Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସେଇ ଚୂନା ଚୂନା ତାରାଫୁଲେ ଆଜି - Sei Chuna Chuna Taraphule Aaji Lyrics

== ଓଡ଼ିଆ ==

ଫିଲ୍ମଗୀତ : ସେଇ ଚୂନା ଚୂନା ତାରାଫୁଲେ ଆଜି
ଭାଷା : ଓଡ଼ିଆ
ଚଳଚିତ୍ର : ସୂର୍ଯ୍ୟମୁଖୀ
କଣ୍ଠ : ଲତା ମଙ୍ଗେସକର
ଗୀତିକାର : ଗୁରୁକୃଷ୍ଣ ଗୋସ୍ୱାମୀ
ସଙ୍ଗୀତ ନିର୍ଦ୍ଦେଶକ: ଶାନ୍ତନୁ ମହାପାତ୍ର
ମସିହା : ୧୯୬୩



ସେଇ ଚୂନା ଚୂନା ତାରାଫୁଲ ଆଜି
କିଏ ଚୁମି ଚୁମି ଗଲା ହାଏ ହଜି
କିମ୍ପା ତାର ମଧୁଛୁଆଁ
ଆଣେ ଏ ନିଶୀଥେ ମାୟା
କିମ୍ପା ତାର ମଧୁଛୁଆଁ
ଆଣେ ଏ ନିଶୀଥେ ମାୟା
ପାରେନାହିଁ ମୁହିଁ ବୁଝି
ହାଏ ପାଏନା ମୁଁ ତା'ରେ ଖୋଜି
ସେଇ ଚୂନା ଚୂନା ତାରାଫୁଲେ ଆଜି ॥


ସେ ଯେ ଭରା ବଉଳର
ମିଠା ମିଠା ମହକରେ
କିମ୍ପା ଆଣେ ଶିହରଣ
ମରମେ ପୁଲକ ଭରେ
ଧିମା ଧିମା ସମୀରରେ
ଝିଲ୍ଲୀର ସୁରେ ସୁରେ
ଅତୀତ ମୋ ଦେଲା ଭାଜି
ପାଏନା ମୁଁ ତା'ରେ ଖୋଜି
ସେଇ ଚୂନା ଚୂନା ତାରାଫୁଲେ ଆଜି
କିଏ ଚୁମିଚୁମି ଗଲା ହାଏ ହଜି ॥୧॥


ଆଖିରେ ମୋ ଦେଇଗଲା କୁହୁକ କଜଳ
ଯେ ପାଇଁକି ଦିଶେ ସବୁ ସବୁଜ ମଧୁର
ସେ ଯେ ଝରା ଶିଶିରରେ
ଟୋପା ଟୋପା ଅଭିମାନ
ଦେଇଗଲା ଉପହାର
ତୋଳିନେଲା ମୋର ମନ
ଚୂନା ଚୂନା ଭାବନାରେ
ରଙ୍ଗୀନ କରି ଧୀରେ
ଆଗତ ମୋ ଦେଲା ସାଜି
ଆଗତ ମୋ ଦେଲା ସାଜି
ଏଇ ଚୂନା ଚୂନା ତାରାଫୁଲେ ଆଜି
ଏଇ ଚୂନା ଚୂନା ତାରାଫୁଲେ ଆଜି ॥୨॥


YouTube ରେ ସେଇ ଚୂନା ଚୂନା ତାରାଫୁଲେ ଆଜି


ସେଇ ଚୂନା ଚୂନା ତାରାଫୁଲେ ଆଜି:
ଲତା ମଙ୍ଗେସକର ଙ୍କ କଣ୍ଠରେ, ଶାନ୍ତନୁ ମହାପାତ୍ର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଗୁରୁକୃଷ୍ଣ ଗୋସ୍ୱାମୀ ଙ୍କ ରଚିତ ୧୯୬୩ ମସିହାର ଓଡ଼ିଆ ଚଳଚିତ୍ର “ସୂର୍ଯ୍ୟମୁଖୀ” ଗୀତ “ସେଇ ଚୂନା ଚୂନା ତାରାଫୁଲେ ଆଜି.. କିଏ ଚୁମିଚୁମି ଗଲା ହାଏ ହଜି..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।




== English ==

Movie Song : Sei Chuna Chuna Taraphule Aaji
Language : Odia
Film : Suryamukhi
Singer : Lata Mangeshkar
Lyrics : Gurukrushna Goswami
Music Director : Shantanu Mohapatra
Year : 1963



Sei Chuna chuna taraphula aaji
Kie chumi chumi gala hae haji
Kimpa tara madhuchhuan
Aane e nishithe maya
Kimpa tara madhuchhuan
Aane e nishithe maya
Parenahin muhin bujhi
Hae paena mu ta’re khoji
Sei chuna chuna taraphule aaji ॥


Se je bhara baulara
Mitha mitha mahakare
Kimpa aane shiharana
Marame pulaka bhare
Dhima dhima samirare
Jhillira sure sure
Atita mo dela bhaji
Paena mun ta’re khoji
Sei Chuna chuna taraphule aaji
Kie chumi chumi gala hae haji ॥1॥


Aakhire mo deigala kuhuka kajala
Je painki dishe sabu sabuja madhura
Se je jhara shishirare
Topa topa abhimana
Deigala upahara
Tolinela moa mana
Chuna chuna bhabanare
Rangina kari dhire
Aagata mo dela saji
Aagata mo dela saji
Ei Chuna chuna taraphule aaji
Ei Chuna chuna taraphule aaji ॥2॥

 
Sei Chuna Chuna Taraphule Aaji:
Lyrics of song “Sei Chuna Chuna Taraphule Aaji.. Kie chumi chumi gala hae haji..”, sung by Lata Mangeshkar, lyrics by Gurukrushna Goswami, and music directed by Shantanu Mohapatra, from Odia movie “Suryamukhi”, released in the year 1963 on “The Smaranika” in Odia and English.


Keywords: Sei Chuna Chuna Taraphule Aaji, Odia Film Song Lyrics, Odia Movie Song Lyrics, Suryamukhi, Lata Mangeshkar, Gurukrushna Goswami, Shantanu Mohapatra, 1963 Odia Movie Song, The Smaranika, ସେଇ ଚୂନା ଚୂନା ତାରାଫୁଲେ ଆଜି, ଓଡ଼ିଆ ଫିଲ୍ମଗୀତ ଲିରିକ୍ସ, ସୂର୍ଯ୍ୟମୁଖୀ, ଲତା ମଙ୍ଗେସକର, ଗୁରୁକୃଷ୍ଣ ଗୋସ୍ୱାମୀ, ଶାନ୍ତନୁ ମହାପାତ୍ର, ୧୯୬୩ ମସିହା ଓଡ଼ିଆ ଚଳଚିତ୍ର, ଚଳଚିତ୍ର ଗୀତ ଓଡ଼ିଆ, ଦି ସ୍ମରଣିକା


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ