Posts
Showing posts from February, 2021
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
== ଓଡ଼ିଆ == ଗୀତ : ହେ ଈଶ୍ୱର ଏ କି ସଂଯୋଗ ତୁମର ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଅସୀମା ପଣ୍ଡା ଗୀତିକାର : ଶିବନ ସ୍ୱାଇଁ ସଂଗୀତ ନିର୍ଦ୍ଦେଶକ : ଏସ୍. ଏସ୍. ପ୍ରସାଦ ମସିହା : ୨୦୧୯ (ପୁ) କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର ହେ ଈଶ୍ୱର ଏ କି ସଂଯୋଗ ତୁମର ହେ ଈଶ୍ୱର ଏ କି ସଂଯୋଗ ତୁମର (ଝି) କଉଠି ଲେଖୁଚ ଏଇଠି ହଉଚି ମିଳନ ଦୁଇ ମନର ହେ ଈଶ୍ୱର ଏ କି ସଂଯୋଗ ତୁମର ହେ ଈଶ୍ୱର ଏ କି ସଂଯୋଗ ତୁମର ॥ (ପୁ) ଜଣକ ବିନା ଆଉ ଜଣେ ଏଠି ରହିପାରେ ନାହିଁ ଜମା ପାଣି ବିନା ମାଛ ରହିକି ପାରିବ ଯିଏ ଯେତେ ନେଲା ଜିମା (ଝି) ଏମିତି ଏ ପ୍ରେମ ସାତରଙ୍ଗ ଆଣି ଜୀବନେ ଦିଏ ଅଜାଡ଼ି ଯଉଠି ଥିଲେ ବି ଦୁଇଟି ହୃଦୟ ହେଇଯାଏ ଆପେ ଯୋଡ଼ି ଗୋଟିଏ ଗଛର ଶିଅ ଗୋଟିଏ ସୂତାର ଖିଅ ଦୁଇଟି ପାର୍ଶ୍ଵ ଗୋଟିଏ ମୁକ୍ତାର (ପୁ) କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର ହେ ଈଶ୍ୱର ଏ କି ସଂଯୋଗ ତୁମର ହେ ଈଶ୍ୱର ଏ କି ସଂଯୋଗ ତୁମର (ଝି) କଉଠି ଲେଖୁଚ ଏଇଠି ହଉଚି ମିଳନ ଦୁଇ ମନର ହେ ଈଶ୍ୱର ଏ କି ସଂଯୋଗ ତୁମର ହେ ଈଶ୍ୱର ଏ କି ସଂଯୋଗ ତୁମର ॥୧॥ (ଝି) ଜଣକ ଖୁସିରେ ଜଣେ ଭାଗୀଦାର ଜଣଙ୍କ ଦୁଃଖରେ ଜଣେ ଦୁହେଁ ଦୁହିଁଙ୍କର ପରିପୂରକ ଜଣକ ଭାଗ୍ୟରେ ଜଣେ (ପୁ) ନିଃସ୍ଵାର୍ଥ ପ୍ରେମରେ ନିଃସ୍ଵାର୍ଥ କଥାରେ ବନ୍ଧାହୁଏ ଏଠି ନୀଡ଼ ରାତି ପଛେ ଏଠି କମ୍ ପଡ଼ିଯିବ ସରେନି ସପନ ଭିଡ଼ ଗୋଟି...
ମୁକୁଟ ଭିକ୍ଷା ଓଡ଼ିଆ କବିତା (ଆସ, ଆସ ଅର୍ଜୁନ ବୋଲନ୍ତି କୁରୁସାଇଁ) - Mukuta Bhikhya Odia Poem (Aasa Aasa Arjuna Bolanti Kurusain) Lyrics
- Get link
- X
- Other Apps

ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୬ ଜୁଲାଇ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ମୁକୁଟ ଭିକ୍ଷା ଭାଷା : ଓଡ଼ିଆ ଗୀତିକାର : କବିବର ରାଧାନାଥ ରାୟ "ଆସ, ଆସ ଅର୍ଜୁନ ।" ବୋଲନ୍ତି କୁରୁସାଇଁ, "କହ, କେଉଁ କାର୍ଯ୍ୟ ଲାଗି ଆସିଲ ହେ ଭାଇ ।" ବିନୟେ ଅର୍ଜୁନ ବନ୍ଦୁଁ ରାଜାଙ୍କ ଚରଣ, ବେନିଭୂଜେ ଧରି ରାଜା ଦେଲେ ଆଲିଙ୍ଗନ । ମହାଦରେ ନେଇ ରାଜା ଇନ୍ଦ୍ରର ନନ୍ଦନେ, ନିଜ ହସ୍ତେ ବସାଇଲେ ରତ୍ନ-ସିଂହାସନେ । ଆଉ ଯେତେ ପାତ୍ରମନ୍ତ୍ରୀ ସଭା ମଧ୍ୟେ ଥିଲେ, ସମସ୍ତଙ୍କୁ ପାର୍ଥ ମିଷ୍ଟ ବଚନେ ତୋଷିଲେ । ଶମଯୁକ୍ତ ପାର୍ଥେ ଦେଖି ଆଦରେ ରାଜନ, ସ୍ଵହସ୍ତେ ବ୍ୟଜନ ଧରି କରନ୍ତି ବ୍ୟଜନ । ବୋଲନ୍ତି ଅର୍ଜୁନେ ଚାହିଁ , "କହ ଆରେ ଭାଇ, ଆସିଲ ସଦନେ ମୋର କେଉଁ କାର୍ଯ୍ୟ ପାଇଁ । ନିଶାକାଳେ ଆଗମନ ଆଶ୍ଚର୍ଯ୍ୟ ଏ କଥା, କହ ଭାଇ, ଆଗେ ଗୃହ କୁଶଳ ବାରତା ।" ନିବେଦନ୍ତେ ଧନଞ୍ଜୟ ଗୃହ ଅନାମୟ, ପ୍ରୀତି ପ୍ରକାଶିଲେ ଶୁଣି ଗାନ୍ଧାରୀ-ତୟନ । ବୋଇଲେ, "ବୋଚନ ମୋର ଶୁଣ ପାର୍ଥ ଭାଇ, ବିଧିର ନିର୍ବନ୍ଧ କେବେ ଖଣ୍ଡି ହେବ ନାହିଁ । ତୁମ୍ଭେ କି କାରଣେ ଆଜି ଆସିଲ ଏ ଠାବେ ? ମୋହ ପାଶେ ମନ ବଳାଇଲ କେଉଁ ଲାଭେ ?" ଅର୍ଜୁନ ବୋଇଲେ, "ଯାହା କହିଲ ପ୍ରମାଣ, ବିଧିର ବିଧାନ କେବେ ହ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics
== ଓଡ଼ିଆ == ଗୀତ : ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି ଭାଷା : ଓଡ଼ିଆ କଣ୍ଠ : ଲକ୍ଷ୍ମୀକାନ୍ତ ପାଲିତ ଗୀତିକାର : ଗୋଦାବରୀଶ ମହାପାତ୍ର ସଂଗୀତ ନିର୍ଦ୍ଦେଶକ : ଲକ୍ଷ୍ମୀକାନ୍ତ ପାଲିତ ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ ! ପୃଥ୍ଵୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ, ଖୋରଧାର ଶତ ସରଦାର ଶିର କର ଉନ୍ନତତର ! ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୧॥ ମେଘାସନ ତଳ ମନ୍ଦ୍ର-ନିନାଦ ବାଜେ ଫୁଲଝର ବୁକେ, ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ । ସିଂଭୂମ କହେ ମରଣ ଦୁଆରେ ବିଶାଖାପାଟଣା ଚାହିଁ, ସନ୍ତାନ ମୁଖେ, ଶମଶାନ ବୁକେ ପ୍ରାଣ ସଙ୍କେତ ନାହିଁ । ଉଠ ଦୁର୍ବଳ, ଜାଗ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୨॥ ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ, ସମ୍ବଲପୁର ସମ୍ବଳ ବୀର ଦମ୍ଭ କି ନାହିଁ ଧରେ ? ଗଙ୍ଗା ଧୋଇଲା ଚିକୁର ଯାହାର, କୃଷ୍ଣା ଚରଣ ତଳ, ଶମଶାନ ଆଜି ମଡ଼ାଦେଶ ଆଜି, ଏହି ସେ ଉତ୍କଳ । ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ, ଉଠ କଙ୍କାଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୩॥ ନିଜାମ ଭୁବନେ କଳବର୍ଗର ଅର୍ଗଳ ଏଡ଼ି ଦିନେ, ଗଜପତି ବୀର ‘ବେରାର’ ଭେଦିଲା ଜୟ ଗୌରବ ଗାନେ । ଦୁର୍ବାର ଗଡ଼,...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
ଓଡ଼ିଶା ମୋ ଓଡ଼ିଶା କେଡ଼େ ସୁନ୍ଦର ରାଇଜ ମୋର - Odisha mo Odisha Kede sundar raija mora Lyrics
== ଓଡ଼ିଆ == ଗୀତ: ଓଡ଼ିଶା ମୋ ଓଡ଼ିଶା ଭାଷା: ଓଡ଼ିଆ ଗୀତିକାର: ସ୍ଵରୂପ ନାୟକ ସଂଗୀତ ନିର୍ଦ୍ଦେଶକ : ସ୍ଵରୂପ ନାୟକ (ଝି+ପୁ) ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା (ଝି) କେଡ଼େ ସୁନ୍ଦର ରାଇଜ ମୋର କେଡ଼େ ମିଠା ମୋ ଭାଷା (ଝି+ପୁ) କେଡ଼େ ସୁନ୍ଦର ରାଇଜ ମୋର କେଡ଼େ ମିଠା ମୋ ଭାଷା ଓଡ଼ିଶା... ମୋ ଓଡ଼ିଶା (ଝି) ଓ... (ଝି+ପୁ) ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା ॥୧॥ (ପୁ) ନଈ ବଜାଏ ସାହାନାଇ ଏଠି ପବନ ବଜାଏ ଢୋଲ ଝରଣା ବଜାଏ ବୀଣା ଏଠି ମେଘ ବଜାଏ ମାଦଲ (ପୁ) ଏଇ ପାଣି ମୋ ପାଇଁ ପାଦୁକ ଏ ମାଟି ମୋ ଚନ୍ଦନ ସେଇ ଚନ୍ଦନେ ଲେଖାଅଛି ଜୀବନ ଚାଳିସା (ଝି+ପୁ) ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା (ପୁ) କେଡ଼େ ସୁନ୍ଦର ରାଇଜ ମୋର (ଝି) କେଡ଼େ ମିଠା ମୋ ଭାଷା (ଝି+ପୁ) ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା ॥୨॥ ହୁର୍... ଆହା.. ଅହ.. (ପୁ) ଲଙ୍ଗଳ କଥା ବୁଝୁଛି କ୍ଷେତ କ୍ଷେତ କଥା ବୁଝେ ଚଷା ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା (ପୁ) ସେଇ କଂସାରେ ଢେଉ ଖେଳୁଛି ସବୁ ଓଡ଼ିଆ ଙ୍କ ଆଶା ସେଇ ଆଶାରେ ବୁଣେସେ ନିତି ବାଇ ଚଢ଼େଇ ବଷା (ଝି) ଓଡ଼ିଶା... ମୋ ଓଡ଼ିଶା (ଝି+ପୁ) ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା (ପୁ) କେଡ଼େ ସୁନ୍ଦର ରାଇଜ ମୋର (ଝି) ...