Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କହଇ ମନ ଆରେ ମୋ ବୋଲ କର (ମନବୋଧ ଚଉଚିଶା) - Kahai Mane Aare Mo Bola Kara (Manabodha Chautisha) Lyrics

== ଓଡ଼ିଆ ==

ଗୀତ : କହଇ ମନ ଆରେ ମୋ ବୋଲ କର
ଭାଷା : ଓଡ଼ିଆ
ପୋଥି / ପୁସ୍ତକ: ମନବୋଧ ଚଉଚିଶା
ଗୀତିକାର : ଭକ୍ତ ଚରଣ ଦାସ



କହଇ ମନ ଆରେ ମୋ ବୋଲ କର
କଳା ଶ୍ରୀମୁଖ ବାରେ ଦେଖିବା ଚାଲ ।
କେତେ ଦିନ କୁ ମନ ବାନ୍ଧିଛୁ ଆଣ୍ଟ
କି ଘେନି ଯିବୁ ତୋର ଛୁଟିଲେ ଘଟ ॥୧॥

ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି
ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି ।
ଖଟ ପଲଙ୍କେ ଶେଯ ସେଯାଇ ଶୋଉ
ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ॥୨॥

ଗଲେଣି ତୋ ସଙ୍ଗରୁ ଯେତେକ ଜନ
ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ ।
ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ
ଗାଢ଼େ ମଜ୍ଜିଣ ନିତ୍ୟେ ଧନ ଅର୍ଜିଲୁ ॥୩॥

ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ
ଘଟ ଛୁଟିଲେ ତୋତେ ବୋଲିବେ ଭୂତ ।
ଘର ଘରଣି ଦେହ କୀଳାଉଥିବେ
ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ ॥୪॥

ଉଦ୍ଧାର ହେବୁ ଯେବେ ଭବ ସାଗରୁ
ଉପାୟ କରି ଭଜ ଏବେ ଶ୍ରୀଗୁରୁ ।
ଊଣା ହେଉଛି ଦିନୁ ଦିନ ଆୟୁଷ
ଆଉ ଏଣିକି ଅଛି କେତେ ବୟସ ॥୫॥

ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର
ଚିରି ଭିତର ଦେଖ କି ନାରଖାର ।
ଚର୍ମ ବେଢ଼ିଛି ସିନା ଚଉରାଶିକି
ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି ॥୬॥

ଛାର ଦେହକୁ ମନ କରିଛୁ ସଜ
ଛନ୍ଦ କପଟ ତେଜ ଗୋବିନ୍ଦ ଭଜ ।
ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା
ଛଖଣ୍ଡି କାଠ ତୋତେ ହୋଇବ ଲୋଡ଼ା ॥୭॥

ଯମ ଯେ ନ ଜାଣଇ ବାଳୁତ ଯୁବା
ଜୀଇଁବୁ ବୋଲି ମନେ କରିଛୁ ଅବା ।
ଜଣେହିଁ ଏଥୁ କେହି ନାହିଁ ଅମର
ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର ॥୮॥

ଝୋଲା ଗନ୍ଥା ପାଛୋଡ଼ା ପିନ୍ଧାକୁ ରସୁ
ଝଡ଼ ସଂସାରେ ମନ ନ ବୁଝି ପଶୁ ।
ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ
ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ ॥୯॥

ନିଶି ଦିବସେ ଥୟ ନୋହୁନା ମନ
ନିଦ୍ରାରେ ଦେଖୁଅଛୁ ଯଥା ସ୍ୱପନ ।
ନଯିବେ ସଙ୍ଗେ କେହି ଯିବୁ ତୁ ଏକା
ନାମ ମାତ୍ର ଅଟଇ ପଥକୁ ସଖା ॥୧୦॥

ଟାଣ କରିଛୁ ମନ ସବୁ ମୋହରି
ଟଳି ପଡ଼ିଲେ କେହି ନୋହେ କାହାରି ।
ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ
ଟୋପ ଚଉଁରା ଅଛି ତୋ ଦେହେ ପୁରି ॥୧୧॥

ଠିକେ ମୁଁ କ‌ହୁଅଛି କର ମୋ କଥା
ଠିକେ ତୋ ଦେହେ ଅଛି ଶୂନ୍ୟ ଦେବତା ।
ଠକି ଯିବୁଟି ଠିକ୍ ମୁଣ୍ଡ ପଡ଼ିଲେ
ଠିକେ ଗୁରୁଙ୍କ ସେବା କର ତୁ ଭଲେ ॥୧୨॥

ଡାକି କ‌ହୁଛି ମନ ଡାକ ଗୋବିନ୍ଦ
ଡର ଜଞ୍ଜାଳ ଯାଉ ତୋହୋର ହୃଦ ।
ଡେରିଥାନ୍ତି ଶ୍ରବଣ ଭକ୍ତ ଡାକ‌କୁ
ଡଙ୍ଗା ଯେହ୍ନେ ଜଳରେ ଚାହେଁ ପଛକୁ ॥୧୩॥

ଢୋଲ ଯେସନେ ଢାଉଁ ଢାଉଁ ବାଜଇ
ଢାଳେ ତ‌ହିଁ ଭିତରେ କିଛି ହିଁ ନାହିଁ ।
ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ
ଢଳି ପଡ଼ିଲେ ସବୁ ହେବଟି ମିଛ ॥୧୪॥

ଏଣେ ତୁ ଦେଇଥିଲେ ତେଣେ ପାଇବୁ
ଅଣଆୟତ୍ତ ବେଳେ କି ଘେନି ଯିବୁ ।
ଅଣନିଶ୍ୱାସୀ ହୋଇ ରହିବୁ ଦିନେ
ଅନେକ ଦୁଃଖ ଦେବେ ଯମ ଭୁବନେ ॥୧୫॥

ତୁ ଯେ ବୋଲୁ ମୋହର ଅର୍ଜିଲା ଧନ
ତୋ ଦେହ ନୁହେଁ ତୋର ଦେଖ ଏ ମାନ ।
ତୋହରି ସଙ୍ଗୁ ମନ ଗଲେଣି କେତେ
ତୁ ମିଥ୍ୟା କଥାକୁ ତ ଯାଉ ପରତେ ॥୧୬॥

ଥିଲେ ଏ ସଂସାରରେ ଯେତେ ନୃପତି
ଥୟ କରି କେ ଭୋଗ କଲା ଏ ପୃଥ୍ବୀ ।
ଥୋଇଲା ଧନ ତୋର ଖଣ୍ଟ ଖାଇବେ
ଥାନେ ତୋହରି ଘର କରି ରହିବେ ॥୧୭॥

ଦେହେ ପୂରିଛି ତୋର ଅଶେଷ ରୋଗ
ଦିନ ଚାରିକି ସିନା ଏ ସୁଖ ଭୋଗ ।
ଦଣ୍ଡେହେଁ କେହି ତୋତେ ରଖିବେ ନାହିଁ
ଦଣ୍ଡୁ ଯେ ଥିବେ ଯମ ଡଗର ନେଇ ॥୧୮॥

ଧର୍ମ ଅଧର୍ମ କଥା ନ‌ଜାଣୁ ତୁହି
ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ ।
ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ
ଧର୍ମରେ ଆତଯାତ ହେଉଛି ମହୀ ॥୧୯॥

ନିନ୍ଦିତ କର୍ମ କଲେ ନିନ୍ଦା ପାଇବୁ
ନରକେ ପଡ଼ି କେତେ ଦୁଃଖ ସ‌ହିବୁ ।
ନିମିଷେ ମାତ୍ର ମୁଖେ ନ ବୋଲୁ ହରି
ନାଶ-ହେତୁକୁ କିମ୍ପା ଅଛୁ ଆବୋରି ॥୨୦॥

ପାହିଲେ ନିଶି ଯେହ୍ନେ ରବି ଉଦୟ
ପଦ୍ମଲୋଚନ ସବୁ ଦେହେ ଉଦୟ ।
ପ୍ରଭୁଙ୍କୁ ଆଶ୍ରି କରି ତରିବୁ ଯେବେ
ପାଦପଦ୍ମରେ ଚିତ୍ତ ଦିଅ ତୁ ଏବେ ॥୨୧॥

ଫୁଲ ଯେସନେ ଫୁଲେ ଫୁଲେ ବିହରେ
ଫୁଲ ସମୀରେ ଆଉ ନ‌ଦିଶେ ତାରେ ।
ଫଳ ସଂସାରେ ଲାଭ ହରି ଭଜନ
ଫାଶ ଗଳାକୁ କିମ୍ପା କରୁଛୁ ଧନ ॥୨୨॥

ବେଳକୁ ବେଳ ତୋତେ କ‌ହୁଛି ମୁହିଁ
ବାନ୍ଧିଣ ନେବ ଯମ କି ଦୁଃଖ ଦେଇ ।
ବିକଳେ କାନ୍ଦୁଥିବୁ ଆକୁଳ ହୋଇ
ବେଳହୁଁ ଆଶ୍ରେକରି ଭଜ ଗୋସାଇଁ ॥୨୩॥

ଭେଳା ବୁଡ଼ିବ ହେଳା କଲେ କ‌ହୁଛି
ଭଙ୍ଗା ନାବରେ କେବା ସିନ୍ଧୁ ତରିଛି ।
ଭାବକୁ ନିକଟ ସେ ଅଭାବେ ଦୂର
ଭକତ ଦାସ କହେ ଜୀବନ ଛାର ॥୨୪॥

ମିଥ୍ୟା-ମାୟା ସଂସାର ନୋହେ କାହାରି
ମଲା ବୋଲିଣ ଦିନେ ପଡ଼ିବ ହୁରି ।
ମହୀ ଭିତରେ କେହି ରଖିବ ନାହିଁ
ମଲା ବୋଲି କାନ୍ଦୁଛୁ ମରିବୁ ତୁହି ॥୨୫॥

ଜନମ ହେଲେ ପ୍ରାଣୀ ଅବଶ୍ୟ ମରି
ଯଶ ରଖିବୁ ଯେବେ ଭଜ ଶ୍ରୀହରି ।
ଯମ ବାନ୍ଧି ନେବଟି ହେବୁ ମେଲାଣି
ଜଗନ୍ନାଥ ମହିମା ଏଡ଼ିକି ଆଣି ॥୨୬॥

ରଙ୍ଗ ପସରା ସିନା ଭବ ସାଗର
ରଙ୍ଗ ଭିତରେ ଅଛି କି ନାରଖାର ।
ରୂପ ପ୍ରତିମାକୁ ତୁ ପରତେ ନଯା
ରହିବେ ନାହିଁ କେହି ରାଜା ପରଜା ॥୨୭॥

ଲୋଚନେ ଦେଖି କର୍ଣ୍ଣେ ଶୁଣୁଛୁ ନିତି
ଲୋଭକରି ଅର୍ଜିଲୁ ଧନ ସମ୍ପତ୍ତି ।
ଲୋଭଟି ସବୁ ନାଶ କରଇ ମନ
ଲୋଡ଼ିଲେ ନପାଇବୁ ଆଉ ଜୀବନ ॥୨୮॥

ବିଅର୍ଥେ ବହିଅଛୁ ଦୁର୍ଲ୍ଲଭ ଦେହ
ବିଷୟ ବିଷେ ଆଉ ନବଳା ସ୍ନେହ ।
ବୁଡ଼ିଯିବଟି ମୂଳ ଲାଭ ସରିବ
ବେଳହୁଁ ଆଶ୍ରେକରି ଭଜ ମାଧବ ॥୨୯॥

ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ମନ
ସରିଲେ ନପାଇବୁ ଆଉ ଜୀବନ ।
ଶ୍ରୀକୃଷ୍ଣ ନାମ ଗୋଟି କର ଭଜନ
ଶ୍ରୀକୃଷ୍ଣ ପାଦପଦ୍ମେ କର ତୁ ଧ୍ୟାନ ॥୩୦॥

ସନ୍ତୋଷ ଚିତ୍ତେ ତୁହି ହରିଙ୍କି ଭଜ
ସଂସାରେ ପଡ଼ି ଆଉ ନ ପାଅ ଲାଜ ।
ସବୁଟି ମିଛ ହରି ନାମଟି ସତ
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ଚିତ୍ତ ॥୩୧॥

ସତ୍ୟ ମଣୁଛୁ ତୁହି ଭବ ସାଗର
ସରି ଯାଉଛି ପରମାୟୁ ତୋହର ।
ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି
ଶୋକ ସାଗରୁ ଯେବେ ହୋଇବୁ ପାରି ॥୩୨॥

ହୁଡ଼ିଲେ ଯେତେ ଜନ ହରି ନାମକୁ
ହୀନ ଗତିକି ଗଲେ ବୁଡ଼ି ତଳକୁ ।
ହଜିଲେ ଦେହ ଆଉ ପାଇବୁ କାହିଁ
ହାଟ ବସାଇଥିବେ ତୋ ଦେହ ପାଇଁ ॥୩୩॥

କ୍ଷୟେ ଦୁର୍ଲ୍ଲଭ ଦେହ ହୋଏ ଆୟୁଷ
କ୍ଷୟ ନ ଯିବ ନାମ ହୃଦରେ ଘୋଷ ।
ଛାର ଦେହକୁ ମନ ନଯା ବିଶ୍ୱାସ
ଛାର ଦୁର୍ବୁଦ୍ଧି କହେ ଭକତ ଦାସ ॥୩୪॥


YouTube ରେ କହଇ ମନ ଆରେ ମୋ ବୋଲ କର



== English ==

Song : Kahai Mane Aare Mo Bola Kara
Language : Odia
Scripture / Book : Manabodha chautisha
Lyricist : Bhakta Charana Das



Kahai mana aare mo bola kara
Kala shrimukha bare dekhiba chala ।
Kete dina ku mana bandhichhu  aanta
Ki gheni jibu tora chhutile ghata ॥1॥

Khandi je khandi tora pinjara kathi
Khauna thibe swana shrugala banti ।
Khata palanke sheja sejai shou
Khala durgandha heba e tora dehu ॥2॥

Galeni to sangaru jeteka jana
Ganthire bandhinele ke kete dhana ।
Guru gobinda nama tunde na bolu
Gadhe majjina nitye dhana arjilu ॥3॥

Ghara boli arjichhu jete padartha
Ghata chhutile tote bolibe bhuta ।
Ghara gharani deha kilauthibe
Gheni bandhu kutumba shuddha hoibe ॥4॥

Uddhara hebu jebe bhaba sagaru
Upaya kari bhaja ebe shriguru ।
Una heuchhi dinu dina ayusa
Aau eniki achhi kete bayasa ॥5॥

Chitra pratima praya dishu sundara
Chiri bhitara dekha ki narakhara ।
Charma bedhichhi sina chaurashiki
Chitta tu dia nilagiribasinki ॥6॥

Chhara dehaku mana karichhu saja
Chhanda kapata teja gobinda bhaja ।
Chhuinbe nahin tote bolibe mada
Chhakhandi katha tote hoiba loda ॥7॥

Jama je na janai baluta juba
Jiinbu boli mane karichhu aba ।
Janehin ethu kehi nahin amara
Jagannathanku bhaja hebu udhara ॥8॥

Jhola gantha pachhoda pindhaku rasu
Jhada sansare mana na bujhi pashu ।
Jhunti padile uthi paribu nahin
Jhadila patra brukhye lagichhi kahin ॥9॥

Nishi dibase thaya nohuna mana
Nidrare dekhuachhu jatha swapana ।
Najibe sange kehi jibu tu eka
Nama matra atai pathaku sakha ॥10॥ 

Tana karichhu mana sabu mohari
Tali padile kehi nohe kahari ।
Tera bhitare jehne apurba nari
Topa chaunra achhi to dehe puri ॥11॥
 
Thike mun kahuachhi kara mo katha
Thike to dehe achhi shunya debata ।
Thaki jibuti thik munda padile
Thike gurunka seba kara tu bhale ॥12॥

Daki kahuchhi mana daka gobinda
Dara janjala jau tohora hruda । Derithanti shrabana bhakta dakaku
Danga jehne jalare chahen pachhaku ॥13॥ 

Dhola jesane dhaun dhaun bajai
Dhale tahin bhitare kichhi hin nahin ।
Dhanki rahichhi deha sabuti tuchha
Dhali padale sabu hebati michha ॥14॥ 

Ene tu deithile tene paibu
Anaayatta bele ki gheni jibu ।
Ananiswasi hoi rahibu dine
Aneka duhkha debe jama bhubane ॥15॥

Tu je bolu mohara arjjila dhana
To deha nuhen tora dekha e maana ।
Tohari sangu mana galeni kete
Tu mithya kathaku ta jau parate ॥16॥ 

Thile e sansarare jete nrupati
Thaya kari ke bhoga kala e pruthvi ।
Thoila dhana tora khanta khaibe
Thane tohari ghara kari rahibe ॥17॥ 

Dehe purichhi tora ashesa roga
Dina chariki sina e shukha bhoga

Dandehen kehi tote rakhibe nahin
Dandu je thibe jama dagara nei ॥18॥     

Dharma adharma katha najanu tuhi
Dhandi heuchhu dhana arjiba pain ।
Dhoka rakhile dhanda phitiba nahin
Dharmare atajata heuchhi mahi ॥19॥ 


Nindita karma kale ninda paibu
Narake padi kete duhkha sahibu ।
Nimise matra mukhe na bolu hari
Nasha-hetuku kimpa achhu abori ॥20॥

Pahile nishi jehne rabi udaya
Padmalochana sabu dehe udaya ।
Prabhunku ashra kari taribu jebe
Padapadmare chitta dia tu ebe ॥21॥

Phula jesane phule phule bihare
Phula samire aau nadishe tare ।
Phala sansare labha hari bhajana
Phasha galaku kimpa karuchhu dhana ॥22॥ 

Belaku bela tote kahuchhi muhin
Bandhina nebe jama ki duhkha dei ।
Bikale kanduthibu akula hoi
Belahun ashrekari bhaja gosain ॥23॥

Bhela budiba hela kale kahuchhi
Bhanga nabare keba sindhu tarichhi ।
Bhabaku nikata se abhabe dura
Bhakata dasa kahe jibana chhara ॥24॥

Mithya-maya sansara nohe kahari
Mala bolina dine padiba huri ।
Mahi bhitare kehi rakhiba nahin
Mala boli kanduchhu maribu tuhi ॥25॥

Janama hele prani abashya mari
Jasha rakhibu jebe bhaja srihari ।
Jama bandhi nebati hebu melani
Jagannatha mahima ediki ani ॥26॥

Ranga pasara sina bhaba sagara
Ranga bhitare achhi ki narakhara ।
Rupa pratimaku tu parate naja
Rahibe nahin kehi raja paraja ॥27॥

Lochane dekhi karnne shunuchhu niti
Lobhakari arjilu dhana sampati ।
Lobhati sabu nasha karai mana
Lodile napaibu aau jibana ॥28॥

Biarthe bahiachhu durllabha deha
Bisaya bise aau nabala sneha ।
Budijibati mula labha sariba
Belahun ashrekari bhaja madhaba ॥ 29॥

Srikrushna padapadme dia tu mana
Sarile napaibu aau jibana ।
Srikrushna nama goti kara bhajana
Srikrushna padapadme kara tu dhyana ॥30॥

Santosa chitte tuhi harinki bhaja
Sansare padi aau na paa laja ।
Sabuti michha hari namati sata
Srikrushna padapadme diatu chitta ॥31॥

Satya manuchhu tuhi bhaba sagara
Sari jauchhi paramayu tohara ।
Santosa hoi drudhe bhaja srihari
Shoka sagaru jebe hoibu pari ॥32॥

Hudile jete jana hari namaku
Hina gatiki gale budi talaku ।
Hajile deha aau paibu kahin
Hata basaithibe to deha pain ॥33॥

Khyaye durlabha deha hoe ayusa
Khyaya na jiba nama hrudare ghosa ।
Chhara dehaku mana naja biswasa
Chhara durbudhikahe bhakata dasa ॥34॥


References:

  1. Various YouTube videos
  2. Wikisource



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ