Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ - Shaguna Basila Chale Gadilani Bela Lyrics

== ଓଡ଼ିଆ ==

ଭଜନ : ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ
ଭାଷା : ଓଡ଼ିଆ
ଆଲବମ : ଯମୁନା ଘାଟ
କଣ୍ଠ : ନରେନ୍ଦ୍ର କୁମାର
ଗୀତିକାର : ସ୍ଵାମୀ ଅରୂପାନନ୍ଦ
ଲେବେଲ : ଟି ସିରିଜ୍
ମସିହା : ୨୦୧୦


ଶାଗୁଣା ବସିଲା ଚାଳେ
ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ
ସେରକ ପୂରିଲା ଧନ ନ ପକା ଚାଉଳ
ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ
ସେରକ ପୂରିଲା ଧନ ନ ପକା ଚାଉଳ
ଡାକିଲାଣି ଧନ ଦେଖ ଦୂରେ ମୋତେ କାଳ
ଡାକିଲାଣି ଧନ ଦେଖ ଦୂରେ ମୋତେ କାଳ
ଶୋଇ ଦେ ଶୋଇ ଦେ ମତେ ମାଟି ମା' କୋଳ
ମାଟି ମା' କୋଳ
ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ
ସେରକ ପୂରିଲା ଧନ ନ ପକା ଚାଉଳ ॥


ଜୀବ ଗଲାବେଳେ ଦେବୁ କୈବଲ୍ୟ ତୁଳସୀ
ପଢ଼ୁଥିବୁ ଭାଗବତ ମୋର ପାଖେ ବସି
ବ୍ରାହ୍ମଣ ମାନଙ୍କୁ ଡାକି କରି ପାଦପୁଜା
ଦଶଦାନ କରିଦେବୁ କମିଯିବ ସଜା
କୁଟୁମ୍ବ ଡାକିଣ ଦେବୁ ଅବଢ଼ା ପଖାଳ
କୁଟୁମ୍ବ ଡାକିଣ ଦେବୁ ଅବଢ଼ା ପଖାଳ
କାଳିଆ ଗୁଣ ଗାଇବୁ ସେହି ମୋର ବଳ
ସେହି ମୋର ବଳ
ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ
ସେରକ ପୁରିଲା ଧନ ନ ପକା ଚାଉଳ ॥୧॥


ଏ ଜୀବନ ଯଉବନ କିଛି ନୁହେଁ ଚିର
ମରଣ ନଈରେ ପ୍ରାଣ ହୁଅଇ ଅସ୍ଥିର
ମରିଗଲା ବେଳେ ଧନ କାନ୍ଦିବୁ ତୁ ନାହିଁ
କୋକେଇରେ ବୋହିନେବୁ ଡାକି ସାହିଭାଇ
ବୁଝାଇ କହିବୁ ଯାଇ ମା'କୁ ତୋହର
ବୁଝାଇ କହିବୁ ଯାଇ ମା'କୁ ତୋହର
ନିଆଁ ବରିଆରେ ମୋର ସରିଯିବ ଖେଳ
ସରିଯିବ ଖେଳ
ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ
ସେରକ ପୁରିଲା ଧନ ନ ପକା ଚାଉଳ
ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ
ସେରକ ପୁରିଲା ଧନ ନ ପକା ଚାଉଳ
ଡାକିଲାଣି ଧନ ଦେଖ ଦୂରେ ମୋତେ କାଳ
ଡାକିଲାଣି ଧନ ଦେଖ ଦୂରେ ମୋତେ କାଳ
ଶୋଇ ଦେ ଶୋଇ ଦେ ମୋତେ ମାଟି ମା' କୋଳ
ମାଟି ମା' କୋଳ
ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ
ସେରକ ପୁରିଲା ଧନ ନ ପକା ଚାଉଳ ॥୨॥


ଶବ୍ଦାର୍ଥ
ବରିଆ -
ନିଆଁଅଟା, ନିଆଁ ବରିଆ, ନିଆଁ ଅଟ୍ଟା, ନିଆଁ ବିଣ୍ଡା, ନିଆଁ ରଖିବା ପାଇଁ କୁଟାରେ ତିଆରି ମୋଡ଼ା, A plait of straw twisted to preserve fire


YouTube ରେ ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ



== English ==

Bhajan : Shaguna Basila Chale Gadilani Bela
Language : Odia
Album : Jamuna Ghata
Singer : Narendra Kumar
Lyricist : Swami Arupananda
Label : T- Series
Year : 2010



Shaguna basila chale
Shaguna basila chale gadilani bela
Seraka purila dhana na paka chaula
Shaguna basila chale gadilani bela
Seraka purila dhana na paka chaula
Dakilani dhana dekha dure mote kala
Dakilani dhana dekha dure mote kala
Shoi de shoi de mote mati Maa’ kola
Mati Maa’ kola
Shaguna basila chale gadilani bela
Seraka purila dhana na paka chaula ॥


Jiba galabele debu kaibalya tulasi
Padhuthibu Bhagabata mora pakhe basi
Brahmana mananku daki kari padapuja
Dashadana karidebu kamijiba saja
Kutumba dakina debu abadha pakhala
Kutumba dakina debu abadha pakhala
Kalia guna gaibu sehi mora bala
Sehi mora bala
Shaguna basila chale gadilani bela
Seraka purila dhana na paka chaula ॥1॥


E jibana jaubana kichhi nuhen chira
Marana naire prana huai asthira
Marigala bele dhana kandibu tu nahin
Kokeire bohinebu daki sahibhai
Bujhai kahibu jai Maa’ku tohara
Bujhai kahibu jai Maa’ku tohara
Nian bariare mora sarijiba khela
Sarijiba khela
Shaguna basila chale gadilani bela
Seraka purila dhana na paka chaula
Shaguna basila chale gadilani bela
Seraka purila dhana na paka chaula
Dakilani dhana dekha dure mote kala
Dakilani dhana dekha dure mote kala
Shoi de shoi de mote mati Maa’ kola
Mati Maa’ kola
Shaguna basila chale gadilani bela
Seraka purila dhana na paka chaula ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on tuhi ma janama bhumi lyrics: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on tuhi ma janama bhumi lyrics: “Madhusudhan Rao's desatmabidha Kavita. Really touching the heart to hear or sing.”

The Smaranika commented on gachha o kathuria raha are lyrics odia: “ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ । - "ଦି ସ୍ମରଣିକା" ଟିମ୍”

The Smaranika commented on jagate kebala jane kabita lyrics odia: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ - "ଦି ସ୍ମରଣିକା" ଟିମ୍”

Anonymous commented on jagate kebala jane kabita lyrics odia: “Nice 👍”

Anonymous commented on kala manikare dhire ghena lyrics odia: “Odia meaning of Dankuni”

Anonymous commented on kala manikare dhire ghena lyrics odia: “Dankuni ଓଡ଼ିଆ ଅର୍ଥ ”

Anonymous commented on baichadhei o pimpudi bhai lyrics odia: “Thank u Google”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ