Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଜୀବନ ବାଟରେ - Jibana Batare Odia Kabita



ଗୀତ: ଜୀବନ ବାଟରେ
ଭାଷା: ଓଡ଼ିଆ 
ଗୀତିକାର: ସ୍ନିଗ୍ଧା ଦାସ (କ୍ରିଷ୍ଣା) 


ଜୀବନ ବାଟରେ ଚାଲିବାଟା କଷ୍ଟ 
          ନ ଥିଲେ ସାଥିଟେ କେହି,
ସାଥି ଟିଏ ଥିଲେ ଜୀବନ ଯାତନା
               ସବୁ ହୋଇଯାଏ ସହି ॥ ୧ ॥

ଭଲ ଅବା ମନ୍ଦ ଦୁଃଖ ଅବା ସୁଖ 
                  ବୁଢୀଆଣି ଜାଲ ପରି,
ଛନ୍ଦି ହୋଇଗଲେ ସେହି ମାୟା ଜାଲେ 
                  ଜୀବନଟା ଯାଏ ସରି ॥ ୨ ॥

ଚଗଲା ମନଟି ମହୁମାଛି ପରି 
                 ଗୁଣୁ ଗୁଣୁ ଗୀତ ଗାଏ,
କେବେ ପୁଣି ସିଏ ଫୁଲର ବାସରେ
                 ମତୁଆଲା ହୋଇଥାଏ ॥ ୩ ॥

କିଏ ଅବା ସେହି ମନର କୁସୁମ 
               ପ୍ରତୀକ୍ଷାଟି କାହା ପାଇଁ,
ହୃଦୟର ଏହି ବହଳ ଶୂନ୍ୟକୁ 
               କେବେ ମୁଁ ପଚାରି ନାହିଁ ॥ ୪ ॥

ମନକଥା ଖୋଲି କହି ପାରେ ନାହିଁ  
              ଚାହିଁଲେ ବି ଯେତେ ଥର,
ଅଡ଼ୁଆ ସୂତାରେ ଛନ୍ଦି ହୋଇଯାଏ 
              କଅଁଳ ମନଟି ମୋର ॥ ୫ ॥

ସଂସାର ସାଗର ମନ୍ଥନ କରିଲେ
             କେବେ ମିଳେ ପାରିଜାତ,
କେବେ ପୁଣି ମିଳେ ହଳାହଳ ବିଷ
            ଏକଥା ଜାଣିଥା ମିତ ॥ ୬ ॥



Photo: ଗୀତିକାର "କ୍ରିଷ୍ଣା " ପତିଙ୍କ ସହିତ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ..

Comments

  1. ସୁନ୍ଦର ଲେଖା, ଅର୍ଥପୂର୍ଣ୍ଣ।

    ReplyDelete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ