Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଏଇ ଝୁମା ଝୁମା ଗୋଲାପି ବେଳାରେ - Ei Jhuma Jhuma Golapi Belare Lyrics

== ଓଡ଼ିଆ ==

ଫିଲ୍ମଗୀତ : ଏଇ ଝୁମା ଝୁମା ଗୋଲାପି ବେଳାରେ
ଭାଷା : ଓଡ଼ିଆ
ଚଳଚିତ୍ର : ଅଭିଳାଷ
କଣ୍ଠ : ଆରତି ମୁଖାର୍ଜୀ, ହରିହରନ୍ 
ଗୀତିକାର : ସଂଗ୍ରାମ ମହାନ୍ତି 
ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ପଟ୍ଟନାୟକ
ମସିହା : ୧୯୮୪


(ଝି)
ଏଇ ଝୁମା ଝୁମା ଗୋଲାପି ବେଳାରେ (୨)
ସାଥି ଆମ ସ୍ମୃତି ନେଇ ଆହୁରି ନିଜର ହୋଇ
ହଜିଯିବା ଆପଣା ଭିତରେ ହୋ...
ଏଇ ଝୁମା ଝୁମା ଗୋଲାପି ବେଳାରେ (୨) ॥
 

ମୁଁ ଯେ ଗୀତି ତୁମେ ସୁର ପ୍ରିୟତମ ମୋର
ତଟିନୀ ମୁଁ ତୁମେ ମୋ ସାଗର
ମୁଁ ଯେ ଗୀତି ତୁମେ ସୁର ପ୍ରିୟତମ ମୋର
ତଟିନୀ ମୁଁ ତୁମେ ମୋ ସାଗର

ଫଗୁଣର ଫଗୁ ଭିଜା ବଗିଚାରେ ମୋର
ସୁରଭି ମୁଁ ତୁମେ ତ ସମୀର
କଇଁ ମୁଁ ତୁମେ ଜହ୍ନ ମୁଁ ଆଖି ତୁମେ ସ୍ଵପ୍ନ
ଚିରନ୍ତନ ଆମେ ଦୁନିଆରେ ହୋ...
(ପୁ)
ଏଇ ଝୁମା ଝୁମା ଗୋଲାପି ବେଳାରେ (୨)
ସାଥେ ଆମ ସ୍ମୃତି ନେଇ ଆହୁରି ନିଜର ହୋଇ
ହଜିଯିବା ଆପଣା ଭିତରେ ଓ...
ଏଇ ଝୁମା ଝୁମା ଗୋଲାପି ବେଳାରେ ॥୧॥


(ପୁ)
ମୋର ମନ ଦରପଣେ ବିମ୍ବିତ ଲାଜେ
ତୁମରି ସେ ରଙ୍ଗିନ ମନ
ମୋର ମନ ଦରପଣେ ବିମ୍ବିତ ଲାଜେ
ତୁମରି ସେ ରଙ୍ଗିନ ମନ

ଶାମୁକା ବୁକୁର ସେଇ ମୁକୁତାର ସମ
ତୁମେ ସାଥି ମୋହରି ଜୀବନ
ହସ ଲୁହ ସାଥେ ଖେଳି ଆମେ ଦୁହେଁ ଥିବା ଚାଲି
ଜୀବନର ଚଲାପଥେ ପରେ ଓ...
ଏଇ ଝୁମା ଝୁମା ଗୋଲାବି ବେଳାରେ
ଓ... ଏଇ ଝୁମା ଝୁମା ଗୋଲାପି ବେଳାରେ ॥୨॥
 

(ଝି)
ପ୍ରିୟତମ ତୁମେ ମୋର ତୃଷ୍ଣାର ଜଳ
ତୁମେଇ ତ ମୋ ମନର ମନ
ପ୍ରିୟତମ ତୁମେ ମୋର ତୃଷ୍ଣାର ଜଳ
ତୁମେଇ ତ ମୋ ମନର ମନ

ଭଲପାଇ ତୁମକୁ ମୁଁ ପାଇଛି ନିଜକୁ
ବୁଝିଛି ମୋ ଅବୁଝା ସପନ
ଜନମ ଜନମ ପାଇଁ ତୁମେ ଗୋ ଦେବତା ହୋଇ
ଆସୁଥିବ ମୋ ମନ ମନ୍ଦିରେ ହୋ...
ଏଇ ଝୁମା ଝୁମା ଗୋଲାପି ବେଳାରେ (୨) ॥୩॥   


YouTube re ଏଇ ଝୁମା ଝୁମା ଗୋଲାପି ବେଳାରେ




== English ==

Movie Song : Ei Jhuma Jhuma Golapi Belare
Language : Odia
Movie : Abhilasha
Singer : Arati Mukherjee, Hariharan
Lyricist : Sangram Mohanty
Music Director : Saroj Pattanayak
Year : 1984



(F)
Ei jhuma jhuma golapi belare (2)
Sathi aama Smruti nei aahuri nijara hoi
Haji jiba apana bhitare ho...
Ei jhuma jhuma golapi belare (2) ॥


Mun je giti tume sura priyatama mora
Tatini mun tume mo sagara
Mun je giti tume sura priyatama mora
Tatini mun tume mo sagara

Phaguna ra phagu bhija bagichare mora
Surabhi  mun tume ta samira
kain mun tume janha mun akhi tume swapna
Chirantana ame duniare ho... 
(M)
Ei jhuma jhuma golapi belare (2)
Sathi aama Smruti nei aahuri nijara ho
Haji jiba apana bhitare o...
Ei jhuma jhuma golapi belare  ॥1॥



(M)
 Mora mana darapane bimbita laje
Tumari se rangina mana
Mora mana darapane bimbita laje
Tumari se rangina mana

Samuka bukura sei mukutara sama
Tume Sathi mohari jibana
Hasa luha sathe kheli ame duhen thiba chali
Jibanara chalapatha pare o…
Ei jhuma jhuma golapi belare
O… ei jhuma jhuma golapi belare ॥2॥ 


(F)
Priyatama tume Mora trushnara jala
Tumei ta mo mana ra mana
Priyatama tume Mora trushnara jala
Tumei ta mo mana ra mana

Bhalapai tumaku mun paichhi nijaku
Bujhichhi mo abujha Sapana
Janama janama Pain tume go debata hoi
Asuthiba mo mana mandire ho...
Ei jhuma jhuma golapi belare (2) ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ବହୁତ ସୁନ୍ଦର ଧନ୍ୟବାଦ ଲେଖା ପାଇଁ

    ReplyDelete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ