Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସଭିଏଁ ଏକା ପରି (କିଏ ତ କଳା କିଏ ଗୋରା ହଳଦି ରଙ୍ଗ କିଏ) - Sabhien Eka Pari (Kie Ta Kala Kie Ta Gora Haladi Ranga Kie) Lyrics

ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୪ ମଇ ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।

sabhien-eka-pari-kie-ta-kala-kie-ta-gora-haladi-ranga-lyrics-odia-the-smaranika-ସଭିଏଁ-ଏକା-ପରି-କିଏ-ତ-କଳା-କିଏ-ଗୋରା-ହଳଦି-ରଙ୍ଗ-ଲିରିକ୍ସ-ଦି-ସ୍ମରଣିକା
ଫଟୋ କ୍ରେଡିଟ୍ : ଉପର ଫଟୋଟି ଅନ୍‌ସ୍ପ୍ଲାସ୍‌ ରୁ ସଂଗୃହିତ


କିଏ ତ କଳା କିଏ ତ ଗୋରା
                ହଳଦୀ ରଙ୍ଗ କିଏ
କେଉଁ ପିଲାର ବାଦାମି ଦେହ
                ଗୋଲାପି ଦିଶେ କିଏ ॥୧॥
ରଙ୍ଗ ସିନା ଭଳିକି ଭଳି
                ଢଙ ଏକା ପରି
ପିଲାଏ ପରା ଦୁନିଆ ସାରା
                ସଭିଏଁ ଏକା ପରି ॥୨॥
ଖାଏ କେ ଭାତ ଖାଏ କେ ମାଛ
                ମାଉଁସ ଅବା ରୁଟି
ଖାଇବ କ୍ଷୀରି କରଇ ଅଳି
                ସକାଳୁ କିଏ ଉଠି ॥୩॥
ଆହାର ସିନା ଭଳିକି ଭଳି
                ସଭିଏଁ ଏକା ପରି
ହସିଲେ ପିଲା ରାଇଜ ସାରା
                ହସରେ ଯାଏ ଭରି ॥୪॥
କୁଡ଼ିଆ ଘରେ ରହେଟି କିଏ
                ରହେ କେ କୋଠା ଘରେ
ଗଛରେ କିଏ ତୋଳଇ ଘର
                କିଏ ବା ନାଆ ପରେ ॥୫॥
ଘରଟା ସିନା ଭଳିକି ଭଳି
                ରହଣି ଏକା ପରି
ସଭିଏଁ ପିଲା ସବୁରି ମୁହଁ
                କଅଁଳ କଢ଼ି ସରି ॥୬॥
ରବିନ୍ ଅବା ରୋହିତ କିଏ
                ରହିମ୍, ରାମ, ଶ୍ୟାମ
ଜାକ୍, ଜିଲ୍ ହୁଆଙ୍ଗ କିଏ
                ନାମରେ କେଉଁ କାମ ॥୭॥
ନାଆଁଟି ସିନା ଭଳିକି ଭଳି
                ଖେଳ ତ ଏକା ପରି
ଡିଆଁ ଡେଇଁରେ ନାଚ କୁଦରେ
                ମେଦିନୀ ଉଠେ ଥରି ॥୮॥
କେଉଁ ପିଲାର ରେଶମୀ ଜାମା
                ପଶମ ଜାମା କା'ର
ନାଇଚି କିଏ ଚଢ଼େଇଠାରୁ
                ଛଡ଼େଇ ଆଣି ପର ॥୯॥
କରିଚି କିଏ ପୋଷାକ ତା'ର
                ହରିଣ ଛାଲ ଚିରି
ପୋଷାକ ସିନା ଭଳିକି ଭଳି
                ପିଲା ତ ଏକା ପରି ॥୧୦॥
ଦୁନିଆ ଯାକ ପିଲାଏ ଆମେ
                ବସିବା ଆସ ମିତ
ହସି ହସିକା ନାଚି ନାଚିକା
                ଗାଇବା ଆମେ ଗୀତ ॥୧୧॥
ପର ଆପଣା ଭାବଟି ଭୁଲି
                ଚଳିଲେ ଏକା ପରି
ଏଇ ଭୁଇଁରେ ସରଗ ସୁଖ
                ପଡ଼ିବ ସିନା ଝରି ॥୧୨॥


YouTube ରେ ହସଭିଏଁ ଏକା ପରି



ସଭିଏଁ ଏକା ପରି (କିଏ ତ କଳା କିଏ ଗୋରା ହଳଦି ରଙ୍ଗ କିଏ):
ପାଠ୍ୟପୁସ୍ତକରୁ ସଙ୍ଗୃହୀତ କବିତା “ସଭିଏଁ ଏକା ପରି.. କିଏ ତ କଳା କିଏ ଗୋରା ହଳଦି ରଙ୍ଗ କିଏ..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ ।


Keywords: Pathyapustaka Kabita, Odia Textbook Poem, The Smaranika, Sabhien Eka Pari, Kie Ta Kala Kie Ta Gora Haladi Ranga Kie, Sabhien Ekapari, ପାଠ୍ୟପୁସ୍ତକ କବିତା, ଓଡ଼ିଆ ସାହିତ୍ୟ ବହି ଗୀତ, ଦି ସ୍ମରଣିକା, ସଭିଏଁ ଏକା ପରି, କିଏ ତ କଳା କିଏ ଗୋରା ହଳଦି ରଙ୍ଗ କିଏ, ସଭିଏଁ ଏକାପରି,


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ନରେଶଜୀ, ଆନ୍ତରିକ ଧନ୍ୟବାଦ ଜଣାଉଛୁ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ