Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଟୁ'କୁ ମୂଷି ଟୁ'କୁ ମୂଷି - Tooku Mushi Tooku Mushi Lyrics

ଫଟୋ କ୍ରେଡିଟ୍ : ଟିକି ମୂଷା ଫଟୋ ପିକ୍ସାବେ ରୁ ଅଣାଯାଇଛି


== ଓଡ଼ିଆ ==

ଶିଶୁ ଗୀତ : ଟୁ'କୁ ମୂଷି ଟୁ'କୁ ମୂଷି
ଭାଷା : ଓଡ଼ିଆ
ପୁସ୍ତକ : ଧୋରେ ବାୟା ଧୋ
ଗୀତିକାର : ଗୋପାଳଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫)



ଟୁ'କୁ ମୂଷି ଟୁ'କୁ ମୂଷି
ଧାନ ଭରଣକ ଖାଉଥା ବସି
ତୁ ଥା' ମୁଁ ଯାଉଛି ରୁଷି ॥

କାଳିଆ ବଳଦ ଗଲା
ହାଣ୍ଡି କୁଣ୍ଢେଇ ଜଗି ଥିବୁଟି
ହାଣ୍ଡି ଧୁଡୁଧୁଡୁ କଲା ॥

କାଳିଆ ବଳଦ ଭାରି ଉଝଟ
ନିତି ଭାଙ୍ଗଇ ତାଟି କବାଟ ।
ମୋ ହାତରେ ଥାଏ ଖଣ୍ଡିଏ ଛାଟ
ପିଲାଙ୍କୁ ଦେଖିଲେ ଉଗାଳେ ବାଟ ॥

ବାପା ରଖିଗଲେ ଧାନ ଭରଣେ
ଅମାରରେ ଏବେ ନାହିଁ ତ ମାଣେ ।
ଚଷୁ ଗଦା ହେଲା ଅମାରେ କଣେ
ଚାଉଳଯାକ ତ ଗଲାଣି କେଣେ ॥

ଟୁଉକୁ ମୂଷି ରେ ଦିଶୁ ତ ସାନ
ମାସକେ ଖାଇଲୁ ଭରଣେ ଧାନ ।
କିପରି ହୋଇଲା ପେଟରେ ଥାନ ?
କୋଡ଼ମେଇ ତୋର ପେଟ ସମାନ ॥

ରୁଷି କରି ବାପା ଛାଡ଼ିଲେ ଘର
ମାଆକୁ ହେଲାଣି ଏକୁଆ ଜର ।
ଟୁଉକୁ ମୂଷି ଜଗିଛି ଘର
ତୁଚ୍ଛା କରୁଅଛି ଧାନ ଅମାର ॥


YouTube ରେ ଟୁ'କୁ ମୂଷି ଟୁ'କୁ ମୂଷି 



ଟୁ'କୁ ମୂଷି ଟୁ'କୁ ମୂଷି ଧାନ ଭରଣକ ଖାଉଥା ବସି:
ଗୋପାଳଚନ୍ଦ୍ର ପ୍ରହରାଜ ଙ୍କ ସଙ୍କଳିତ, "ଧୋରେ ବାୟା ଧୋ" ପୁସ୍ତକରୁ ସଂଗୃହୀତ ଶିଶୁ କବିତା “ଟୁ'କୁ ମୂଷି ଟୁ'କୁ ମୂଷି ଧାନ ଭରଣକ ଖାଉଥା ବସି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ ।



Keywords: Tuku Musi, Tooku Mushi, Odia Kabita, Shishu Kabita, Shishu Raija, Dhore baia dho, Gopalchandra Praharaj, କବିତା ଓଡ଼ିଆ, ଶିଶୁ ରାଇଜ, ଟୁ'କୁ ମୂଷି ଟୁ'କୁ ମୂଷି, ତୁ ଥା' ମୁଁ ଯାଉଛି ରୁଷି, କାଳିଆ ବଳଦ ଗଲା, ଧୋରେ ବାୟା ଧୋ, ଗୋପାଳଚନ୍ଦ୍ର ପ୍ରହରାଜ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Dankuni”

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ