Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୁକୁଟ ଭିକ୍ଷା ଓଡ଼ିଆ କବିତା (ଆସ, ଆସ ଅର୍ଜୁନ ବୋଲନ୍ତି କୁରୁସାଇଁ) - Mukuta Bhikhya Odia Poem (Aasa Aasa Arjuna Bolanti Kurusain) Lyrics

ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୬ ଜୁଲାଇ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ

Mukuta-Bhikhya-ମୁକୁଟ-ଭିକ୍ଷା-Odia-Textbook-Poem-ପାଠ୍ୟପୁସ୍ତକ-କବିତା


== ଓଡ଼ିଆ ==

ଗୀତ : ମୁକୁଟ ଭିକ୍ଷା
ଭାଷା : ଓଡ଼ିଆ
ଗୀତିକାର : କବିବର ରାଧାନାଥ ରାୟ



"ଆସ, ଆସ ଅର୍ଜୁନ ।" ବୋଲନ୍ତି କୁରୁସାଇଁ,
"କହ, କେଉଁ କାର୍ଯ୍ୟ ଲାଗି ଆସିଲ ହେ ଭାଇ ।"

ବିନୟେ ଅର୍ଜୁନ ବନ୍ଦୁଁ ରାଜାଙ୍କ ଚରଣ,
ବେନିଭୂଜେ ଧରି ରାଜା ଦେଲେ ଆଲିଙ୍ଗନ ।

ମହାଦରେ ନେଇ ରାଜା ଇନ୍ଦ୍ରର ନନ୍ଦନେ,
ନିଜ ହସ୍ତେ ବସାଇଲେ ରତ୍ନ-ସିଂହାସନେ ।

ଆଉ ଯେତେ ପାତ୍ରମନ୍ତ୍ରୀ ସଭା ମଧ୍ୟେ ଥିଲେ,
ସମସ୍ତଙ୍କୁ ପାର୍ଥ ମିଷ୍ଟ ବଚନେ ତୋଷିଲେ ।

ଶମଯୁକ୍ତ ପାର୍ଥେ ଦେଖି ଆଦରେ ରାଜନ,
ସ୍ଵହସ୍ତେ ବ୍ୟଜନ ଧରି କରନ୍ତି ବ୍ୟଜନ ।

ବୋଲନ୍ତି ଅର୍ଜୁନେ ଚାହିଁ , "କହ ଆରେ ଭାଇ,
ଆସିଲ ସଦନେ ମୋର କେଉଁ କାର୍ଯ୍ୟ ପାଇଁ ।

ନିଶାକାଳେ ଆଗମନ ଆଶ୍ଚର୍ଯ୍ୟ ଏ କଥା,
କହ ଭାଇ, ଆଗେ ଗୃହ କୁଶଳ ବାରତା ।"

ନିବେଦନ୍ତେ ଧନଞ୍ଜୟ ଗୃହ ଅନାମୟ,
ପ୍ରୀତି ପ୍ରକାଶିଲେ ଶୁଣି ଗାନ୍ଧାରୀ-ତୟନ ।

ବୋଇଲେ, "ବୋଚନ ମୋର ଶୁଣ ପାର୍ଥ ଭାଇ,
ବିଧିର ନିର୍ବନ୍ଧ କେବେ ଖଣ୍ଡି ହେବ ନାହିଁ ।

ତୁମ୍ଭେ କି କାରଣେ ଆଜି ଆସିଲ ଏ ଠାବେ ?
ମୋହ ପାଶେ ମନ ବଳାଇଲ କେଉଁ ଲାଭେ ?"

ଅର୍ଜୁନ ବୋଇଲେ, "ଯାହା କହିଲ ପ୍ରମାଣ,
ବିଧିର ବିଧାନ କେବେ ହେବ ନାହିଁ ଆନ ।

ମାତ୍ର ପୂର୍ବ କଥା ରାଜା, ଅଛଇ କି ମନେ,
ଚିତ୍ରସେନ ହସ୍ଥୁଁ ଯେବେ ଉଦ୍ଧରିଲି ରଣେ ।

ତୁମ୍ଭଙ୍କୁ ମହିଷୀ ସହ, ଯାଚିଥିଲ ବର,
ପଡ଼ଇ କି ମନେ ସେହି କଥା ନୃପବର ।

ସେହି ବର ପ୍ରାପ୍ୟ ମୋର ଅଛି ଆଜିଯାଏଁ,
ସେଥିଲାଗି ଶ୍ରାଛାମୁକୁ ଆସିଲି ମୁଁ ରାଏ ।"

ଅର୍ଜୁନର ବାକ୍ୟ ଶୁଣି ରାଜା ଦୁର୍ଯ୍ୟୋଧନ,   
ଦୀର୍ଘଶ୍ଵାସ ତେଜି ମନେ ଭାବିଲେ ତକ୍ଷଣ ।

"ବୃଥା ହେଲା ସିନା ମୋର ସମସ୍ତ ଉଦ୍ୟମ,
ବୃଥା ହେଲା ନାନା ଦେଶୁଁ ସୈନ୍ୟ ସମାଗମ ।

ଆମନ୍ତ୍ରି ଆଣିଲି ସିନା ବୃଥା ରାଜାଦଳ,
ଭୀଷ୍ମର ପ୍ରତୀଜ୍ଞା ହେଲା ସମସ୍ତ ବିଫଳ ।

ଯୁଦ୍ଧାକାଳେ ପାଣ୍ଡବଙ୍କ ଉପୁଜିଲା ଭୟ,
ଆସିଅଛି ସେଥିପାଇଁ ବୀର ଧନଞ୍ଜୟ ।

ଭୀତତ୍ରସ୍ତ ପାଣ୍ଡବ-ନାଥର ଆଜ୍ଞାମତେ,
ମାଗିନେବ ରାଜ୍ୟ ପରା ହେଉଛି ପରତେ ।

ପଡ଼ୁଅଛି ମନେ ମୋର ପୂର୍ବର ସେ କଥା,
କ୍ଷତ୍ରି ମୁହିଁ କ୍ଷାତ୍ର ବାକ୍ୟ ନୁହଇ ଅନ୍ୟଥା !"

ଏହା ଭାବି ଅଧୋମୁଖ ହୋଇ କୁରୁସାଇଁ,
କହିଲେ, "ସେବର କଥା ମନେଅଛି ଭାଇ !"

ବୋଇଲେ ଅର୍ଜୁନ, "ଏବେ ଦିଅ ସେହି ବର"
"ଯା' ମାଗିବ, ମାଗ !" ରାଜା ବିହିଲେ ଉତ୍ତର ।

ବୋଇଲେ ଅର୍ଜୁନ, "ଆହେ କୌରବ ପ୍ରଧାନ,
ମୁକୁଟ ତୁମ୍ଭର ମୋତେ କର ଏବେ ଦାନ ।"

ଉଚ୍ଚ ହାସ୍ୟେ କୁରୁପତି କହିଲେ ବିସ୍ମିତେ,
"ଆଶ୍ଚର୍ଯ୍ୟ ଲାଗିଲା ଶୁଣି ବର-କଥା ଚିତ୍ତେ !

ବଡ଼ ଭାଗ୍ୟହୀନ ତୁମ୍ଭେ ହେ ବୀର ଫାଲ୍‌ଗୁନି,
ଆସିଲ ଯା' ଏଥି ଏହି ବର ଲାଗି ପୁଣି !

ଭାଳି ଥିଲି ରାଜ୍ୟ ମାଗି ନେବ ଧନଞ୍ଜୟ,
ଦେଇଥା'ନ୍ତି ରାଜ୍ୟ ମୁହିଁ; ନାହିଁଟି ସଂଶୟ ।

କି ଧନ ମାଗିଲ ଭାଇ, ମୋର କେଉଁ ଦୋଷ,
ତୁମ୍ଭଠାରେ ମୋର ବଡ଼ ହେଲାଟି ଆକ୍ରୋଶ ।

ଆହା, କେଉଁ ତୁଚ୍ଛ ଦ୍ରବ୍ୟ ମାଗିଲ ହେ ଭାଇ ।"
ଏହା କହି ଝୁରି ହେଲେ କୌରବ ଗୋସାଇଁ

ପାର୍ଥ ବୋଲେ, "ଏଥି କିବା ଦୁଃଖ କୁରୁନାହା
ଘଟିଲା ମୋ ଭାଗ୍ୟେ ବିହି ଲିହିଥିଲା ଯାହା ।

ମୁକୁଟ ତୁମ୍ଭର ମୋତେ ଦିଅ ହେ ରାଜନ
ମୁକୁଟ ବିହୁନେ ନାହିଁ ଆନ ପ୍ରୟୋଜନ ।

ପାଇଲି ମୁକୁଟ ମୁହିଁ ପାଇଲି ସମସ୍ତ,
ନ ହୁଅ ହେ ନରନାଥ, ମୋହ ପାଇଁ ବ୍ୟସ୍ତ ।"

"ନିଅ ତେବେ !" ଏହା କହି ରାଜା ଦୁର୍ଯ୍ୟୋଧନ,
ମୁକୁଟ ଉତ୍ତାରି ପାର୍ଥେ କଲେକ ଅର୍ପଣ ।

ମୁକୁଟ ଲଭିଣ ପାର୍ଥ ପ୍ରଫୁଲ୍ଲ ଅନ୍ତରେ,
ମେଲାଣି ମାଗିଲେ ରାଜା ପାଖେ ଯୋଡ଼ କରେ ।


ଶବ୍ଦାର୍ଥ

କୁରୁ -
ଚନ୍ଦ୍ର ବଂଶର ପ୍ରସିଦ୍ଧ ରାଜା
ସାଇଁ - ପ୍ରଭୁ, ସ୍ଵାମୀ
କୁରୁସାଇଁ - ସେଇ କୁରୁ ବଂଶର ଶ୍ରେଷ୍ଠ ବ୍ୟକ୍ତି, ଏଠାରେ ଦୁର୍ଯ୍ୟୋଧନ
ବେନି ଭୁଜ - ଦୁଇ ହାତ
ଇନ୍ଦ୍ରର ନନ୍ଦନ - ଇନ୍ଦ୍ରଙ୍କ ପୁତ୍ର ଅର୍ଜୁନ, ଏଠାରେ ପାର୍ଥ, ଧନଞ୍ଜୟ, ଫାଲ୍‌ଗୁନି ଆଦି ଅର୍ଜୁନଙ୍କ ଅନ୍ୟ ନାମ
ପାତ୍ର - ରାଜାଙ୍କ ପରାମର୍ଶଦାତା
ବ୍ୟଜନ - ପଙ୍ଖା
ବ୍ୟଜନ କରିବା - ବିଞ୍ଚିବା, ପଙ୍ଖା କରିବା
ବନ୍ଦୁଁ - ବନ୍ଦନା କରିବାରୁ
ତନୟ - ପୁଅ
ସଦନ - ଘର, ପୁର
ଅନାମୟ - ରୋଗଶୂନ୍ୟ, ଏଠାରେ କୁଶଳ
ଚିତ୍ରସେନ - ଜଣେ ଗନ୍ଧର୍ବଙ୍କ ନାମ
ମହିଷୀ - ରାଣୀ, ଏଠାରେ ଦୁର୍ଯ୍ୟୋଧନଙ୍କ ରାଣୀ ଭାନୁମତୀ
ଚିତ୍ରସେନ ହସ୍ତୁଁ ଯେବେ - ପାଣ୍ଡବମାନେ ବନବାସ କରୁଥିବାବେଳେ ଦୈତବନରେ ଅବସ୍ଥାନ କରୁଥିଲେ । ରାଜା ଦୁର୍ଯ୍ୟୋଧନ ନିଜର ରାଣୀଙ୍କ ସହ ସେହି ବନ ଭ୍ରମଣରେ ଯାଇଥିଲେ । ଗନ୍ଧର୍ବରାଜ ଚିତ୍ରସେନ ସହ ତାଙ୍କର କଳହ ଓ ଯୁଦ୍ଧ ହେଲା । ପରାଜିତ କୌରବରାଜ ଦୁର୍ଯ୍ୟୋଧନଙ୍କୁ ଚିତ୍ରସେନ ବନ୍ଦୀ କଲେ । ଯୁଧିଷ୍ଠିରଙ୍କ ନିର୍ଦ୍ଦେଶରେ ଅର୍ଜୁନ ସେମାନଙ୍କୁ ଉଦ୍ଧାର କଲେ ।
ଭୀଷ୍ମର ପ୍ରତିଜ୍ଞା - କୁରୁ ପିତାମହ ଭୀଷ୍ମ ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ ପ୍ରତିଜ୍ଞା କରିଥିଲେ ।
ପାଣ୍ଡବ ନାଥ - ଯୁଧିଷ୍ଠିର
ଅଧୋମୁଖ ହୋଇ - ମୁହଁକୁ ତଳକୁ ପୋତି
ଆକ୍ରୋଶ - ପ୍ରତିହିଂସା, ଏଠାରେ କ୍ରୋଧ, ଅର୍ଜୁନ ରାଜ୍ୟ ମାଗିଲେ ନାହିଁ କି ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କଲେ ନାହିଁ । କାଳେ ଅର୍ଜୁନ ଏସଗୁ ମାଗିବେ, ରାଜା ଦୁର୍ଯ୍ୟୋଧନ ଏଥିପାଇଁ ପ୍ରଥମେ ଚିନ୍ତିତ ଥିଲେ । ମାତ୍ର ପରେ ସେସବୁ ଦେବାପାଇଁ ପ୍ରସ୍ତୁତ ହୋଇସାରିଥିଲେ । ଅର୍ଜୁନ କେବଳ ମୁକୁଟ ମାଗିବାରୁ ରାଜାଙ୍କ କ୍ରୋଧ ଜାତ ହେଲା । ଏଥିରେ ଦୁର୍ଯ୍ୟୋଧନଙ୍କ ସହାନୁଭୂତି ଓ ଉଦାରତା ପ୍ରକାଶ ପାଉଛି ।


ଆଲୋକ କୁମାର ପଣ୍ଡା ଏହି କବିତାଟିକୁ ସୁନ୍ଦର ଭାବରେ ଆବୃତ୍ତି କରିଛନ୍ତି । ତଳେ ଭିଡିଓ ପ୍ଲେ କରି ଦେଖନ୍ତୁ ।

YouTube ରେ ମୁକୁଟ ଭିକ୍ଷା



ପ୍ରଶ୍ନାବଳୀ

ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ । ଉତ୍ତର ତଳେ କମେଣ୍ଟ କରି ଜଣାଇବାକୁ ଅନୁରୋଧ ।

୧ । ଦୁର୍ଯ୍ୟୋଧନ ଅର୍ଜୁନଙ୍କୁ କିପରି ସ୍ଵାଗତ ଜଣାଇଲେ ?
୨ । ଅର୍ଜୁନ ପାତ୍ରମନ୍ତ୍ରୀଙ୍କ ପ୍ରତି କି ବ୍ୟବହାର ଦେଖାଇଲେ ?
୩ । ଦୁର୍ଯ୍ୟୋଧନ ନିଜେ ବିଞ୍ଚଣା ଧରି ଅର୍ଜୁନଙ୍କୁ ବିଞ୍ଚିବାର ତାଙ୍କର କି ମନୋଭାବ ପ୍ରକାଶ ପାଇଛି ?
୪ । ଦୁର୍ଯ୍ୟୋଧନ ଅର୍ଜୁନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ କାହିଁକି ?
୫ । "ବିଧିର ନିର୍ବନ୍ଧ କେବେ ଖଣ୍ଡି ହେବ ନାହିଁ" ବୋଲି ଅର୍ଜୁନଙ୍କୁ ଦୁର୍ଯ୍ୟୋଧନ କହିବାର ଉଦ୍ଦେଶ୍ୟ କ'ଣ ?
୬ । ଅର୍ଜୁନଙ୍କୁ ଦୁର୍ଯ୍ୟୋଧନ କାହିଁକି ବର ଯାଚିଥିଲେ ?
୭ । ଅର୍ଜୁନ ବର କଥା ମନେପକେଇବାରୁ ଦୁର୍ଯ୍ୟୋଧନ କି ଭାବ ପ୍ରକାଶ କଲେ ?
୮ । ଯୁଦ୍ଧର ଉଦ୍ୟମସବୁ ବ୍ୟର୍ଥ ହେଲା ବୋଲି ରାଜା କାହିଁକି ଭାବିଲେ ?
୯ ।  ଅର୍ଜୁନ ମୁକୁଟ ମାଗିବାରୁ ରାଜା ଦୁର୍ଯ୍ୟୋଧନ କ'ଣ କହିଲେ ?
୧୦ । 'କ୍ଷତ୍ରି ମୁଁହିଁ କ୍ଷାତ୍ର ବାକ୍ୟ ନୁହଁଇ ଅନ୍ୟଥା'—ଏ କଥା କହିବାରେ ଦୁର୍ଯ୍ୟୋଧନଙ୍କର କେଉଁ ଗୁଣ ପ୍ରକାଶ ପାଉଛି ?
୧୧ । 'କହ ଭାଇ, ଆଗେ ଗୃହ କୁଶଳ ବାରତା'—ଏ କଥାରୁ ଦୁର୍ଯ୍ୟୋଧନଙ୍କର କି ପରିଚୟ ମିଳୁଛି ?
୧୨ । ଦୁର୍ଯ୍ୟୋଧନ ଅଧୋମୁଖ ହେବାର କାରଣ କ'ଣ ?


ମୁକୁଟ ଭିକ୍ଷା (ଆସ, ଆସ ଅର୍ଜୁନ ବୋଲନ୍ତି କୁରୁସାଇଁ):
ପାଠ୍ୟପୁସ୍ତକରୁ ସଙ୍ଗୃହୀତ, କବିବର ରାଧାନାଥ ରାୟ ଙ୍କ ରଚିତ କବିତା “ମୁକୁଟ ଭିକ୍ଷା” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ ।


Keywords: Pathyapustaka Kabita, Odia Textbook Poem, The Smaranika, ପାଠ୍ୟପୁସ୍ତକ କବିତା, ଓଡ଼ିଆ ସାହିତ୍ୟ ବହି ଗୀତ, ଦି ସ୍ମରଣିକା, କବିବର ରାଧାନାଥ ରାୟ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ଅତି ସୁନ୍ଦର ବ୍ଳଗସ୍ପଟ, ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରସାର ଏବଂ ଇଣ୍ଟରନେଟ ଜଗତରେ ଏହାର ବ୍ୟବହାରିକତା ପାଇଁ ଖୁବ ସହାୟକ , ମାଡ଼ି ଚାଲ

    ReplyDelete
    Replies
    1. ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ |
      - "ଦି ସ୍ମରଣିକା" ଟିମ୍

      Delete
  2. Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ |

      - "ଦି ସ୍ମରଣିକା" ଟିମ୍

      Delete
  3. Bhishma kan pratigya odia póem collect karantu .old 10th class bahi re achi.

    ReplyDelete
    Replies
    1. ଆଗ୍ରହ ପାଇଁ ଧନ୍ୟବାଦ ଜଣାଉଛୁ । ଖୋଜି ନିଶ୍ଚେ ଲେଖିବୁ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

Anonymous commented on mo prabhu jagannatha se lyrics odia: “Very nice jay jagannath”

The Smaranika commented on bhabara sahare mora bhab lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on bhabara sahare mora bhab lyrics odia: “Super ”

Anonymous commented on kala manikare dhire ghena lyrics odia: “Dankuni”

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ