Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ବୁଡ଼ିଲି ବିପଦ ଜଳେ - Tumbha Para Prabhu Thaun Thaun Mun Je Budili Bipada Jale Lyrics

== ଓଡ଼ିଆ ==

ଭଜନ : ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ
ଭାଷା : ଓଡ଼ିଆ
କଣ୍ଠ : ନିମାଇଁ ହରିଚନ୍ଦନ
ଗୀତିକାର : ନିତ୍ୟାନନ୍ଦ ଦାସ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ



ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ
ବୁଡ଼ିଲି ବିପଦ ଜଳେ
ଏତେବେଳେ ପ୍ରଭୁ ଡ଼ାକ ନ ଶୁଣୁଛ
ଯେତେ ଡାକିଲେ ବିକଳେ
ମହାପ୍ରଭୁ ହେ ॥୧॥

ଜଳମୀନ ଯେହ୍ନେ ମିହିର ତେଜରେ
ତେମନ୍ତ ହେଲାଣି ଦଶା
ଏଥିରେ କିଞ୍ଚିତେ କରୁଣା ନହୋଛ
ମୁଁ ଯେ କରିଛି ଭରସା
ମହାପ୍ରଭୁ ହେ ॥୨॥

ବିପଦ ଧାଡ଼ି ଯେତେ ମାଡ଼ି ପଡ଼ୁଛି
କେତେ ହେଁ କହିବି ମନେ ହେଜି
ସିଂହ ମୃଗ ଆଗେ ପରାୟେ ତରଙ୍ଗେ
ଧଇର୍ଯ୍ୟ ବନ୍ଧ ଯାଉଛି ଭାଜି ॥୩॥

ଯେତେ ରୂପେ ଦଣ୍ଡ ଦୁଃଖ ଦେଉଅଛି
କହିବାକୁ ମୋତେ ଆସୁନାହିଁ
ଯେତେ ଥିଲା ଆଶ ଆହେ ପିତବାସ
ଏମ୍ଭେ ତୁମ୍ଭ ନିରାଶକୁ ଚାହିଁ ॥୪॥

ପ୍ରଭୁ ହୋଇ କୃପା ନ କରୁଛ କିମ୍ପା
ଦୀନ ପତିତ ଜନଙ୍କ ଠାରେ
ଅତିହି ନିରାଶ ପଣ କରିବାରେ
ଭାସିଗଲି ଶୋକନଦୀ ଧାରେ ॥୫॥

ଥାଉ ପ୍ରଭୁପଣ କରୁଣା କୃପଣ
ହେବାରୁ ନୀତି କି ନ ଆସଇ
ବୁଡ଼ୁଥିଲେ ଭେଳା ତହିଁ କଲେ ହେଳା
ଦାରୁଣପଣ କି ଏ ନୁହଇ ॥୬॥

କରୁଣା ନାବିକ ନାବ ଥାଉଁ କୂଳେ
ଖେଦ ଜଳଧିରେ ଗଲି ବୁଡ଼ି
ତରଳ ତରଙ୍ଗ ଭଉଁରୀ ପ୍ରଖର
ଏମନ୍ତ ନଦୀରେ ଦେଲ ଛାଡ଼ି ॥୭॥

ମୁଁ ଯେ ମଲେ ମଲି ଭାସିଗଲେ ଗଲି
ତୁମ୍ଭଙ୍କୁ ସିନା ଏ ଅସୁନ୍ଦର
ତୁମ୍ଭ ନାମ ଧରି ହେବା ଏତେ ସରି
ଜଗତେ କିବା ବୋଲିବେ ନର ॥୮॥

ମୋରେ ଏ ଦୁର୍ଗତି ନ ବାଧଇ
ତୁମ୍ଭ ନିନ୍ଦା ଲାଜେ ମରୁଅଛି
ପୂର୍ବର କରୁଣା ଏବେ ଦେଖି ଉଣା
ନିଶି ଦିବା ମନେ ଗୁଣୁଅଛି ॥ ୯॥

ଧଇର୍ଯ୍ୟ କମଳ ବନକୁ ମୋହର
ଧ୍ୱଂସି ପକାଉଛି ପ୍ରବଳରେ
ରଖ ରଖ ପ୍ରଭୁ ପ୍ରମତ୍ତ କେଶରୀ
ବୋଲି ଜଣାଉଛି ବିକଳରେ ॥୧୦॥

କେବେ ହେଁ କରୁଣା ନଦୀ ନ ବୋହିଲା
ବଢ଼ିଲା ସଙ୍କଟ ଗିରିବର
କହେ ନିତ୍ୟାନନ୍ଦ କର୍ମହୀନ ମନ୍ଦ
ସଦୟ କୁଳିଶେ ନାଶ କର ॥୧୧॥


ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ବୁଡ଼ିଲି ବିପଦ ଜଳେ:
ନିମାଇଁ ହରିଚନ୍ଦନ ଙ୍କ କଣ୍ଠରେ, ନିତ୍ୟାନନ୍ଦ ଦାସ ଙ୍କ ରଚିତ ଓଡ଼ିଆ ଭଜନ “ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ବୁଡ଼ିଲି ବିପଦ ଜଳେ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
 


YouTube ରେ ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ଦୁଃଖିଶ୍ୟାମ ତ୍ରିପାଠୀ ଙ୍କ କଣ୍ଠରେ




== English ==

Bhajan : Tumbha Para Prabhu Thaun Thaun Mun Je
Language : Odia
Singer : Nimai Harichandan
Lyricist : Nityananda Das
Music Direction : Traditional



Tumbha para prabhu thaun thaun mun je
Budili bipada jale
Etebele prabhu daka na shunuchha
Jete dakile bikale
Mahaprabhu he ॥1॥

Jalamina jenhe mihira tejare
Temante helani dasha
Ethire kinchite karuna nahochha
Mun je karichhi bharasa
Mahaprabhu he ॥2॥

Bipada dhadi jete madi paduchhi
Kete hen kahibi mane heji
Singha mruga age paraye tarange
Dhairjya bandha jauchhi bhaji ॥3॥  

Jete rupe danda duhkha deuachhi
Kahibaku mote asunahin
Jete thila asha ahe Pitabasa
Embhe tumbha nirashaku chahin ॥4॥

Prabhu hoi krupa na karuchha kimpa
Dina patita jananka thare
Atihi nirasha pana karibare
Bhasigali shokanadi dhare ॥5॥

Thau prabhupana karuna krupana
Hebaru niti ki na asai
Buduthile bhela tahin kale hela
Darunapana ki e nuhai ॥6॥

Karuna nabika naba thaun kule
Kheda jaladhire gali budi
Tarala taranga bhaunri prakhara
Emanta nadire dela chhadi ॥7॥

Mun je male mali bhasigale gali
Tumbhanku sina e asundara
Tumbha nama dhari heba ete sari
Jagate kiba bolibe nara ॥8॥

More e durgati na badhai
Tumbha ninda laje maruachhi
Purbaru karuna ebe dekhi una
Nishi diba mane gunuachhi ॥9॥

Dhaijya kamala banaku mohara
Dhwansi pakauchhi prabalare
Rakha rakha prabhu Pramatta Keshari
Boli janauchhi bikalare ॥10॥

Kebe hen karuna nadi na bohila
Badhila sankata giribara
Kahe Nityananda karmahina manda
Sadaya kulishe nasha kara ॥11॥     


Tumbha Para Prabhu Thaun Thaun Mun Je Budili Bipada Jale:
Lyrics of song “Tumbha Para Prabhu Thaun Thaun Mun Je Budili Bipada Jale”, sung by Nimai Harichandan, lyrics by Nityananda Das on “The Smaranika” in Odia and English.
 


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on tuhi ma janama bhumi lyrics: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on tuhi ma janama bhumi lyrics: “Madhusudhan Rao's desatmabidha Kavita. Really touching the heart to hear or sing.”

The Smaranika commented on gachha o kathuria raha are lyrics odia: “ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ । - "ଦି ସ୍ମରଣିକା" ଟିମ୍”

The Smaranika commented on jagate kebala jane kabita lyrics odia: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ - "ଦି ସ୍ମରଣିକା" ଟିମ୍”

Anonymous commented on jagate kebala jane kabita lyrics odia: “Nice 👍”

Anonymous commented on kala manikare dhire ghena lyrics odia: “Odia meaning of Dankuni”

Anonymous commented on kala manikare dhire ghena lyrics odia: “Dankuni ଓଡ଼ିଆ ଅର୍ଥ ”

Anonymous commented on baichadhei o pimpudi bhai lyrics odia: “Thank u Google”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ