Posts
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ
== ଓଡ଼ିଆ == ଗୀତ : ଆମର୍ ଗାଁ (ଏ ନନୀ ତୁ ମୋର୍ ଆଉ ରେ) ଭାଷା : ସମ୍ବଲପୁରୀ କଣ୍ଠ : ବିଜୟ ଆନନ୍ଦ ସାହୁ, ଆୟୁଷୀ ପାଣି ଗୀତିକାର : ବିଜୟ ଆନନ୍ଦ ସାହୁ, ତପନ, ହର୍ଷ ସୋନା ସଙ୍ଗୀତ ନିର୍ଦ୍ଦେଶକ : ବିଜୟ ଆନନ୍ଦ ସାହୁ ମସିହା : ୨୦୨୧ (ପୁ) ଏ ନନୀ ତୁଇ ମୋର୍ ଆଉ ରେ ନାନା ନାନା ନାନା କହି କାହିଁ ଯିବୁରେ ଏ ସୁନା ତୁଇ କାହିଁ ଯିବୁରେ ନାନା ନାନା କହି ତୁଇ ଆସିଯିବୁରେ ତୋର୍ ହସି ଦେଖି ଦିଲ୍ ତ ଫିଦା ମୋର୍ ମନ୍ଥି ଅଛେ ତୋର୍ ମିଠାକଥା ତୁଇ ଚାଲିଗଲେ ତୋର୍ ଛମ୍ଛମ୍ ପାୟଲ୍ ତୋର୍ ଲାଗି ମୁଇଁ ପୂରା ହେଲି ଘାୟଲ୍ ସତେ ନନୀ ତୋର୍ ଚେହେରା ଭୁଲି ନାଇଁ ପାରୁଛେ ଯେନ୍ ଯେନ୍ କେ ଗଲେ ମୁଇଁ ସେନ ପାଉଛେ ଯେନ୍ ବାଟ୍କେ ଯାଇସୁ ତୁଇ ଅଟ୍କିଥିସି ସେନ ମୁଇଁ ଦିଲ୍ ଧଡ଼୍କି ଯାଏସି ତତେ ଦେଖିଦେଲେ ସେନ ମୁଇଁ ସତେ ଶୁନ୍ ଶୁନ୍ ଶୁନ୍ ଚାଲ୍ ବୁଲେଇନେମି ଆମର୍ ଗାଁ ନେଇ ନେଇ ନେଇ କହେବୁ ବେଲେ ଫସେଇଦେବି ତତେ ନା ଚାଲ୍ ଚାଲ୍ ଚାଲ୍ ସୁନା ଆମର୍ ଘର୍କେ ତୁଇ ଚାଲ୍ ନେଇ ଯିବୁ ବେଲେ ମୋର୍ ଦିଲ୍ର ହେବା ବୁରା ହାଲ୍ ॥୧॥ // ରାପ୍ // (ପୁ) ଚାଲ୍ ବୁଲେଇନେମି ଆମର୍ ଗାଁ (କ)ହେସନ୍ ବଲେନ ତତେ ମୋର୍ ବାପା ମା ନାଇଁ ଭାପ୍ପିଲା ଆଏ ଲଫଡ଼ିଆ ମୁଇଁ ପିଲା ଏ ବେବି ବଢ଼ିଆ ତୁଇ ଆଉ ବେବି ମୋର୍ ଗୁଡ଼ିଆ ମୁଇଁ ପିଲା ଖାଣ୍ଟି ନୁଆପଡ଼ିଆ ସମ୍ବଲପୁରୀଆ.. ଏ ସମ୍ବଲପୁରୀଆ.. ଏ.. (ଝି) ନାଇ ମା...
ମାଣବସା ଗୁରୁବାର / ଲକ୍ଷ୍ମୀ ପୁରାଣ ବହି ଗୀତ (ନମସ୍ତେ କମଳା ମାଗୋ ସାଗର ଦୁଲଣୀ) - Manabasa Gurubara / Lakhmi Purana Bahi Gita (Namaste Kamala Maago Sagara Dulani) Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ମାଣବସା ଲକ୍ଷ୍ମୀ ପୁରାଣ (ନମସ୍ତେ କମଳା ମାଗୋ ସାଗର ଦୁଲଣୀ) ଭାଷା : ଓଡ଼ିଆ କଣ୍ଠ : ଗୀତା ଦାସ, ନମିତା ଅଗ୍ରୱାଲ ଗୀତିକାର : ବଳରାମ ଦାସ ସଙ୍ଗୀତ ନିର୍ଦ୍ଦେଶକ : ଭାରତୀକୃଷ୍ଣ ପୋଥି / ପୁସ୍ତକ : ମହାଲକ୍ଷ୍ମୀ ପୁରାଣ ମସିହା : ୧୯୯୨ ସ୍ତୁତି ପାଠ § 1 - ନାରଦ ଓ ପରାଶର ସମ୍ବାଦ (୧-୧୭) - Video Play Time: (0:00:00) § 2 - ମହାଲକ୍ଷ୍ମୀ ନଗର ବୁଲିଗଲେ (୧୮-୩୭) - Video Play Time: (0:05:00) § 3 - ମହାଲକ୍ଷ୍ମୀ ବ୍ରତ କେମିତି କରାଯାଏ ? (୩୮-୫୬) - Video Play Time: (0:09:00) § 4 - ଗୁରୁବାର ଦିନ ଯେଉଁ କଥା ବାରଣ ? (୫୭-୮୦) - Video Play Time: (0:11:00) § 5 - ଲକ୍ଷ୍ମୀଦେବୀଙ୍କ ସାଧବାଣୀକୁ ଲକ୍ଷ୍ମୀବ୍ରତ କରିବାକୁ ଉପଦେଶ (୮୧-୧୩୩) - Video Play Time: (0:18:00) § 6 - ଶ୍ରୀୟା ଚଣ୍ଡାଳୁଣୀ ଘରେ ମା' ଲକ୍ଷ୍ମୀ (୧୩୪-୧୭୫) - Video Play Time: (0:27:00) § 7 - ଜଗନ୍ନାଥଙ୍କ ଲକ୍ଷ୍ମୀଦେବୀଙ୍କୁ ତିରସ୍କାର (୧୭୬-୨୩୨) - Video Play Time: (0:33:00) § 8 - ଲକ୍ଷ୍ମୀଦେବୀଙ୍କ ଶ୍ରୀ ଜଗନ୍ନାଥଙ୍କୁ ଅଭିଶାପ ଓ ଶ୍ରୀମନ୍ଦିର ତ୍ୟାଗ (୨୩୩-୨୫୬) - Video Play Time: (0:50:00) § 9 - ଲକ୍ଷ୍ମୀଦେବୀଙ୍କୁ ବିଶ୍ୱକର୍ମା ଓ ଅଷ୍ଟ ବେତାଳଙ୍କ ସହଯୋଗ (୨୫୭-୨୯୯) - Video Play Time: (0:56:00) § 10 - ଜଗନ୍ନାଥ ଓ ବଳଦେବଙ୍କ ଭିକ୍ଷା କରିବାକୁ ...
ଏ ମିଳନ କାହାଣୀ ଆମ ଜୀବନର - E Milana Kahani Aama Jibanara Lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ଏ ମିଳନ କାହାଣୀ ଆମ ଜୀବନର ଭାଷା : ଓଡ଼ିଆ ଚଳଚିତ୍ର : ପୁଅ ମୋର କଳା ଠାକୁର କଣ୍ଠ : କବିତା କୃଷ୍ଣମୂର୍ତ୍ତି, ଉଦିତ ନାରାୟଣ ଗୀତିକାର : ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନଗୋ ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୮ (ଝି) ଉଁ..ଉଁ..ଆ..ଆ.. ଏ ମିଳନ କାହାଣୀ ଆମ ଜୀବନର ଏ ମିଳନ କାହାଣୀ ଆମ ଜୀବନର କାଲି ତମେ ଥିଲ ଅଚିହ୍ନା ଅଜଣା କାଲି ତମେ ଥିଲ ଅଚିହ୍ନା ଅଜଣା ଆଜି ତ ନିଜଠୁ ନିଜର ଏ ମିଳନ କାହାଣୀ ଆମ ଜୀବନର ॥ (ଝି) ମୁଁ ଜାଣିନଥିଲି ଏତେ ମିଠା ସତେ ଘରକରଣା ଘରକରଣା ପଥର ଛାତିରେ ବୋହିଯିବ ବୋଲି ସୁନା ଝରଣା ସୁନା ଝରଣା ଏ ଝରଣା ଲହରି ସେ ହୃଦୟର ଏ ଝରଣା ଲହରି ସେ ହୃଦୟର ତାହାରି ଛୁଆଁରେ ସବୁଦିନ ରାତି ତାହାରି ଛୁଆଁରେ ସବୁଦିନ ରାତି ଲାଗେତ ଆହୁରି ମଧୁର ଏ ମିଳନ କାହାଣୀ ଆମ ଜୀବନର ॥୧॥ (ଝି) ତୁମରି ଘରେ ମୁଁ ବିଜୁଳି ପରିକା ଝଲସୁଥିବି ଝଲସୁଥିବି ତୁମରି ଛାତିରେ ନୂଆ ମେଘ ପରି ବରଷୁଥିବି ବରଷୁଥିବି (ପୁ) ଏ ବରଷା ତଥାପି ଲାଗୁଚି ଡର ଏ ବରଷା ତଥାପି ଲାଗୁଚି ଡର କେତେ ସୁଖ ସତେ ସହିକି ପାରିବି କେତେ ସୁଖ ସତେ ସହିକି ପାରିବି ପଚାରୁଛି ମନ ମୋର ଏ ବରଷା ତଥାପି ଲାଗୁଚି ଡର ॥୨॥ (ପୁ) ମୁଁ ତ ନିଜେ ଥିଲି ଅଜଣା ଅଖୋଜା ସାରା ଜୀବନ ସାରା ଜୀବନ ତୁମେ ଆଜି ମୋତେ ଉପହାର ଦେଲ ସୁନେଲି ଜହ୍ନ ସୁନେଲି ଜହ୍ନ (ଝି) ଏ ଜହ୍ନ କାହାଣୀ ଆମ ସପନର ଏ ଜହ୍ନ କାହାଣୀ ଆମ ସପନର...
ବଜାନାରେ କାହ୍ନା ବଇଁଶୀ ବଜାନା ଝୁରେ କଦମ୍ବ ଆଉ ଝୁରେ ଯମୁନା - Bajanare Kanha Bainshi Bajana Bainshi Bajana Jhure Kadamba aau Jhure Jamuna Lyrics
- Get link
- X
- Other Apps
ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୯ ସେପ୍ଟେମ୍ବର ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ବଜାନାରେ କାହ୍ନା ବଇଁଶୀ ବଜାନା ଭାଷା : ଓଡ଼ିଆ ଆଲବମ : ଦହି ହାଣ୍ଡି କଣ୍ଠ : କୁମାର ବାପି ଗୀତିକାର : ଜନାର୍ଦ୍ଦନ ଭୂୟାଁ ସଂଗୀତ ନିର୍ଦ୍ଦେଶକ : ଜନାର୍ଦ୍ଦନ ଭୂୟାଁ ମସିହା : ୨୦୦୩ ବଜାନାରେ କାହ୍ନା ବଇଁଶୀ ବଜାନା ବଜାନାରେ କାହ୍ନା ବଇଁଶୀ ବଜାନା ଝୁରେ କଦମ୍ବ ଆଉ ଝୁରେ ଯମୁନା ଝୁରେ କଦମ୍ବ ଆଉ ଝୁରେ ଯମୁନା ରାଧା ଆସିବନି ତାକୁ ହୋଇଛି ମନା ରାଧା ଆସିବନି ତାକୁ ହୋଇଛି ମନା ଝୁରେ କଦମ୍ବ ଆଉ ଝୁରେ ଯମୁନା ଝୁରେ କଦମ୍ବ ଆଉ ଝୁରେ ଯମୁନା ॥ ପାଦରେ ନୂପୁର ବାନ୍ଧି ମଉନେ ରାଧିକା କୃଷ୍ଣଙ୍କୁ ସେ ଝୁରୁଛନ୍ତି ଶୂନ୍ୟ ହୃଦେ ଏକା ନୟନ ଦେଖିବ କେବେ ଚତୁର୍ଦ୍ଧା ମୂରତି ନିଷିଦ୍ଧ ଶିକୁଳି ଡେଇଁ ଯିବେ ସେ କେମିତି ବାହୁନି ବାହୁନି ରାଈ ପଡ଼ିଛନ୍ତି ଘୁମାଇ ବାହୁନି ବାହୁନି ରାଈ ପଡ଼ିଛନ୍ତି ଘୁମାଇ ମୋ କଳା କହ୍ନେଇ ଅବୁଝା ହୁଅନା ମୋ କଳା କହ୍ନେଇ ଅବୁଝା ହୁଅନା ଝୁରେ କଦମ୍ବ ଆଉ ଝୁରେ ଯମୁନା ଝୁରେ କଦମ୍ବ ଆଉ ଝୁରେ ଯମୁନା ॥୧॥ କୋକିଳ କଣ୍ଠରୁ ଝରେ ମଧୁର ମୂର୍ଚ୍ଛନା ବସନ୍ତ ମୃଦୁ ମଳୟେ ଅଧୀର ଯମୁନା ଶିହରଣେ କମ୍ପି ଉଠେ ତନିମା ରାଧିକା କେବେ ପୁଣି କଳା କାହ୍ନୁ ଦେବେ ତାଙ୍କୁ ଦେଖା କାଳେ ଅପଯଶ ହେବ କିଏ କଳଙ୍କ ...
ଲିକିରି ଝିକିରି ଡାଲ୍ କୁଡ଼ିଆ ମନ କାଇଁ ପର୍ଫୁଲ - Likiri Jhikiri Dal Kudia Mana Kain Parfula Lyrics
- Get link
- X
- Other Apps
ଲେଖାରେ ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଗୀତ : ଲିକିରି ଝିକିରି ଡାଲ୍ କୁଡ଼ିଆ ଭାଷା : ସମ୍ବଲପୁରୀ ଚଳଚିତ୍ର : ଆଦିମ୍ ବିଚାର୍ କଣ୍ଠ : ସର୍ବେଶ୍ଵର ଭୋଇ ଗୀତିକାର : ସର୍ବେଶ୍ଵର ଭୋଇ ସଙ୍ଗୀତ ନିର୍ଦ୍ଦେଶକ : ପଙ୍କଜ ଜାଲ, ଘସିରାମ ମିଶ୍ର ମସିହା : ୨୦୧୪ (ପୁ-ସମସ୍ତେ) ତାରାରାରା..ରାରା.. ରାରାରାରା..ରାରା ରାରାରାରା..ରାରା.. ରାରାରାରା.. (ପୁ) ଲିକିରି ଝିକିରି ଡାଲ୍ କୁଡ଼ିଆ ମନ କାଇଁ ପର୍ଫୁଲ କିଚିରି ମିଚିରି ବାବୁଲି ବାଲ୍ୟା ମନ କାଇଁ ପର୍ଫୁଲ ଗୁଞ୍ଜୁରୁ ଗୁଞ୍ଜା ରାଇଜ ରଜା ପାନି ପରା ନିର୍ମଲ ପିଞ୍ଜିରି ପିଞ୍ଜା ମନ୍କେ ବୁଝା ରସିକିଆ ନିର୍ମଲ ତୁଇ ସକାଲୁ ଉଠ୍ବୁ ଝଟ୍ କରି ଲୁଣ ସର୍କା ମାର୍ବୁ ଫଟ୍ କରି କଁସା ବାସନ ମାଜ୍ବୁ ସଟ୍ କରି ଗଧାଗାଧି ଗୁଡେ ଯିବୁ ସୁଟ୍ କରି ରନ୍ଧା ରାନ୍ଧ୍ବୁ ନନୀରେ କଣ୍ଟ୍ କରି ବଢ଼ା ବାଢ଼୍ବୁ ସୁନାରେ ଅଟ୍ପାରି ନେଇଁ ବସ୍ବୁ କେନ୍ଲେ ଲଟ୍କରି ବନ୍ଧୁ ସିଆନକେ ଦେବୁ ଖଟ୍ ପାରି ଲିକିରି ଝିକିରି ଡାଲ୍ କୁଡ଼ିଆ ମନ କାଇଁ ପର୍ଫୁଲ କିଚିରି ମିଚିରି ବାବୁଲି ବାଲ୍ୟା ମନ କାଇଁ ପର୍ଫୁଲ ଗୁଞ୍ଜୁରୁ ଗୁଞ୍ଜା ରାଇଜ ରଜା ପାନି ପରା ନିର୍ମଲ ପିଞ୍ଜିରି ପିଞ୍ଜା ମନ୍କେ ବୁଝା ରସିକିଆ ନିର୍ମଲ (ପୁ-ସମସ୍ତେ) ତାନ୍ନାନା.. ନାନିନା..ନାନା ତାନ୍ନାନା.. ନାନିନା..ନାନା ତାନ୍ନାନା.. ନାନିନା..ନାନା ନାନ୍ନା ନାନ୍ନା ନା (ଝି-ସମସ୍ତେ) ତାନ...
ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ - Sakha He Kalasakha He Kain Chaadigala Kari Eka He Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ ଭାଷା : ଓଡ଼ିଆ ଆଲବମ : ରଙ୍କୁଣୀ ଧନ କଣ୍ଠ : ଶୈଳଭାମା ମହାପାତ୍ର ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶନା : ବିଜୟ ମଲ୍ଲ ମସିହା : ୨୦୧୭ ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ଚିଠିରେ ମୋ ଇତି ଲେଖିଲା ପରେ ବି ଚିଠିରେ ମୋ ଇତି ଲେଖିଲା ପରେ ବି ସରୁନାହିଁ ମୋର ଲେଖା ହେ ସଖା ହେ.. ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ॥ କୁରୁସଭାସ୍ଥଳେ କରିଥିଲ ବସ୍ତ୍ର ଦାନ ଆହେ ଅଭିମାନୀ ରଖିଥିଲ ମୋର ମାନ କୁରୁସଭାସ୍ଥଳେ କରିଥିଲ ବସ୍ତ୍ର ଦାନ ଆହେ ଅଭିମାନୀ ରଖିଥିଲ ମୋର ମାନ ମାନ ଅଭିମାନ ଛାଡ଼ିଦିଅ ଏବେ ମାନ ଅଭିମାନ ଛାଡ଼ିଦିଅ ଏବେ ଏ ଜୀବନ ଲାଗେ ଫିକା ହେ ସଖା ହେ.. ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ॥୧॥ ଭଲପାଉଥିଲି ତୁମକୁ ମୁଁ ମନେ ମନେ ତୁମେ ଜାଣିଥିଲ ନ କହିଲେ ମୁଁ ବି ଦିନେ ଭଲପାଉଥିଲି ତୁମକୁ ମୁଁ ମନେ ମନେ ତୁମେ ଜାଣିଥିଲ ନ କହିଲେ ମୁଁ ବି ଦିନେ ଅକୁହା ପ୍ରୀତିକୁ କହିଦେବି ଖୋଲି ଅକୁହା ପ୍ରୀତିକୁ କହିଦେବି ଖୋଲି ଆଉ କେବେ ହବ ଦେଖା ହେ ସଖା ହେ.. ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ଚିଠିରେ ମୋ ଇତି ଲେଖିଲା ପରେ ବି ଚିଠିରେ ବି ମୋ ଇତି ଲେଖିଲା ପରେ ବି ସରୁନାହିଁ ମୋର ଲେଖା ହେ ସଖା ହେ.. ସ...
ବାଟବଣା ହେଲା ମୋ ପ୍ରେମ ଫିମେଲ୍ ଭର୍ଜନ (ତୋ କଥା ମୁଁ ମାନିନିଏ ସବୁ ରାତିକୁ କହିଲେ ଦିନ) - Batabana Hela Mo Prema Female Version (To Katha Mun Maninie Sabu Rati Ku Kahile Dina) Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ବାଟବଣା ହେଲା ମୋ ପ୍ରେମ ଫିମେଲ୍ ଭର୍ଜନ ଭାଷା : ଓଡ଼ିଆ କଣ୍ଠ : ଅସୀମା ପଣ୍ଡା ଗୀତିକାର : ମୃତ୍ୟୁଞ୍ଜୟ ମିଶ୍ର ସଂଗୀତ ନିର୍ଦ୍ଦେଶକ : ସୁଶୀଲ ଦଳାଇ ମସିହା : ୨୦୨୦ ହୁଁ..ଉଁ..ଉଁ..ଉଁ ହୁଁ..ଉଁ..ଉଁ..ଉଁ ତୋ କଥା ମୁଁ ମାନିନିଏ ସବୁ ରାତିକୁ କହିଲେ ଦିନ ଏ କଥାବି ମାନିଲି ସହଜେ ସୂର୍ଯ୍ୟକୁ କହିଲୁ ଜହ୍ନ କେମିତି ମାନିବି ଏଇ କଥା ତୋର କେମିତି ମାନିବି ଏଇ କଥା ତୋର ନାହିଁ ତୋର ମୋ ପାଇଁ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ॥ ରାତି ମୋର କଟିଯାଏ ତୋ ସପନ ବାଟ ଦେଇ ମେଘ ହେଇ ବରଷିଲୁ ମୋ ପଲକ ଫାଙ୍କ ଦେଇ ଓ..ଓ.. ରାତି ମୋର କଟିଯାଏ ତୋ ସପନ ବାଟ ଦେଇ ମେଘ ହେଇ ବରଷିଲୁ ମୋ ପଲକ ଫାଙ୍କ ଦେଇ ଛାତିରେ ସାଇତା ସବୁ ସ୍ମୃତି ତୋର ଛାତିରେ ସାଇତା ସବୁ ସ୍ମୃତି ତୋର ହବନାହିଁ କେବେବି ଶୂନ୍ୟ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ॥୧॥ ଚାଲୁଥିଲୁ ସାଥେ ସାଥେ ଛାଇଟିଏ ମୋର ହେଇ ତୁ ଗଲା ପରେ ପରେ ରହିଛି ତୋ ବାଟଚାହିଁ ହୋ..ଓ..ଓ.. ଚାଲୁଥିଲୁ ସାଥେ ସାଥେ ଛାଇଟିଏ ମୋର ହେଇ ତୁ ଗଲା ପରେ ପରେ ରହିଛି ତୋ ବାଟଚାହିଁ ଆଜି ବି ବିଶ୍ୱାସ ଅଛି ଦିନେ ତୋର ଆଜି ବି ବିଶ୍ୱାସ ଅଛି ଦିନେ ତୋର ବରଷିବ ମୋ ପାଇଁ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics
== ଓଡ଼ିଆ == ଭଜନ : ଆହେ ନୀଳ ଶଇଳ ପ୍ରବଳ ମତ୍ତ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ସାଲବେଗ ସଂଗୀତ ନିର୍ଦ୍ଦେଶକ : ଶ୍ରୀ ଭୁବନ ମସିହା : ୧୯୮୨ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ଆହେ ନୀଳ ଶଇଳ ॥ ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ଆହେ ନୀଳ ଶଇଳ ॥ କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶଇଳ ॥ ରାବଣର ଭାଇ ବିଭୀଷଣ ଗଲା ଶରଣ ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ॥ ଆହେ ନୀଳ ଶଇଳ ॥ ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ॥ ଆହେ ନୀଳ ଶଇଳ ॥ କହେ ସାଲବେଗ ହୀନ ଜାତିରେ ମୁଁ ଯବନ ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀ ବନ କୁ କର ଦଳନ ଆହେ ନୀଳ ଶଇଳ ॥ ...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics
== ଓଡ଼ିଆ == ଭଜନ : କୋଠ ଭୋଗ ଖିଆ ମୋ ଚକା ଆଖିଆ ଭାଷା : ଓଡ଼ିଆ ଆଲବମ : ଭକ୍ତି ପୁଷ୍ପାଞ୍ଜଳି କଣ୍ଠ : ଭିକା ରି ବଳ ଗୀତିକାର : ଖିରୋଦ ଚନ୍ଦ୍ର ପୋଥାଳ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ, ଭିକାରି ବଳ ମସିହା : ୧୯୭୯ କୋଠ ଭୋଗ ଖିଆ.. କୋଠ ଭୋଗ ଖିଆ ମୋ ଚକା ଆଖିଆ କୋଠ ଭୋଗ ଖିଆ ମୋ ଚକା ଆଖିଆ ଉଠ ହେ ପହଡ଼ ଭାଙ୍ଗି ଉଠ ହେ ପହଡ଼ ଭାଙ୍ଗି ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି ହେବାକୁ ଚନ୍ଦନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥ ତୁଳସୀର ମାଳ ଦୟଣାର ଚୂଳ ଉଭା ଘେନି ଦେବଦାସୀ ଉଭା ଘେନି ଦେବଦାସୀ ବଡ଼ ସିଂହାରକୁ ବୁଢ଼ା ସିଂହାରୀ ଯେ ଉଭା ହୋଇଲେଣି ଆସି ମଣିମା ମଣିମା ଡାକ ପଡ଼ୁଅଛି ମଣିମା ମଣିମା ଡାକ ପଡ଼ୁଅଛି ଛାମୁ ଦରଶନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥୧॥ ନିଦା ପଥର ହେ ନିଦେ କେ ଶୋଇଲ ଷାଠିଏ ପଉଟି ଖାଇ ଷାଠିଏ ପଉଟି ଖାଇ ଅନାଥ ଜନଙ୍କ ଡାକ ନ ଶୁଣୁଛ ଅନାଥ ଜନଙ୍କ ଡାକ ନ ଶୁଣୁଛ ଜଗତର ନାଥ ହୋଇ ଆରତି ବେଳ ଯେ ଗଡ଼ି ଯାଉଅଛି ଉଠ ହେ ଛପନଭୋଗୀ ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥୨॥ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୋ ଡାକ କି ଶୁଭୁନାହିଁ ଏଡ଼େ ବଡ଼ ପଣ ବହିଅଛ ପ୍ରଭୁ କୁହ ତେବେ କାହା ଲାଗି ହେ...