Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ - Akhila Bramhandapati Mo Jibana Swami Lyrics

== ଓଡ଼ିଆ ==

ଗୀତ : ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ
ଭାଷା : ଓଡ଼ିଆ
କଣ୍ଠ : ସୌରଭ ନାୟକ
ଗୀତିକାର : ଭକ୍ତକବି ମଧୁସୂଦନ ରାଓ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ



ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ
ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ
ଧନ୍ୟ କରୁଣା ତୋହର
ସେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର ॥୧॥

ସଙ୍କଟ ପୂରିତ ଘୋର ଭବ ସିନ୍ଧୁଜଳେ
ଏକମାତ୍ର କର୍ଣ୍ଣଧାର ତାରୁ ତୁ ସକଳେ
ତୋର ମଙ୍ଗଳ ବିଧାନ
କରିଅଛି ମରଣକୁ ଅମୃତ ସୋପାନ ॥୨॥

ହେ ଆନନ୍ଦମୟ କୋଟି ଭୂବନ ପାଳକ
ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ
ଜ୍ଞାନ ଦାତା ଭଗବାନ
ଦିଅ ମୋତେ ଶୁଭ ବୁଦ୍ଧି ଦିଅ ଦିବ୍ୟଜ୍ଞାନ ॥୩॥

ବିଶ୍ୱଗୁରୁ ବିଶ୍ଵରାଜ ବିଶ୍ୱ ପିତାମାତା
ବିଶ୍ୱଜନ ପ୍ରାଣସଖା ଦୁଃଖହାରି ଭ୍ରାତା
ଦୀନବନ୍ଧୁ କୃପାସିନ୍ଧୁ
ସୁରନର ମାଗୁଛନ୍ତି ତୋର କୃପାବିନ୍ଦୁ ॥୪॥

ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା
ସକଳ କଳୁଷ ହାରି ହେ ମଙ୍ଗଳଦାତା
ତୋର ମଙ୍ଗଳ ସଙ୍ଗୀତ
ନିଖିଳ ଭୂବନ ଗାଏ ହୋଇ ବିମୋହିତ ॥୫॥  

ତ୍ରିଲୋକ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର
ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର
ପ୍ରଭୋ ଭୂଲୋକ ସାଗର
ଅତଳ ଗହନ ନଦୀ ପଶୁପକ୍ଷୀ ନର ॥୬॥  

ବିରାଜିତ ତୁହି ନାଥ ସକଳ ଜୀବନେ
ସମ୍ପଦେ ବିପଦେ ସଦା ଜୀବନେ ମରଣେ
ପୂର୍ଣ୍ଣ ମଙ୍ଗଳ ଆଳୟ
ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ ॥୭॥  

ସର୍ବେ ତୋ କରୁଣା ସୁଧା କରୁଛନ୍ତି ପାନ
କୋଟି ବ୍ରହ୍ମାଣ୍ଡର ନାଥ ତୁ ପ୍ରେମ ନିଦାନ
ପ୍ରଭୋ ତୋ ପ୍ରେମ କିରଣ
ଉଜଳାଇ ବିଶ୍ୱବାସୀ ହୃଦେ ନିକନ୍ଦନ ॥୮॥  

ସତ୍ୟପଥେ ଧର୍ମପଥେ ଘେନି ଯାଅ ମୋତେ
ଭାସାଅ ପରାଣ ମୋର ତବ ପ୍ରେମ ସ୍ରୋତେ
ପ୍ରଭୋ ପରମ ଶରଣ
ଏ ଜୀବନ ଶ୍ରୀଚରଣେ କଲି ସମପର୍ଣ୍ଣ ॥୯॥ 


ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ:
ସୌରଭ ନାୟକ ଙ୍କ କଣ୍ଠରେ, ଭକ୍ତକବି ମଧୁସୂଦନ ରାଓ ଙ୍କ ରଚିତ ଓଡ଼ିଆ ଭଜନ ଗୀତ “ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।
 


YouTube ରେ ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ



== English ==

Song : Akhila Bramhandapati Mo Jibana Swami
Language : Odia
Singer : Sourav Nayak
Lyricist : Bhaktakabi Madhusudana Rao
Music Direction : Traditional



Akhila Bramhandapati mo jibana swami
He parama pitamata prabhu Antarjyami
Dhanya karuna tohara
Se karuna tohara sindhu kahin tara patantara ॥1॥

Sankata purita ghora bhaba sindhujale  
Ekamatra karnnadhara taru tu sakale
Tora mangala bidhana
Kariachhi maranaku amruta sopana ॥2॥

He anandamaya koti bhubana palaka
Adhamaya akhyama muhin abodha balaka
Gyana data bhagabana
Dia mote shubha budhi dia dibyagyana ॥3॥

Biswaguru biswaraja biswa pitamata
Biswajana pranasakha duhkhahari bhrata
Dinabandhu krupasindhu
Suranara maguchhanti tora krupabindu ॥4॥

Brahmandara adimula nikhala bidhata
Sakala kalusa hari he mangaladata
Tora mangala sangita
Nikhala bhubana gae hoi bimohita ॥5॥  

Triloka bhaskara chandra nakhyatra nikara
Antarikhe samirana sange jaladhara
Prabhu bhuloka sagara
Atala gahana nadi pashupakhi nara ॥6॥

Birajita tuhi natha sakala jibane
Sampade bipade sada jibane marane
Purnna mangala alaya
Deuachhu sarbajane abhaya ashraya ॥7॥  

Sarbe to karuna sudha karuchhanti pana
Koti Bramhandara natha tu prema nidana
Prabho to prema kirana
Ujalai biswabasi hrude nikandana ॥8॥     

Satyapathe dharmapathe gheni jaa mote
Bhasaa parana mora taba prema srote
Prabhu parama sharana
E jibana shricharane kali samaparnna ॥9॥   


Akhila Bramhandapati Mo Jibana Swami:
Lyrics of song “Akhila Bramhandapati Mo Jibana Swami”, sung by Sourav Nayak, lyrics by Bhaktakabi Madhusudana Rao, on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ