Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି - Nirimakhi Kuanri Mu Shuna Mo Daini Lyrics

== ଓଡ଼ିଆ ==

ଫିଲ୍ମଗୀତ : ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି
ଭାଷା : ଓଡ଼ିଆ
ଚଳଚିତ୍ର : ତଅପୋଇ
କଣ୍ଠ : ତୃପ୍ତି ଦାସ
ଗୀତିକାର : ବିନୋଦିନୀ ଦେବୀ
ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି
ମସିହା : ୧୯୭୮



ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି
ଅଲିଅଳ ଜେମା ହେଲି ଖୁଦ ରଙ୍କୁଣୀ
ଖୁଦ ରଙ୍କୁଣୀ
ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି
ଅଲିଅଳ ଜେମା ହେଲି ଖୁଦ ରଙ୍କୁଣୀ
ଖୁଦ ରଙ୍କୁଣୀ
ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ॥


ବାପା ମୋ ସାଧବ ମା' ସାଧବାଣୀ
ସାତ ଭାଇରେ ମୁଁ ଏକଇ ଦୁଲଣୀ
ଚଲାବାଟେ ଥିଲା ଆଲଟ ଆଡ଼େଣି
ଭାଇ ଫିଙ୍ଗୁଥିଲେ ଅଧାମ ଲବଣି
କିମିଆ କରିଲା ବୁଢ଼ୀ ମାଲିଆଣି
ଚାନ୍ଦ ପାଇଁ କଲି ଅଝଟ ରୋଷଣୀ
ଅଧା ଚାନ୍ଦେ ମା'
ଆ..
ଅଧା ଚାନ୍ଦେ ମା' ଗଲେ
ପୁରା ଚାନ୍ଦେ ବାପା
ଛେଉଣ୍ଡ ହେଲି ମୁଁ ଆହା ସାଧବ ଦୁଲଣି
ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ॥୧॥


ସାତ ଭାଇ ଗଲେ ବଣିଜ କରି
ସାତ ଭାଉଜ ମୋ ସାତଟି ପରି
ଛଅ ଭାଉଜଙ୍କ ଗୁମର ଭାରି
ଖଟେଇଲେ ମତେ ପୋଇଲୀ ପରି
ଗହନ ବନେ ମୁଁ ଜଗିଲି ଛେଳି
ଖାର ମୂଷା ମାଟି ଖାଇଲି ଡରି
ଘରର ଦୁଲଣି..
ଆ..
ଘରର ଦୁଲଣି
ନେଲି ମୁଁ ମେଲାଣି
ଘରମଣି ଛାଡ଼ ହେଲା ତାଙ୍କ ମଥା ମଣି
ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି
ଅଲିଅଳ ଜେମା ହେଲି ଖୁଦ ରଙ୍କୁଣୀ
ଖୁଦ ରଙ୍କୁଣୀ ॥୨॥


ଶବ୍ଦାର୍ଥ
ନିରିମାଖି - ନିରାଶ୍ରୟ, ଅରକ୍ଷିତ
କୁଆଁରୀ - ଅଭିଆଡ଼ୀ ଝିଅ, ଅବିବାହିତା ଝିଅ
ଦଇନି - ବିନତି, ନିବେଦନ
ଅଲିଅଳ - ଅଲିଅର, ଅତି ଗେହ୍ଲା
ଜେମା - ରାଜକନ୍ୟା
ଖୁଦ ରଙ୍କୁଣୀ - ଖୁଦ ପାଇଁ ଲାଳାୟିତ
ଦୁଲଣୀ - ଗେଲବସରୀ କନ୍ୟା
ଆଲଟ ଆଡ଼େଣି - ଆଲଟ ଆଡ଼ଣି, ବଡ଼ ପଙ୍ଖା
ଅଧାମ - ରାବିଡ଼ି
ଲବଣି - ଲହୁଣି, ନବନୀତ
ପୋଇଲୀ - ଦାସୀ, କିଙ୍କରା


ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି:
ତୃପ୍ତି ଦାସ ଙ୍କ କଣ୍ଠରେ, ଅକ୍ଷୟ ମହାନ୍ତି ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ବିନୋଦିନୀ ଦେବୀ ଙ୍କ ରଚିତ ୧୯୭୮ ମସିହାର ଓଡ଼ିଆ ଚଳଚିତ୍ର “ତଅପୋଇ” ଗୀତ “ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।



YouTube ରେ ନିରିମାଖି କୁଆଁରୀ ମୁଁ ଶୁଣ




== English ==

Movie Song : Nirimakhi Kuanri Mu Shuna Mo Daini
Language : Odia
Movie : Tapoi
Singer : Trupti Das
Lyricist : Binodini Devi
Music Director : Akshaya Mohanty
Year : 1978



Nirimakhi kuanri mun shuna mo daini
Aliala jema heli khuda rankuni
Khuda rankuni
Nirimakhi kuanri mun shuna mo daini
Aliala jema heli khuda rankuni
Khuda rankuni
Nirimakhi kuanri mun shuna mo daini ॥


Bapa mo sadhaba Maa’ sadhabani
Sata bhaire mun ekai dulani
Chalabate thila alata adeni
Bhai phinguthile adhama labani
Kimia karila budhi maliani
Chanda pain kali ajhata rosani
Adha chande Maa’
Aa..
Adha chande Maa’ gale
Pura chande Bapa
Chheunda heli mun aha sadhaba dulani
Nirimakhi kuanri mun shuna mo daini ॥1॥


Sata bhai gale banija kari
Sata bhauja mo satati pari
Chha bhaujanka gumara bhari
Khateile mate poili pari
Gahana bane mun jagili chheli
Khara musa mati khaili dari
Gharara dulani..
Aa..
Gharara dulani
Neli mun melani
Gharamani chhada hela tanka matha mani
Nirimakhi kuanri mun shuna mo daini
Aliala jema heli khuda rankuni
Khuda rankuni ॥2॥


Nirimakhi Kuanri Mu Shuna Mo Daini:
Lyrics of song “Nirimakhi Kuanri Mu Shuna Mo Daini”, sung by Trupti Das, lyrics by Binodini Devi, music directed by Akshaya Mohanty, from Odia movie “Tapoi”, released in the year 1978 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ