Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଆହେ ଦୟାମୟ ବିଶ୍ଵବିହାରୀ ଘେନ ଦୟାବହି ମୋର ଗୁହାରି - Ahe Dayamaya Biswabihari Ghena Dayabahi Mora Guhari Lyrics

== ଓଡ଼ିଆ ==

ଗୀତ : ଆହେ ଦୟାମୟ ବିଶ୍ଵବିହାରୀ
ଭାଷା : ଓଡ଼ିଆ
ଚଳଚିତ୍ର : ବଳିଦାନ
କଣ୍ଠ : ପ୍ରଫୁଲ୍ଲ କର, ବାଣୀ ଜୟରାମ
ଗୀତିକାର : ରାମକୃଷ୍ଣ ନନ୍ଦ
ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ମସିହା : ୧୯୭୮



ଆହେ ଦୟାମୟ ବିଶ୍ଵବିହାରୀ
ଘେନ ଦୟାବହି ମୋର ଗୁହାରି ॥

ଜଳ ସ୍ଥଳ ବନ ଗିରି ଆକାଶ
ତୁମ ଲୀଳା ସବୁଠାରେ ପ୍ରକାଶ ॥ 

ତୁମେ ଶୁଭ ବୁଦ୍ଧି ପରା ଶିଖାଅ
ମୋତେ ଭଲ ବାଟ ପରା ଦେଖାଅ ॥

ମୋର କାମକୁ କରାଅ ସରସ
ମୋର ମୁଖେ ଦିଅ ଚିର ହରଷ ॥ 

ମୋତେ ଖଳ ଅଳସୁଆ ନିକଟେ
ନିଅ ନାହିଁ ସୁଖେ ଅବା ସଙ୍କଟେ ॥

ଦୁଃଖି ଅରକ୍ଷିତ ସେବା କାରଣେ
ବଳ ଦିଅ ମୋର କର ଚରେଣେ ॥ 

ତୁମ ଚରଣ ରେ ମୋର ଭକତି
ଦିଅ ବିପଦେ ସାହସ ଶକତି ॥

କୁଟ କପଟ ସ୍ଵଭାବ ଯାହାର
ତାଙ୍କୁ ଦୂରୁ ମୁଁ କରଇ ଜୁହାର ॥

ମୋତେ ନମିଶାଅ ତାଙ୍କ ସାଥିରେ
ସଦା ରଖ ସାଧୁଜନ କତିରେ ॥

ଦୟା ବିନୟ ହେଉ ମୋ ଭୂଷଣ
କାହା ମନେ ନ ଦିଏ ମୁଁ କଷଣ ॥

ସତ କହିବାକୁ କିଆଁ ଡରିବି
ସତ କହି ପଛେ ମାଲେ ମରିବି ॥

ମୋତେ ଏତିକି ଶିଖାଅ ସାଇଁ ହେ
ମୋର ଧନ ଜନ ଲୋଡା ନାହିଁ ହେ ॥




 

== English ==

Song : Ahe dayamaya Biswabihari
Language : Odia
Film : Balidana
Singer : Prafulla Kara, Vani Jayaram
Lyricist : Ramakrushna Nanda
Music Director : Prafulla Kara Nanda
Year : 1978



Ahe dayamaya bishwabihari
Ghena dayabahi mora guhari ॥

Jala sthala bana giri akasha
Tuma liLaa sabu thare prakasha ॥

Tume shubha buddhi paraa shikhao
Mote bhala baata paraa dekhao ॥

Mora kamaku karao sarasa
Mora mukhe dia chira harasa ॥

Mote khaLa alasua nikate
Nia nahin sukhe aba sankate ॥

Dhukhi arakhita seba kaaraNe
BaLa dia mora kara charaNe ॥

Tuma charaNa re mora bhakati
Dia bipade saahasa shakati ॥

Kuta kapata swabhaba jahaara
Taanku duru mun karaee juhara ॥

Mote namishao tanka sathire
Sadaa rakha sadhujana katire ॥

Daya binaya heu mo bhusaNa
Kaahaa mane na die mun kasaNa ॥

Sata kahibaku kian daribi
Sata kahi pachhe male maribi ॥

Mote etiki shikhao sain he
More dhana jana loda nahin he ॥



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. It's vehicle nice, Please try to upload more song's lyrics in this link.

    ReplyDelete
    Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ | ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ |

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ