Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

== ଓଡ଼ିଆ ==

ଗୀତ : ବଣ ଓ ବଣି
ଭାଷା : ଓଡ଼ିଆ



ଦେଖିଲା କୁନା ମହୁଲ ଡାଳେ
ବସିଛି ଏକ ବଣି
ପଡୁଛି ଯେତେ ମହୁଲ ଫୁଲ
ହିସାବ କରେ ଗଣି ॥୧॥

ଡାକିଲା କୁନା କିଆଁଲୋ ବଣି
ଘଷୁଛୁ-ଥଣ୍ଟ ଡାଲେ ?
ଆ' ମୋ ପାଶେ ଖାଇବୁ ଯେବେ
ମିଠା ପିଜୁଳି ଫାଳେ ॥୨॥

ସୁନାର ଏକ ପଞ୍ଜୁରି ଗଢ଼ି
ଆଣିବେ ବାପା ମୋର
ମାଆଠୁ ମାଗି ଦେବିଲୋ ତୋତେ
କଦଳୀ, ଛେନା, ସର ॥୩॥

ସୁନା ଗିନାରେ ଦେବି ମୁଁ ପାଣି
ରୁପା ଥାଳିରେ ଭାତ
ବୁଲାଇ ନେବି ମେଳାକୁ ତୋତେ
ଦେଖିବୁ କେତେ ଯାତ ॥୪॥

କହିଲା ବଣି କୁନା ଭାଇନା
କହିଲ ସତ ଏକା
ମନେ ତୁମର ଶରଧା ଥାଉ
ନିଇତି ହେବ ଦେଖା ॥୫॥

ଗଛରୁ ଗଛ ଉଡ଼ି ଉଡ଼ିକା
ପାଉଛି କେତେ ସୁଖ
ଡାଳରେ ଥାଇ ଦେଖଇ ମୁହିଁ
ଜହ୍ନମାମୁଁର ମୁଖ ॥୬॥

ବୁଲୁଛି ଖାଇ ବଣର ଫଳ
ଡିମିରି, ଆମ୍ବ, ଜାମୁ
ଶୋଉଛି ସୁଖେ ବସାରେ ମୋର
ଲେଉଟି ନାନା କାମୁ ॥୭॥

କୁନା ଭାଇନା ସୁନା ପଞ୍ଜୁରି
ସେ ସୁଖ ଦେବ କିବା ?
ଯିଏ ଯାହାର ମନ ଖୁସିରେ
ଆପଣା ସୁଖେ ଥିବା ॥୮॥

ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରି
ରୁପା ଥାଳିର ଭାତ
ଏ ଗଛ ଡାଳ ସରଗ ମୋର
ବଣ ପରାଣ ମିତ ॥୯॥


YouTube ରେ ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ)



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ଆପଣଙ୍କ ପ୍ରଶ୍ନ ପାଇଁ ଅଶେଷ ଧନ୍ୟବାଦ । ଯେତେଦୂର ମନେ ଅଛି, "ବଣ ଓ ବଣି" ଶୀର୍ଷକ କବିତାଟି ତୃତୀୟ ଶ୍ରେଣୀରେ ଥିଲା ।

      Delete
    2. କବି ପରିଚୟ ଦିଅନ୍ତୁ ବଣ ଓ ବଣିର

      Delete
    3. ଏମିତି ବହୁ କବିତା ଅଛି ଜାହାର ରଚୟିତାଙ୍କ ନାମ ବହିରେ ନାହିଁ । ସେଥିପାଇଁ ଆମେ କବି / ଲେଖକଙ୍କ ନାମ ଦେଇପାରିନାହୁଁ ସେଇ ସବୁ ଲେଖା ଗୁଡ଼ିକରେ । 'ବଣ ଓ ବଣି' ସେମିତି ଏକ କବିତା ।

      - ଦି ସ୍ମରଣିକା ଟିମ୍‌

      Delete
  2. ଏଇ ଗୀତ ର ଶେଷ କିଛି ପଦ ମୋର ମନେ ନଥିଲା, ମୋ ଝିଅ କୁ ଶୁଣେଇ ବାକୁ ବହୁତ୍ ଖୋଜିଲି, ଶେଷକୁ ଏଇଠି ପାଇଲି.. ଅନେକ ଧନ୍ୟବାଦ

    ReplyDelete
    Replies
    1. Mo school bahi gita pai mu bahut khusi..bahut bahut dhanyawad

      Delete
    2. ଆପଣଙ୍କ ଦୁଇପଦ କଥା ଆମ ପାଇଁ ପ୍ରେରଣାର ଉତ୍ସ | ଆପଣଙ୍କ ମୂଲ୍ୟବାନ ମନ୍ତବ୍ୟ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ |

      - "ଦି ସ୍ମରଣିକା" ଟିମ୍

      Delete
  3. ମତାମତ ପଢ଼ି ବହୁତ ଖୁସିହେଲୁ ।
    ଆପଣଙ୍କର ଅଭିଜ୍ଞତା ଆମ ସହ ବାଣ୍ଟିଥିବାରୁ
    ଅଶେଷ ଧନ୍ୟବାଦ ।

    - "ଦି ସ୍ମରଣିକା" ଟିମ୍

    ReplyDelete
  4. ପିଲା ଦିନର ସ୍ମୃତି

    ReplyDelete
    Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ

      - "ଦି ସ୍ମରଣିକା" ଟିମ୍

      Delete
  5. ଏ ଗୀତ ଟି ପଢ଼ିଦେଲେ ପିଲାଦିନର କଥା ମନେପଡିଯାଉଛି ।ଗୀତଟିକୁ ମୁଖସ୍ଥ କରିନଥିଲି ବୋଲି ସାର୍ ଙ୍କ ମାଡ଼ ଭୟରେ 4ଦିନ ସ୍କୁଲ ବନ୍ଦ କରିଥିଲି । ବହୁତ ବହୁତ ଧନ୍ୟବାଦ ପୁଣି ଥରେ ଆମ ପାଖରେ ଏ ଗୀତଟିକୁ ଉପସ୍ଥାପନ କରିଥିବାରୁ ।

    ReplyDelete
    Replies
    1. ପିଲାଦିନର ସ୍ମୃତି ଆମ ସହ ବାଣ୍ଟିଥିବାରୁ ଅଶେଷ ଧନ୍ୟବାଦ । ବହୁତ ଖୁସିହେଲୁ ।

      - "ଦି ସ୍ମରଣିକା" ଟିମ୍

      Delete
  6. ସାର,ଛୋଟ ଥିଲି,କିଛି ନ ଥିଲା ପାଖରେ ।ପରମ କରୁଣାମୟଙ୍କ କୃପା ଭଲରେ ଅଛି।ଜଣେ ବସିଥିଲି ଘରେ।ଭାବୁଥିଲି ।ପାଖରେ ସବୁ ଅଛି ।ବାବା ମାଆଙ୍କ ଠୁ ଦୁରେ ଅଛି ।ଏହି ଗୀତ ହଟାତ ମନେ ପଡିଗଲା ।କେତେ ସୁନ୍ଦର ଭାବେ ଲେଖକ ଆମକୁ ଜଣେଇବାକୁ ଚାହୁଁଥିଲେ ବଣିମାଧ୍ୟମରେ।ମୁଁ ବେଶି ଲେଖିପାରୁନାହିଁ ।କିନ୍ତୁ ଆପଣ ସମସ୍ତଙ୍କ ପ୍ରୟାସ ବେଶ ସୁନ୍ଦର ।ସମ୍ପୂର୍ଣ୍ଣ ସ୍ମରଣୀକା ଟିମ କୁ ହୃଦୟରୁ ପ୍ରଣାମ ।ଭାବନାର ସାଗର ରେ ମୋତି ଟିଏ ମୋର ହଜିଯାଇଥିଲା ।ପାଇଗଲି ଆପଣଙ୍କ କୃପାରୁ ।ବାବା ଜଗନ୍ନାଥ ଏମିତି ଶକ୍ତି ଦିଅନ୍ତୁ ।ପୁରୁଣା ଜିନିଷକୁ ନୂଆ ରୂପେ ଉପସ୍ଥାପିତ କରାନ୍ତୁ।
    ହୃଦୟରୁ ଅନେକ ଶୁଭେଚ୍ଛା
    ରାଧାକାନ୍ତ👮🇮🇳

    ReplyDelete
    Replies
    1. ରାଧାକାନ୍ତ ବାବୁ,

      ଏଇ ଭାବବିନିମୟ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ । ପାଠକଙ୍କ ଖୁସି ଆମ ପାଇଁ ପ୍ରେରଣାର ଉତ୍ସ ।

      - "ଦି ସ୍ମରଣିକା" ଟିମ୍

      Delete
  7. Plz upliad rama chandi re sandhya . . My most favorite poem

    ReplyDelete
    Replies
    1. Ramachandire sandhya has already been published here.

      https://thesmaranika.blogspot.com/2019/12/ramachandire-sandhya-lyrics-odia.html

      - The Smaranika Team

      Delete
  8. Very memorable song forever

    ReplyDelete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on bara masa grishme baishak lyrics odia: “ଏହି ପୁସ୍ତକ ର ତିନୋଟି ମାଛ ଗଳ୍ପ ଟିକୁ ଟିକେ ଦେହେଇବେ ?”

Anonymous commented on shrita kamla kucha mandala mangala geetam shri jayadev krita gita govinda lyrics odia sanskrit english: “ଓଡ଼ିଆ ରେ ପ୍ରତି ପଦ ର ଅର୍ଥ ଦେଲେ ଭଲ ହେବ ”

The Smaranika commented on tuhi ma janama bhumi lyrics: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on tuhi ma janama bhumi lyrics: “Madhusudhan Rao's desatmabidha Kavita. Really touching the heart to hear or sing.”

The Smaranika commented on gachha o kathuria raha are lyrics odia: “ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ । - "ଦି ସ୍ମରଣିକା" ଟିମ୍”

The Smaranika commented on jagate kebala jane kabita lyrics odia: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ - "ଦି ସ୍ମରଣିକା" ଟିମ୍”

Anonymous commented on jagate kebala jane kabita lyrics odia: “Nice 👍”

Anonymous commented on kala manikare dhire ghena lyrics odia: “Odia meaning of Dankuni”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ