other Apps
ଗୀତ: ହେ ବନ୍ଧୁ ହେ ବନ୍ଧୁ ବିଦାୟ ଭାଷା: ଓଡ଼ିଆ କଣ୍ଠ: କୁମାର ବାପି ଗୀତିକାର: ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ: ଶାନ୍ତିରାଜ୍ ଖୋଶଲା == ଓଡ଼ିଆ == ହେ ବନ୍ଧୁ ହେ ବନ୍ଧୁ ବିଦାୟ... ହେ ବନ୍ଧୁ ହେ ବନ୍ଧୁ ବିଦାୟ… ଯାହା ସୁଖ ଦେଲ ଛାଡ଼ି ମୁଁ ଯାଉଚି ଯାହା ଦୁଃଖ ଦେଲ ସାଥିରେ ନଉଚି ଯାହା ସୁଖ ଦେଲ ଛାଡ଼ି ମୁଁ ଯାଉଚି ଯାହା ଦୁଃଖ ଦେଲ ସାଥିରେ ନଉଚି ସ୍ଵର୍ଗଦ୍ଵାରେ ହବ ଦାହ ସିଂହଦ୍ଵାରୁ ଘେନ ମୋ ଶେଷ ପ୍ରଣାମ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ହେ ବନ୍ଧୁ ହେ ବନ୍ଧୁ ବିଦାୟ... ହେ ବନ୍ଧୁ ହେ ବନ୍ଧୁ ବିଦାୟ… ॥ ବାଟ ଚାଲୁ ଚାଲୁ ସରିଗଲା କେବେ ପାରିଲିଣି ଟିକେ ଜାଣି କହିବାକୁ ଥିଲା କେତେ କଥା ବନ୍ଧୁ ବାକି ରହିଗଲା ପୁଣି ତମ କଥା ବନ୍ଧୁ ମନେ ପଡ଼ିଗଲା ଜୀବନଟା ଯାଉ ଯାଉ କିଏ ଜାଣେ କେବେ ପୁଣି ଦେଖା ହବ କଉ ଜନମରେ ଆଉ କଥାଥିଲା ତମ ପାଖୁ ନେଇଯିବ ଏ ଭବ ସାଗରୁ ପାରିକରିଦେବ ସରିଗଲା ମୋ ସମୟ ଏ ଘନ କାଳରେ କାହିଁ ଗଲ ବନ୍ଧୁ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ହେ ବନ୍ଧୁ ହେ ବନ୍ଧୁ ବିଦାୟ... ହେ ବନ୍ଧୁ ହେ ବନ୍ଧୁ ବିଦାୟ… ॥୧॥ ତମ ସାଥେ ବନ୍ଧୁ କରିଥିଲି ଭାବ ଶେଷ ଦରଶନ ପାଇଁ ଇଚ୍ଛା ଥିଲା ବନ୍ଧୁ ତମ ହାତ ଧରି ବଇକୁଣ୍ଠ ଯିବା ପାଇଁ ସ୍ଵର୍ଗଦ୍ଵ...
ଏ ଫୁଲ କହ ଥରେ ମୋ କାନେ ଗୁପତରେ - E phula kaha thare mo kane gupatare Lyrics
- Get link
- X
- Other Apps
ଫିଲ୍ମଗୀତ: ଏ ଫୁଲ କହ ଥରେ ମୋ କାନେ ଗୁପତରେ ଭାଷା: ଓଡ଼ିଆ କଣ୍ଠ: ଅନୁରାଧା ପୌଡ଼ୱାଲ ସଙ୍ଗୀତ ନିର୍ଦ୍ଦେଶକ: ପ୍ରଫୁଲ୍ଲ କର ଚଳଚିତ୍ର: ପୂଜା ଫୁଲ ମସିହା: ୧୯୮୫ == ଓଡ଼ିଆ == ଓ..ଓ..ଓ..ଓ.. ଏ ଫୁଲ କହ ଥରେ ମୋ କାନେ ଗୁପତରେ କି ହୁଏ ତନୁରେ ଭ୍ରମର ଚୁମିବା ପରେ ଏ ଫୁଲ କହ ଥରେ ମୋ କାନ ଗୁପତରେ କି ହୁଏ ତନୁରେ ଭ୍ରମର ଚୁମିବା ପରେ ଏ ଫୁଲ କହ ଥରେ ॥ ତୋ’ରି ପରି ଦିନେ ଲୋ ଫୁଲ ମୋ ମନ ଥିଲା କୁଆଁରୀ ଗାଉ ମୁଁ ଥିଲି ନାଚୁ ମୁଁ ଥିଲି ଫଗୁଣରେ ଖେଳି ଖେଳି କାହୁଁ ଲୋ ଆସି ସେ ପରଦେଶୀ ତନୁ ମନ କଲା ଚୋରି ଚୋର ସେ ରାଣ କଲା ଚୋରି ମୋତେ ଶୀଥେଇ ଦେଉଛି ଧରି ଲାଗେ ଲୋ ଭାରି ଡର ଥରୁଚି ଛାତି ମୋର ପାଦ ମୋ ଟଳମଳ ଲାଜେ ମୁଁ ଜରଜର କହ ଏ କି’ମୋର ହେଲାରେ.. ଓ..ଓ..ଓ..ଓ.. କହରେ ପ୍ରଜାପତି ମୋ କାନେ ଚୁପି ଚୁପି ସେ କି ତୋ ଏକା ସାଥି ଯେ ଫୁଲେ ଚୁମୁଚୁ ନିତି ଏ ଫୁଲ କହ ଥରେ ॥୧॥ ଯେଦିନ ଆସି ମୋ ବନ୍ଧୁ ମୋତେ ଦେଲେ ଲୋ ପହିଲି ଛୁଆଁ ଜୀବନ ଥାଇ ମରଣ ହେଲା ଲାଗୁଥିଲା ନୂଆଁ ନୂଆଁ ହେଲେ କାହିଁ ସେ ଗଲେ ବିଦେଶେ ଏ ମନେ ଲଗାଇ ନିଆଁ ସେ ନିଆଁ ଲାଗି ମୋ ମନ ଫୁଲ କୁହୁଳି ହୁଏ ଲୋ ଧୂଆଁ ଆଖିକୁ ନିଦ ନାହିଁ ପେଟକୁ ଭୋକ ନାହିଁ ହସିଲେ କାନ୍ଦେ ମୁଁହି କାନ୍ଦିଲେ ହସୁଥାଇ କହ ଏ କି’ମୋର ହେଲାରେ.. ଓ..ଓ..ଓ..ଓ.. କେ କହେ ପା...
ତୋ ଦିଲ୍ ମୋ ଆଶିୟାନା (ଚୁପି ଚୁପି ଆସି ସପନରେ ମୋର) - To dil mo ashiyana (Chupi chupi asi sapanare mora) Lyrics
- Get link
- X
- Other Apps
ଗୀତ: ତୋ ଦିଲ୍ ମୋ ଆଶିୟାନା ମୁଁ ଦିୱାନା ଭାଷା: ଓଡ଼ିଆ କଣ୍ଠ: ସବିଶେଷ ମିଶ୍ର, ଅସୀମା ପଣ୍ଡା ଗୀତିକାର: ମୃତ୍ୟୁଞ୍ଜୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶକ: ସୁଶୀଲ ଦଳାଇ == ଓଡ଼ିଆ == (ଝି) ହୁଁ..ଉଁ..ଉଁ..ଉଁ ହୁଁ..ଉଁ..ଉଁ..ଉଁ ଚୁପି ଚୁପି ଆସି ସପନରେ ମୋର କଲୁ ମତେ କିମିଆ ଯଦି କେହି ମୋତେ ନାଁ ପଚାରୁଚି କହିଦିଏ ତୋର ନାଁ ହୁଁ..ଉଁ..ଉଁ..ଉଁ ହୁଁ..ଉଁ..ଉଁ..ଉଁ ଗୁମ୍ ସୁମ୍ ଗୁମ୍ ସୁମ୍ ମନ ମୋର, କିଛି ବୁଝେନା ଦୂରେଥା ତୁ ସାଥି ମୋର, ପାଖେ ଆସନା ଗୁମ୍ ସୁମ୍ ଗୁମ୍ ସୁମ୍ ମନ ମୋର, କିଛି ବୁଝେନା ଦୂରେଥା ତୁ ସାଥି ମୋର, ପାଖେ ଆସନା (ପୁ) କେତେ ଭଲ ପାଏରେ ତୋତେ ନାହିଁ ଅଜଣା, କରୁକାହିଁ ମିଛେ ବାହାନା ତୋ ଦିଲ୍ ମୋ ଆଶିୟାନା ମୁଁ ଦିୱାନା ତୋ ଦିଲ୍ ମୋ ଆଶିୟାନା ମୁଁ ଦିୱାନା (ଝି) ମୋ ଦିଲ୍ ତୋ ଆଶିୟାନା ତୁ ଦିୱାନା ମୋ ଦିଲ୍ ତୋ ଆଶିୟାନା ତୁ ଦିୱାନା ॥୧॥ ହୁଁ..ଉଁ..ଉଁ..ଉଁ ହୁଁ..ଉଁ..ଉଁ..ଉଁ ହୁଁ..ଉଁ..ଉଁ..ଉଁ ହୁଁ..ଉଁ..ଉଁ..ଉଁ (ଝି) ସହି ପାରୁନି ଦୂରତା ହାଏ, ତୋତେ ଦେଖି ମୋ ପାଖରେ ଥରେ ଇଶାରା କରିଦେ ତୋତେ, ଛୁଇଁଦେବି ନିରୋଳାରେ ସହି ପାରୁନି ଦୂରତା ହାଏ, ତୋତେ ଦେଖି ମୋ ପାଖରେ ଥରେ ଇଶାରା କରିଦେ ତୋତେ, ଛୁଇଁଦେବି ନିରୋଳାରେ (ପୁ) ଛୁଇଁ ତୋତେ ମୁଁ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...
ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics
By
Satyaranjan Mohanty
-
== ଓଡ଼ିଆ == ଶ୍ଳୋକ / ଭଜନ : ଶ୍ରୀ ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) ଭାଷା : ସଂସ୍କୃତ କଣ୍ଠ : ପଣ୍ଡିତ ସୂର୍ୟନାରାୟଣ ରଥଶର୍ମା ଗୀତିକାର : ଆଦି ଶଙ୍କାରାଚାର୍ଯ୍ୟ କଦାଚିତ୍ କାଳିନ୍ଦୀ ତଟ ବିପିନ ସଙ୍ଗୀତ କରବୋ ମୁଦାଭୀରୀ ନାରୀ ବଦନ କମଳାସ୍ଵାଦ ମଧୁପଃ ରମା ଶମ୍ଭୁ ବ୍ରହ୍ମାମର ପତି ଗଣେଶାର୍ଚିତ ପଦୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୧॥ ଭୁଜେ ସବ୍ୟେ ବେଣୁଂ ଶିରସି ଶିଖି ପୁଛଂ କଟି ତଟେ ଦୁକୂଳଂ ନେତ୍ରାନ୍ତେ ସହଚର କଟାକ୍ଷଂ ବିଦଧତେ ସଦା ଶ୍ରୀମଦ ବୃନ୍ଦାବନ ବସତି ଲୀଲା ପରିଚୟୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୨॥ ମହାମ୍ଭୋଧେସ୍ତୀରେ କନକ ରୁଚିରେ ନୀଳ ଶିଖରେ ବସନ୍ ପ୍ରାସାଦାନ୍ତଃ ସହଜ ବଲଭଦ୍ରେଣ ବଳିନା ସୁଭଦ୍ରା ମଧ୍ୟସ୍ଥଃ ସକଳ ସୁର ସେବା ବସରଦୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୩॥...
ନିକଟରେ ମିଳିଥିବା ମନ୍ତବ୍ୟ ସବୁ
The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”
The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”
The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”
Anonymous commented on madhaba he madhaba lyrics: “Jay Jagannatha 🙏”
Anonymous commented on jagannathastakam: “Excellent. However it would be better if the meanings of the words would have given. ”
Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”
Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”
The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”
The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”
The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”
Anonymous commented on madhaba he madhaba lyrics: “Jay Jagannatha 🙏”
Anonymous commented on jagannathastakam: “Excellent. However it would be better if the meanings of the words would have given. ”
Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”
Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”
The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”
ଲେଖା ସମୂହର ବିଭାଗୀକରଣ
ଲେଖା ସମୂହର ବିଭାଗୀକରଣ
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
-
-
-
-
-
-
-
-
-
-
-
- ସୁଖ ବି ଥିଲା ଦୁଃଖ ବି ଥିଲା - Sukha bi thila duhkha b...
- ଛଅ ଖଣ୍ଡ କାଠରେ ହେବ ସବାରୀ - Chha khanda kathare heba...
- ଝୁମି ଝୁମି ଆସେ ଆଖି - Jhumi jhumi ase akhi Lyrics
- ସେଇ ବର୍ଷା ସେଇ ରାତି ମନେ ପଡ଼େ - Sei barsha sei rati ...
- ଏକା ତୋ ଭକତ ଜୀବନ - Eka to bhakata jibana Lyrics
- ନିଦ ଭରା ରାତି ମଧୁ ଝରା ଜହ୍ନ - Nida bhara rati madhu ...
- ଧେତ୍ ତୋ ପାଇଁ ଗଲିରେ ଗଲି ମରି (ଆଖିରେ ଆଖି ମିସେଇଦେଇ) - ...
- ହାତରେ ମୋ ମୁଠା ମୁଠା ଶରଧା ବାଲି - Hatare mo mutha mut...
- ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ - Shrabanare Shrabana Me...
- ଯମୁନା ଯାଅନା ଯାଅନା ଯମୁନା - Jamuna jaona jaona jamun...
- ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା - Musk...
- ବନ୍ଦେ ଉତ୍କଳ ଜନନି - Vande utkala janani Lyrics
- ମୋ ଦିଲ୍ ମୋ ଦିଲ୍ ତୁ ହି ତୁ ମେହେଫିଲ - Mo Dil Mo Dil T...
- ମୁଁ ତ ବଡ଼ ଦେଉଳର ପାରାରେ - Mun ta bada deulara parare...
- ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ - Aji mun shrabani luha...
- କେଡ଼େ ସୁନ୍ଦର ସତେ କାଳିଆର ନବକଳେବର - Kede Sundara Sate...
- ସୁନେଲି ସୁନେଲି ଖରା ତୋ ମୁହଁ ସାରା - Suneli suneli kha...
- ହେ ବନ୍ଧୁ ହେ ବନ୍ଧୁ ବିଦାୟ - He bandhu he bandhu bida...
- ଏ ଫୁଲ କହ ଥରେ ମୋ କାନେ ଗୁପତରେ - E phula kaha thare m...
- ତୋ ଦିଲ୍ ମୋ ଆଶିୟାନା (ଚୁପି ଚୁପି ଆସି ସପନରେ ମୋର) - To ...
-
-
-