Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମହାପ୍ରସାଦ ଛୁଇଁ କହ ଚକାନୟନ - Mahaprasada Chhuin Kaha Chakanayana Lyrics

ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୦ ଅଗଷ୍ଟ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ 


== ଓଡ଼ିଆ ==

ଗୀତ : ମହାପ୍ରସାଦ ଛୁଇଁ କହ ଚକାନୟନ
ଭାଷା : ଓଡ଼ିଆ
ଆଲବମ : କଚେରୀ ନା ଗୋପପୁର
କଣ୍ଠ : ସୁରେଶ ୱାଡ଼କର
ଗୀତିକାର : ନିର୍ମଳ ନାୟକ
ସଂଗୀତ ନିର୍ଦ୍ଦେଶନା : ଅଭିଜିତ ମଜୁମଦାର

 

ମହାପ୍ରସାଦ ଛୁଇଁ କହ ଚକାନୟନ
ସତେକି ରାଧାକୁ ତମେ ମନ ଦେଇନ
ମହାପ୍ରସାଦ ଛୁଇଁ କହ ଚକାନୟନ
ସତେକି ରାଧାକୁ ତମେ ମନ ଦେଇନ
ଘରଣୀ ରାଣୀ ତୁମର ମାଆ କମଳିନୀ
ଶ୍ରୀମନ୍ଦିରେ ଯଦି ସିଏ ବଡ଼ ଠାକୁରାଣୀ
କାହିଁକି ବୋଲାଅ ତୁମେ
କାହିଁକି ବୋଲାଅ ତୁମେ ରାଧାମୋହନ
ମହାପ୍ରସାଦ ଛୁଇଁ କହ ଚକାନୟନ
ସତେକି ରାଧା କୁ ତମେ ମନ ଦେଇନ ॥


ଲକ୍ଷ୍ମୀ ହାତ ରନ୍ଧା ଶ୍ରୀ ମହାପ୍ରସାଦ    
ଭକତର ପ୍ରାଣ ସେହି
ତାକୁ ଛୁଇଁ ପ୍ରଭୂ ମିଛ କହିଦେଲେ
ହୋଇଯିବ ଲକ୍ଷ୍ମୀଦ୍ରୋହି
ଲକ୍ଷ୍ମୀ ହାତ ରନ୍ଧା ଶ୍ରୀମହାପ୍ରସାଦ    
ଭକତର ପ୍ରାଣ ସେହି
ତାକୁ ଛୁଇଁ ପ୍ରଭୂ ମିଛ କହିଦେଲେ
ହୋଇଯିବ ଲକ୍ଷ୍ମୀଦ୍ରୋହି

ସତ ଯଦି କହିବ ହେ ଜଗତ ମୋହନ
ରୁଷି ଯିବେ ସାଆନ୍ତାଣୀ ରାନ୍ଧିବେନି ଅନ୍ନ
ଭାବିଚିନ୍ତି କୁହ ପ୍ରଭୂ
ଭାବିଚିନ୍ତି କୁହ ପ୍ରଭୂ କଳାବଦନ
ମହାପ୍ରସାଦ ଛୁଇଁ କହ ଚକାନୟନ
ସତେକି ରାଧା କୁ ତମେ ମନ ଦେଇନ ॥୧॥
 

ପିତୃସତ୍ୟ ପାଳି ଚଉଦ ବରଷ
ହୋଇଥିଲ ବନଚାରି   
ସତ୍ୟରକ୍ଷା କରି ଅର୍ଜୁନ ରଥରେ
ସାରଥୀ ହେଲ ଶ୍ରୀହରି
ହୋ..ପିତୃସତ୍ୟ ପାଳି ଚଉଦ ବରଷ
ହୋଇଥିଲ ବନଚାରି   
ସତ୍ୟ ରକ୍ଷା କରି ଅର୍ଜୁନ ରଥରେ
ସାରଥୀ ହେଲ ଶ୍ରୀହରି

ଆଜି ଆଉ ଥରେ ସତ କୁହ ହେ ମାଧବ
ରାଧା ଗଉଡ଼ୁଣୀ ସାଥେ ତମର କି ଭାବ
ନହେଲେ ପ୍ରଭୂପଣରେ
ନହେଲେ ପ୍ରଭୂପଣରେ ହେବ ଅପମାନ
ମହାପ୍ରସାଦ ଛୁଇଁ କହ ଚକାନୟନ
ସତେକି ରାଧା କୁ ତମେ ମନ ଦେଇନ
ଘରଣୀ ରାଣୀ ତୁମର ମାଆ କମଳିନୀ
ଶ୍ରୀମନ୍ଦିରେ ଯଦି ସିଏ ବଡ଼ ଠାକୁରାଣୀ
କାହିଁକି ବୋଲାଅ ତୁମେ
କାହିଁକି ବୋଲାଅ ତୁମେ ରାଧାମୋହନ
ମହାପ୍ରସାଦ ଛୁଇଁ କହ ଚକାନୟନ
ସତେକି ରାଧା କୁ ତମେ ମନ ଦେଇନ ॥୨॥


YouTube ରେ ହମହାପ୍ରସାଦ ଛୁଇଁ କହ



ମହାପ୍ରସାଦ ଛୁଇଁ କହ ଚକାନୟନ:
ସୁରେଶ ୱାଡ଼କର ଙ୍କ କଣ୍ଠରେ, ଅଭିଜିତ ମଜୁମଦାର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ନିର୍ମଳ ନାୟକ ଙ୍କ ରଚିତ ଓଡ଼ିଆ ଭଜନ ଆଲବମ “କଚେରୀ ନା ଗୋପପୁର” ଗୀତ “ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧା କୁ ତମେ ମନ ଦେଇନ..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।




== English ==

Bhajan : Mahaprasada Chhuin Kaha Chakanayana
Language : Odia
Album : Kacheri Na Gopapura
Singer : Suresh Wadkar
Lyricist : Nirmal Nayak
Music Director : Abhijit Majumdar



Mahaprasada chhuin kaha Chakanayana
Sateki Radhaku tame mana deina
Mahaprasada chhuin kaha Chakanayana
Sateki Radhaku tame mana deina
Gharani Rani tumara maa Kamalini
Shrimandire jadi sie Bada Thakurani
Kahinki bolao tume
Kahinki bolao tume Radhamohana
Mahaprasada chhuin kaha Chakanayana
Sateki Radhaku tame mana deina ॥


Lakhmi hata randha Shri Mahaprasada
Bhakatara prana sehi
Taku chhuin prabhu michha kahidele
Lakhmi hata randha Shrimahaprasada
Bhakatara prana sehi
Taku chhuin prabhu michha kahidele
Hoijiba Lakhmidrohi

Sata jadi kahiba hel Jagata Mohana
Rushi jibe Saantani randhibeni anna
Bhabichinti kuha prabhu
Bhabichinti kuha prabhu Kalabadana
Mahaprasada chhuin kaha Chakanayana
Sateki Radhaku tame mana deina ॥1॥


Pitrusatya pali chauda barasa
Hoithila banachari
Satyarakhya kari Arjuna rathare
Sarathi hela Shrihari

Aaji aau thare sata kuha he Madhaba
Radha gauduni sathe tamara ki bhaba
Nahele prabhupanare
Nahele prabhupanare heba apamana
Mahaprasada chhuin kaha Chakanayana
Sateki Radhaku tame mana deina
Gharani Rani tumara maa Kamalini
Shrimandire jadi sie Bada Thakurani
Kahinki bolao tume
Kahinki bolao tume Radhamohana
Mahaprasada chhuin kaha Chakanayana
Sateki Radhaku tame mana deina ॥2॥


Mahaprasada Chhuin Kaha Chakanayana:
Lyrics of song “Mahaprasada Chhuin Kaha Chakanayana..”, sung by Suresh Wadkar, music directed by Abhijit Majumdar, lyrics by Nirmal Nayak, from Odia Bhajan album "Kacheri Na Gopapura", on “The Smaranika” in Odia and English.


Keywords: Mahaprasada Chhuin Kaha Chakanayana, Bhajan Odia, Odia Jagannath Bhajan, Kacheri Na Gopapura, Suresh Wadkar, Nirmal Nayak, Abhijit Majumdar, ମହାପ୍ରସାଦ ଛୁଇଁ କହ ଚକାନୟନ, ଭଜନ ଓଡ଼ିଆ, ଓଡ଼ିଆ ଜଗନ୍ନାଥ ଭଜନ, କଚେରୀ ନା ଗୋପପୁର, ସୁରେଶ ୱାଡ଼କର, ନିର୍ମଳ ନାୟକ, ଅଭିଜିତ ମଜୁମଦାର


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ