ମା - Maa Odia Kabita
ଭାଷା : ଓଡ଼ିଆ
ଗୀତିକାର : ସ୍ନିଗ୍ଧା ଦାସ (କ୍ରିଷ୍ଣା )
କେତେ କେତେ ସ୍ଵପ୍ନ ଭରି ଦେଉଥାଉ
କୋଳରେ ତୁ ଶୋଇଦେଇ,
ଧୂଳି ଝାଡ଼ି ଦେଉ, ଲୁହ ପୋଛି ଦେଉ
ପଣତ କାନିରେ ତୁହି ॥ ୧ ॥
ପଣତ କାନି ତୋ ସ୍ନେହର ପସରା
ମୋ ପାଇଁ ତ ହିମଗିରି,
ଆସୁପଛେ ଯେତେ ଝଡ଼ ବା ବତାସ
କେବେ ମୁଁ ଯାଏନି ଡରି ॥ ୨ ॥
ଜୀବନ ରାସ୍ତାରେ ମାଡି ନାହିଁ କଣ୍ଟା
ଝୁଣ୍ଟି ମୁଁ ପଡ଼ିନି କେବେ,
ହାତ ଧରି ମୋତେ ଚଲା ଶିଖେଇଲୁ
ଦେଖେଇଲୁ ବାଟ ଯେବେ ॥ ୩ ॥
ସଞ୍ଜ ହୋଇଗଲେ ଜହ୍ନ ତୁ ଦେଖଉ
କେତେ କଥା କହି କାନେ,
ସଂସାର ସାରାର ମା' ଏକା ନିଜର
ଏ କଥା ରଖିବ ମନେ ॥ ୪ ॥
ମା’ ଋଣ ଏଠି ଶୁଝି ନାହିଁ କେହି
ଶୁଝିବି ପାରିବେ ନାହିଁ,
ସାରା ସଂସାରଟା ବିଷ ଭାଣ୍ଡ ହେଲେ
ଅମୃତ ଟୋପାଏ ସେହି ॥ ୫ ॥
very nice
ReplyDeleteଜାଣି ଖୁସି ହେଲୁ କି ଆପଣଙ୍କୁ ଲେଖାଟି ଭଲ ଲାଗିଲା ।
Deleteଆନ୍ତରିକ ଧନ୍ୟବାଦ ।