Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ - dinabandhu ehi ali Shrichhamure Lyrics

== ଓଡ଼ିଆ ==

ଗୀତ: ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଭାଷା: ଓଡ଼ିଆ
କଣ୍ଠ: ଅନୁରାଧା ପୌଡ଼ୱାଲ 
ଗୀତିକାର: ବନମାଳି ଦାସ 


ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଏ...
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ
ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ
ରହିଥାଉ ନିରନ୍ତରେ
ଏ...
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ॥୧॥


ଦାନା କନା ପଛେ ମନା ହେଉ ମତେ (୨)
ନୀଳଚକ୍ର ବାନା ଚାହିଁ... 
ସୁଖୀ ହେଉଥିବି ଅଖିଳ ପତି ହେ (୨)
ନୀର୍ଦ୍ଦୟ ହୋଇବ ନାହିଁ...
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ॥୨॥


ବାରମାସେ ତେର ଯାତ୍ରା ଦେଖୁଥିବି (୨)
ଶ୍ରୀକ୍ଷେତ୍ରେ ହୋଇ ଭିକାରି...
ସାଧୁ ସନ୍ଥଙ୍କର ବୋଲାଇ କିଙ୍କର
ମାଗୁଥିବି ମାଧୁକରୀ...
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ॥୩॥


ଆନନ୍ଦ ବଜାରେ ବୁଲି ମୁଁ ମଜାରେ (୨)
ଗାଉଥିବି ତୋର ନାମ...
ତୋ ପ୍ରେମ ସାଗରେ ବୁଡ଼ି ଯାଉଥିବି
ବୋଲି ହରେକୃଷ୍ଣ ନାମ...
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ॥୪॥
 

ଏଥିପାଇଁ କୁଳ ମୂଳ ହରାଇଛି (୨)
ସାଥି କରି ତୋତେ ଏକା...
ଦାସ ବନମାଳୀ ଦୋଷ ନ ଧରିବୁ
ଗୋବର୍ଦ୍ଧନ ଗିରି ଟେକା...
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ॥୫॥
ଏ...
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ
ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ
ରହିଥାଉ ନିରନ୍ତରେ
ଏ...
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଏ...
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ


YouTube ରେ ଦୀନବନ୍ଧୁ ଏହି ଅଳି ଶ୍ରୀ ଛାମୁରେ



   
== English ==

Song: Dinabandhu Ehi Ali Shrichhamure
Language: Odia
Singer: Anuradha Paudwal
Lyricist: Banamali Das



Dinabandhu ehi ali Srichhamure
E…
Dinabandhu ehi ali Srichhamure
Shriranga charana sebare mo mana
Shriranga charana sebare mo mana
Rahithau nirantare
E…
Dinabandhu ehi ali srichhamure ॥1॥


Dana kana pachhe mana heu mate (2)
Nilachakra bana chahin…
Sukhi heuthibi akhila pati he (2)
Nidoya hoiba nahin…
Dinabandhu ehi ali srichhamure ॥2॥


Baramase tera jatra dekhuthibi (2)
Srikhetre hoi bhikari...
Sadhu santhankara bolai kinkara
Maguthibi madhukari...
Dinabandhu ehi ali srichhamure ॥3॥ 


Ananda bajare buli mun majare (2)
Gauthibi tora nama...
To prema sagare budi jauthibi
Boli harekrushna nama...
Dinabandhu ehi ali srichhamure ॥4॥ 


Ethipain kula mula haraichhi (2)
Sathi kari tote eka...
Dasa banamali dosa na dharibu
Gobadhana giri teka...
Dinabandhu ehi ali srichhamure ॥5॥ 
E…
Dinabandhu ehi ali srichhamure
Shriranga charana sebare mo mana
Shriranga charana sebare mo mana
Rahithau nirantare
E…
Dinabandhu ehi ali Srichhamure
E…
Dinabandhu ehi ali Srichhamure


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Bahut sundar bhabare lekha hoiachhi,kichhi na janiba byakti madhyan thik bhabare gai pariba

    ReplyDelete
    Replies
    1. ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।

      – ଦି ସ୍ମରଣିକା ଟିମ୍‌

      Delete
  2. Please provide with meaning of this wonderful bhajan

    ReplyDelete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ