ତୁମ ପାଇଁ ଓଡ଼ିଆ କବିତା - Tuma Pain Odia Kabita
କବିତା : ତୁମ ପାଇଁ
ଭାଷା : ଓଡ଼ିଆ
ଗୀତିକାର : ସ୍ନିଗ୍ଧା ଦାସ (କ୍ରିଷ୍ଣା)
ତୁମରି ସେନେହ ଭଲ ଲାଗେ ମୋତେ
ନୀରବରେ ପ୍ରେମ ବୁଣେ,
ପ୍ରେମ ପରିଭାଷା ବୁଝିବାଟା କଷ୍ଟ
ମନେ କୌତୁହଳ ଆଣେ ॥ ୧ ॥
ମନ ତଳେ ତୁମ ଆଙ୍କିଥିବା ଛବି
କହେ ମୋତେ କେତେ କଥା,
ସପନେ ସପନେ କେବେ ପୁଣି ଦେହେ
ଭରିଯାଏ ମାଦକତା ॥ ୨ ॥
ଭଲ ପାଇବାଟା ଏମିତି ଜଳନ
ହୃଦ ଜଳେ ଦିବାନିଶି,
ସକାଳରୁ ସଞ୍ଜ ତୁମରି ସ୍ମୃତିକୁ
ଏକାନ୍ତରେ ଭାବେ ବସି ॥ ୩ ॥
କେତେ ଯେ ପବିତ୍ର ଏ ସ୍ନେହ ସମ୍ପର୍କ
କିଏ ବା ପାରିବ କହି,
କିଏ କହେ ପ୍ରେମ ପାଗଳାମି ଏଠି
ଅବା ମରୀଚିକା ଏହି ॥ ୪ ॥
ପ୍ରେମ ହେଲେ ଏକ ନିଆଁ ଝଲଟିଏ
ମନ ପରା ଦୀପଟିଏ,
ନୀରବେ ନୀରବେ ମନ ତଳେ ନିଆଁ
ଦିକ୍ ଦିକ୍ ଜଳୁଥାଏ ॥ ୫ ॥
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...