Posts
Showing posts from February, 2021
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ
== ଓଡ଼ିଆ == ଗୀତ : ହେ ଈଶ୍ୱର ଏ କି ସଂଯୋଗ ତୁମର ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଅସୀମା ପଣ୍ଡା ଗୀତିକାର : ଶିବନ ସ୍ୱାଇଁ ସଂଗୀତ ନିର୍ଦ୍ଦେଶକ : ଏସ୍. ଏସ୍. ପ୍ରସାଦ ମସିହା : ୨୦୧୯ (ପୁ) କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର ହେ ଈଶ୍ୱର ଏ କି ସଂଯୋଗ ତୁମର ହେ ଈଶ୍ୱର ଏ କି ସଂଯୋଗ ତୁମର (ଝି) କଉଠି ଲେଖୁଚ ଏଇଠି ହଉଚି ମିଳନ ଦୁଇ ମନର ହେ ଈଶ୍ୱର ଏ କି ସଂଯୋଗ ତୁମର ହେ ଈଶ୍ୱର ଏ କି ସଂଯୋଗ ତୁମର ॥ (ପୁ) ଜଣକ ବିନା ଆଉ ଜଣେ ଏଠି ରହିପାରେ ନାହିଁ ଜମା ପାଣି ବିନା ମାଛ ରହିକି ପାରିବ ଯିଏ ଯେତେ ନେଲା ଜିମା (ଝି) ଏମିତି ଏ ପ୍ରେମ ସାତରଙ୍ଗ ଆଣି ଜୀବନେ ଦିଏ ଅଜାଡ଼ି ଯଉଠି ଥିଲେ ବି ଦୁଇଟି ହୃଦୟ ହେଇଯାଏ ଆପେ ଯୋଡ଼ି ଗୋଟିଏ ଗଛର ଶିଅ ଗୋଟିଏ ସୂତାର ଖିଅ ଦୁଇଟି ପାର୍ଶ୍ଵ ଗୋଟିଏ ମୁକ୍ତାର (ପୁ) କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର ହେ ଈଶ୍ୱର ଏ କି ସଂଯୋଗ ତୁମର ହେ ଈଶ୍ୱର ଏ କି ସଂଯୋଗ ତୁମର (ଝି) କଉଠି ଲେଖୁଚ ଏଇଠି ହଉଚି ମିଳନ ଦୁଇ ମନର ହେ ଈଶ୍ୱର ଏ କି ସଂଯୋଗ ତୁମର ହେ ଈଶ୍ୱର ଏ କି ସଂଯୋଗ ତୁମର ॥୧॥ (ଝି) ଜଣକ ଖୁସିରେ ଜଣେ ଭାଗୀଦାର ଜଣଙ୍କ ଦୁଃଖରେ ଜଣେ ଦୁହେଁ ଦୁହିଁଙ୍କର ପରିପୂରକ ଜଣକ ଭାଗ୍ୟରେ ଜଣେ (ପୁ) ନିଃସ୍ଵାର୍ଥ ପ୍ରେମରେ ନିଃସ୍ଵାର୍ଥ କଥାରେ ବନ୍ଧାହୁଏ ଏଠି ନୀଡ଼ ରାତି ପଛେ ଏଠି କମ୍ ପଡ଼ିଯିବ ସରେନି ସପନ ଭିଡ଼ ଗୋଟି...
ମୁକୁଟ ଭିକ୍ଷା ଓଡ଼ିଆ କବିତା (ଆସ, ଆସ ଅର୍ଜୁନ ବୋଲନ୍ତି କୁରୁସାଇଁ) - Mukuta Bhikhya Odia Poem (Aasa Aasa Arjuna Bolanti Kurusain) Lyrics
- Get link
- X
- Other Apps
ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୬ ଜୁଲାଇ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ମୁକୁଟ ଭିକ୍ଷା ଭାଷା : ଓଡ଼ିଆ ଗୀତିକାର : କବିବର ରାଧାନାଥ ରାୟ "ଆସ, ଆସ ଅର୍ଜୁନ ।" ବୋଲନ୍ତି କୁରୁସାଇଁ, "କହ, କେଉଁ କାର୍ଯ୍ୟ ଲାଗି ଆସିଲ ହେ ଭାଇ ।" ବିନୟେ ଅର୍ଜୁନ ବନ୍ଦୁଁ ରାଜାଙ୍କ ଚରଣ, ବେନିଭୂଜେ ଧରି ରାଜା ଦେଲେ ଆଲିଙ୍ଗନ । ମହାଦରେ ନେଇ ରାଜା ଇନ୍ଦ୍ରର ନନ୍ଦନେ, ନିଜ ହସ୍ତେ ବସାଇଲେ ରତ୍ନ-ସିଂହାସନେ । ଆଉ ଯେତେ ପାତ୍ରମନ୍ତ୍ରୀ ସଭା ମଧ୍ୟେ ଥିଲେ, ସମସ୍ତଙ୍କୁ ପାର୍ଥ ମିଷ୍ଟ ବଚନେ ତୋଷିଲେ । ଶମଯୁକ୍ତ ପାର୍ଥେ ଦେଖି ଆଦରେ ରାଜନ, ସ୍ଵହସ୍ତେ ବ୍ୟଜନ ଧରି କରନ୍ତି ବ୍ୟଜନ । ବୋଲନ୍ତି ଅର୍ଜୁନେ ଚାହିଁ , "କହ ଆରେ ଭାଇ, ଆସିଲ ସଦନେ ମୋର କେଉଁ କାର୍ଯ୍ୟ ପାଇଁ । ନିଶାକାଳେ ଆଗମନ ଆଶ୍ଚର୍ଯ୍ୟ ଏ କଥା, କହ ଭାଇ, ଆଗେ ଗୃହ କୁଶଳ ବାରତା ।" ନିବେଦନ୍ତେ ଧନଞ୍ଜୟ ଗୃହ ଅନାମୟ, ପ୍ରୀତି ପ୍ରକାଶିଲେ ଶୁଣି ଗାନ୍ଧାରୀ-ତୟନ । ବୋଇଲେ, "ବୋଚନ ମୋର ଶୁଣ ପାର୍ଥ ଭାଇ, ବିଧିର ନିର୍ବନ୍ଧ କେବେ ଖଣ୍ଡି ହେବ ନାହିଁ । ତୁମ୍ଭେ କି କାରଣେ ଆଜି ଆସିଲ ଏ ଠାବେ ? ମୋହ ପାଶେ ମନ ବଳାଇଲ କେଉଁ ଲାଭେ ?" ଅର୍ଜୁନ ବୋଇଲେ, "ଯାହା କହିଲ ପ୍ରମାଣ, ବିଧିର ବିଧାନ କେବେ ହ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics
== ଓଡ଼ିଆ == ଭଜନ : କୋଠ ଭୋଗ ଖିଆ ମୋ ଚକା ଆଖିଆ ଭାଷା : ଓଡ଼ିଆ ଆଲବମ : ଭକ୍ତି ପୁଷ୍ପାଞ୍ଜଳି କଣ୍ଠ : ଭିକା ରି ବଳ ଗୀତିକାର : ଖିରୋଦ ଚନ୍ଦ୍ର ପୋଥାଳ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ, ଭିକାରି ବଳ ମସିହା : ୧୯୭୯ କୋଠ ଭୋଗ ଖିଆ.. କୋଠ ଭୋଗ ଖିଆ ମୋ ଚକା ଆଖିଆ କୋଠ ଭୋଗ ଖିଆ ମୋ ଚକା ଆଖିଆ ଉଠ ହେ ପହଡ଼ ଭାଙ୍ଗି ଉଠ ହେ ପହଡ଼ ଭାଙ୍ଗି ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି ହେବାକୁ ଚନ୍ଦନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥ ତୁଳସୀର ମାଳ ଦୟଣାର ଚୂଳ ଉଭା ଘେନି ଦେବଦାସୀ ଉଭା ଘେନି ଦେବଦାସୀ ବଡ଼ ସିଂହାରକୁ ବୁଢ଼ା ସିଂହାରୀ ଯେ ଉଭା ହୋଇଲେଣି ଆସି ମଣିମା ମଣିମା ଡାକ ପଡ଼ୁଅଛି ମଣିମା ମଣିମା ଡାକ ପଡ଼ୁଅଛି ଛାମୁ ଦରଶନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥୧॥ ନିଦା ପଥର ହେ ନିଦେ କେ ଶୋଇଲ ଷାଠିଏ ପଉଟି ଖାଇ ଷାଠିଏ ପଉଟି ଖାଇ ଅନାଥ ଜନଙ୍କ ଡାକ ନ ଶୁଣୁଛ ଅନାଥ ଜନଙ୍କ ଡାକ ନ ଶୁଣୁଛ ଜଗତର ନାଥ ହୋଇ ଆରତି ବେଳ ଯେ ଗଡ଼ି ଯାଉଅଛି ଉଠ ହେ ଛପନଭୋଗୀ ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥୨॥ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୋ ଡାକ କି ଶୁଭୁନାହିଁ ଏଡ଼େ ବଡ଼ ପଣ ବହିଅଛ ପ୍ରଭୁ କୁହ ତେବେ କାହା ଲାଗି ହେ...