Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ବନ୍ଦେ ଉତ୍କଳ ଜନନି ଚାରୁ ହାସମୟି ଚାରୁ ଭାଷମୟି - Vande Utkala Janani Charu Hasamayi Charu Bhasamayi Lyrics




== ଓଡ଼ିଆ ==

ଗୀତ : ବନ୍ଦେ ଉତ୍କଳ ଜନନି
ଭାଷା : ଓଡ଼ିଆ
ରଚୟିତା : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର



ବନ୍ଦେ ଉତ୍କଳ ଜନନି
ଚାରୁ ହାସମୟି ଚାରୁ ଭାଷମୟି
ଜନନି, ଜନନି, ଜନନି ॥

ପୂତ-ପୟୋଧି-ବିଧୌତ-ଶରୀରା,
ତାଳ-ତମାଳ-ସୁଶୋଭିତ-ତୀରା,
ଶୁଭ୍ର ତଟିନୀକୂଳ-ଶୀକର-ସମୀରା
ଜନନି, ଜନନି, ଜନନି ॥୧॥

ଘନ ବନ ଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ
ଜନନି, ଜନନି, ଜନନି ॥୨॥

ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,
ଯୋଗି-ଋଷିଗଣ-ଉଟଜ-ପବିତ୍ରା
ଜନନି, ଜନନି, ଜନନି ॥୩॥

ସୁନ୍ଦର-ମନ୍ଦିର-ମଣ୍ଡିତ-ଦେଶା,
ଚାରୁକଳା ବଳି-ଶୋଭିତ-ବେଶା,
ପୁଣ୍ୟ-ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା
ଜନନି, ଜନନି, ଜନନି ॥୪॥

ଉତ୍କଳ-ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା
ଜନନି, ଜନନି, ଜନନି ॥୫॥

କବିକୁଳ-ମୌଳି-ସୁନନ୍ଦନ-ବନ୍ଦ୍ୟା,
ଭୁବନ-ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ
ଜନନି, ଜନନି, ଜନନି ॥୬॥


Note:
ସମ୍ବୋଧନ ଅର୍ଥରେ ଜନନୀ 'ନି' ହୋଇଅଛି । ସେମିତି ସମ୍ବୋଧନ ଅର୍ଥରେ ହାସମୟି, ଭାଷମୟି ଆଦି ଶବ୍ଦରେ ମଧ୍ୟ ହ୍ରସ୍ଵ "ଇ" ଲାଗିଛି ।


YouTube ରେ ବନ୍ଦେ ଉତ୍କଳ ଜନନି

ତୃପ୍ତି ଦାସ ଙ୍କ କଣ୍ଠରେ ଶୁଣନ୍ତୁ ବନ୍ଦେ ଉତ୍କଳ ଜନନି



== English ==

Song : Vande Utkala Janani
Language : Odia
Lyricist : Kantakabi Laxmikanta Mohapatra



Vande utkala janani
Charu hasamayi charu bhasamayi 
Janani, janani, janani ॥

Puta-payodhi- bidhouta- sharira,
Tala- tamala-sushobhita- tira,
Shubhra tatinikula- shikara-samira,
Janani, janani, janani ॥1॥

Ghana bana bhumi rajita ange,
Nila bhudharamala saje tarange,
Kala kala mukharita charu bihange,
Janani, janani, janani ॥2॥

Sundarashali-sushobhita-khetra,
Gyana bigyana- pradashita netra,
Jogi-rusigana-utaja-pabitra
Janani, janani, janani ॥3॥

Sundara-mandira-mandita-desha,
Charukala bali- shobhita-besha,
Punya-tirthachaya-punya-pradesha
Janani, janani, janani ॥4॥

Utkala-surabara-darpita-geha,
Arikula-shonita-charchita-deha,
Biswabhumandala-krutabara-sneha
Janani, janani, janani ॥5॥

Kabikula-mouli-sunandana-bandya,
Bhubana-bighosita-kirtti anindya,
Dhanye, punye, chirasharanye
Janani, janani, janani ॥6॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ଖୁସିହେଲୁ କି ଆପଣଙ୍କୁ ଭଲଲାଗିଲା । ମତାମତ ପାଇଁ ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ବା ଗପ "ଦି ସ୍ମରଣିକା" ରେ ପଢ଼ିବାକୁ ଚାହୁଁଛନ୍ତି ଜଣାଇବାକୁ ଅନୁରୋଧ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ