Posts

Showing posts from January, 2019

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଚାନ୍ଦର ଚାନ୍ଦିନୀ ପରି - Chandara Chandi Pari Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଚାନ୍ଦର ଚାନ୍ଦିନୀ ପରି ଭାଷା : ଓଡ଼ିଆ ଚଳଚିତ୍ର : ସ୍ତ୍ରୀ କଣ୍ଠ : ଅଭିଜିତ ଭଟ୍ଟାଚାର୍ଯ୍ୟ, ସାଧନା ସରଗମ୍   ଗୀତିକାର : ଶୀର୍ଷାନନ୍ଦ କାନୁନଗୋ      ସଂଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି       ମସିହା : ୧୯୯୮ (ଝି) ଚାନ୍ଦର ଚାନ୍ଦିନୀ ପରି (ପୁ) ଆଇ ଲଭ ୟୁ (ଝି) ରାଗର ରାଗିଣୀ ପରି (ପୁ) ଆଇ ଲଭ ୟୁ (ଝି) ତୁମକୁ ଚାହୁଁଚି ମନ ସବୁ ରାତି ସବୁ ଦିନ    ସବୁ ରାତି ସବୁ ଦିନ (ପୁ) ଆଇ ଲଭ ୟୁ... ଆଇ ଲଭ ୟୁ... (ଝି) ଆଇ ଲଭ ୟୁ... (ପୁ) ଫୁଲର ଫଗୁଣ ପରି (ଝି) ଆଇ ଲଭ ୟୁ (ପୁ) ମେଘର ଶ୍ରାବଣ ପରି (ଝି) ଆଇ ଲଭ ୟୁ (ପୁ) ତୁମକୁ ଚାହୁଁଛି ମନ ସବୁ ରାତି ସବୁ ଦିନ    ସବୁ ରାତି ସବୁ ଦିନ (ଝି) ଆଇ ଲଭ ୟୁ... ଆଇ ଲଭ ୟୁ... (ପୁ)  ଆଇ ଲଭ ୟୁ ॥୧॥ (ଝି) ଭଲ ପାଇବାର ନଈ ହୋଇ ଚାରି ପାଖେ ତୁମ ଯିବି ବହି (ପୁ) ସେଇ ନଈ ସୁଅରେ ଭାସି ଭାସି ଦିନ କଟିଯିବ ହସି ହସି (ଝି) ତୁମେ ମୋର ସପନ ତୁମେ ମୋର ଜୀବନ ତୁମକୁ ପିନ୍ଧିଚି ସିନ୍ଦୁର କରି (ପୁ) ଚାନ୍ଦର ଚାନ୍ଦିନୀ ପରି (ଝି) ଆଇ ଲଭ ୟୁ (ପୁ) ରାଗର ରାଗିଣୀ ପରି (ଝି) ଆଇ ଲଭ ୟୁ (ପୁ) ତୁମକୁ ଚାହୁଁଚି ମନ ସବୁ ରାତି ସବୁ ଦିନ    ସବୁ ରାତି ସବୁ ଦିନ...

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

Image
== ଓଡ଼ିଆ == ଭଜନ : ନୀଳାଚଳ ଧାମ ଯାଇ ମୁଁ ପାରୁନି ଭାଷା : ଓଡ଼ିଆ କଣ୍ଠ : ଶ୍ରୀଚରଣ ମହାନ୍ତି ଗୀତିକାର : ଅରୁଣ ମନ୍ତ୍ରୀ ହେ.... ଜଗନ୍ନାଥ... ହେ... ଜଗନ୍ନାଥ... ଜଗନ୍ନାଥ... ହେ... ଜଗନ୍ନାଥ... ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି (୨) ଏଇଠି ଗଢ଼ିଚି ବାଲି ରଥ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ ଜୀବନର ବାଟ ଭାରି ଅଙ୍କା ବଙ୍କା ବିଚରା ବାଟୋଇ ଛାତିରେ ଛନକା ମୁଁ ସେଇ ବାଟୋଇ ଭାରି ଏକା ଏକା ପାଦେ ପାଦେ ଆଜି ଦଉଚି ପରୀକ୍ଷା ଏଇଠି ଥାଇ ମୁଁ ଯାଚୁଚି ନଡ଼ିଆ (୨) ବଢ଼େଇ ନିଅ ହେ ତୁମ ହାତ            ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୧॥ ଭାରି ଛନ୍ଦା ଛନ୍ଦି ପାପୁଲି ର ରେଖା ଘଟୁଚି ଘଟିବ ଯାହା ଅଛି ଲେଖା କଉ ଦିନ ପ୍ରଭୁ ହବ ତୁମ ଦେଖା ସେଦିନ ସେ ଯାଏଁ କରିଚି ଅପେକ୍ଷା ଜୀବ ଯିବା ଯାଏଁ ତୁମ କୃପା ଥାଉ (୨) ମାଗୁନି ସରଗ ପାରିଜାତ  ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୨॥ ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ YouTube ରେ ନୀଳାଚଳ ଧାମ ଯାଇ ମୁଁ ପାରୁନି =...

ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ - Mun Ta Thili Ekutia Baanra Pakhi Lyrics

Image
== ଓଡ଼ିଆ == ଫିଲ୍ମଗୀତ : ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ ଭାଷା :  ଓଡ଼ିଆ ଚଳଚିତ୍ର : ଡୋରା କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ଦେବଦାସ ଛୋଟରାୟ ସଙ୍ଗୀତ ନିର୍ଦ୍ଦେଶକ : ଶାନ୍ତନୁ ମହାପାତ୍ର ମସିହା : ୧୯୮୪ ମୁଁତ ଥିଲି ଏକୁଟିଆ, ବାଆଁରା ପକ୍ଷୀ, ବାଆଁରା ପକ୍ଷୀ ମୁଁ ତ ଥିଲି ଏକୁଟିଆ, ବାଆଁରା ପକ୍ଷୀ, ବାଆଁରା ପକ୍ଷୀ ତମେ ପଞ୍ଜୁରୀ ଦେଲ ତମେ ଶିକୁଳୀ ଦେଲ ତମେ ଅଧାର ଦେଲ ମୋତେ ପାଖକୁ ଡାକି ମୁଁ ତ ଥିଲି ଏକୁଟିଆ, ବାଆଁରା ପକ୍ଷୀ, ବାଆଁରା ପକ୍ଷୀ ॥ ତମ ଡାକରେ ଥିଲା ଏତେ ମହୁଲି ନିଶା, ଏତେ ମହୁଲି ନିଶା ମୁଁ ତ ଉଡ଼ିବା ଛାଡ଼ି ଆସି ମାନିଲି ପୋଷା, ହାଏ ମାନିଲି ପୋଷା ତମେ କନ୍ଦେଇ ଦେଲ ତମେ ହସେଇ ଦେଲ ତମେ ଭସେଇ ଦେଲ ମୋତେ ଭଉଁରୀ ଦେଖି  ମୁଁ ତ ଥିଲି ଏକୁଟିଆ, ବାଆଁରା ପକ୍ଷୀ, ବାଆଁରା ପକ୍ଷୀ ॥୧॥ ଏଇ ଦୁନିଆରେ ଥିଲା ପରା ଏତେ ଠିକଣା, ଏତେ ଠିକଣା ତମେ ଖୋଜିନେଲ ଖେଳିବାକୁ ଏଇ ଅଗଣା, କିଆଁ ଏଇ ଅଗଣା ତମେ ସଜେଇ ଦେଲ ତମେ ବୁଜେଇ ଦେଲ ତମେ ଭିଜେଇ ଦେଲ ମୋର ଦୁଇଟି ଆଖି ମୁଁ ତ ଥିଲି ଏକୁଟିଆ, ବାଆଁରା ପକ୍ଷୀ, ବାଆଁରା ପକ୍ଷୀ ॥୨॥ ତମେ ପଞ୍ଜୁରୀ ଦେଲ ତମେ ଶିକୁଳୀ ଦେଲ ତମେ ଅଧାର ଦେଲ ମୋତେ ପାଖକୁ ଡାକି ମୁଁ ତ ଥିଲି ଏକୁଟିଆ, ବାଆଁରା ପକ୍ଷୀ, ବାଆଁରା ପକ୍ଷୀ ମୁଁ ତ ଥିଲି ଏକୁଟିଆ, ବାଆଁରା ପକ୍ଷୀ, ବାଆଁରା ପକ୍ଷୀ  YouTube ରେ ମୁଁ ତ ...

ହଟିଆ ଠାକୁର ଆଉ କେତେ ନାଟ ଦେଖିବ - Hatia Thakura Aau Kete Nata Dekhiba lyrics

Image
== ଓଡ଼ିଆ == ଭଜନ : ହଟିଆ ଠାକୁର ଆଉ କେତେ ନାଟ ଦେଖିବ ଭାଷା : ଓଡ଼ିଆ ଆଲବମ : ଭକ୍ତି ପୁଷ୍ପାଞ୍ଜଳି କଣ୍ଠ : ଭିକା ରି ବଳ ଗୀତିକାର : ଦିବାକର ମହାନ୍ତି ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ, ଭିକାରି ବଳ ମସିହା : ୧୯୭୯ ଠାକୁର... ହେ... ଠାକୁର... ହେ... ଏ... ହଟିଆ ଠାକୁର ଆଉ, କେତେ ନାଟ ଦେଖିବ (୨) ହଟିଆ ଠାକୁର ଆଉ... ଚଲାଇ ତାତି ବାଲିରେ (୨) ହାଟ ମୋର ସାରିବ      ହଟିଆ ଠାକୁର ଆଉ, କେତେ ନାଟ ଦେଖିବ ହଟିଆ ଠାକୁର ଆଉ... ଗୁହାରି ମୋ ନଶୁଣ ଯେବେ, କା’ଆଗେ ମୁଁ କହିବି ତେବେ (୨) ଦୀନବନ୍ଧୁ ନାମେ ସିନା (୩) ଅପଯଶ ବାନା ଉଡ଼ିବ    ହଟିଆ ଠାକୁର ଆଉ, କେତେ ନାଟ ଦେଖିବ ହଟିଆ ଠାକୁର ଆଉ… ॥୧॥ କଲ ବଲ କରୁଛ ଏତେ, କି ସୁଖ ବା ପାଉଛ ସତେ (୨) ଦୁଃଖ ପରେ ଦୁଃଖ ଦାଉ (୨) କେତେ ଆଉ କିଏ ସହିବ    ହଟିଆ ଠାକୁର ଆଉ, କେତେ ନାଟ ଦେଖିବ ହଟିଆ ଠାକୁର ଆଉ… ॥୨॥ ସବୁ ଶୁଣୁଛ ଦେଖୁଛ, ମନେ ଥାଇ କି ନଜାଣୁଛ (୨) ଚେଇଁ ଶୋଇବା ଗୁଣଟି (୨) କେବେ ଆଉ ତମେ ଛାଡ଼ିବ ହଟିଆ ଠାକୁର ଆଉ, କେତେ ନାଟ ଦେଖିବ ହଟିଆ ଠାକୁର ଆଉ… ॥୩॥ ଚଲାଇ ତାତି ବାଲିରେ ହାଟ ମୋର ସାରିବ      ହଟିଆ ଠାକୁର ଆଉ, କେତେ ନାଟ ଦେଖିବ ହଟିଆ ଠାକୁର ଆଉ... YouTube ରେ ହଟିଆ ଠାକୁର ଆଉ କେତେ ନାଟ ଦେଖିବ   == English == Bhajan : H...

ଏଇ ଝୁମା ଝୁମା ଗୋଲାପି ବେଳାରେ - Ei Jhuma Jhuma Golapi Belare Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଏଇ ଝୁମା ଝୁମା ଗୋଲାପି ବେଳାରେ ଭାଷା : ଓଡ଼ିଆ ଚଳଚିତ୍ର : ଅଭିଳାଷ କଣ୍ଠ : ଆରତି ମୁଖାର୍ଜୀ, ହରିହରନ୍  ଗୀତିକାର : ସଂଗ୍ରାମ ମହାନ୍ତି  ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ପଟ୍ଟନାୟକ ମସିହା : ୧୯୮୪ (ଝି) ଏଇ ଝୁମା ଝୁମା ଗୋଲାପି ବେଳାରେ (୨) ସାଥି ଆମ ସ୍ମୃତି ନେଇ ଆହୁରି ନିଜର ହୋଇ ହଜିଯିବା ଆପଣା ଭିତରେ ହୋ... ଏଇ ଝୁମା ଝୁମା ଗୋଲାପି ବେଳାରେ (୨) ॥   ମୁଁ ଯେ ଗୀତି ତୁମେ ସୁର ପ୍ରିୟତମ ମୋର ତଟିନୀ ମୁଁ ତୁମେ ମୋ ସାଗର ମୁଁ ଯେ ଗୀତି ତୁମେ ସୁର ପ୍ରିୟତମ ମୋର ତଟିନୀ ମୁଁ ତୁମେ ମୋ ସାଗର ଫଗୁଣର ଫଗୁ ଭିଜା ବଗିଚାରେ ମୋର ସୁରଭି ମୁଁ ତୁମେ ତ ସମୀର କଇଁ ମୁଁ ତୁମେ ଜହ୍ନ ମୁଁ ଆଖି ତୁମେ ସ୍ଵପ୍ନ ଚିରନ୍ତନ ଆମେ ଦୁନିଆରେ ହୋ... (ପୁ) ଏଇ ଝୁମା ଝୁମା ଗୋଲାପି ବେଳାରେ (୨) ସାଥେ ଆମ ସ୍ମୃତି ନେଇ ଆହୁରି ନିଜର ହୋଇ ହଜିଯିବା ଆପଣା ଭିତରେ ଓ... ଏଇ ଝୁମା ଝୁମା ଗୋଲାପି ବେଳାରେ ॥୧॥ (ପୁ) ମୋର ମନ ଦରପଣେ ବିମ୍ବିତ ଲାଜେ ତୁମରି ସେ ରଙ୍ଗିନ ମନ ମୋର ମନ ଦରପଣେ ବିମ୍ବିତ ଲାଜେ ତୁମରି ସେ ରଙ୍ଗିନ ମନ ଶାମୁକା ବୁକୁର ସେଇ ମୁକୁତାର ସମ ତୁମେ ସାଥି ମୋହରି ଜୀବନ ହସ ଲୁହ ସାଥେ ଖେଳି ଆମେ ଦୁହେଁ ଥିବା ଚାଲି ଜୀବନର ଚଲାପଥେ ପରେ ଓ... ଏଇ ଝୁମା ଝୁମା ଗୋଲାବି ବେଳାରେ ଓ... ଏଇ ଝୁମା ଝୁମା ଗୋଲାପି ବେଳାରେ ॥୨॥   (ଝି) ପ୍ରିୟତ...

କହଇ ମନ ଆରେ ମୋ ବୋଲ କର (ମନବୋଧ ଚଉଚିଶା) - Kahai Mane Aare Mo Bola Kara (Manabodha Chautisha) Lyrics

Image
== ଓଡ଼ିଆ == ଗୀତ : କହଇ ମନ ଆରେ ମୋ ବୋଲ କର ଭାଷା : ଓଡ଼ିଆ ପୋଥି / ପୁସ୍ତକ: ମନବୋଧ ଚଉଚିଶା ଗୀତିକାର : ଭକ୍ତ ଚରଣ ଦାସ କହଇ ମନ ଆରେ ମୋ ବୋଲ କର କଳା ଶ୍ରୀମୁଖ ବାରେ ଦେଖିବା ଚାଲ । କେତେ ଦିନ କୁ ମନ ବାନ୍ଧିଛୁ ଆଣ୍ଟ କି ଘେନି ଯିବୁ ତୋର ଛୁଟିଲେ ଘଟ ॥୧॥ ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି । ଖଟ ପଲଙ୍କେ ଶେଯ ସେଯାଇ ଶୋଉ ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ॥୨॥ ଗଲେଣି ତୋ ସଙ୍ଗରୁ ଯେତେକ ଜନ ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ । ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ ଗାଢ଼େ ମଜ୍ଜିଣ ନିତ୍ୟେ ଧନ ଅର୍ଜିଲୁ ॥୩॥ ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ ଘଟ ଛୁଟିଲେ ତୋତେ ବୋଲିବେ ଭୂତ । ଘର ଘରଣି ଦେହ କୀଳାଉଥିବେ ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ ॥୪॥ ଉଦ୍ଧାର ହେବୁ ଯେବେ ଭବ ସାଗରୁ ଉପାୟ କରି ଭଜ ଏବେ ଶ୍ରୀଗୁରୁ । ଊଣା ହେଉଛି ଦିନୁ ଦିନ ଆୟୁଷ ଆଉ ଏଣିକି ଅଛି କେତେ ବୟସ ॥୫॥ ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର ଚିରି ଭିତର ଦେଖ କି ନାରଖାର । ଚର୍ମ ବେଢ଼ିଛି ସିନା ଚଉରାଶିକି ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି ॥୬॥ ଛାର ଦେହକୁ ମନ କରିଛୁ ସଜ ଛନ୍ଦ କପଟ ତେଜ ଗୋବିନ୍ଦ ଭଜ । ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା ଛଖଣ୍ଡି କାଠ ତୋତେ ହୋଇବ ଲୋଡ଼ା ॥୭॥ ଯମ ଯେ ନ ଜାଣଇ ବାଳୁତ ଯୁବା ଜୀଇଁବୁ ବୋଲି ମନେ କରିଛୁ ଅବା । ଜଣେହିଁ ଏଥୁ ...

କେମିତି ଭୁଲିବି ସେ ଅଭୁଲା ଦିନ - Kemiti Bhulibi Se Abhula Dina Lyrics

Image
== ଓଡ଼ିଆ == ଗୀତ : କେମିତି ଭୁଲିବି ସେ ଅଭୁଲା ଦିନ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ସୁନୀଲ ମହାରଣା ସଙ୍ଗୀତ ନିର୍ଦ୍ଦେଶକ : ମାନସ କୁମାର ମସିହା : ୨୦୧୯   ଓ… ଓ… ଓ… ଓ… ଓ… ଓ… କେମିତି ଭୁଲିବି ସେ ଅଭୁଲା ଦିନ ତୋ ହୃଦୟରେ ଦିନେ ଥିଲା ମୋ ପାଇଁ ପ୍ରେମ ଦିନେ ନ ଦେଖିଲେ ମୋତେ କାନ୍ଦୁଥିଲୁ ତୁ ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନ ॥ କେମିତି ଭୁଲିବି ସେ ଅଭୁଲା ଦିନ ତୋ ହୃଦୟରେ ଦିନେ ଥିଲା ମୋ ପାଇଁ ପ୍ରେମ ଦିନେ ନ ଦେଖିଲେ ମୋତେ କାନ୍ଦୁଥିଲୁ ତୁ ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନ ॥ ମୋ ଭଲ ପାଇବାରେ ଥିଲା କୋଉଠି ଉଣା ତୋ ହୃଦୟରେ ଭରିଗଲା ମୋ ପାଇଁ ଘୃଣା ତୁ ଆଉ କାହା ହାତ ଧରି ଚାଲିବୁ ବୋଲି ମୋ ମନକୁ ଭାବି ଦେଲୁ ମାଟି ଖେଳଣା ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା ମୋ ଛାତି ଚିରି ମନ ନେଇ କରିଲୁ ଚୂନା ତୋ ହୃଦୟ କୁ ମନ୍ଦିରଟେ ଭାବି ଥିଲି ମୁଁ ମୁଁ ଜାଣିଗଲି ତୁ ଗୋଟେ ହୃଦୟହିନା ॥୧॥ ଓ… ଓ… ଓ… ଓ… ଓ… ଓ… ଏ ଦୁନିଆକୁ ଭୁଲି ତତେ ଭଲ ପାଇଲି ତୁ ଏମିତି ବଦଳିଯିବୁ ଭାବି ନଥିଲି ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି ତୁ ଅଧା ବାଟେ ଏକା କରି ଗଲୁ ଲୋ ଚାଲି ଏ ଦୁନିଆକୁ ଭୁଲି ତତେ ଭଲ ପାଇଲି ତୁ ଏମିତି ବଦଳିଯିବୁ ଭାବି ନଥିଲି ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି ତୁ ଅଧା ବାଟେ ଏକା କରି ଗଲୁ ଲୋ ଚାଲି ତୁ ଏତେ ବେଇମାନି ପ୍ରିୟା କେମିତି ହେ...

ତୋର ମୋର ଭାବ କିଏ ବା କାଇଁ ବୁଝିବ - Tora Mora Bhaba Kie Ba Kain Bujhiba Lyrics

Image
== ଓଡ଼ିଆ == ଗୀତ : ତୋର ମୋର ଭାବ କିଏ ବା କାଇଁ ବୁଝିବ ଭାଷା : ଓଡ଼ିଆ ଆଲବମ : ରଙ୍କ ରତନ କଣ୍ଠ : ମହମ୍ମଦ ଆଜିଜ୍ ଗୀତିକାର : ନିର୍ମଳ ନାୟକ  ସଙ୍ଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୦୫ ତୋର ମୋର ଭାବ, କିଏ ବା କାଇଁ ବୁଝିବ (୨) ଆମ ଭିତରେ ଥାଉ ମୁଁ ମହା ଦୁଃଖୀ ତୁ ମହାବାହୁ (୨) ତୋର ମୋର ଠାର, କାହାକୁ କାଇଁ ପଚାର (୨) ଆମ ଭିତରେ ରହୁ ମୁଁ ମହା ଦୁଃଖୀ ତୁ ମହାବାହୁ (୨) ॥ ମୁଁ ପରା ମଣିଷ ତୁ ଦେବତାରେ ତୁ ଦେବତା ମୋ ଦେହରେ ତୁ ଆତ୍ମା ସଳିତାରେ ଆତ୍ମା ସଳିତା ଓ... ମୋ ଆଖିରେ କେତେ ଲୁହ ତୁ ଦଉରେ ଲୁହ ତୁ ଦଉ ତା’ଠାରୁ ବେଶି ତୁ ଲୁହ ଝରାଉ ରେ, ଲୁହ ଝରାଉ ମୁଁ ଜନମ ଦୁଃଖୀ, ତୁ ଜନମ ଦୁଃଖୀ ତୁ ମୋର ସାକ୍ଷୀ, ମୁଁ ତୋର ସାକ୍ଷୀ ତୋର ମୋର ଫାସ, ନକରୁ କେଇ ବିଶ୍ଵାସ (୨) ଆମ ଭିତରେ ଥାଉ ମୁଁ ମହା ଦୁଃଖୀ ତୁ ମହାବାହୁ (୨) ॥୧॥ ଭାବ ଅଛି ବୋଲି ଅଭାବ ହଉରେ ଅଭାବ ହଉ ଡାକ ଶୁଣି ମୁହଁ ବୁଲେଇ ଦଉରେ ବୁଲେଇ ଦଉ ଓ... ପବନ ଆସିଲେ ଦୀପ ଲିଭିବରେ ଦୀପ ଲିଭିବ ବରଡ଼ା ଖସିଲେ ଗଛ ମରିବରେ, ଗଛ ମରିବ    ମରଣ ଜୁଇରେ ଶୋଇବା ଯାଏଁରେ ତୋ ଛନ୍ଦ ଚରଣେ ଥିବି ମୁଁ ଚାହିଁରେ ତୋର ମୋର ଭେଟ, ଭାବ ବନ୍ଧନ ଅତୁଟ (୨) ଜନ୍ମ ଜନ୍ମ କୁ ଥାଉ ମୁଁ ମହା ଦୁଃଖୀ ତୁ ମହାବାହୁ (୨) ତୋର ମୋର ଭାବ, କିଏ ବା କାଇଁ ବୁଝିବ (୨) ଆମ ଭିତରେ ଥାଉ ମୁଁ ମହା ଦୁଃଖୀ ତୁ ମହାବାହୁ (୨) ...

କାଞ୍ଚିରେ କାଞ୍ଚିରେ ଚାହେନା ମୁଁ କିଛିରେ - Kanchire kanchire chahena mun kichhire Lyrics

Image
ଫିଲ୍ମଗୀତ: କାଞ୍ଚିରେ କାଞ୍ଚିରେ ଚାହେନା ମୁଁ କିଛିରେ   ଭାଷା: ଓଡ଼ିଆ  ଚଳଚିତ୍ର: ହିରୋ ନୋ-୧ କଣ୍ଠ: ସୌରିନ୍ ଭଟ୍ଟ, ସୋହିନୀ ମିଶ୍ର    ସଙ୍ଗୀତ ନିର୍ଦ୍ଦେଶକ: ଅଭିଜିତ ମଜୁମଦାର ଗୀତିକାର: ନିର୍ମଳ ନାୟକ == ଓଡ଼ିଆ == (ଝି) ହୁଁ... ଚୁପ୍ ଚୁପ୍ ଗୁମ୍ ସୁମ୍ ଏ ମନ କହେ ଲୁଚି ଲୁଚି ତତେ ଭଲ ପାଏ ଯେତେ ତୋ ଠାରୁ ମୁଁ ଦୂରେ ଯାଏ ସେତେ ବେଶି କାଇଁ ଖୋଜୁଥାଏ (ପୁ) ହୋ... ଏକି ଋତୁ ଆଇଲା ତତେ ମତେ ଛୁଇଁଲା ଛାତି ତଳେ ତୋ ପାଇଁ କି ହୁଏ କିଛିରେ କିଛିରେ କାଞ୍ଚିରେ କାଞ୍ଚିରେ ଚାହେଁନା ମୁଁ କିଛିରେ ସାରା ଜୀବନକୁ ମନନେଲା ତତେ ବାଛିରେ କାଞ୍ଚିରେ କାଞ୍ଚିରେ ଚାହେଁନା ମୁଁ କିଛିରେ ସାରା ଜୀବନକୁ ମନ ନେଲା ତତେ ବାଛିରେ (ଝି) ଚୁପ୍ ଚୁପ୍ ଗୁମ୍ ସୁମ୍ ଏ ମନ କହେ ଲୁଚି ଲୁଚି ତତେ ଭଲ ପାଏ ଯେତେ ତୋ ଠାରୁ ମୁଁ ଦୂରେ ଯାଏ ସେତେ ବେଶି କାଇଁ ଖୋଜୁଥାଏ (ପୁ) ହେ... ହେ... ଓ...ହୋ... ଓ...ହୋହୋ (ଝି) ହଁ... କେବେ ଠାରୁ ଆଖିରେ ମୋ ତୋଳି ଦେଲୁ ଘର ମନେ ପକେଇଲେ ମନେ ପଡ଼ୁନାହିଁ ମୋର (ପୁ) ହୋ... ଏକିମିଳା ମିଶା କହ ଦୁଇ ହୃଦୟର ଆପଣାର ହେଲା ପରେ ନିଦ ହେଲା ପର (ଝି) ହୁଁ... ଛନ୍ ଛନ୍ ହଲ୍ ଚଲ୍ ମୋ ନିଦ କହେ ତୁ ମୋର ମିଠା ସ୍ଵପ୍ନ ଟିଏ ଯେତେ ଯେବେ ତତେ ଭାବି ଦିଏ ଭାବନା ମୋ ନୂଆ ରଙ୍ଗ ନିଏ (ପୁ) ହୋ... ସେଇ ନୂଆ ରଙ୍ଗରେ ଆଜି ବିନା ମେଘରେ ଟ...

ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା ୨୦୧୯ - Odia Calendar / Panjika 2019

Image
ଆପଣ ୨୦୧୯ ମସିହାର କ୍ଯାଲେଣ୍ଡର ଦେଖୁଛନ୍ତି । "ଦି ସ୍ମରଣିକା" ପ୍ରକାଶିତ ସମସ୍ତ ଓଡ଼ିଆ କ୍ଯାଲେଣ୍ଡର ଏଇଠି ଦେଖନ୍ତୁ.. କୋହେନୁର ପଞ୍ଜିକା ଓ ଶ୍ରୀ ରାଧରମଣ ପଞ୍ଜିକା କୁ ଆଧାର କରି, "ଦି ସ୍ମରଣିକା" ପ୍ରସ୍ତୁତ କରିଛି "ସଂକ୍ଷିପ୍ତ ଓଡ଼ିଆ କ୍ୟାଲେଣ୍ଡର ୨୦୧୯" । ଜାନୁୟାରୀ ୨୦୧୯ Date Day Festival / Holiday 1 Jan Tue New Year ନୂଆବର୍ଷ 12 Jan Sat Dhanu Jatra ଧନୁ ଯାତ୍ରା 14 Jan Mon Makara Sankaranti (Pongal) ମକର ସଙ୍କରାନ୍ତି (ପୋଙ୍ଗଲ) 16 Jan Wed Shamba Dashami ଶାମ୍ବ ଦଶମୀ 23 Jan Wed Netaji Jayanti ନେତାଜୀ ଜୟନ୍ତୀ 26 Jan Sat Republic Day ସାଧାରଣତନ୍ତ୍ର ଦିବସ 23 - ବୀର ସୁରେନ୍ଦ୍ର ସାଏ ଜୟନ୍ତୀ, 27 - ସ୍ଵାମୀ ବିବେକନାନନ୍ଦ ଜୟନ୍ତୀ ଅମାବାସ୍ୟା: 6, ପୂର୍ଣ୍ଣିମା: 21 ଏକାଦଶୀ: 1, 17, 31 ବିବାହ: 18, 22, 23, 24, 27, 28, 29 ବ୍ରତୋପନୟନ: ନାହିଁ ଫେବୃୟାରୀ ୨୦୧୯ Date Day Festival / Holiday 4 Feb Mon Tribeni Amabasya ତ୍ରିବେଣୀ ଅମାବାସ୍ୟା 10 Feb sun Saraswati Puja ସରସ୍ଵତୀ ପୂଜା 12 Feb Tue Magha Saptami ମାଘ ସପ୍ତମୀ 13 Feb Wed Kumbha Songkranti କୁମ୍ଭ ସଂକ୍ରାନ୍ତି 19 Feb Tue Agnyutsav Purnima ଅଗ୍ନ୍ୟୁତ୍ସବ ପୂର୍ଣ୍ଣି...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

Anonymous commented on mo prabhu jagannatha se lyrics odia: “Very nice jay jagannath”

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ