Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ପୃଥିବୀ ପ୍ରତି (ତୁହି ମା ଧରଣୀ ଜନନୀ ମୋହର) - Pruthibi Prati (Tuhi Ma Dharani Janani Mohara) Lyrics

ଫଟୋ କ୍ରେଡିଟ୍ : ଉପରୋକ୍ତ ଫଟୋଟି ପିକ୍ସାବେ ରୁ ଅଣାଯାଇଛି

== ଓଡ଼ିଆ ==

ଗୀତ : ପୃଥିବୀ ପ୍ରତି
ଭାଷା : ଓଡ଼ିଆ
ଗୀତିକାର : ଭକ୍ତକବି ମଧୁସୂଦନ ରାଓ



ତୁହି ମା ଧରଣୀ          ଜନନୀ ମୋହର
          ଧରିଛୁ ମା ମୋତେ କୋଳେ
ଲୋଟୁଅଛି ସିନ୍ଧୁ          ଚରଣ ତୋହର
          ଆହା କି ଉଲ୍ଲାସ ଭୋଳେ ॥୧॥

ରହିଛୁ ଅନାଇ          ଅନନ୍ତ ଗଗନେ
          ଆନନ୍ଦରେ ଅନୁକ୍ଷଣ
ସେ ମହାଗଗନ          ମହା ଆନନ୍ଦରେ
          ନିରେଖଇ ତୋ ଆନନ ॥୨॥

ବିମଳ ପ୍ରଭାତେ          ପୁଣ୍ୟ ସାୟଂକାଳେ
          ଦିବାନିଶି ଅବିରଳ
ତୋ ଶିରେ ଗଗନ          ଢାଳେ ଶୁଭ୍ରାଲୋକ
         ଅବା ଛାୟା ସୁଶୀତଳ ॥୩॥

ତୋହରି ସନ୍ତାନ          ଅଟେ ମୁଁ ଜନନୀ
          ତୋର ଦରଶନେ ପ୍ରାଣ
ଉଛୁଳି ପଡ଼ଇ          ଆନନ୍ଦ ଉଲ୍ଲାସେ
          ମଣଇ ମୁଁ ଭାଗ୍ୟବାନ ॥୪॥

ସୁଧାଧାରା ସମ          ସରିତର ସ୍ରୋତ
          ବହୁଅଛି ତୋ ବକ୍ଷରେ
ସେ ଅମୃତ ପାନ          ସ୍ଥାବର ଜଙ୍ଗମ
          କରୁଛନ୍ତି କି ସୁଖରେ ॥୫॥

ନର ପଶୁ ପକ୍ଷୀ          କୀଟ ତରୁ ଲତା
          କାମଧେନୁ ତୁ ସବୁରି
ତୋହର ପ୍ରସାଦେ          ସକଳ କାମନା
          ଯାଉଅଛି ମୋ ଗୋ ପୂରି ! ॥୬॥  

ସ୍ନେହ ରୋମାଞ୍ଚିତ          ଦୂର୍ବାଦଳମୟ
          ତୋ ଶ୍ୟାମଳ ଅଙ୍କସ୍ଥଳ
ସେ କୋମଳ କୋଳ          ଦେଖିଲେ ନୟନେ
          ହୃଦ ହୁଏ ସୁଶୀତଳ ॥୭॥

ସୁଚାରୁ କୁସୁମ          ସୁଧାମୟ ଫଳ
          ରଖିଛୁ ମା ବସୁମତୀ
ବନେ ଉପବନେ          ତରୁଲତା ଡାଳେ
          ସଜାଇ ଯତନେ ଅତି ॥୮॥

କାହାର ଆଦେଶେ          କରିଛୁ ମା ଏତେ
          ଜୀବ ପାଇଁ ଆୟୋଜନ
ସେ ଆଦିଜନନୀ          ଦରଶନ ଲାଗି
          ବ୍ୟାକୁଳ ସଦା ମୋ ମନ ॥୯॥


ପୃଥିବୀ ପ୍ରତି (ତୁହି ମା ଧରଣୀ ଜନନୀ ମୋହର):
ପାଠ୍ୟପୁସ୍ତକରୁ ସଙ୍ଗୃହିତ, ଭକ୍ତକବି ମଧୁସୂଦନ ରାଓ ଙ୍କ ରଚିତ କବିତା “ପୃଥିବୀ ପ୍ରତି..ତୁହି ମା ଧରଣୀ ଜନନୀ ମୋହର..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ ।



YouTube ରେ ପୃଥିବୀ ପ୍ରତି



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ସୁନ୍ଦର ପ୍ରୟାସ ! ଶବ୍ଦ ଭାବ ବିମୋହିତ ଚମତ୍କାର କବିତା !

    ReplyDelete
    Replies
    1. ବହୁମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।

      - "ଦି ସ୍ମରଣିକା" ଟିମ୍

      Delete
  2. ପିଲା ଦିନ ମନେ ପଡିଯାଏ

    ReplyDelete
    Replies
    1. ରଶ୍ମିରଞ୍ଜନ ବାବୁ, ଆମ ସହ ସ୍ମୃତି ବାଣ୍ଟିଥିବାରୁ ଅଶେଷ ଧନ୍ୟବାଦ ଜଣାଉଛୁ ।

      - "ଦି ସ୍ମରଣିକା" ଟିମ୍

      Delete
  3. ପଞ୍ଚମ ଶ୍ରେଣୀରେ ପଢିଥିଲି,ମୋର ପ୍ରିୟ ଗୀତ

    ReplyDelete
    Replies
    1. ପିଲାଦିନ କଥା ଆମ ସହ ବାଣ୍ଟିଥିବାରୁ ଅଶେଷ ଧନ୍ୟବାଦ ଜଣାଉଛୁ

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on bhabara sahare mora bhab lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on bhabara sahare mora bhab lyrics odia: “Super ”

Anonymous commented on kala manikare dhire ghena lyrics odia: “Dankuni”

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ