Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବାପାଙ୍କୁ ଚିଠି - Bapanku Chithi Odia Kabita



କବିତା: ବାପାଙ୍କୁ ଚିଠି 
ଭାଷା: ଓଡ଼ିଆ 
ଗୀତିକାର: ସ୍ନିଗ୍ଧା ଦାସ (କ୍ରିଷ୍ଣା)


ବାପା,
କେଉଁ ଉପାଦାନରେ ଗଢ଼ା ତୁମେ
କେତେ ଉଦାର ଶାନ୍ତ ସଂଭ୍ରମ
ଅସୀମ ଧୈର୍ଯ୍ୟ, ନିରୀହ ମନ
ସତରେ, କେଉଁ ଉପାଦାନରେ ଗଢ଼ା ତୁମେ ॥

ତୁମର କ୍ଳାନ୍ତ ମୁହଁ
ଦେଖିଛି ଛାର ଅନ୍ଧାରରେ
ସ୍କୁଲରୁ ଫେରିଲା ପରେ
ଦେଖିଛି କପାଳରୁ ଗଡ଼ୁଥିବା
ସେଇ ଟୋପା ଟୋପା ଝାଳ ବୁନ୍ଦା

ରାତିର ଅନ୍ଧାର ଭିତରେ
ନିଦୁଆ ଆଖିରେ
ଦେଖିଛି କେମିତି ଡ଼ାକୁଥିଲ
ଠାକୁରଙ୍କ ପାଖରେ
ତୁମ ବାଲିଘର ଅକାଳରେ
ଭାଙ୍ଗି ନଯିବା ଆଶାରେ ॥

ବାପା, ତୋଳିଥିବା ଘରଟି,
ସ୍ଵପ୍ନର ଘର ପରି ହେଲାକି ନାହିଁ
କେବେ ପଚାରି ବୁଝି ନାହିଁ
ହେଲେ, ତୁମେ ଏମିତି ଜଳି ଜଳି
ସବୁ ସୁଖ ଫିଙ୍ଗିଦେଇ 
ରକ୍ତକୁ ପାଣି କରି
କ'ଣ ପାଇଲ ଜୀବନରେ
ବେଳେ ବେଳେ ମନକୁ ପଚାରେ ॥

ସତରେ, କ'ଣ ସବୁ ବାପା ଏମିତି
ଏକା ଏକା ଆଖିକୁ ଲୁହରେ ଭିଜାନ୍ତି 
ଆଉ ସଭିଙ୍କୁ ହସି ହସି କୁହନ୍ତି
ମୋ ପିଲା ସବୁ ସୁନା ମୁଣ୍ଡା
ମୋ ରକ୍ତରୁ ଗଢ଼ା
ସେଥି ପାଇଁ ତ ଅମଣିଷ ନୁହଁନ୍ତି ॥

ସବୁ ବାପମାନେ ଯୁଗ ଯୁଗରେ
ଏମିତି ଚାଲନ୍ତି ଅମଡ଼ା ରାସ୍ତାରେ
ହାର ମାନନ୍ତି ନିଜ ସୃଷ୍ଟି ଠୁଁ
ଆଉ ଲହୁ ଲୁହାଣ ହୁଅନ୍ତି
ଜୀବନର ଅପରାହ୍ନରେ ॥


Photo: ଗୀତିକାର "କ୍ରିଷ୍ଣା " 


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ..

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on bara masa grishme baishak lyrics odia: “ଏହି ପୁସ୍ତକ ର ତିନୋଟି ମାଛ ଗଳ୍ପ ଟିକୁ ଟିକେ ଦେହେଇବେ ?”

Anonymous commented on shrita kamla kucha mandala mangala geetam shri jayadev krita gita govinda lyrics odia sanskrit english: “ଓଡ଼ିଆ ରେ ପ୍ରତି ପଦ ର ଅର୍ଥ ଦେଲେ ଭଲ ହେବ ”

The Smaranika commented on tuhi ma janama bhumi lyrics: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on tuhi ma janama bhumi lyrics: “Madhusudhan Rao's desatmabidha Kavita. Really touching the heart to hear or sing.”

The Smaranika commented on gachha o kathuria raha are lyrics odia: “ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ । - "ଦି ସ୍ମରଣିକା" ଟିମ୍”

The Smaranika commented on jagate kebala jane kabita lyrics odia: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ - "ଦି ସ୍ମରଣିକା" ଟିମ୍”

Anonymous commented on jagate kebala jane kabita lyrics odia: “Nice 👍”

Anonymous commented on kala manikare dhire ghena lyrics odia: “Odia meaning of Dankuni”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ